#ଶ୍ରୀଜଗନ୍ନାଥଙ୍କ_ନାଗାର୍ଜୁନ_ବେଶ


ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ନ ହୋଇ ଛଅ ଦିନ ହୁଏ,  ସେହି ମଳ ତିଥିରେ ଠାକୁର ମାନଙ୍କ ନାଗାର୍ଜୁନ ବେଶ ହୁଏ ।
ପୌରାଣିକ ତଥ୍ଯ ଅନୁଯାୟୀ, ପର୍ଶୁରାମ ଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ବରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶ ଅତ୍ଯନ୍ତ ପୁରୁଣା ନ ହେଲେ ମଧ୍ୟ ପୁରୀ ସାହି ଯାତ୍ରାରେ ବାହାରୁଥିବା ନାଗା ସଂସ୍କୃତି ର ଅନୁକରଣରେ କୌଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା ସମ୍ଭବ ।
*ଏହି ବେଶରେ ଠାକୁରମାନେ ମୁଖ୍ୟତଃ ସୋଲ , କନା ଜରି, ବେତରେ ନିର୍ମିତ ହାଣ୍ଡିଆ ,ଢେଣୁ ,ନିଶ ,ଦାଢି , ଛୁରୀ , କଟାରୀ , ବାଘଛାଲ , ସ୍ବର୍ଣ୍ଣଶ୍ରୀଭୁଜ, ଶ୍ରୀପୟର , ବାଘନଖ ମାଳି , ଶଙ୍ଖ,  ଚକ୍ର ଓ ହଳ ମୂଷଳ ଇତ୍ଯାଦି ଧାରଣ କରିଥାନ୍ତି ।*
*ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନାନୁସାରେ କାର୍ତ୍ତିକ ମାସ ହିଁ ଭଗବତ ଆରାଧନା ,ଉପାସନା ପ୍ରଭୃତି ଦୃଷ୍ଟିରୁ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ମାସ ରୂପରେ ପରିଗଣିତ ହୋଇଆସୁଅଛି । ଆଶ୍ବିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶେଷ ନୀତି ସହ ଆଶ୍ବିନ ଶୁକ୍ଳ ଏକାଦଶୀ ରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧା ଦାମୋଦର ବେଶରେ ପ୍ରଭୁ ଶୋଭା ପାଇଥାନ୍ତି କିନ୍ତୁ ଶୁକ୍ଳ ଏକାଦଶୀ ରୁ ପୂର୍ଣ୍ଣିମା ଯାଏଁ ବିଭିନ୍ନ ବେଶରେ ଜୀଉ ମାନଙ୍କୁ ଭକ୍ତ ମାନେ ଯଥାକ୍ରମେ ଲକ୍ଷ୍ମୀନାରାୟଣ,  ବାଙ୍କଚୁଡା, ତ୍ରିବିକ୍ରମ , ଡାଳିକିଆ , ରାଜବେଶ(ସୁନାବେଶ) ରେ ଦର୍ଶନ କରିଥାନ୍ତି ।*
*୨୬୵୧୧୵୧୯୬୬ ମଳ ତ୍ରୟୋଦଶୀ ତିଥି ରେ ଠାକୁରଙ୍କ ନାଗାର୍ଜୁନ ବେଶ ପରେ କ୍ରମାଗତ ୧୬୵୧୧୵୧୯୬୭ ମଳ ଚତୁର୍ଦ୍ଦଶୀ ଓ ୩୵୧୧୵୧୯୬୮ ମଳ ତ୍ରୟୋଦଶୀ ତିଥିରେ ନାଗାର୍ଜୁନ ବେଶ ହୋଇଥିଲେ । ଏହାର ୨୭ ବର୍ଷପରେ ୨୬୵୧୧୵୧୯୯୩ ମଳ ଦ୍ବାଦଶୀ ତିଥିରେ ଓ ୧୬୵୧୧୵୧୯୯୪ ମଳ ତ୍ରୟୋଦଶୀ ତିଥିରେ ଠାକୁର ଏହି ବେଶ ହୋଇଥିଲେ ।*
*ପରନ୍ତୁ ଚଳିତବର୍ଷ ୨୭୵୧୧୵୨୦୨୦ ଶୁକ୍ରବାର ମଳ ଦ୍ବାଦଶୀ ତିଥିରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ।*
*ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଶ୍ରୀକ୍ଷେତ୍ର ଲୋକ ସଂସ୍କୃତି ର ଏକ ପ୍ରତିଛବି ବୋଲି ଜଣାଯାଏ । ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ୟ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀ ରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ,  ମେଷ ପଣାସଂକ୍ରାନ୍ତି ଦିନ ନାଗା ବେଶୀରେ ସଜେଇ ଦିଆଯାଏ ।*
