❗ *କାହାକୁ ନମଣିବ ସାନ*❗

     ମୁମ୍ବାଇ ଆସିବା ପରେ କାର ଚଳାଇବା ଏକ ପ୍ରକାର ଛାଡି ଦେଇଛି। କାରଣ ଘରୁ ବାହାରିଲେ ପଶ୍ଚିମ ରାଜପଥ। ସେଥିରେ ଚାଳକ ପବନ ର ଗତି ସଦୃଶ ମୂଲ୍ୟବାନ ହାଇସ୍ପିଡ଼  କାର ର ଗତି  ଘଣ୍ଟାକୁ ୧୦୦ କିଲୋମିଟର ଉପରେ ରଖନ୍ତି। ତା ଉପରେ ପ୍ରବଳ   ଟ୍ରାଫିକ ଭିଡ଼। ଛୋଟ ସହରରେ କାର ଗତି ଘଣ୍ଟାକୁ ୬୦/୭୦ କିଲୋମିଟର ହେଲେ ବହୁତ। ଏଠାରେ ଅଟୋ ରିକ୍ସା, ଓଲା/ୟୁବେର, ଲୋକାଲ ଟ୍ରେନ ଭଳି ସୁଲଭ ସାଧନ ଥାଉଁଥାଉଁ କାହିଁକି ବା ବଢିବା ବୟସରେ କାର ଚଳାଇବା ରିସ୍କ ନେବି ? ଯେଉଁଠି ଠିଆ, ଦୁଇ ମିନିଟ ମଧ୍ୟରେ ଅଟୋ ରିକ୍ସା ହଜାର। କୌଣସି  ମୁଲଚାଲ ନାହିଁ। ମିଟର ଅନୁସାରେ ଭଡା। ଗୋଟିଏ ଟଙ୍କା ଅଧିକ ଦେଇଥିଲେ ଫେରାଇ ଦେଵେ। ମୋ ଅନୁଭବ କହେ ଅନ୍ୟ ସହର ତୁଳନାରେ ଏଠାକାର ଅଟୋ ଚାଳକ ପ୍ରାୟ ଶାନ୍ତ ଶିଷ୍ଟ ଓ ଭଦ୍ର।
     କିଛି ଦିନ ତଳର କଥା। ମୁଁ ରେଳ ଷ୍ଟେସନ ଯିବା ପାଇଁ ଅଟୋ ରେ ବାହାରିଲି। ସକାଳୁ ସକାଳୁ  ଡ୍ରାଇଭର ହିନ୍ଦୀ ଭଜନ ନାନାବାୟା ସ୍ୱରରେ  ଗୁଣୁ ଗୁଣୁ ଗାଇ  ଅଟୋ ଗଡାଉ ଥାଏ। ମଥାରେ ତାର ରାମାନନ୍ଦୀ ଚିତା। ଲାଗୁଥାଏ ଜଣେ ସତସଙ୍ଗୀ ସାଧୁ ପ୍ରକୃତି ର ବ୍ୟକ୍ତି। ହଠାତ ଗୋଟିଏ କାର ପାର୍କିଂ ରୁ ବାହାରି ରାସ୍ତା ଉପରକୁ ଧାଇଁ ଆସିଲା। ଭରତ ହରି ନାଥଙ୍କ ଏହି ଲେଖାଟି ଆପଣ ଓଡିଶା ରୁ ଆମେ ହ୍ବାଟ୍ସଆପ୍ ଗୃପ୍ ରେ ପଢୁଛନ୍ତି। ବିଚରା ଅଟୋ ଵାଲା ର ଅଥହ ଚେଷ୍ଟା ଫଳରୁ ଆମେ ଏକ ସମ୍ଭାବିତ ଦୁର୍ଘଟଣା ରୁ ବଂଚିଗଲୁ।
     ହେଲେ ଇଏ କଣ? କାର ଚଳାଉଥିବା ବ୍ୟକ୍ତି ଜଣକ ପଦାକୁ ବାହାରି ଆସି ଅଟୋ ଚାଳକ ଉପରେ ଚଢ଼ାଉ କରି ବହେ ଗାଳିଗୁଲଜ କଲା। କିନ୍ତୁ ଅଟୋଚାଳକ ନିରବ ଯେପରି  ସବୁ ଦୋଷ ତାର। କାର ମାଲିକ ଙ୍କ କଥା ରେ ସେ କୌଣସି ରାଗ କଲା ନାହିଁ ବରଂ କ୍ଷମା ପ୍ରାର୍ଥନା କରି ଅଟୋ ଆଗକୁ ବଢ଼ାଇ ନେଲା। ମୋର କିନ୍ତୁ କାର ମାଲିକଙ୍କ ଉପରେ ଭାରି ରାଗ ହେଉଥାଏ। ଓ ଅଟୋ ବାଲା ଉପରେ ଦୟା ଆସୁଥାଏ। ଗୀତା ର ସେ ଶ୍ଳୋକଟି ବାରମ୍ବାର ମାନେ ପଡୁଥାଏ।

