ପୋଡ_ପିଠା
ମହାପ୍ରଭୁଙ୍କ ଅତି ପ୍ରିୟ ପୋଡ ପିଠା ବାହୁଡା ଦିନ ସମର୍ପଣ ହେବ 
| ପୋଡ଼ପିଠା ତିଆରିରେ ବ୍ୟସ୍ତ ସେବକ :
ପୁରୀ ବଡ଼ଦାଣ୍ଡର ବଳଗଣ୍ଡିଠାରେ ପୂଜିତା ଠାକୁରାଣୀ ଅର୍ଦ୍ଧାଶନୀ ବା ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତି ଚାଲିଛି । ୨୦ ତାରିଖ ଦିନ ବାହୁଡାରେ ରଥାରୂଢ଼ ମହାପ୍ରଭୁମାନଙ୍କୁ ଏହା ସମର୍ପଣ ହେବ । ଏନେଇ ମାଉସୀ ମା’ଙ୍କ ସେବା ପୂଜା କରୁଥିବା ବିଶ୍ୱନାଥ ମିଶ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ ହଜାର ୫୦୦ ଟଙ୍କା ଦିଆଯାଇଛି । ବିଶ୍ୱନାଥ ଓ ଠାକୁରାଣୀଙ୍କ ଅନ୍ୟତମ ପୂଜକ ଶୁଭେନ୍ଦୁ ତ୍ରିପାଠୀ ହବିଷାନ୍ନରେ ରହି ପୋଡପିଠା ପ୍ରସ୍ତୁତ କରୁଛନ୍ତି ।
ଏନେଇ ଶ୍ରୀ ମିଶ୍ର କହିଛନ୍ତି, ହେରାପଞ୍ଚମୀ ଠାରୁ ଏହି ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ୩ଟି କୁଡିଆରେ ୩ ଠାକୁରଙ୍କ ନିମନ୍ତେ ପିଠା ପ୍ରସ୍ତୁତ ହେଉଛି । ଛେନା, ଅଟା,ଚିନି, ଅଳେଇଚ, ପିସ୍ତା, ଘିଅ, ଲବଙ୍ଗ ପ୍ରଭୃତି ମିଶ୍ରଣକୁ ଚକିଟିବା ପରେ ଏହା ଗୋଟିଏ ରାତି ପାଣି ବାମ୍ପରେ ଭଲଭାବରେ ସିଝାଇବାକୁ ପଡ଼ୁଛି । ସକାଳୁ ଥଣ୍ଡା କରାଯାଇ କାଟିବା ପରେ ଏହାକୁ ଗୋଟିଗୋଟି କରି ଛଣାଯାଏ । ଠାକୁରାଣୀଙ୍କ ମନ୍ଦିରରେ ଇଟାରେ ଏନେଇ ସ୍ୱତନ୍ତ୍ର ଚୁଲି ତିଆରି କରାଯାଇଛି ।

ଜୟ ଜଗନ୍ନାଥ

Post a Comment

Previous Post Next Post