*🕉️10ବ୍ରହ୍ମବିଦ୍ୟା ସମ୍ୟକ୍ ଧାରଣା:*🕉️


*ସଂସାର ଦୁଇ ପ୍ରକାର ଯଥା:-*
*୧-* ବାହ୍ୟ ସଂସାର-ଗୃହସ୍ଥାଶ୍ରମକୁ ଅନୁସରି ଥିବା
ସମସ୍ତ ବନ୍ଧୁବାନ୍ଧବ,ଭାର୍ଯ୍ୟା,ସନ୍ତାନାଦି ବାହ୍ୟ ସଂସାର
ଅଟେ।
*୨-* ଅଭ୍ୟନ୍ତର ସଂସାର-ଚତୁର୍ଦ୍ଦଶ ଇନ୍ଦ୍ରିୟ ଓ ସେମାନଙ୍କର
ବୃତ୍ତିଗଣ,ଅରିଷଟ୍ ବର୍ଗ,ତାପତ୍ରୟ ଇତ୍ୟାଦି ଅନ୍ତର
ସଂସାର ଅଟେ।ପଶୁମାନଙ୍କୁ ପୁତ୍ରେଷଣା,ପକ୍ଷୀମାନଙ୍କୁ
ଦାରେଷଣା ଓ ମନୁଷ୍ୟମାନଙ୍କୁ ଧନେଷଣା ଅଧିକ ଥାଏ।
ଧନ ଆଶାରେ ଅନେକ ସ୍ତ୍ରୀ-ପୁରୁଷ କେତେ ବୁଦ୍ଧିମାନ
ହୋଇଥିଲେ ସୁଦ୍ଧା ପାପ ରୂପକ ବିଷୟା ସମୁଦ୍ରରେ ପଡି
ଦୁଃଖ ସନ୍ତାପ ଭୋଗ କରନ୍ତି।
ବିଘ୍ନକାରକ ରାଗଦ୍ବେଷାଦି ୧୩ ପ୍ରକାର ଯଥା:-

୧-ରାଗ-କାମନା ବା ଅନ୍ୟ ସ୍ତ୍ରୀ ମାନଙ୍କୁ ବଭିଚାର 
ଦୃଷ୍ଟିରେ ଦେଖିବା।
୨-ଦ୍ବେଷ-ଅପକାରୀକୁ ଅପକାର ପାଞ୍ଚିବା ବୁଦ୍ଧି।
୩-କାମ-ଅମିତ ଆଶା-ସ୍ତ୍ରୀ ଧନ ଘର ସମ୍ପତ୍ତିରେ ଆଶା
ରଖି,ସେଥିରେ ଘାଣ୍ଟି ହେବା।
୪-କ୍ରୋଧ-ନିଜ କଥାକୁ ପ୍ରତିକୁଳ ହବା ଲୋକକୁ ଦଣ୍ଡ
ଦେବା ବୁଦ୍ଧି।
୫-ଲୋଭ-ପ୍ରାପ୍ତି ହୋଇଥିବା ବସ୍ତୁ ଅନ୍ୟକୁ ନ ଦେବା 
ଭାବ।କାହାକୁ କିଛି ନ ମିଳୁ ପଛେ ମୋତେ ସବୁ ମିଳୁ
ଏବଂ ପୂର୍ବ ସୁକୃତରୁ ଯଦି ସମ୍ପଦବାନ୍ ହୋଇଥାଏ,
ସେଥିରୁ କିଛିହେଲେ ଧର୍ମ ଓ ପରୋପକାରରେ
ବିନିଯୋଗ ନକରି ସେ ଧନକୁ ଦେଖି ଦେଖି ପ୍ରାଣ
ଛାଡିଦେବା।
୬-ମୋହ-ସମସ୍ତ ପ୍ରକାର ଆଶ୍ଚର୍ଯ୍ୟ ପ୍ରତି ଅମିତ ପ୍ରେମ 
ରଖି  ପୁଣି ସେ ଗୁଡିକର ଲାଭାଲାଭରେ ସନ୍ତୋଷ ଓ
ବିଚାର କରିବା।ଯୁକ୍ତାଯୁକ୍ତ ବ୍ୟବହାର ନଜାଣି ସଂସାର
ମୋହରେ ବୁଡି ରହିବା।
୭-ମଦ-ନିଜର ସମ୍ପତ୍ତିରେ ଗର୍ବିତ ହୋଇ ନାନାଦି ପ୍ରକାର
ଭାବନା ମନରେ ଆଣିବା।କୁଳମଦ,ବଳମଦ,ରୂପମଦ,
ଧନମୟ,ଯୌବନମଦ,ବିଦ୍ୟାମଦ,ଅଧିକାରମଦ,ତପମଦ
ଏପରି ଆଠ ପ୍ରକାର ମଦ ଅଛି।
୮-ମାଶ୍ଚର୍ଯ୍ୟ-ଅନ୍ୟର ସମ୍ପତ୍ତି,ବଳ,ଧନ ଇତ୍ୟାଦି ଦେଖି
ସହି ନପାରି ଅନ୍ୟର ଅନିଷ୍ଟ କରିବାକୁ ଚେଷ୍ଟା କରିବା।
୯-ଈର୍ଷା-ପୂର୍ବାର୍ଜିତ ମନ୍ଦଫଳ ଯୋଗୁଁ ଦରିଦ୍ର ହୋଇ 
ଜନ୍ମଲାଭ କରିବା ଏବଂ ନାନାଦି କଷ୍ଟ ଭୋଗକରି ଅନ୍ୟ
ମାନଙ୍କର ଅମଙ୍ଗଳ କାମନା କରିବା ଜ୍ଞାନ ଈର୍ଷା।
୧୦-ଅସୂୟା-ପୂର୍ବ ପୁଣ୍ୟରୁ ଧନବନ୍ତ ହୋଇ ସାଂସାରିକ
ବ୍ୟାପାରରେ ମନ ରଖି ଅନ୍ୟ ପ୍ରତି ବିଦ୍ବେଷ ଭାବ
ଜାତ କରିବା।
୧୧-ଦମ୍ଭ-ମୋତେ ସମସ୍ତେ ଭୂଷଣ କରନ୍ତୁ ବା ମାନନ୍ତୁ
ବୋଲି ଭାବ ରଖିବା।
୧୨-ଦର୍ପ-ସବୁ କାର୍ଯ୍ୟରେ ମୁଁ କେବଳ ବୁଦ୍ଧିମାନ୍ ଓ
ବଳବାନ୍।ଅନ୍ୟମାନେ ମୋଠାରୁ ବୁଦ୍ଧି ଶିକ୍ଷୁଛନ୍ତି,ମୁଁ
ସମସ୍ତଙ୍କ ଭିତରେ ବୁଦ୍ଧିଆ ଅଟେ,ଏପରି ଭାବେ 
ଲୋକଙ୍କୁ କହିବା।
୧୩-ଅହଂକାର-ଅନେକ ଲୋକମାନଙ୍କୁ ତୁଚ୍ଛମଣି 
ତାଚ୍ଛଲ୍ୟ ଭାବ ଦେଖାଇବା,ବଡ ପାଟିକରି ଲୋକଙ୍କୁ
ଭୟ ଦେଖାଇବା ଏବଂ ସମସ୍ତଙ୍କୁ ନିଜ ଅଧିନକୁ 
ଆଣିବାକୁ ଇଚ୍ଛା କରୁଥିବା ବୁଦ୍ଧିକୁ ଅହଂକାର କୁହାଯାଏ।

Post a Comment

Previous Post Next Post