ଗୁପ୍ତ ଗୁଣ୍ଡିଚା / ଶାକ୍ତ ଗୁଣ୍ଡିଚା

*"ଯଃ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ ,* 
*ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।।"* 
ଶ୍ରୀକ୍ଷେତ୍ର ଏକ ତନ୍ତ୍ରପୀଠ ନାମରେ ପରିଚିତ।  ମା ବିମଳା ହେଉଛନ୍ତି ଭୈରବୀ ଓ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭୈରବ।
ଶାରଦୀୟ ଷୋଡଶ ଦିନାତ୍ମକ ପୂଜା ରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନ ରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିର ରେ ବିଜେ କରିଥାନ୍ତି। ପ୍ରଥମ ୮ ଦିନ  ସକାଳ ଧୂପ ସମ୍ପନ୍ନ ହେବା ପରେ ଦୁର୍ଗା ମାଧବ ଭଣ୍ଡାର ଘର ନିକଟରୁ ବିମଳା ମନ୍ଦିର କୁ ବିଜେ ହୋଇଥାନ୍ତି । ସନ୍ଧ୍ୟା ଧୂପ ନୀତି ବଢିବା ପରେ ପୁନଃ ଭଣ୍ଡାର ଘର ନିକଟକୁ ବାହୁଡ଼ି ଥାନ୍ତି । 
ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିର କୁ ନନ୍ଦିଘୋଷ ରଥାକୃତି ଏକ ବିମାନରେ ଯାତ୍ରା କରିଥାନ୍ତି ।
ନାରାୟଣୀ ମନ୍ଦିର ରେ ପହଞ୍ଚିବା ପରେ ଭିତରଚ୍ଛ  ମହାପାତ୍ର ସୁବାସିତ ଜଳ ଅର୍ପଣ କରନ୍ତି । ତା ପରେ ମହାଜନ ମାନେ ପ୍ରତିମା ଙ୍କୁ ଆସ୍ଥାନ କୁ ବିଜେ କରାନ୍ତି।ପରେ ଭିତରଚ୍ଛ ମହାପାତ୍ର ବନ୍ଦାପନା ନୀତି କରନ୍ତି।ପ୍ରସାଦ (ଚନ୍ଦନ) ଲାଗି କରାଯାଏ।ପରେ ଗରାବଡ଼ୁ   ପୂଜା ଠା କରନ୍ତି l ପୂଜାପଣ୍ଡା ପଞ୍ଚୋପୋଚର୍ ରେ ଗୁଡ଼ରେ ତିଆରି ମୁଆଁ,ଗୁଡ଼ ରେ ତିଆରି କୋରା ପ୍ରଭୁ ଙ୍କୁ ଅର୍ପଣ କରାଯାଏ।ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ବଡ଼ସିଂହାର ନୀତି ହେଲେ ଯାଇ ଦୁର୍ଗାମାଧବ ଙ୍କ ଚନ୍ଦନ ଲାଗି ଓ ବଡ଼ ସିଂହାର ନୀତି କରାଯାଇଥାଏ। ଏହାପରେ ଏକ ପାଲିଙ୍କି ରେ ବିଜେ ହୋଇ ଶ୍ରୀମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏହାକୁ ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା କୁହାଯାଏ।

Post a Comment

Previous Post Next Post