ଜୟ ଜଗନ୍ନାଥ ।🙏🌸🙏
ପ୍ରତେକ କର୍ମ ର ଫଳ ରହିଛି ।ଅଜାଣତ ରେ କରନ୍ତୁ କି ଜାଣନ୍ତ ରେ କରନ୍ତୁ ଫଳ ନିଶ୍ଚିତ ମିଳିବ ।ତେଣୁ ଆଜି ଆମେ ଯାହା ସବୁବେଳେ ପ୍ରାପ୍ତି କରୁଛେ କିମ୍ବା ଆମ ପାଇଁ ଘଟଛି ତାହା ଆମ କର୍ମ ର ଫଳ ।ନିଜେ ଯଦି ଦୁଃଖ  କଷ୍ଟ ପାଉଛନ୍ତି ତାହା ନିଜର କର୍ମ ର ଫଳ ।ତେଣୁ ବେଳେ ବେଳେ ଆମେ ଅନୁଭବ କରନ୍ତି ମୁଁ ତ କାହାରି ଅନିଷ୍ଟ କରିନି ହେଲେ କାହିଁକି ମୋର ଏହି ସମୟରେ ଦୁଃଖ ମିଳାଲା ।ମନେରଖନ୍ତୁ  ଆମ ପୂର୍ବ ଜନ୍ମ ର କିଛି କରିଥିବା କୁ କର୍ମ ର ଫଳ ବାକି ରହି ଥିଲା ।ତେଣୁ ତାହା ଉଚିତ୍ ସମୟରେ ମିଳିବା ପାଇଁ ପ୍ରଭୁ ଲେଖି ସାରିଥିଲେ ।ତେଣୁ ସମସ୍ତ ଙ୍କୁ ଜାଣି ରଖିବା ଉଚିତ୍ ଯେ ନିଜ କର୍ମ ହେଉଛି ମିତ୍ର ଆଉ ଶତ୍ରୁ ।ତେଣୁ ଯିଏ ଯାହା କରେ ତା ନିଜ ପାଇଁ ।ତା ମାନେ ନୁହେଁ ଯେ ମୁଁ  ତ କରିବି ମୋ ପରିଜନ କାହିଁକି ମୋ ସଂପତ୍ତି ଭୋଗ କରିବେ ।ମୁଁ ରାନ୍ଧିଲେ  ଅନ୍ୟ ମାନେ କାହିଁକି ଖାଇବେ ।ତାହା ହେଉଛି ଆମ କର୍ତ୍ତବ୍ୟ ତାଙ୍କ ପାଇଁ ।ତେଣୁ କର୍ମ ହେଉଛି ନିଜ ପାଇଁ  କର୍ତ୍ତବ୍ୟ ହେଉଛି ଅନ୍ୟ ପରିଜନ ଭାଈ ବନ୍ଧୁ ଙ୍କ ପାଇଁ ।କେହି କାହାକୁ ଦୁଃଖ ଦିଅନ୍ତି ନି ।ଶାସ୍ତ୍ର ପଢିଲେ ଜାଣି ପାରିବେ ।ଅନ୍ୟ ପାଇଁ କେବେ କେହି ଦୁଃଖ ପାଏନି ।ପୁଅ ବାପା ଉପରେ ରାଗୁଛି ମୋ ପାଇଁ କିଛି କଲାନି ।ବାପା କୁ ପୁଅ ଭୁଲ୍ ବୁଝି ଦୋଷ ଦେଉଛି ।ସ୍ୱାମୀ ଠାରୁ ସ୍ତ୍ରୀ ନିର୍ଯ୍ଯାତିତ ହେଉଛି ।ଏହା ଭୁଲ୍ ।ତାର ଭୋଗିବାର ଅଛି ତେଣୁ ତାକୁ ତା କର୍ମ ର ଫଳ କରଉଛି ସେମିତି ।ତେଣୁ ଅଯଥା ଦୋଷ ଦିଅନ୍ତୁନି ।ସମସ୍ତ ଙ୍କ ଜାଗାରେ ସମସ୍ତେ ଠିକ୍ ।ଗୋଟେ ଗୁଣ୍ଡା ର ସ୍ୱଭାବ ଯାହା ସେ କରୁଛି ।ତାର କର୍ମ ର ଫଳ ପାଇବାକୁ ନିଶ୍ଚିତ ଭଗବାନ୍ ବ୍ୟବସ୍ଥା କରିଛନ୍ତି ।ତେଣୁ ପ୍ରଭୁ ଙ୍କ ହାତରେ ଫଳ ।ଆମ ହାତରେ କର୍ମ ।ତେଣୁ ଏବେ ଆପଣ ମାନେ କର୍ମ ଆଉ କର୍ତ୍ତବ୍ୟ ର ଅନ୍ତର ଜାଣି ପାରୁଥିବେ ।କର୍ମ ନିଜ ପାଇଁ  ଆଉ କର୍ତ୍ତବ୍ୟ ଅନ୍ୟ ପାଇଁ ।ଯଦି ଘରେ ଶାଶୁ ଶଶୁର କିଛି ଅସୁବିଧା କରୁଛନ୍ତି ରାଗ ନକରି ତୁମେ ତୁମ କର୍ମ ଆଉ କର୍ତ୍ତବ୍ୟ ଏମିତି କର ଯେମିତି ଭଲ ହେବ ତୁମର ।ସେ କଣ କରୁଛନ୍ତି ସେ ନିଜେ ଭୋଗିବେ ।ତୁମେ କାହିଁକି ସେ ଯାହା କରୁଛନ୍ତି ତୁମେ କରିବାକୁ ଚାହୁଁଚ ।ତୁଣେ କଣ ତାଙ୍କ ଭଳି ଭୋଗିବାକୁ ଚାହୁଁଛ ତେବେ ତାଙ୍କପରି କର ।ସବୁବେଳେ ଭାବ ମୋ ଜ୍ଞାନ ବଳରେ ମୁଁ ଯେମିତି ମୋ କର୍ମ ଆଉ କର୍ତ୍ତବ୍ୟ କୁ ଠିକ୍ ରେ କଲେ ମୋ ଜୀବନ ଶରସ ସୁନ୍ଦର ହେବ ।ତେଣୁ ଜ୍ଞାନୀ ଯାହା କରୁଛି ଅଜ୍ଞାନୀ ସେମିତି କଲେ ଜ୍ଞାନୀ ଆଉ ଅଜ୍ଞାନୀ ଭିତରେ ଫରକ କଣ ର ହିବ ।ତେଣୁ ନିଜ କର୍ମ ଆଉ କର୍ତ୍ତବ୍ୟ କୁ ସବୁବେଳେ ଭଲ ହେବାକୁ ଚେଷ୍ଟା କରିବ ।
ଅନ୍ୟ କୁ କେବେ ଦୋଷ ଦିଅନ୍ତୁନି ।
ଧନ୍ୟବାଦ 
ହରି

Post a Comment

Previous Post Next Post