*ଗୁରୁକୁଳ କିପରି ସମାପ୍ତ ହେଲା*❕❕‼️‼️❔❔❓❓ *ବନ୍ଧୁଗଣ ଭଲଭାବେ ପଢନ୍ତୁ*
 👇👇👇👇👇👇👇👇👇


ସର୍ବପ୍ରଥମେ, ଆମ ସନାତନ ସଂସ୍କୃତି ପରମ୍ପରାର ଗୁରୁକୁଳରେ କ’ଣ କ'ଣ ଅଧ୍ୟୟନ କରାଯାଉଥିଲା!  ଆର୍ଯ୍ୟବର୍ତ୍ତର ଗୁରୁକୁଳ ପରେ  ଋଷିକୁଳରେ କ’ଣ ଅଧ୍ୟୟନ କରାଯାଉଥିଲା ତାହା ଜାଣିବା ଆବଶ୍ୟକ। ଏହି ଶିକ୍ଷାକୁ ନେଇ ତୁମର ଚିନ୍ତାଧାରାକୁ ପରିବର୍ତ୍ତନ କର ଏବଂ ପ୍ରଚଳିତ ଭୁଲ ଧାରଣାକୁ ଦୂର କର!

୧. ଅଗ୍ନି ବିଦ୍ୟା (Metallurgy)
୨.  ବିମାନ ଶାସ୍ତ୍ର (Aerospace Engineering)
୩. ନୌ ବିଦ୍ୟା (Navigation)
୪. ଅନ୍ତରୀକ୍ଷ ବିଦ୍ୟା (Space Science)
୫. ପୃଥ୍ବୀ ବିଦ୍ୟା (Geology)
୬. ସୌର ବିଦ୍ୟା (Solar Study) 
୭. ଚନ୍ଦ୍ର ବିଦ୍ୟା (Lunar Study)
୮. ପାଣିପାଗ ବିଜ୍ଞାନ (Meteorology)
୯.  ପଦାର୍ଥ ବିଦ୍ୟୁତ୍ ବିଦ୍ୟା (Battery)
୧୦. ସୂର୍ଯ୍ୟ ଶକ୍ତି  (Solar Energy)
୧୧. ପରମାର୍ଥ ବିଦ୍ୟା (Metaphysics)
୧୨. ବ୍ରହ୍ମାଣ୍ଡ ବିଜ୍ଞାନ (Cosmology) 
୧୩. ଜ୍ୟୋତିର୍ବିଜ୍ଞାନ (Astronomy) 
୧୪.ଭୂଗୋଳ (Geography) 
୧୫.ସମୟ ଗଣନା (Time)
୧୬. ଭୂଗର୍ଭ ବିଦ୍ୟା (Mining)
୧୭. ବ୍ୟାକରଣ ଆଦି ଭାଷା ବିଦ୍ୟା (Grammar and  Linguistics)
୧୮.ପଦାର୍ଥ ବିଜ୍ଞାନ (Physics)
୧୯. ରସାୟନ ଶାସ୍ତ୍ର (Chemistry)
୨୦.ଯୋଗାଯୋଗ (Communication)
 ୨୧. ବିମାନ ବହନ (Aviation)
 ୨୨.ଜଳ ଜାହାଜ (Marine Engineering)
 ୨୩. ଆଗ୍ନେୟାସ୍ତ୍ର ବିଦ୍ୟା (Arms & Ammunition)
୨୪. ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ (Zoology and Botany)
୨୫. ଯଜ୍ଞ ବିଦ୍ୟା (Material Science)

 *ଏହା ବୈଜ୍ଞାନିକ ଜ୍ଞାନର ବିଷୟ ଥିଲା। ବର୍ତ୍ତମାନ ଆସନ୍ତୁ ଦେଖିବା ବୃତ୍ତିଗତ ଏବଂ ବୈଷୟିକ ଶିକ୍ଷା ବିଷୟରେ!*