रागद्वेषवियुक्तैस्तु विषयानिन्द्रियैश्चरन् |
आत्मवश्यैर्विधेयात्मा प्रसादमधिगच्छति || 
     ତଥାପି ପଚାରିଲି, "ଦୋଷ କାରଵାଲା  ର ଥିଲା, ତୁମେ ନିର୍ଦୋଷ  ଥିବା ସତ୍ୱେ ତୁମକୁ ଏତେ କଥା କହଗଲା, ତୁମେ କାହିଁକି ପ୍ରତି ଉତ୍ତର ଦେଲନାହିଁ ?
ଅଟୋବାଲା ର ଉତ୍ତର ଖୁବ ମାର୍ମିକ ଥିଲା,"ଛାଡ଼ନ୍ତୁ ସାର, ଈଶ୍ୱର ଙ୍କୁ ଧନ୍ୟବାଦ ଦିଅନ୍ତୁ। ଆମ ଭାଗ୍ୟ ଭଲ ନଚେତ ବର୍ତ୍ତମାନ ହସ୍ପିଟାଲ ରେ ଥାନ୍ତୁ। ଦୁନିଆରେ ପ୍ରାୟ ଲୋକଙ୍କ  ମନ ଦୁଇ ଭାଗରେ ବିଭକ୍ତ ହୋଇଥାଏ। ଅଧା ଭାଗରେ ରଚନାତ୍ମକ, ନିର୍ମାଣାତ୍ମକ, ସକାରାତ୍ମକ ଏବଂ ଅନ୍ୟ ଭାଗଟିରେ ନିଷେଧାତ୍ମକ ବିଚାରଧାରା ପୂରି ରହିଥାଏ। କ୍ରୋଧ, ଘୃଣା, ଦୁଃଶ୍ଚିନ୍ତା, ନିରାଶା ଆଦି କୁଢ଼ କୁଢ଼ ଅଳିଆ ଗଦା ଯାହାର ଜୀବନରେ ଆବଶ୍ୟକତା ନାହିଁ, ମସ୍ତିଷ୍କ ରୂପି ଅଳିଆ ବୋଝଇ ଟ୍ରକ ରେ ଭରି ରଖିଥାନ୍ତି। ଯେତେବେଳେ ତାଙ୍କ ପାଖରେ ଅଧିକ ହୋଇଯାଏ, ନିଜର ଏହି ଅଳିଆ ବୋଝ ହାଲୁକା କରବା ପାଇଁ ଅନ୍ୟ ଉପରେ ଫିଙ୍ଗି ଦେବାର ଅବସର ଖୋଜୁଥାନ୍ତି। ଆମ ଜୀବନ ବି ବେଳେ ବେଳେ ଏଇ ଅଳିଆ ଗଦା ଭଳି ହେଇଯାଏ। ବହୁତ ସମସ୍ୟା ଭିତରେ ମଣିଷ ଜୀବନ ଛନ୍ଦି ହେଇ ଏମିତି ଅଳିଆ ଭଳି ଲାଗେ। ଲାଗେ ଯେମିତି ଜୀବନରେ ଆଉ ଭଲ ସମୟ କିଛି ଆସିବନି କି ସମସ୍ୟାର ସମାଧାନ କେବେ ହେବ ନାହିଁ । ହେଲେ ଆମେ ଭୁଲିଯାଉ  ଯେ ଏଇ ଅଳିଆ ଗଦା ଭିତରେ ଲୁଚି ରହିଛି ଆମର ଖୁସି । ଦରକାର କେବଳ କାଠି ଖଣ୍ଡିଏ ଧରି ସେଇ ଅଳିଆ ଭିତରୁ ନିଜ ମୁତାବକ ଖୁସିକୁ ସାଉଁଟି ବିଚାର  ରୂପକ ଜରିମୁଣି ଭିତରେ ପୁରେଇବାକୁ । ଦରକାର କେବଳ ସାହସ, ସେଇ ଅଳିଆ ଗଦା ଭିତରେ କୁଦା ମାରି ନିଜ ଖୁସିକୁ ଖୋଜିବା । ଯେତେ ବେଶି ଆବର୍ଜନା, ସେତେ ବେଶି ଖୁସି ଦବିରହିଥିବାର ସମ୍ଭାବନା। କିନ୍ତୁ ଆମେ ଜୀବନରେ ଆସୁଥିବା ସମସ୍ୟାକୁ ଅଳିଆ ଭାବି ତା’ ଭିତରେ ଛନ୍ଦି ହେଇଯାଉ ।”

