#ଗୋପାଷ୍ଟମୀ_ଗୋଷ୍ଠାଷ୍ଠମୀ_କାର୍ତ୍ତିକ_ଶୁକ୍ଳ_ଅଷ୍ଟମୀ


କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିକୁ ଗୋପାଷ୍ଟମି ବା ଗୋଷ୍ଠାଷ୍ଟମୀ ବୋଲି କୁହାଯାଏ । ଏହି ଦିନ ଗାଇଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଗାଈ ଏବଂ କୃଷ୍ଣଙ୍କ ପୂଜା କଲେ ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ବିଶ୍ୱାସ ରହିଛି ଯେ, ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ପ୍ରଥମଥର ପାଇଁ ଗାଈ ଚରାଇଥିଲେ | ମା ଯଶୋଦା ଶ୍ରୀ କୃଷ୍ଣଙ୍କୁ ବହୁତ ସ୍ନେହ କରୁଥିବାରୁ ତାଙ୍କୁ ଗାଈ ଚରେଇବାକୁ ଯିବା ପାଇଁ ବାରଣ କରୁଥିଲେ | ଦିନେ ଶ୍ରୀ କୃଷ୍ଣ ଗାଈ ଚରେଇଯିବାକୁ ମା ଯଶୋଦାଙ୍କ ପାଖେ ବହୁତ ଜିଦ କଲେ। ତାଙ୍କ କଥାରେ ରାଜି ହୋଇ ମା ଯଶୋଦା ରୁଷି ଶାଣ୍ଡିଲ୍ୟଙ୍କୁ କହି ଏକ ଶୁଭ ଲଗ୍ନ ବାହାର କରିଥିଲେ ଏବଂ ପୂଜା କରିବାପରେ ଶ୍ରୀ କୃଷ୍ଣଙ୍କୁ ଗାଈଙ୍କୁ ଚରେଇବା ପାଇଁ ପଠେଇଥିଲେ। ସେହିଦିନ ଠାରୁ ଗୋପାଷ୍ଟମିରେ ଗାଈ ପୂଜା ପାଆନ୍ତି |

ହିନ୍ଦୁ ଧର୍ମ ଅନୁସାରେ ଗାଈଙ୍କ ଭିତରେ ୩୩ କୋଟି ଦେବତା ଥିବା ବିଶ୍ୱାସ କରାଯାଏ। ଫଳରେ ଗାଈଙ୍କ ପୂଜା କଲେ ସବୁ ଦେବଦେବୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

ଗୋପାଷ୍ଟମିରେ କେମିତି କରାଯାଏ ଗାଈଙ୍କ ପୂଜା

୧. ବ୍ରାହ୍ମ ମୁହୂର୍ତ୍ତରେ ଗୋମାତା ଏବଂ ବାଛୁରୀଂକୁ ସ୍ନାନ କରାଯାଏ। ଏହାପରେ ଗୋମାତାଙ୍କୁ ସଜାଯାଇଥାଏ। ଗୋମାତା ଗୋଡରେ ଘୁଙ୍ଗୁରୁ ପିନ୍ଧାଯିବା ସହ ଅନ୍ୟାନ୍ୟ ଆଭୂଷଣ ପିନ୍ଧାଯାଇଥାଏ।

୨. ଗାଈ ସିଙ୍ଘରେ ନାଲି ଓଢଣୀ ବନ୍ଧାଯାଏ | ଏହାପରେ ଗୋମାତାଙ୍କୁ ପରିକ୍ରମା କରି ତାଙ୍କୁ ବାହାରକୁ ନିଆଯାଏ ଏବଂ କିଛି ବାଟ ଗୋମାତାଙ୍କ ସହ ଚାଲିବାକୁ ହୁଏ।

୩. ଗୋପାଷ୍ଟମି ଦିନ ଗାଈ ଚାରାଳୀଙ୍କୁ ଦାନ କରିବା ଉଚିତ। ଗୋପାଷ୍ଟମି ସନ୍ଧ୍ୟାରେ ଗୋମାତା ଗୋଠରୁ  ଫେରିବା ପରେ ପୁଣି ଥରେ ତାଙ୍କର ବନ୍ଦାପନା କରି ପୂଜା କରାଯାଇଥାଏ। ଏହି ଦିନ ଗୋମାତାଙ୍କୁ ସବୁଜ ଚାରା, ସବୁଜ ମଟର ଏବଂ ଗୁଡ ଖାଇବାକୁ ଦିଆଯାଇଥାଏ।

୪. ଯେଉଁମାନଙ୍କ ଘରେ ଗାଈ ନଥାନ୍ତି ସେମାନେ ଗୋଶାଳା ଯାଇ ଗୋମାତାଙ୍କ ପୂଜା କରନ୍ତି | ତାଙ୍କୁ ଗଙ୍ଗାଜଳ, ଫୁଲ, ଧୂପ ଦେଇ ପୂଜା କରି ଗୁଡ ଖୁଆଇଥାନ୍ତି

୫. ଗୋପାଷ୍ଟମିରେ ଗୋମାତାଙ୍କ ପୂଜା କଲେ ଭଗବାନ କୃଷ୍ଣ ବହୁତ ପ୍ରସନ୍ନ ହୋଇଥାନ୍ତି।

୬. ଗୋ ସେବା କରୁଥିବା ବ୍ୟକ୍ତିଙ୍କ ଜୀବନରେ ସଦା ସର୍ବଦା ଧନ ଏବଂ ଖୁସି ଭାରି ରହିଥାଏ ବୋଲି ବିଶ୍ୱାସ ରହିଛି | ତେଣୁ ଗୋମାତାଙ୍କ ପୂଜା କରିବ ଉଚିତ।

ଆଜିକୁ ୫୧ ବର୍ଷ ପୂର୍ବେ ପବିତ୍ର ଗୋପାଷ୍ଟମୀ ମହୋତ୍ସବ ଦିନରେ ଘଟିଥିଲା ଏକ ଦୁଃଖଦ ଘଟଣା ....