୨୬.ବାଣିଜ୍ୟ (Commerce)
୨୭.କୃଷି (Agriculture)
୨୮.ପଶୁପାଳନ (Animal Husbandry)
୨୯. ପକ୍ଷୀ ପାଳନ (Bird Keeping)
୩୦. ପଶୁ ତାଲିମ (Animal Training)
୩୧. ଯାନ୍ତ୍ରିକ ବିଦ୍ୟା (Mechanical engineering)
୩୨.  ରଥକାର (Vehicle Designing)
୩୩. ରତ୍ନକାର 
୩୪. ସୁନାରୀ (Jewellery Design)
୩୫.ବସ୍ତ୍ରକାର (Textile Engineering) 
୩୬.କୁମ୍ଭାର (Pottery)
୩୭. କମାର ଓ ବଢେଇ
୩୮. ସୂଚୀକାର (Data Entry)
୩୯. ରଞ୍ଜନ ବିଦ୍ୟା (Dying)
୪୦. କଳା ଓ ସ୍ଥପତି (Art and Sculpture)
୪୧.  ତର୍କଶାସ୍ତ୍ର (Logistics)
୪୨.  ବାସ୍ତୁକାର (Architecture)
୪୩. ପାକଶାସ୍ତ୍ର (Cooking)
୪୪. ସାରଥ୍ୟ (Riding) 
୪୫. ଜଳ ପରିଚାଳନା (Water Management)
୪୬. ଗାନ୍ଧର୍ବବେଦ (Singing Culture)
୪୭. ଧନୁର୍ବେଦ (Archery)
୪୮. ଆୟୁର୍ବେଦ 
୪୯.ଉଦ୍ୟାନ କୃଷି (Horticulture) 
୫୦. ଭ୍ରାମ୍ୟମାଣ ଚିକିତ୍ସା (Paramedical)
 
 ଏହି ସମସ୍ତ ବିଦ୍ୟା ଗୁରୁକୁଲରେ ଶିକ୍ଷା ଦିଆଯାଥିଲା, କିନ୍ତୁ ସମୟ ସହିତ ଗୁରୁକୁଳ ଅଦୃଶ୍ୟ ହୋଇଗଲା, ତ ଏହି ଶିକ୍ଷା ମଧ୍ୟ ଅଦୃଶ୍ୟ ହୋଇ ଚାଲିଗଲା! ଆଜି ଆମ ଦେଶର ଯୁବକଙ୍କ ଭବିଷ୍ୟତ ମ୍ୟାକଲେଙ୍କ  (ଜେ କି ଆଧୁନିକ ଶିକ୍ଷା ବ୍ୟବସ୍ଥଖର ସ୍ଥାପକ) ପଦ୍ଧତି ଦ୍ବାରା ନଷ୍ଟ ହୋଇଯାଉଛି, ତେବେ ଏପରି ସମୟରେ ଗୁରୁକୁଳର ପୁନରୁଦ୍ଧାର ଆବଶ୍ୟକତା ରହିଛି।

