#ଶ୍ରୀଜଗନ୍ନାଥଙ୍କ_ପର୍ବପର୍ବାଣି🌹
 ଭକ୍ତକବି ବନମାଳୀ ଦାସ ତାଙ୍କର ଗୋଟିଏ ଭଜନରେ ‘ ବାରମାସେ ତେରଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ ’ ବୋଲି ମୁକ୍ତକଣ୍ଠରେ ଗାଇଛନ୍ତି । ଏଥିରୁ ଜଣାଯାଏ ଯେ ପରମପାବନ ଭୂମି ଶ୍ରୀକ୍ଷେତ୍ର ରେ ଦେବାଦେବ ଶ୍ରୀଜଗନ୍ନାଥଙ୍କ ବର୍ଷକ ମଧ୍ୟରେ ଅନେକ ପର୍ବପର୍ବାଣି ପାଳିତ ହୁଏ । 

ଏହି ପର୍ବପର୍ବାଣିର ବହୁଳ ପ୍ରଚଳନ ଆଧୁନିକ ଯୁଗରେ ଥିଲେ ମଧ୍ୟ ବୈଦିକ ଯୁଗରେ ଏହାର ସୂଚନା ମିଳେ । ସ୍ମୃତିଗ୍ରନ୍ଥ ରେ ଉଲ୍ଲେଖ ଅଛି ମନ୍ଦିରରେ ଯାନିଯାତ୍ରା ଓ ପର୍ବପର୍ବାଣି ପାଳନ କରିବା ଦ୍ଵାରା ଅଗ୍ନି , ଦୁର୍ଭିକ୍ଷ , ବନ୍ୟା ଓ ମହାମାରୀ ଆଦିର ଭୟ ଦୂର ହୋଇଯାଏ । ତେଣୁ ଦେବତାଙ୍କର ପର୍ବପର୍ବାଣି ଓ ଯାନିଯାତ୍ରା ଧର୍ମଶାସ୍ତ୍ର ଓ ସାମାଜିକ ଦୃଷ୍ଟିଭଙ୍ଗୀରୁ ପାଳନ କରାଯିବାର ବିଧାନ ରହିଛି । 

ଏହି ପୂଜା ଅର୍ଚ୍ଚନା , ପର୍ବପର୍ବାଣି ବିଭିନ୍ନ ବାର , ତିଥ ଓ ନକ୍ଷତ୍ରକୁ ଘେନି ପ୍ରଚଳନ ହେବାର ସୂଚନା ସୋମବଂଶୀୟ ରାଜା ରଣ କେଶରୀଦେବଙ୍କ ଏକ ଶିଳାଲେଖରୁ ମିଳେ । ‘ ପଞ୍ଚରାତ୍ରାଗମ ’ ଗ୍ରନ୍ଥରେ ମଧ୍ୟ ଏହି ବାର , ତିଥି , ନକ୍ଷତ୍ର , ଆଦିକୁ ନେଇ ପର୍ବପର୍ବାଣି ପ୍ରଚଳନ ହେବାର ସୂଚନା ରହିବା ସଙ୍ଗେ ସଙ୍ଗେ ଏହାକୁ ‘ ଉତ୍ସବ ’ ନାମକରଣ କରାଯାଇଛି । ଏହି ଉତ୍ସବକୁ ଯଥାକ୍ରମେ ନିତ୍ୟୋତ୍ସବ , ନୈମିତ୍ତକୋତ୍ସବ ଓ କାମ୍ୟଉତ୍ସବ ରୂପେ ତିନି ଭାଗରେ ବିଭକ୍ତ କରାଯାଇଛି । ମନ୍ଦିରର ଦୈନନ୍ଦିନ ପୂଜା , ଅର୍ଚ୍ଚନା ସହିତ ଏକାଦଶୀ , ଦ୍ଵାଦଶୀ ଓ ଅମାବାସ୍ୟାଦିରେ ପାଳିତ ହେଉଥିବା ନିୟମିତ ଉତ୍ସବକୁ ‘ ନିତ୍ୟୋତ୍ସବ ’ କୁହାଯାଏ । କିନ୍ତୁ ମନ୍ଦିରରେ ପାଳିତ ହେଉଥିବା ସାମୟିକ , ବାର୍ଷିକ ଯଥା : ଜନ୍ମୋତ୍ସବ , ବିବାହୋତ୍ସବ ଓ ବିଭିନ୍ନ ଋତୁ ଅନୁଯାୟୀ ପାଳିତ ହେଉଥିବା ଉତ୍ସବକୁ ନୈମିତ୍ତିକୋତ୍ସବ କୁହାଯାଏ । ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ଅର୍ଥାତ୍ ଭକ୍ତର ପାପଧୌତ ନିମନ୍ତେ , ପୂଜାରେ ବିଭ୍ରାଟ ହେତୁ କିମ୍ବା କୌଣସି ବିଘ୍ନ ଘଟିଲେ ଯେଉଁ ଉତ୍ସବ ପାଳନ କରାଯାଏ , ତାକୁ ‘ କାମ୍ୟଉତ୍ସବ ' କହନ୍ତି । ଏହି କାମ୍ୟ । ଉସବ ପାଳନ ନିମନ୍ତେ କେତେକ ନିର୍ଦ୍ଦିଷ୍ଟ ବିଧାନ ମଧ୍ୟ ରହିଛି ।

 ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣି । ଓ ଯାନିଯାତ୍ରା ଆଦିକୁ ଅନୁଧ୍ୟାନ କଲେ ତନ୍ମଧ୍ୟରେ ଏହି ତ୍ରିବିଧ ଉତ୍ସବ ପରିଲକ୍ଷିତ ହୁଏ । ଶ୍ରୀଜଗନ୍ନାଥ ମନ୍ଦିରରେ ଦୈନଦିନ ପାଳନ ହେଉଥିବା ବିଭିନ୍ନ ପୂଜା ଅର୍ଚ୍ଚନାଦିର ବିଧାନ ଅର୍ଥାତ୍ ପ୍ରାତଃ କାଳରୁ ଦ୍ଵାରଫିଟା ନୀତିଠାରୁ ଆରମ୍ଭ କରି ରାତ୍ରରେ ପହୁଡ ହେବା ପର୍ଯ୍ୟନ୍ତ ସମସ୍ତ ନୀତି , ଗୁରୁବାର ନୀତି , ଏକାଦଶୀନୀତି , ସାଗରବିଜେ ବା ଅମାବାସ୍ୟା ନୀତି , ବନକ ଲାଗି ବା ଶ୍ରୀମୁଖସିଂହାର ଆଦି ହେଉଛି ଠାକୁରଙ୍କର ନିତ୍ୟାସବ । ଏତଦ୍‌ବ୍ୟତୀତ କୃଷ୍ଣଜନ୍ମ , ବାମନଜନ୍ମ , ରାମଜନ୍ମ , ରୁକ୍ମିଣୀବି ଭା , ଶ୍ରୀଗୁଣ୍ଡିଚା , ଝୁଲଣ , ଚନ୍ଦନ , ଦକ୍ଷିଣାୟନ , ଉତ୍ତରାୟଣ , ଆଦି ସମସ୍ତ ପର୍ବପର୍ବାଣି ନୈମିତ୍ତକୋତ୍ସବ । କିନ୍ତୁ ଘୋଡ଼ଲାଗି , ବିଭିନ୍ନ ବେଶ , ନବକଳେବର , ଚନ୍ଦ୍ରଗହଣ ଓ ସୂର୍ଯ୍ୟପରାଗ ନୀତି , ଅଶୋଚଢନ୍ତି ତ ନୀତି , ବ୍ୟତିକ୍ରମ ଓ ମହାସ୍ନାନ ଇତ୍ୟାଦି ମହାପ୍ରଭୁଙ୍କର କାମ୍ୟଉତ୍ସବ । ଶ୍ରୀଜଗନ୍ନାଥ ମନ୍ଦିରରେ ବର୍ଷକ ମଧ୍ୟରେ ଶତାଧିକ ପର୍ବପର୍ବାଣିର ପ୍ରଚଳନ ଥିଲେ ମଧ୍ୟ ସେଥିରୁ ମାତ୍ର ଦ୍ଵାଦଶ ଯାତ୍ରାର ପ୍ରାଧାନ୍ୟ ରହିଛି l

ଶ୍ରୀଜଗନ୍ନାଥ ମନ୍ଦିରରେ ବର୍ଷକ ମଧ୍ୟରେ ଶତାଧିକ ପର୍ବପର୍ବାଣିର ପ୍ରଚଳନ ଥିଲେ ମଧ୍ୟ ସେଥିରୁ ମାତ୍ର ଦ୍ଵାଦଶ ଯାତ୍ରାର ପ୍ରାଧାନ୍ୟ ରହିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ଯାନିଯାତ୍ରା ଓ ପର୍ବପର୍ବାଣି କେବେଠାରୁ ପ୍ରଚଳନ ହେଲା ଓ ଏହା କିପରି ଏତେ ସଂଖ୍ୟାରେ ପହଞ୍ଚିଲା ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ମତ ଦେବା ଗବେଷଣା ସାପେକ୍ଷ ।

