*ପିତୃଋଣ* পিতৃতন্ত্র*
#ଅଚ୍ୟୁତ କୁମାର ରଥ
*********
ସମୟ ଆଠଟା ପଇଁତିରିଶ, ସେଇ ଉପାନ୍ତ ନିପଟ ମଫସଲରେ ବିଳମ୍ବିତ ସନ୍ଧ୍ୟା ଅବା ରାତି ବି କୁହାଯାଇପାରେ । ଚାରିଆଡ଼ ନିସ୍ତବ୍ଧ, ମୁଁ ଅତିଥିହୋଇ ବନ୍ଧୁ ସଂଗ୍ରାମ କେଶରୀ ଦେଓଙ୍କ ବାସଭବନର ପଛପଟ ବାରଣ୍ଡାରେ ଆତିଥେୟଙ୍କ ସହ ଚା'ପାନରେ ବ୍ୟସ୍ତ । ଆମ ହସରୋଳ ଏବଂ ଫିସ୍ଫିସ୍ କଥାବାର୍ତ୍ତା ବି ଆମକୁ ସ୍ପଷ୍ଟ ଶୁଭୁଥାଏ । ଠିକ୍ ଏତିକିବେଳେ ପଛରୁ ଅଦୂରରୁ ଶୁଭିଲା କୋମଳ ଅନୁନୟ ଭରା କଣ୍ଠଟିଏ, "ସାଆନ୍ତେ, ଆଜିର ପାଉଣା ଟା ଦେ', ମୁଁ ଯାଏ ..."
ଚା'କପ୍ ଟି ଥୋଇ ସଂଗ୍ରାମ ଚୌକିଟାକୁ ପଛକୁ ଠେଲି ଉଠିଲା, ପାଞ୍ଚ ଛଅ ପାହୁଣ୍ଡ ପକାଇ ଶବ୍ଦ ଆସିଥିବା ଦିଗକୁ ଗଲା । ସେଠି ମୁଣ୍ଡ ତଳକୁ କରି ଛିଡ଼ା ହୋଇଥାଏ କୋଡ଼ିଏ ପଚିଶ ବର୍ଷର ଆଦିବାସୀ ଯୁବକଟିଏ । ହାଲୁକା ଅନ୍ଧାର ରେ ବି ଦିଶୁଥାଏ ତାର ନିଷ୍ପାପ ନିଷ୍ପେଷିତ ମୁହଁ । ପାଖରେ ପହଞ୍ଚିବା ପରେ ହଠାତ୍ ପାଦରୁ ଯୋତା ପଟେ କାଢ଼ି ସଂଗ୍ରାମ କଷିଦେଇଗଲା ଦଶ ବାର ପାହାର ବିନା ବାକ୍ ବିତଣ୍ଡା ରେ । ମୁଁ ହାଁ ହାଁ କହି ଦୌଡ଼ିଯିବା ପୂର୍ବରୁ ପୁଣି ସେଇ ଯୋତା ପାଦରେ ପିନ୍ଧି ଆଜି ଚୌକିରେ ବସି ଅଧା ପିଇଥିବା ଚା'କପ୍ କୁ ନେଇ ଚା' ପିଇବାରେ ଏମିତି ମଜ୍ଜିଗଲା ଯେମିତି କିଛି ହେଇନି । ମାଡ଼ଖାଇ ସେ ପିଲାଟି ବି ଚାଲିଯାଇଥିଲା ଚୁପ୍ଚାପ୍ । ମୁଁ କିନ୍ତୁ ଇଲେକ୍ଟ୍ରିକ୍ କରେଣ୍ଟ ଖାଇଥିବା ପରି ଛିଡ଼ା ହୋଇ ରହିଯାଇଥାଏଁ, ସେଇ ଗୋଟିଏ ଜାଗାରେ । ମାତ୍ର ଗୋଟିଏ ମିନିଟ୍ ଭିତରେ ଘଟିଯାଇଥିବା ଏଇ ଅଘଟଣଟିକୁ ହଜମ କରିପାରୁନଥାଏ ।
ମନଟା ବିଷେଇ ଯାଇଥାଏ । ଦିନକର ପାଉଣା ଟା ମାଗିଲା, କ'ଣ ଏମିତି ଅପରାଧ କରିଦେଲା ଯେ ଜୋତାରେ ବାଡ଼େଇ ଦେଇଯିବ, ତମେ କ'ଣ ମଣିଷ ନା ରାକ୍ଷସ !!