ଗୁରୁକୁଳ ଭାରତରେ କିପରି ଶେଷ ହେଲା?  କନଭେଣ୍ଟ ସ୍କୁଲଗୁଡ଼ିକ ଧ୍ୱଂସ କଲା। ୧୮୫୮ ମସିହାରେ ଭାରତୀୟ ଶିକ୍ଷା ଅଧିନିୟମ ସୃଷ୍ଟି କରାଯାଇଥିଲା।  ଏହାକୁ ‛ଲର୍ଡ ମ୍ୟାକଲେ’ ପ୍ରସ୍ତୁତ କରିଥିଲେ କିନ୍ତୁ ଏହାପୂର୍ବରୁ ସେ ଏଠାରେ (ଭାରତ) ଶିକ୍ଷା ବ୍ୟବସ୍ଥା ଉପରେ ସର୍ଭେ କରିଥିଲେ, ଏହା ପୂର୍ବରୁ ମଧ୍ୟ ଅନେକ ବ୍ରିଟିଶ୍ ଭାରତର ଶିକ୍ଷା ବ୍ୟବସ୍ଥା ବିଷୟରେ ସେମାନଙ୍କ ରିପୋର୍ଟ୍ ଦେଇଥିଲେ।  ବ୍ରିଟିଶର ଜଣେ ଅଧିକାରୀ ଥିଲେ G.W. ଲୁଥର୍  ଅନ୍ୟଜଣେ ଥିଲେ Thomas Munro!  ଉଭୟ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ର ଉପରେ ତଥ୍ୟ ସଂଗ୍ରହ କରିଥିଲେ।  ଉତ୍ତର ଭାରତର ସର୍ବେକ୍ଷଣ କରିଥିବା ଲୁଥର୍ ଲେଖିଛନ୍ତି ଯେ ସେଠାରେ 97% ସାକ୍ଷରତା ଅଛି ଏବଂ ଦକ୍ଷିଣ ଭାରତ ଉପରେ ସର୍ଭେ କରିଥିବା ମୁନ୍ରୋ ଲେଖିଛନ୍ତି ଯେ ଏଠାରେ 100% ସାକ୍ଷରତା ଅଛି।

ମ୍ୟାକଲେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଭାରତ ସବୁଦିନ ପାଇଁ କ୍ରୀତଦାସ କରିବାର ଅଛି, ତେବେ ଏହାର *"ଦେଶୀୟ ତଥା ସାଂସ୍କୃତିକ ଶିକ୍ଷା ବ୍ୟବସ୍ଥା"କୁ* ସମ୍ପୂର୍ଣ୍ଣଭାବେ ଭାଙ୍ଗି "ଇଂରାଜୀ ଶିକ୍ଷା ବ୍ୟବସ୍ଥା" ଦ୍ୱାରା ବଦଳାଇବାକୁ ପଡିବ ଏବଂ କେବଳ ସେତେବେଳେ ଏହି ଦେଶରେ ଶରୀରରେ ଭାରତୀୟ  କିନ୍ତୁ ବୁଦ୍ଧିରେ ବ୍ରିଟିଶମାନେ ଜନ୍ମ ଗ୍ରହଣ କରିବେ ଏବଂ ଯେତେବେଳେ ସେମାନେ ଏହି ଦେଶର ବିଶ୍ୱବିଦ୍ୟାଳୟ ଛାଡିବେ ସେତେବେଳେ ଆମର ସ୍ୱାର୍ଥରେ ଆମ ହିତପାଇଁ କାର୍ଯ୍ୟ କରିବେ।

