#ପଞ୍ଚମୁଖୀ_ହନୁମାନ
  
ହନୁମାନ ଉପାସନା ସହ ଶ୍ରୀକ୍ଷେତ୍ରରେ ଗଳି କନ୍ଦି ଜଡିତ।ଏହାର ବିଭିନ୍ନ ଘାଟରେ ଓ ପ୍ରବେଶ ପଥରେ ହନୁମାନ ରକ୍ଷକ ଭାବରେ ଜଗି ରହିଛନ୍ତି। ପଞ୍ଚମୁଖୀ ହନୁମାନଙ୍କ ଆରାଧନା ପୁରୀ ରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ।  ସାହି ଯାତ ରେ ମଧ୍ୟ ପଞ୍ଚମୁଖୀ ହନୁମାନଙ୍କ ମେଢ ବାହାରେ।
ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପାହାଚ ପୂର୍ବରୁ ଉତ୍ତର ଦିଗକୁ ଅନାଇ ପଞ୍ଚମୁଖୀ ହନୁମାନ ଏଠାରେ ସୀମା ରକ୍ଷକ ଭାବେ ପୂଜା ପାଉଛନ୍ତି।
ଏଠାରେ ପୂଜା ପାଉଥିବା ପଞ୍ଚମୁଖୀ ହନୁମାନ ଙ୍କ ର ପାଞ୍ଚୋଟି ମୁଖ ହେଉଛି ବାନର, ନରସିଂହ,ବରାହ,ବାମନ ଓ ହନୁଭୈରବ। ଦଶଟି ଭୁଜରେ ଖଡ଼ଗ,ଚକ୍ର,ପାଶ,ଆଙ୍କୁଶ , ମତ୍ସ୍ୟ ଇତ୍ୟାଦି  ଆୟୁଧ ମାନ ଧାରଣ କରିଛନ୍ତି। ଦୁଇ ପାଦରେ ଅହି ରାବଣ ଓ ମହୀ ରାବଣଙ୍କୁ ମଧ୍ୟ ଚାପି ଧରିଛନ୍ତି।

ଏହା ସହ ଶ୍ରୀମନ୍ଦିର ର ନିର୍ମାଲ୍ୟ ଖଳା ରେ ମଧ୍ୟ ପଞ୍ଚମୁଖୀ ହନୁମାନ ନିର୍ମାଲ୍ୟ ଖଳା ଓ ନିଳାଦ୍ରୀ ବିହାର ର ରକ୍ଷକ ଭାବେ ଅଧିଷ୍ଠିତ। ଏଠାରେ ହନୁମାନ ଙ୍କ ର ପାଞ୍ଚଟି ମୁଖ ହେଲା, ପୂର୍ବରେ ବାନର, ପଶ୍ଚିମ ରେ ଗରୁଡ଼, ଉତ୍ତର ରେ ବରାହ, ଦକ୍ଷିଣ ରେ ନୃସିଂହ ଓ ଉର୍ଦ୍ଧ୍ବ ରେ ହୟଗ୍ରୀବ।ଖଡ଼ଗ,ତ୍ରୀଶୁଳ,ପାଶ,ଅଙ୍କୁଶ,ଗଦା, ବୃକ୍ଷ,କମଣ୍ଡଳୁ,ଜ୍ଞାନମୁଦ୍ରା ଆଦି ସମସ୍ତ ଦଶଟି ଭୁଜରେ ଶୋଭା ପାଉଛି।
ଏହାଛଡା ବିଭିନ୍ନ ଯାଗା ଘରେ ପଞ୍ଚମୁଖୀ ହନୁମାନ ଙ୍କୁ ପୂଜା କରାଯାଏ। ଏଠାରେ ପଞ୍ଚମୁଖୀ ଯାଗା ଓ ମଲ୍ଲୀ ଗଡ଼ ଯାଗା ର ପଞ୍ଚମୁଖୀ ହନୁମାନ ଙ୍କ ଫଟୋ ଦିଆ ଯାଇଛି।

ଆପଣ ମାନେ ଯଦି ଅଧିକ ତଥ୍ୟ ଜାଣି ଥିବେ , ଜଣାଇବାକୁ ଅନୁରୋଧ ରହିଲା।
ପଞ୍ଚମୁଖୀ ହନୁମାନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ।

Post a Comment

Previous Post Next Post