ସଂଗ୍ରାମ କିନ୍ତୁ ଅବିଚଳିତ ଭାବରେ ନିସଙ୍କୋଚରେ ନିର୍ଦ୍ଦ୍ବନ୍ଦରେ ପିଇ ଚାଲିଥାଏ ବାକିଥିବା ଚା'କୁ । ମୋତେ ତା ମୁହଁରେ ଦିଶିଯାଉଥାଏ ଆଗକାଳର ସେଇ କ୍ରୁର ନିର୍ଦ୍ଦୟ ଅମଣିଷ ରାଜା ରାଜୁଡ଼ା ଶାସନର ଅହଂକାରୀ ରାଜାଟିଏ ।
ଗୋଟିଏ ମିନିଟ୍ ର ନୀରବତା ପରେ ମୁହଁ ଉଠାଇ ସଂଗ୍ରାମ କହିଲା, ବସ୍, ଚା'ଟା ପିଇନେ ଆଗ, କହୁଛି ...."
ତାର କଣ୍ଠରେ ନଥିଲା ସେଇ ନିର୍ଦ୍ଦୟ ରାଜା ବା ଗଉନ୍ତିଆର ଅହଂପଣ, ବରଂ ଏକ ଅସହାୟ ଅପରାଧବୋଧରେ ଓଦାଳିଆ ଶୁଭୁଥାଏ ତା ସ୍ବର । ସେଇ ସ୍ବରରେ କି ଯାଦୁ ଥିଲା କେଜାଣି, ନଥ୍ କିନା ବସିପଡ଼ିଲି ମୁଁ ଚୌକିରେ ।
ଚା' ସରିଲା ପରେ ରୁମାଲ୍ରେ ମୁହଁପୋଛି ସଂଗ୍ରାମ ଆରମ୍ଭ କଲା ...
ସେ ପିଲା ର ନାଆଁ ୱିଲ୍ସନ୍ କିରୋ । ତା ବାପା ବେଞ୍ଜାମିନ୍ ଆମର ହଳିଆ ଥିଲା । ଭାରି ସଚ୍ଚୋଟ ଏବଂ କାମିକା । ତିନିଝିଅରେ ଏଇ ଗୋଟେ ପୁଅ ୱିଲ୍ସନ୍ । ପାଖ ଗାଆଁରେ ଅଷ୍ଟମ ପଢୁଥିଲା ବେଳେ ଏକ ଅଜଣା ରୋଗରେ ମାଆ ଚାଲିଗଲା । ବାପଟା ତାପରେ ପରେ ମଦପିଇ ଗଡ଼ିଲା । ଏଡ଼େ ସଚ୍ଚୋଟ ସତ୍ୟବାଦୀ ମଣିଷଟା ମାସ କେଇଟାରେ ନଷ୍ଟ ହୋଇଗଲା । ଦିନକର କଥା । ଏମିତି ଗୋଟେ ସଞ୍ଜବେଳେ ବେଞ୍ଜାମିନ୍ ଆସିଲା ଆମଘରକୁ, ସାଥିରେ ଅସମୟରେ ପରିପକ୍ୱ ହୋଇଯାଇଥିବା ୱିଲ୍ସନ୍ । କହିଲା, ବାବୁ, ପାଁଆଁଶ' ଟଙ୍କା ଦେ', ଏଇନା ଦେ', କାଲି ବଡ଼ଝିଅର ବର୍ଦେଖା। ପାଁଚ ନୁକ ଆଇବେ, କୁସନା ଟିକେ ଖାସିପଟେ ନାଇଁ କାଟିଲେ ନଚଳେ । ପାଁଆଁଶ' ଟଙ୍କା ଦେ' ଏଇନା । ମଦ ନିଶାରେ କହି ଚାଲିଥାଏ ବେଞ୍ଜାମିନ୍, ସାତଦିନ ଭିତେରେ କନ୍ତର ଦେଇ ତୋ ପଇସା ଫେରେଇ ଦେବି ।