 ମ୍ୟାକଲେ ଏକ ରୁଢି ବ୍ୟବହାର କରୁଛନ୍ତି - "ଯେପରି ଫସଲ ଲଗାଇବା ପୂର୍ବରୁ ଏକ କ୍ଷେତ୍ର ସମ୍ପୂର୍ଣ୍ଣ ଭାବରେ ହଳ କରାଯାଏ ସେମିତି ହିଁ ଏହାକୁ ହଳ କରିବାକୁ ହେବ ଓ  ଇଂରାଜୀ ଶିକ୍ଷା ବ୍ୟବସ୍ଥାକୁ ଆଣିବାକୁ ହେବ।"  ତେଣୁ ସେ ପ୍ରଥମେ ଗୁରୁକୁଲମାନଙ୍କୁ ବେଆଇନ୍ ଘୋଷଣା କରିଥିଲେ।  ଯେତେବେଳେ ଗୁରୁକୁଳମାନ ବେଆଇନ୍ ହୋଇଗଲେ, ସମାଜରୁ ସେମାନେ ପାଇଥିବା ସାହାଯ୍ୟ ବେଆଇନ୍ ହୋଇଗଲା। ତା’ପରେ ସଂସ୍କୃତକୁ ନିଷେଧ କରାଯାଇଥିଲା ଏବଂ ଏହି ଦେଶର ଗୁରୁକୁଳକୁ ବୁଲି ବୁଲି ଶେଷ କରାଗଲା।  ସେଥିରେ ନିଆଁ ଲଗାଇ ସେଠାରେ ଶିକ୍ଷାଦାନ କରୁଥିବା ଗୁରୁମାନଙ୍କୁ ପିଟିପିଟି ହତ୍ୟା କରି ଜେଲରେ ରଖିଲେ।
 ୧୮୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, ଏହି ଦେଶରେ '୭ ଲକ୍ଷ ୩୨ ହଜାର' ଗୁରୁକୁଲ ଥିଲେ ଏବଂ ସେହି ସମୟରେ ଏହି ଦେଶରେ '୭ ଲକ୍ଷ ୫୦ ହଜାର' ଗ୍ରାମ ଥିଲା।  ଅର୍ଥାତ୍ ପ୍ରତ୍ୟେକ ଗ୍ରାମରେ ହାରାହାରି ଗୋଟିଏ ଗୁରୁକୁଳ ଥିଲେ ଏବଂ ସେହି ଗୁରୁକୁଳ ଆଜିର ଭାଷାରେ 'ଉଚ୍ଚତର ଶିକ୍ଷଣ ପ୍ରତିଷ୍ଠାନ'  ଅଟେ |  ସେଗୁଡ଼ିକରେ ୧୮ ଟି ବିଷୟ ଶିକ୍ଷା ଦିଆଯାଉଥିଲା ଏବଂ ଏହି ଗୁରୁକୁଳକୁ  ସମାଜର ଲୋକମାନେ ଏକାଠି ମିଳିମିଶି ଚଳାଉ ଥିଲେ ଏବଂ ରାଜା କିମ୍ବା ମହାରାଜା ନୁହଁନ୍ତି।

ଗୁରୁକୁଲରେ ମାଗଣାରେ ଶିକ୍ଷା ପ୍ରଦାନ କରାଯାଉଥିଲା। ଏହିପରି ସମସ୍ତ ଗୁରୁକୁଳମାନଙ୍କୁ ବନ୍ଦ କରାଗଲା ଏବଂ ପରେ ଇଂରାଜୀ ଶିକ୍ଷା ଆଇନଗତ ଘୋଷିତ ହେଲା ଏବଂ କଲିକତାରେ ପ୍ରଥମ କନଭେଣ୍ଟ୍ ସ୍କୁଲ୍ ଖୋଲାଗଲା।ସେତେବେଳେ ଏହାକୁ 'ମାଗଣା ବିଦ୍ୟାଳୟ' କୁହାଯାଉଥିଲା।  ଏହି ନିୟମ ଅନୁଯାୟୀ, ଭାରତରେ କଲିକତା ବିଶ୍ୱବିଦ୍ୟାଳୟ ସୃଷ୍ଟି ହେଲା, ବମ୍ବେ ବିଶ୍ୱବିଦ୍ୟାଳୟ ସୃଷ୍ଟି ହେଲା, ମାଡ୍ରାସ୍ ବିଶ୍ୱବିଦ୍ୟାଳୟ ସୃଷ୍ଟି ହେଲା, ଏହି ତିନୋଟି ଦାସତ୍ୱ ସମୟର  ବିଶ୍ୱବିଦ୍ୟାଳୟ ଆଜିବି ଦେଶରେ ଅଛି!

