*❀❣️ସ୍ନାନ ଓ ଏହାର ପ୍ରକାର❣️❀*
ମଣିଷର ଆଜିକାଲିର ଏହି ବ୍ୟସ୍ତ ଜୀବନରେ ସ୍ନାନ ଆଦି ସ୍ୱଚ୍ଛତା କରିବାରେ କିଛି ଅଡ୍ ଦେଖାଯାଇଥାଏ , କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ମନୁଷ୍ୟ ନିତି ଦିନିଆ ଏହି କାର୍ଯ୍ୟ ନ କଲେ ଜୀବନର ସୁଖ ଶାନ୍ତିରୁ ଦୂରେଇ ଯାଇଥାନ୍ତି। ଭଗବାନ ଶ୍ରୀକୃଷ୍ଣ ସ୍ନାନ କରିବାର ବିଭିନ୍ନ ପ୍ରକାର ସମୟ ଓ ସ୍ନାନ ନ କଲେ ମନୁଷ୍ୟ ଜୀବନରେ କି ପ୍ରଭାବ ପଡିଥାଏ ଏହାର ବିସ୍ତାର ରୂପେ ପ୍ରକାଶ କରିଛନ୍ତି। ସ୍ୱଚ୍ଛତା ର ସମ୍ବନ୍ଧ ମାଁ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଛି , କିନ୍ତୁ ଖାଲି ଘରର କିମ୍ୱା କୈାଣସି ଜିନିଷର ସ୍ୱଚ୍ଛତା ନୁହେଁ ମନୁଷ୍ୟକୁ ନିଜ ଶରୀରକୁ ମଧ୍ୟ ‌ସ୍ୱଛତା ରଖିବା ଆବଶ୍ୟକ।

 ସ୍ନାନ ପାଇଁ ସବୁଠାରୁ ଉତ୍ତମ ସମୟ ହେଲା ବ୍ରହ୍ମ ସମୟ , ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ଆଦି କାର୍ଯ୍ୟ ଯେଉଁ ବ୍ୟକ୍ତି କରିଥାଏ ତାଙ୍କ ଦ୍ୱାରା କରାଯାଇଥିବା ସବୁ କାର୍ଯ୍ୟ ସୁଫଳ ମିଳିଥାଏ ଓ ସବୁ ପାପ ଦୋଷରୁ ମୁକ୍ତିଲାଭ ମିଳିଥାଏ।

 ଏଥିପାଇଁ ପୂର୍ବ କାଳରେ ମୁନି ଋଷି ମାନେ ବ୍ରହ୍ମ କାଳରେ ସ୍ନାନ ଆଦି ସାରି ଧର୍ମ କାର୍ଯ୍ୟ କରୁଥିଲେ , ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଆମେ ଶୋଇବା ବେଳେ ଆମ ଶରୀରରୁ ଳାଳ ଆଦି ବାହାରି ଆମକୁ ଅସୁଧି କରିଥାଏ ଏଥିପାଇଁ ଆମକୁ ବ୍ରହ୍ମ କାଳରେ ସ୍ନାନ ଆଦି ସାରି ଧର୍ମ କାର୍ଯ୍ୟ କରି ଆମ ଶରୀରକୁ ପବିତ୍ର କରିବା ଉଚିତ , ଯାହା ଦ୍ଵାରା ଆମର ବାକି ଦିନଟି ଖୁସିରେ କଟିବ , ଯଦି ଆପଣ ସ୍ନାନ ନ କରି କାର୍ଯ୍ୟରେ ଲାଗିଯାନ୍ତି ତେବେ ଆପଣଙ୍କର ଚାରିପଟେ ନକରାତ୍ମକ ଶକ୍ତିର ପ୍ରଭାବ ବିସ୍ତାର ହୋଇଥାଏ। ଯାହା ଫଳରେ ଆପଣଙ୍କ ସବୁ କାର୍ଯ୍ୟରେ ବିଘ୍ନ ଵା ବାଧା ଆସିଥାଏ। କାହିଁକି ନାଁ ଏମାନେ ଅସ୍ବଛ , ଅପରିଷ୍କାର ଓ ମଳିନ ପ୍ରକୃତିରେ ବାସ କରିଥାନ୍ତି।

 ଏମାନଙ୍କ ପ୍ରଭାବରେ ଜୀବନରେ କେବେ ବି ଉନ୍ନତି ହୋଇନଥାଏ , ଯଦି ଆପଣ ଏହି ନକରାତ୍ମକ ଶକ୍ତି ଠାରୁ ରକ୍ଷା ପାଇବାପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ଦିନ ଚର୍ଚ୍ଚା ସ୍ନାନ ପରେ ହିଁ କରନ୍ତୁ ଏବଂ ଦିନଟିକୁ ଶୁଭମୟ କରନ୍ତୁ , ଶ୍ରୀକୃଷ୍ଣଙ୍କ ମତ ଅନୁସାରେ ସ୍ନାନ କରିବାର ପ୍ରକୃତ ଉପାୟ ହେଲା ଆପଣ ସ୍ନାନ ବେଳେ ପ୍ରଥମେ ନିଜ ଗୋଡ଼କୁ ଧୋଇହୁଅନ୍ତୁ ଓ ତା ପରେ ବାକି ଅଙ୍ଗକୁ ଶୁଦ୍ଧ କରନ୍ତୁ। 

ସ୍ନାନ କରିବାର ବିଭିନ୍ନ ପ୍ରକାର ବର୍ଣ୍ଣନା କରାଯାଇଛି ଯଥା 

*ବରୁଣ ସ୍ନାନ* ଏହି ସ୍ନାନରେ କୈାଣସି ନଦୀ କିମ୍ବା ସରୋବରରେ ବୁଡି ସ୍ନାନ କରାଯାଏ। 

*ଦିବ୍ୟ ସ୍ନାନ* ଏହି ସ୍ନାନରେ ସୂର୍ଯ୍ୟ କିରଣ ସହ ନଦୀ କିମ୍ବା ସରୋବରରେ ବୁଡି ସ୍ନାନ କରାଯାଏ।

*ବାଇୟବ୍ୟ ସ୍ନାନ*  ଶରୀରରେ ଗୋମୁତ୍ର ଛିଞ୍ଚି କରାଯାଏ।

*ଭସ୍ମ ସ୍ନାନ* ଏହି ସ୍ନାନରେ ଶରୀରରେ ଭସ୍ମ ଲଗାଇ ନଦୀ କିମ୍ବା ସରୋବରରେ ବୁଡି ସ୍ନାନ କରାଯାଏ ଏହି ସ୍ନାନ କୁ ଅଘୋରି ବା ଋଷି ମାନେ କରିଥାନ୍ତି , ତେବେ ସ୍ନାନ କରିବା ସମୟରେ ଏହିସବୁ କଥାର ଧ୍ୟାନ ରଖିବା ଉଚିତ ।

✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Post a Comment

Previous Post Next Post