#ଶ୍ରୀମନ୍ଦିରରେ_ମହାବିଷୁବ_ପଣା_ସଂକ୍ରାନ୍ତି_ନୀତି 
ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ସକାଳ ଧୂପ ସରିଲା ପରେ ଦକ୍ଷୀଣି ଘରେ ବିରାଜମାନ କରୁଥିବା ଶ୍ରୀହନୁମାନଙ୍କୁ ପଞ୍ଚାମୃତ ରେ ମହାସ୍ନାନ, ନୂଆ ଲୁଗା ଲାଗି, ମଲଫୁଲ ଲାଗି ହୋଇ ରତ୍ନସିଂହାସନକୁ ବିଜେ ହୋଇ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ ତଳେ ଥିବା ବିମାନ ରେ ବିଜେ କରିଥାନ୍ତି | ଘଣ୍ଟ ଛତା କାହାଳୀ ସହ ପଟୁଆର ରେ ପୂଜାପଣ୍ଡା ମହାପ୍ରଭୁଙ୍କୁ ଶ୍ରୀଅଙ୍ଗ ରୁ ଆଣିଥିବା ଆଜ୍ଞାମାଳ ଶ୍ରୀ ମନ୍ଦିର ଚାରି ଦ୍ୱାର ମହାବୀର ଓ ବାର ଭାଇ ହନୁମାନ ଙ୍କୁ ପ୍ରଦାନ କରିବା ପରେ ବିମାନ ବଡୁ ସେବକ ଗଣ ବିମାନକୁ ସ୍କନ୍ଦରେ ବହନ କରି ଶ୍ରୀ ହନୁମାନ ଙ୍କୁ ଜଗନ୍ନାଥ ବଲ୍ଲଭ ମଠସ୍ଥ ମହାବୀର ଙ୍କୁ ପ୍ରଦାନ କରିବା ପରେ ପଟୁଆର ସହ ଦରିଆ ମହାବୀର ଙ୍କୁ ଆଜ୍ଞାମାଳ ଦେଇଥାନ୍ତି ଓ ସେଠାରୁ ଫେରିବା ପରେ ଜଗନ୍ନାଥ ବଲ୍ଲଭ ମଠ ରେ ଭୋଗ ଓ ବନ୍ଦାପନା ପରେ ଚଳନ୍ତି ପ୍ରତିମା ଶ୍ରୀ ହନୁମାନ ବାହୁଡା ବିଜେ କରି ଦକ୍ଷିଣି ଘର ସିଂହାସନ ରେ ବିଜେ ହୋଇଥାନ୍ତି
ଉକ୍ତ ଦିନ ଶ୍ରୀ ମନ୍ଦିର ରୁ ଶ୍ରୀ ହନୁମାନ ଆଜ୍ଞାମାଳ ପାଇ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠ କୁ ଯିବା ପରେ ଭୋଗ ମଣ୍ଡପ ମଇଲମ୍, ମହାସ୍ନାନ, ଚନ୍ଦନ ସର୍ବାଙ୍ଗ ନୀତି ହୋଇ ଦ୍ୱି ପ୍ରହର ଧୂପ ଟେରା ପଡିଥାଏ | ଜନୈକ ପୂଜାପଣ୍ଡା ଏହି ସମୟରେ ଚାରି ଦିଗରେ ଦିଗ ବଳି ଦେଲା ପରେ ଭୋଗ ମଣୋହି ବଢ଼ିଥାଏ | ଓ  ଏହାପରେ ଅନ୍ୟାନ୍ୟ ନୀତି ମାନ ହୋଇ ପହୁଡ଼ କରାଯାଇଥାଏ ||
ଜୟ ଜୟ ଜଗନ୍ନାଥ 👏 ।

Post a Comment

Previous Post Next Post