ମ୍ୟାକଲେ ତାଙ୍କ ପିତାଙ୍କୁ ଏକ ଚିଠି ଲେଖିଥିଲେ, ତାହା ଏକ ପ୍ରସିଦ୍ଧ ଚିଠି, ଯେଉଁଥିରେ ସେ ଲେଖିଛନ୍ତି କି:  “ଏହି କନଭେଣ୍ଟ୍ ସ୍କୁଲଗୁଡ଼ିକ ମଧ୍ୟରୁ ଏପରି ପିଲାମାନେ ରହିବେ ଯେଉଁମାନେ ଭାରତୀୟ ହୋଇଥିବେ କିନ୍ତୁ ବୁଦ୍ଧିରେ ବ୍ରିଟିଶ୍ ହେବେ ଏବଂ ସେମାନଙ୍କ ଦେଶ ବିଷୟରେ କିଛି ଜାଣିନଥିବେ। ସେମାନେ ସେମାନଙ୍କର ସଂସ୍କୃତି ବିଷୟରେ କିଛି ଜାଣିବେ ନାହିଁ, ସେମାନେ ସେମାନଙ୍କର ପରମ୍ପରା ବିଷୟରେ କିଛି ଜାଣିବେ ନାହିଁ, ସେମାନଙ୍କର ଲୋକବାଣୀ ଜାଣିପାରିବେ ନାହିଁ, ଯେତେବେଳେ ଏପରି ପିଲାମାନେ ଏହି ଦେଶରେ  ହେବେ, ବ୍ରିଟିଶମାନେ ବିଦାୟ ନେଲେ ମଧ୍ୟ ବ୍ରିଟିଶପରମ୍ପରା  ଏହି ଦେଶରୁ ଯିବ ନାହିଁ।”  ସେହି ସମୟରେ ଲେଖାଯାଇଥିବା ଚିଠିର ସତ୍ୟତା ବର୍ତ୍ତମାନ ଏହି ଦେଶରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଏବଂ ସେହି କାର୍ଯ୍ୟର ଫଳ ଦେଖନ୍ତୁ କି  ଆମକୁ ଆମ ଭାଷା କହିବା ପାଇଁ ଲାଜ ଲାଗୁଛି। ଇଂରାଜୀରେ କହିଲେ ଅନ୍ୟମାନଙ୍କ ଉପରେ ପ୍ରଭାବ ପଡିବ। ଆମେ ତ ନିଜେ ହିଁ ହୀନ ହୋଇଗଲୁ, ଜାହାକୁ ସେମାନଙ୍କର ଭାଷା କହିବାକୁ ଲାଜ ଆସେ, ଅନ୍ୟମାନଙ୍କ ଉପରେ କି ପ୍ରଭାବ ପଡିବ।

 ଲୋକମାନେ ଯୁକ୍ତି କରନ୍ତି ଯେ ଇଂରାଜୀ ହେଉଛି ଆନ୍ତର୍ଜାତୀୟ ଭାଷା। ଦୁନିଆରେ 204ଟି ଦେଶ ଅଛି ଏବଂ କେବଳ 11 ଟି ଦେଶରେ ଇଂରାଜୀ ଭାଷା କୁହାଜାଏ, ପଢାଯାଏ ଏବଂ ବୁଝାଯାଏ, ତେବେ ଏହା କିପରି ଏକ ଆନ୍ତର୍ଜାତୀୟ ଭାଷାହେବ? ଶବ୍ଦ ଦୃଷ୍ଟିରୁ ମଧ୍ୟ ଇଂରାଜୀ ଏକ ସମୃଦ୍ଧ ଭାଷା ନୁହେଁ ଦରିଦ୍ର ଅଟେ। ଏହି ଇଂରେଜଙ୍କର ବାଇବଲ ମଧ୍ୟ ଇଂରାଜୀରେ ନଥିଲା ଏବଂ ଯୀଶୁଖ୍ରୀଷ୍ଟ ଇଂରାଜୀ କହୁ ନଥିଲେ।  ଯୀଶୁଖ୍ରୀଷ୍ଟଙ୍କ ଭାଷା ଏବଂ ବାଇବଲର ଭାଷା ଆରାମିକ୍ ଥିଲା। ଆରାମିକ୍ ଭାଷାର ଲିପି ଆମ ବଙ୍ଗଳା ଭାଷା ସହ ମିଶୁଥିଲା। ସେହି ଭାଷା ସମୟ ପ୍ରବାହରେ ବିଲୁପ୍ତ ହୋଇଗଲା।