ଶହେଟଙ୍କିଆ ପାଞ୍ଚଖଣ୍ଡ ତା ହାତକୁ ବଢ଼ାଇ ଦେଲା ବେଳକୁ ପୁଣି କହିଲା, ଆଜି ଶନିବାର, ଆଏବା ଶନିବାର କୁ ମୂଲକନ୍ତର ସହ ଲେଉଟାଇ ଦେବି ତତେ, ଦେଖିବୁ । ମୁଁ କହିଲି, ହଉ ଯା ଯା, ମଦ ନିଶାରେ ଏବେ କେତେକଥା କହିବୁ ତୁ ।
ଅଣ୍ଟିରେ ପଇସା ଖୋସୁ ଖୋସୁ ବେଞ୍ଜାମିନ୍ କହିଲା, କ'ଣ ବଇଲୁ, ମଦନିଶାରେ କହୁଛି, ଏଇ ଦେଖୁଥା, ଆର ଶନିବାର ତତେ ନେଉଟେଇ ନଦେଇଛି ତ ବେଇମାନ୍ ବଲି ତୋ ଜୋତାରେ ହଜାରେ ପାହାର ଦବୁ । ମୁଁ ଉଁ ଚୁଁ କିଛି କରିବି ତ କଇବୁ ....
ସେଦିନ ବେଞ୍ଜାମିନ୍ ଗଲା ଯେ ଆଉ ଫେରିଲାନି । ବରଦେଖା ପରଦିନ ସକାଳୁ ଖବର ପାଇଲୁ ସେ ଶୋଇବା ଅବସ୍ଥାରେ ଚାଲିଗଲା । ଘରେ ତିନି ଭଉଣୀ । ୱିଲ୍ସନ୍ ପାଠଛାଡ଼ି କାମକଲା । ଚାରିବର୍ଷ ଭିତରେ ତିନି ଭଉଣୀଙ୍କ ବାହାଘର କଲା । କେବେ ଗୋଟେ ଦିନ ବି ଧାନ ଗଉଣିଏ କି ପଇସା ଅଧୁଲିଏ ମାଗେନି । କାମ କରେ, ଯାହା ଦେଲେ ନିଏ ।
ଶହେ ଦୁଇଶହ କରି ବାପର ପାଞ୍ଚଶହ ଟଙ୍କାର ଋଣ ଜାଗାରେ ଆଠଶହ ଟଙ୍କା ଶୁଝିସାରିଲାଣି । କେବେ ପଚାରେନି ଆଉ କେତେ ବାକି । ଆସିବ ପଇସା ଧରେଇ ମୁଣ୍ଡିଆଟେ ମାରି ଚାଲିଯିବ ।
ମୁଁ ଆକାଶରୁ ଖସିପଡ଼ିଲି, ତେବେ ସେଇ ହଜାରେ ଜୋତା ପାହାରର ପିତୃଋଣ ବି ଶୁଝୁଛି ୱିଲ୍ସନ୍ !!!