    କୌଣସି ପିତା ଔଷଧ ଆମେ ନଚୋବାଇ ଏକା  ଥରକରେ ଗିଳି ଦେଇଥାଉ । ଠିକ ସେହିଭଳି ଏଭଳି ଲୋକଙ୍କ କଥା ରେ ଘାଣ୍ଟି ହେଲେ  ଜୀବନର ମଧୁରତା, ଅତ୍ମୀୟତା  ଆସିବ  କେଉଁଠୁ? ତେଣୁ ଏପରି ଲୋକଙ୍କ ସହ ବାଦ୍ବିବାଦ ନ କରି ସ୍ମିତ ହସ ଟିକେ ଛାଡି ସେ ସ୍ଥାନ ପରିତ୍ୟାଗ କରିବା ଶ୍ରେୟସ୍କର। ସେ ଅହୁରି କହିଚାଲୁଥିଲେ। ମନେ ରଖିବେ ସାହେବ, ପାଗଳ କେବଳ ମାନସିକ ଚିକିତ୍ସାଳୟ ରେ ନଥାନ୍ତି। ଆଖ ପାଖରେ ଖୋଲା ଷଣ୍ଢ ଭଳି ବୁଲୁ ଥାନ୍ତି। କାହିଁକି ତାଙ୍କୁ ନିମନ୍ତ୍ରଣ କରିବା ମୁଣ୍ଡିଆ ଟାଏ ଖାଇବାକୁ। ଯିଏ ଅପଣଙ୍କ ସହ ଭଲ ବ୍ୟବହାର କଲା ତାକୁ ଧନ୍ୟବାଦ। କେହି ଯଦି  ଭଲ ବ୍ୟବହାର ନ ରଖୁଛି, ନମସ୍କାର ଟିଏ ପକାଇ ଦୁରେଇ ଯାନ୍ତୁ। ମୁଁ ଯଦି ଉତ୍ତର ରେ କିଛି କହିଥାନ୍ତି, ଅଖପାଖ ର ଆଠ ଦଶ ଜଣ ଲୋକ ରୁଣ୍ଡ ହୋଇଯାଇଥାନ୍ତେ, ବାଦ ବିବାଦ ରେ ଆପଣଙ୍କ ଟ୍ରେନ ସମୟ ହୋଇଯାଇଥାନ୍ତା।

*ମନଃ ପ୍ରସାଦଃ ସୌମ୍ୟତ୍ୱଂ ମୌନମାତ୍ମବିନିଗ୍ରହଃ ।*
*ଭାବସଂଶୁଦ୍ଧିରିତ୍ୟେତତ୍ତପୋ ମାନସମୁଚ୍ୟତେ ।।*
 ଶୁଦ୍ଧ ବିଚାର, ଶିଷ୍ଟତା, ମୌନଭାବ, ଆତ୍ମ ସଂଯମ ଏବଂ ମହତ୍ ଉଦ୍ଦେଶ୍ୟ - ଏଗୁଡିକୁ ମାନସିକ ତପସ୍ୟା କୁହାଯାଏ ।ଶାରୀରିକ ଏବଂ ବାଚିକ ସଂଯମଠାରୁ ମାନସିକ ତପସ୍ୟା ଅଧିକ ମହତ୍ୱପୂର୍ଣ୍ଣ ଅଟେ,ଭରତ ହରି ନାଥଙ୍କ ଏହି ଲେଖାଟି ଆପଣ ଓଡିଶା ରୁ ଆମେ ହ୍ବାଟ୍ସଆପ୍ ଗୃପ୍ ରେ ପଢୁଛନ୍ତି। କାରଣ ଆମେ ଯଦି ମନକୁ ବଶୀଭୂତ କରିବାକୁ ଶିଖିଯିବା ଶରୀର ଓ ବାଣୀ ଆପେ ଆପେ ନିୟନ୍ତ୍ରିତ ହୋଇଯିବ।
ଲୋକେ ଏପରି ଭାବନ୍ତି ଯେ ସେମାନଙ୍କର ଚିନ୍ତନ ସବୁ ଗୁପ୍ତ ଅଟେ ଏବଂ ତାହାର ବାହ୍ୟ ପ୍ରଭାବ କିଛି ନାହିଁ, କାରଣ ତାହା ଅନ୍ୟମାନଙ୍କର ଦୃଷ୍ଟି ଅନ୍ତରାଳରେ ମନ ଭିତରେ ନିବାସ କରିଥାଏ। କିନ୍ତୁ ସେମାନେ ଏହା ଜାଣନ୍ତି ନାହିଁ ଯେ ଚିନ୍ତନ ଆନ୍ତରିକ ଚରିତ୍ରକୁ ରୂପାୟିତ କରିବା ସହିତ ବାହ୍ୟ ଚରିତ୍ରକୁ ମଧ୍ୟ ରୂପାୟିତ କରିଥାଏ। ସେଥିପାଇଁ ଆମେ ଜଣେ ବ୍ୟକ୍ତିକୁ ଦେଖି କହିଥାଉ, “ସେ ଅତ୍ୟନ୍ତ ସରଳ ଏବଂ ବିଶ୍ୱାସଯୋଗ୍ୟ ମନେ ହେଉଛନ୍ତି । ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଖି ଆମେ କହିପାରୁ ସେ ଅତ୍ୟନ୍ତ ଧୂର୍ତ୍ତ ଏବଂ କପଟି ମନେ ହେଉଛନ୍ତି, ତାଙ୍କଠାରୁ ଦୂରେଇ ରହିବା ଉଚିତ୍।
     ବିଚାର ଏବଂ ଚରିତ୍ରର ସମ୍ବନ୍ଧକୁ ନେଇ ଅନ୍ୟ ଏକ ସୁନ୍ଦର ଉକ୍ତି ଅଛି:

*ଆପଣ ନିଜ  ବିଚାର ପ୍ରତି ସଜାଗ ହୁଅନ୍ତୁ , କାରଣ ଏହି ବିଚାର କାଳକ୍ରମେ ବଚନ ରେ ପରିଣତ ହୁଏ l*

*ଆପଣ ନିଜ  ବଚନ ପ୍ରତି ସଜାଗ ହୁଅନ୍ତୁ , କାରଣ ଏହି ବଚନ କାଳକ୍ରମେ ଅଚରଣ  ରେ ପରିଣତ ହୁଏ l*

*ଆପଣ ନିଜ  ଆଚରଣ ପ୍ରତି ସଜାଗ ହୁଅନ୍ତୁ, କାରଣ ଏହି ଅଚରଣ କାଳକ୍ରମେ ଅଭ୍ୟାସ  ରେ ପରିଣତ ହୁଏ l*

*ଆପଣ ନିଜ  ଅଭ୍ୟାସ ପ୍ରତି ସଜାଗ ହୁଅନ୍ତୁ , କାରଣ ଏହି ଅଭ୍ୟାସ କାଳକ୍ରମେ ଚରିତ୍ର ରେ ପରିଣତ ହୁଏ l*

*ଆପଣ ନିଜ  ଚରିତ୍ର ପ୍ରତି ସଜାଗ ହୁଅନ୍ତୁ , କାରଣ ଏହି ଚରିତ୍ର  କାଳକ୍ରମେ ଭାଗ୍ୟ  ରେ ପରିଣତ ହୁଏ l*

 ଏଭଳି କଥାବାର୍ତ୍ତା ରେ କେତେବେଳେ ଷ୍ଟେସନ ଆସିଗଲା, ମୋତେ ଜଣା ନାହିଁ, ମୁଁତ ଅଟୋ ଚାଳକ ର କଥା ରେ ମୂର୍ତ୍ତିମନ୍ତ ହୋଇ ଯାଇଥିଲି। ଅଟୋ ରୁ ଓଲ୍ହାଇ ଦୁଇ ହାତ ଯୋଡି ଚାଳକ କୁ ଅଭିବାଦନ ଜଣାଇ କହିଲି, "ଦୀକ୍ଷା ଦାନ  କରି କେହି କାହାର ଗୁରୁ ହୋଇ ନ ପାରେ। ଭଗବାନ ଦତ୍ତାତ୍ରୟ ଙ୍କର ପାରା ଠାରୁ ପୃଥିବୀ, ଅଜଗର ଠାରୁ ଆକାଶ ଚବିଶ ଗୁରୁ ଥିଲେ। ଆଜିଠାରୁ ଆପଣ ମଧ୍ୟ ମୋର ଜଣେ ଗୁରୁ ହେଲେ।

    *सिय राम मय सब जग जानी,*
      *करहु प्रणाम जोरी जुग पानी ।।🙏*
 

*ଜୟ ଜଗନ୍ନାଥ*

Post a Comment

Previous Post Next Post