ଗୋପାଷ୍ଟମୀ ରେ ଘଟିଥିବା ଏକ ଦୁଖଦ ଘଟଣା

ସନ୧୯୬୬ରେ ଦିଲ୍ଲୀରେ ଏକ ବିଶାଳ ଗୋ-ହତ୍ୟା ନିଷେଧ ଆନ୍ଦୋଳନ ଡକାଯାଇଥିଲା । ଯାହାର ନେତୃତ୍ୱ ନେଇଥିଲେ ପ୍ରାତଃ ସ୍ମରଣୀୟ ବ୍ରହ୍ମଲୀନ ଧର୍ମ ସମ୍ରାଟ ସ୍ୱାମୀ କରପାତ୍ରୀଜୀ ମହାରାଜ , ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିରଞ୍ଜନଦେବ ତୀର୍ଥଜୀ ମହାରାଜ , ଜ୍ୟୋତିଷ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ କୃଷ୍ନବୋଧାଶ୍ରମଜୀ ମହାରାଜ  । ଏହି ଆନ୍ଦୋଳନ ରେ ଦେଶର ସମସ୍ତ ସାଧୁ ସଂଥ ଅଂଶଗ୍ରହଣ କରିଥିଲେ । ଉକ୍ତ ଆନ୍ଦୋଳନ ପ୍ରତ୍ୟକ୍ଷଦର୍ଶୀ ଥିଲେ ଧର୍ମ ସମ୍ରାଟ କରପାତ୍ରୀଜୀ ମହାରାଜଙ୍କ ପ୍ରିୟ ଶିଷ୍ୟ ତଥା ବର୍ତମାନ ପୁରୀପୀଠ ର ମାନ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ । ଉକ୍ତ ଆନ୍ଦୋଳନକୁ ଧ୍ବଂଶ ତଥା ନଷ୍ଟ କରିବାପାଇଁ ତତ୍କାଳୀନ ସରକାର ନିରୀହ ଗୋ-ଭକ୍ତ , ସାଧୁ ସଂଥ ମାନଙ୍କ ଉପରେ ବିଷାକ୍ତ ଗ୍ୟାସ ଏବଂ ଆଖିବୁଜା ଗୁଳି ଚଳାଇଥିଲେ ଏବଂ ନିଜର ଦୋଷକୁ ଘୋଡାଇବା ପାଇଁ ତତ୍କାଳୀନ ସରକାର ସଂସଦ ଭବନ ଆଗରେ ଗଦା ଗଦା ହୋଇଥିବା ନିରୀହ ଶବ ମାନଙ୍କୁ ବିଦ୍ୟୁତ ଚାଳିତ ଚୁଲାରେ ଜଳାଇ ଦାହ କରଥିଲେ । ଅନେକ ସାଧୁସନ୍ଥ ମାନଙ୍କୁ କାରାଗାରରେ ବନ୍ଦୀ କରାଗଲା । ପୂଜ୍ୟ ସ୍ୱାମୀ କରପାତ୍ରୀଜୀ ମହାରାଜଙ୍କୁ ମଧ୍ୟ କାରାଗାରରେ ବନ୍ଦୀ କରାଗଲା ଏବଂ ସେ ରହୁଥିବା କାରାଗାରରେ ଦୁର୍ଦାନ୍ତ ଅପରାଧୀଙ୍କୁ ଛଡ଼ାଯାଇଥିଲା ଏବଂ ଆତତାୟୀଙ୍କ ଦ୍ୱାରା ଲୁହା ରଡ଼ ରେ ଆକ୍ରମଣ କରାଯାଇଥିଲା ସେହି ଆକ୍ରମଣରେ ସ୍ୱାମୀଜୀଙ୍କର ଚକ୍ଷୁରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କ ସମ୍ପୂର୍ଣ ଶ୍ରୀଅଙ୍ଗ ନୀଳ ପଡିଯାଇଥିଲା । ସେହି ଆନ୍ଦୋଳନ ପରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିରଞ୍ଜନଦେବ ତୀର୍ଥ ମହାରାଜ ୭୨ ଦିନ ଅନଶନ କରିଥିଲେ ଯାହାକି ଆଜି ପର୍ଯ୍ୟନ୍ତ ଇତିହାସରେ ଲିପିବଦ୍ଧ ହୋଇ ରହିଛି । ଉକ୍ତ ଆନ୍ଦୋଳନ ରେ ବର୍ତମାନ ପୁରୀପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଙ୍କୁ ୫୨ ଦିନ ପର୍ଯ୍ୟନ୍ତ ତିହାର ଜେଲରେ ବନ୍ଦୀ କରାଯାଇଥିଲା।

ଗୋସମ୍ବର୍ଦ୍ଧନା ସପ୍ତାହ
ଏବେ ପାଳିତ ହେଉଛି ଗୋସମ୍ବର୍ଦ୍ଧନା ସପ୍ତାହ । ଗୋ-ବର୍ଦ୍ଧନ ପୂଜା ଓ ଗୋଷ୍ଠାଷ୍ଟମୀକୁ ସଂଯୋଗକରି ୧୯୫୨ରୁ ଆମ ରାଜ୍ୟ ତଥା ଦେଶରେ ଏହା ପାଳିତ ହୋଇଆସୁଛି। ଆମ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ଓତପ୍ରୋତ ଭାବେ ଜଡ଼ିତ ଗୋମାତା ବି ଆମ ସମୃଦ୍ଧିର ପ୍ରତୀକ ।

Post a Comment

Previous Post Next Post