ମିଳିତ ଜାତିସଂଘ ଜାହା ଆମେରିକାରେ ସ୍ଥିତ ସେଠାକାର  ଭାଷା ବି ଇଂରାଜୀ ନୁହେଁ, ସେଠାରେ ଥିବା ସମସ୍ତ କାର୍ଯ୍ୟ ଫରାସୀ ଭାଷାରେ ହୁଏ। ମାତୃଭାଷାରୁ ବିଚ୍ଛିନ୍ନ ହୋଇଥିବା ଏକ ସମାଜ କେବେ ଭଲ ହୋଇପାରେ ନାହିଁ ଏବଂ ଏହା ହିଁ ମ୍ୟାକଲେର ରଣନୀତି ଥିଲା!  ଯେଉଁଥିରେ ସେ ପ୍ରାୟ ଜିତିଛନ୍ତି କାରଣ ଆଜିର ଯୁବକ ଭାରତକୁ କମ୍ କିନ୍ତୁ ୟୁରୋପକୁ  ଅଧିକ ଜାଣୁଛି |  ଭାରତୀୟ ସଂସ୍କୃତିକୁ ଭୁଲ୍ ବୋଲି ଭାବନ୍ତି କିନ୍ତୁ ପାଶ୍ଚାତ୍ୟ ଦେଶଗୁଡିକର ଅନୁକରଣ କରନ୍ତି। ଧର୍ମର ଆଭିମୁଖ୍ୟ ଏବଂ ବିଶେଷତା ଜାଣି ନଥିବାରୁ ବାମପନ୍ଥୀଙ୍କ ସମର୍ଥନ କରନ୍ତି।

ସମସ୍ତ ଭାଇମାନଙ୍କୁ ଏକ ମର୍ମଭେଦୀ ପ୍ରଶ୍ନ,ଆମେ ସମସ୍ତେ ଧର୍ମ ବିଷୟରେ ଜାଣିବା ଉଚିତ୍। କାରଣ ଧର୍ମ ଆମକୁ ଜାତିର ତଥା ରାଷ୍ଟ୍ରଧର୍ମର ଶିକ୍ଷା ଦିଏ, ଧର୍ମ ହିଁ ଆମକୁ ସମାଜବାଦର ଶିକ୍ଷା ଦିଏ, ଧର୍ମ ଆମ ପିତାମାତା, ଗୁରୁ ଏବଂ ରାଷ୍ଟ୍ର ପାଇଁ ଆମ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରେରଣା ଦିଏ।  ସନାତନ ପରମ୍ପରା ହେଉଛି ଏକ ଆଧ୍ୟାତ୍ମିକ ବିଜ୍ଞାନ, ଜେଉଁ ବିଜ୍ଞାନକୁ ଆଜି ଆମେ ସମସ୍ତେ ଜାଣୁ ତାହା ଅପେକ୍ଷା ବହୁତ ସମୃଦ୍ଧ 'ଅଧ୍ୟାତ୍ମ ବିଜ୍ଞାନ' ଅଟେ…
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

*ଜୟତୁ ଗୁରୁକୁଲମ୍, ଜୟତୁ ଭାରତମ୍...* *ସ୍ବଦେଶୀ ଶିକ୍ଷା ଅଭିଯାନ* 
🚩🚩🚩🚩🚩🚩🚩🚩🚩
*ସୌଜନ୍ୟ-: ଶ୍ରୀ ଗୋବିଜ୍ଞାନ ଓଡିଶା*

Post a Comment

Previous Post Next Post