ହଁ, ଦିନକୁ ଦଶ ପାହାର ହିସାବରେ ଶହେ ଦିନ । ଆଜି ଏକାଅଶୀତମ ଦିନ ଥିଲା । ତିନିମାସ ତଳେ ଆସି କହିଲା, ସାଆନ୍ତେ, ବାପା ଶାନ୍ତିରେ ମଲାନି, ତା ଆତ୍ମା ଘୂରିବୁଲୁଛି । ତାର ଋଣ ଚୁକ୍ତା ହେଇନି ଏଯାଏଁ । ମୁଁ କହିଲି, ତୁ ତ ପାଆଁଶହରୁ ବେଶୀ ଦେଲୁଣି, ମୂଳ ସୁଧ ସବୁ ହେଇଗଲା ଆଉ କି ଋଣ !! ସେ କହିଲା, ବାପା କଥା ଦେଇଥିଲା ବେଇମାନ୍ ହେଲେ ହଜାରେ ଜୋତା ପାହାର ଖାଇବ । ସେଇଟା ଚୁକ୍ତା ହେଇନି ଏଯାଏଁ । ତେଣୁ ସେ ଶାନ୍ତି ପାଉନି....।
ମୁଁ ଜାଣିଛି ଏଇ ଆଦିବାସୀ ଲୋକଙ୍କୁ, ଯାହା ବୁଝିଥିବେ, ସେଇଆ । ଅଗତ୍ୟା କହିଲି, ହଉ ଠିକ୍ ଅଛି, କାଲି ସଞ୍ଜ ବେଳକୁ ଆସିବୁ, ଋଣ ପରିଶୋଧ ହୋଇଯିବ । ମୁଁ ଭାବିଥିଲି ତାକୁ ଗଣି ଗଣି ଶହେ ଦୁଇଶହ ଥର ଜୋତା ଛୁଆଁଇ ଦେବି ଆଉ କହିବି, ଯା, ହେଇଗଲା ହଜାରେ । ହେଲେ ତା ଆରଦିନ ପୁଙ୍ଗୁଳା ପିଠିଦେଖାଇ ୱିଲ୍ସନ୍ କହିଲା, ସାଆନ୍ତେ ଦିନକୁ ଦଶ ପାହାର ହିସାବରେ ସାଢ଼େ ତିନିମାସ ଶୁଝିବି । ମୁଁ କହିଲି ତାହେଲେ ତ ହଜାରେଠୁ ବେଶୀ ହୋଇଯିବ । ସେ ପୋଖତ ହିସାବୀ ଭଳିଆ କହିଲା, ସେଇଟା କନ୍ତର୍କୁ ମିଶାଇ ହେଇଯିବ । ମୁଁ ହାଲୁକା ହାଲୁକା ଦିଥର ବାଡ଼େଇବା ପରେ ୱିଲ୍ସନ୍ କହିଲା ନାଇଁ ସାଆନ୍ତେ, ଏଇମିତି ଖେଳ ଖେଳରେ ହବନାଇଁ । ସତସତିକା ମାଡ଼ ନହେଲେ ବାପା କ'ଣ ଶାନ୍ତି ପାଇବ ??
ଆଖି ପୋଛୁଥିଲା ସଂଗ୍ରାମ । ମୁଁ କିନ୍ତୁ ନତମସ୍ତକ ହେଉଥିଲି ସେଇ ପିତୃସତ୍ୟ ପାଳନ କରୁଥିବା ପିତୃଋଣ ଶୁଝୁଥିବା କଳିଯୁଗୀ ଶ୍ରୀରାମଚନ୍ଦ୍ର ଙ୍କର ପଦାରବିନ୍ଦରେ ....
(ଏକ ସତ୍ୟ ଘଟଣାର ଗଳ୍ପ ରୂପାୟନ....)

* পিতৃতন্ত্র *
# আচ্যুত কুমার রথ
*********
বলা যেতে পারে সন্ধ্যার দিকে বা শহরতলিতে রাতে। চারিদিকে নিরব, আমি একজন অতিথি এবং আমার বন্ধু সংগ্রাম কেশারী দেওর বাসার পিছনের বারান্দায় অতিথিদের সাথে চা পান করতে ব্যস্ত ছিলাম। আমরা আমাদের হাসি এবং ফিসফিস শুনেছি। ঠিক তখনই দূর থেকে একটি নরম আর্জি জানাল, "সাঁতে, আজকের ফি দাও, আমি যাব ..."