 ମାଦଳାପାଞ୍ଜିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ରାଜା ଅନଙ୍ଗଭୀମଦେବ ଦ୍ଵାଦଶଯାତ୍ରା ଓ ପର୍ବପର୍ବାଣିମାନେ ଭିଆଣ କରିଥିଲେ । କିନ୍ତୁ ବିଭିନ୍ନ ପ୍ରମାଣରୁ ଅନୁମିତ ହୁଏ ଯେ ଅନଙ୍ଗଭୀମଦେବଙ୍କ ବହୁପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିରରେ କେତେକ ଯାତ୍ରାର ପ୍ରଚଳନ ଥିଲା । କ୍ରମେ ବିଭିନ୍ନ କାରଣରୁ ଏହାର ବ୍ୟତିକ୍ରମ ଘଟିବାରୁ ଅନଙ୍ଗଭୀମଦେବ ନୂତନ ମନ୍ଦିରର ନିର୍ମାଣକର୍ମ ସମାପନ କରିବା ସଙ୍ଗେ ବିଭିନ୍ନ ପର୍ବପର୍ବାଣିର ବିବଦ୍ଧ ପ୍ରଚଳନ ନିମନ୍ତେ ଉଦ୍ୟମ କରିଥିଲେ । ଏହି ସମୟରେ ଅର୍ଥାତ୍ ଖ୍ରୀ . ୧୨ ଶତାବ୍ଦୀରେ ପ୍ରସିଦ୍ଧ ଜ୍ୟୋତିର୍ବିଦ ଶ୍ରୀଶତାନନ୍ଦଙ୍କ ଦ୍ବାରା ରଚିତ ଶତାନନ୍ଦ ସଂଗ୍ରହ ' ନାମକ ଧର୍ମଶାସ୍ତ୍ରଗ୍ରଛରେ କୃଷ୍ଣଜନ୍ମାଷ୍ଟମୀ , ସପ୍ତପୁରିକା ବା ସାତପୁରୀ ଅମାବାସ୍ୟା , ବିନାୟକ ଚତୁର୍ଥୀ , ଋଷିପଞ୍ଚମୀ , ଇନ୍ଦ୍ରପୂର୍ଣ୍ଣିମା , ଅପରାଜିତା ଦଶମୀ , ପ୍ରଦୀପ ଅମାବାସ୍ୟା , ଶ୍ରୀପଞ୍ଚମୀ , ଫାଲଗୁନ ପୂର୍ଣ୍ଣିମା ଆଦିର ଉଲ୍ଲେଖ ଥିବାରୁ ଏହାର ଯାଥାର୍ଥ ପ୍ରତିପାଦନ ହୁଏ ।

 ଏପରିକି ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ମହାବିଷୁବ ସଂକ୍ରାନ୍ତି , ଅକ୍ଷୟତୃତୀୟା , ଚନ୍ଦନଯାତ୍ରା , ଚମ୍ପକଦ୍ଵାଦଶୀ , ଦେବସ୍ନାନ , ଗୁଣ୍ଡିଚାଯାତ୍ରା , ବାହୁଡାଯାତ୍ରା , ଶ୍ରାବଣ ପୂର୍ଣ୍ଣିମା , ରକ୍ଷାପଞ୍ଚମୀ , ବାମନଜନ୍ମ , ନୂଆବର୍ଷ ବା ସୁନିଆ , ମହାଳୟା , ଷୋଡଶଦିନାତ୍ମକ ଦୁର୍ଗାପୂଜା , ପ୍ରଥମାଷ୍ଟମୀ , ପ୍ରାବରଣଷଷ୍ଠୀ , ଶିବରାତ୍ରି , ଶାମ୍ବଦଶମୀ , ମକର ସଂକ୍ରାନ୍ତି ଆଦିର ସୂଚନା ଚତୁର୍ଦ୍ଦଶ ଶତାବ୍ଦୀରେ ଲିଖ ‘ କୃତ୍ୟକୌମୁଦୀ ’ ଗ୍ରନ୍ଥରେ ଦେଖବାକୁ ମିଳେ । ତେଣୁ ଏଥିରୁ ସ୍ପଷ୍ଟ ସୂଚିତ ହୁଏ ଯେ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ପର୍ବପର୍ବାଣି ଅନଙ୍ଗଭୀମ ଦେବଙ୍କ ଦ୍ବାରା ବିବଦ୍ଧରୂପେ ପ୍ରଚଳନ ହେବା ସଙ୍ଗେ ସଙ୍ଗେ ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ କ୍ରମଶଃ ବିସ୍ତାର ଲାଭ କରିସାରିଥିଲା । 

ଷୋଡଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଶ୍ରୀଚୈତନ୍ୟଦେବ ଓଡ଼ିଶା ଆଗମନ କରିବାଦ୍ୱାରା ଶ୍ରୀଜଗନ୍ନାଥଙ୍କ ପର୍ବପର୍ବାଣି ମଧ୍ୟରେ କେତେକ କୃଷ୍ଣଲୀଳାମ୍ବକ ପର୍ବ ଯଥା ଶ୍ରୀରାଧାଷ୍ଟମୀ , ନିକୁଞ୍ଜଲୀଳା , ଗୋପୀତିଳକ , ଶରତରାହାସ , ଦୋଳଗୋବିନ୍ଦାଭିଷେକ ବା ରାସପୂର୍ଣ୍ଣିମା ଆଦି ପ୍ରବେଶ କରିଥିବାର ଅନୁମିତ ହୁଏ । କାରଣ ଜନଶ୍ରୁତିରୁ ଜଣାଯାଏ ଯେ ଓଡିଶାର ବିଭିନ୍ନ ପୁରପଲ୍ଲୀରେ ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ଠାକୁର ମେଳନ , ଚଉଦୋଳ , ପଞ୍ଚଦୋଳ , ଦଶଦୋଳଯାତ୍ରା , ଲଳିତା ସପ୍ତମୀ , ରାସୋତ୍ସବ ଆଦିର ପ୍ରଚଳନ ହୋଇଥିଲା ।

Post a Comment

Previous Post Next Post