চায়ের কাপটি ঠোই সংগ্রাম চৌকিটা পিছনে ঠেলে দিয়েছিল, পাঁচ বা ছয় পাউন্ড ফেলে দিয়ে শব্দটি যে দিক থেকে আসছে সেই দিকে এগিয়ে চলেছে। মাথা নিচু করে দাঁড়িয়ে সেখানে পঁচিশ বছর বয়সী এক আদিবাসী যুবক। অন্ধকারের আলোতেও তার নিষ্পাপ চেহারা দৃশ্যমান। তিনি পৌঁছে এসে তাঁকে হঠাৎ তাঁর জুতো থেকে টেনে নিয়ে গিয়েছিলেন এবং দশ পাথর ছাড়াই লড়াইয়ে বিশ্রামে রেখেছিলেন। হ্যাঁ বলতে পারার আগে আমি আবার সেই জুতো পরেছিলাম এবং আজ বেঞ্চে বসে আধা কাপ চা নিয়েছি এবং চা পান করার জন্য বেশ ভাল সময় কাটিয়েছি যেন কিছুই হয়নি। ছেলেটিও চুপ করে চলে গেল। তবে আমি সেখানে দাঁড়িয়ে আছি যেন আমি এক জায়গায় বিদ্যুৎস্পৃষ্ট হয়েছি। কিন্তু এক মিনিটের মধ্যে সংঘটিত ঘটনাটি হজম হতে পারেনি।
মনতা বিষাক্ত। একদিনের বেতনের জন্য জিজ্ঞাসা করলেন, তিনি কি এমন অপরাধ করেছিলেন যে তাকে জুতো দিয়ে মারধর করা হবে, আপনি মানুষ না দানব !!
লড়াইটি অবশ্য অযথা চালিয়ে যায়, বাকি চা নিরলসভাবে পান করে। আমি তার মুখে দেখতে পাচ্ছি যে অতীতের নিষ্ঠুর ও অমানবিক রাজা, রাজুদার নিষ্ঠুর রাজা হলেন শাসনের অহংকারী রাজা।
এক মিনিট নীরবতার পরে সংগ্রাম মুখ তুলে বলল, "বসো, আগে চা পান কর, বল ..."।
অহঙ্কারী রাজা বা গৌন্টিয়া দাম্ভিক করেছিলেন তা তাঁর কণ্ঠে নয়, অসহায় অপরাধে তাঁর কণ্ঠ শোনা গেল। সেই আওয়াজে কি জাদু ছিল, কেজানি, আমি বসে রইলাম বা বেঞ্চে বসে রইলাম।
চায়ের পরে মুখোমুখি লড়াই শুরু হয়েছিল রুমাল দিয়ে ...
ছেলের নাম উইলসন কিরো। তার বাবা বেঞ্জামিন আমাদের নায়ক ছিলেন। খুব সৎ এবং যৌন। তাঁর তিন পুত্র উইলসন রয়েছেন। কাছের গ্রামে অষ্টম শ্রেণিতে পড়ার সময় তার মা মারা যান অজানা রোগে। বাবা তখন পান করলেন। সৎ সত্যবাদী মানুষটি কয়েক মাসেই মারা গেল। আমার ক্ষতস্থানে নুন মাখানোর বিষয়ে কথা বলুন - ওফ! এক সন্ধ্যায়, বেঞ্জামিন আমাদের বাড়িতে পৌঁছে গেলেন, তার সাথে অকালবোধে পরিপক্ক উইলসনও ছিলেন। বলল, বাবু, পঞ্চাশ 'টাকা দাও', 'আইনা' দাও, কাল বড় মেয়ের বারে। পাঁচটি নট আসবে, কুসানা কিছুটা হাঁটু না কেটে নাচবে না। পঞ্চাশ 'আমাকে টাকা দিন'। "বেঞ্জামিন," মাতাল বলল, "আমি আপনাকে সাত দিনের মধ্যে টাকা ফিরিয়ে দেব।"
তিনি যখন পাঁচবার হাত বাড়িয়ে দিলেন, তিনি আবার বললেন, "আজ শনিবার, আমি শিকড় দিয়ে শনিবার ফিরে যাব। আমরা দেখব।" আমি বললাম, "আসুন, এখন মদ নিয়ে কথা বলি।"
"তুমি কী বলছ মদনিশা?" আমি তোমার জন্য কিছু করব ....
সেদিন বেনিয়ামিন চলে গেলেন এবং আর ফিরে আসেনি। পরের দিন সকালে আমরা শুনেছিলাম যে তিনি বিছানায় গিয়েছিলেন। বাড়িতে তিন বোন। উইলসন স্কুল ছেড়ে কাজ করেন। চার বছরের মধ্যেই তিন বোন চলে গিয়েছিল। কোনওদিন সে ভাত চুরি করে নি বা বেশি টাকা চায়নি। কাজ করে, আপনি যা দেন তা নেয়।
পাঁচশত টাকার বাবার debtণের একশত দুইশ টাকা আটশ ’টাকা শোধ হয়েছে। আর কখনই জিজ্ঞাসা করিনি। সে এসে টাকা হাতিয়ে নেবে এবং তাকে মাথায় মেরে ফেলবে।
আমি আকাশ থেকে পড়ে গেলাম, তাই সেই হাজার হাজার জুতোর পূর্বপুরুষ শুকিয়ে যাচ্ছে !!!
হ্যাঁ, দিনে দশটি শিলা হারে একশো দিন days আজ ছিল একাকী দিন। তিন মাস পরে তিনি এসে বললেন, "সাঁতে, আমার বাবা শান্তিতে নেই, তাঁর চেতনা চলাফেরা করছে।" তার debtণ এখনও নিষ্পত্তি হয়নি। আমি বললাম, আপনি পাঁচশো বেশি দেবেন না, মূল সুদ সবই শেষ হয়ে গেল এবং debtণ !! তিনি বলেছিলেন যে তার বাবা বিশ্বাসঘাতক হলে হাজারো জুতা খাওয়ার প্রতিশ্রুতি দিয়েছিলেন। এটি এখনও ঠিক করা হয়নি। তাই সে শান্তি পেল না ....
আমি এই আদিবাসীদের জানি, তারা এটি বুঝতে পারে হিসাবে। "সব ঠিক আছে, আমরা কাল সন্ধ্যায় ফিরে আসব, debtণ শোধ করা হবে," আগাত্য বলেছিলেন। আমি ভেবেছিলাম আমি তাকে একশ দু'শবার স্পর্শ করব এবং বলব, "আরে, এটি হাজার হাজার।" পরের দিন, তীব্র পিছনে ফিরে, উইলসন বললেন, "আমি সাড়ে তিন মাস ঘুমাতে যাচ্ছি দিনের দশটায়।" আমি বললাম এক হাজারেরও বেশি হবে। "এটি তখন আমাদের নজরে আসে কেবল। উইলসন তাকে হালকাভাবে আঘাত করার পরে বলেছিলেন, "আমি এই জাতীয় খেলতে যাচ্ছি না।" সাতসতিকে না মারলে বাবা কি শান্তি পাবে ??
সংগ্রাম আমার চোখ মুছল। তবে আমি সেই পিতৃতন্ত্র উদযাপনকারী পিতৃপুরুষের প্রতি শ্রদ্ধা নিবেদনকারী কালীযুগ শ্রীরামচন্দ্রের পাদদেশে মাথা নত করছিলাম ....
(একটি সত্য গল্পের গল্প উদ্ঘাটিত ....)
Post a Comment