*ଶ୍ରୀକ୍ଷେତ୍ରରେ ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମ ଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି ।*
*ନାଗା ସନ୍ଯାସୀ ମାନେ ନଙ୍ଗା ବା ଉଲଗ୍ନ , ଉଦଣ୍ଡତା ଓ ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିର ର ସୁରକ୍ଷା ଦାୟିତ୍ୱ ରେ ଥିଲେ । ଏହି ସ୍ମୃତିରେ ଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଏ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥ ଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଛା କରିଥିଲେ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିଲେ ।*
*ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ବାରା ପରାସ୍ତ ହୋଇଥିଲେ । ସହସ୍ରାର୍ଜୁନ ହେଉଛନ୍ତି ସ୍ବୟଂ ଶ୍ରୀକୃଷ୍ଣ । ମହାଭାରତ ଅନୁଯାୟୀ ଅର୍ଜୁନ ବନବାସ ସମୟରେ କିରାତ ବେଶଧାରୀ ଶିବଙ୍କର ଯୁଦ୍ଧହେଲା , ଅର୍ଜୁନ ପରାସ୍ତ ହେଲେ ମଧ୍ୟ ଶିବ ବହୁତ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ,  ସେହିପରି ନାଗାର୍ଜୁନ କହିଲେ ବିଷ୍ଣୁଙ୍କ ଏକ ବିଶେଷ ରୂପ । ଶିବ ଓ ବିଷ୍ଣୁ ଙ୍କର ସମନ୍ବୟ ସାଧିତର ପ୍ରତୀକ ହେଲା |
ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଶ୍ରୀକୃଷ୍ଣ  ଏୈଶ୍ବର୍ଯ୍ଯ ଲୀଳାର ସ୍ମାରକୀ  । ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା  ସ୍ବରୂପ ତାଙ୍କର ମ୍ରୁତ  ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବାପାଇଁ ପ୍ରତିଜ୍ଞାବଦ୍ଧ  ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ  ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣଭିକ୍ଷା କରିଥିଲେ  । ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟ ସଖା ପାଣ୍ଡବମାନଙ୍କର ମ୍ରୁତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ  । ଦୀର୍ଘ ଏକସ୍ତରୀ ବର୍ଷ ହେଲା ପଣ୍ଡୁ ଶରୀର ତ୍ଯାଗ କରିଥିଲେ  ମଧ୍ଯ ସେ ବ୍ରହ୍ମ ଲୋକରେ ପହଞ୍ଚି ପାରି ନାହାଁନ୍ତି ବରଂ ଯମରାଜାଙ୍କ ରାଜସିଂହାସନ ତଳେ  ଦଣ୍ଡାୟମାନ ହୋଇ ରହିଛନ୍ତି । ଏହି ଦ୍ରୁଶ୍ଯ ଦେଖି ଶ୍ରୀକୃଷ୍ଣ ପଣ୍ଡୁଙ୍କ ସଂପର୍କରେ ଯମରାଜାଙ୍କୁ ପଚାରିଥିଲେ  । ଯମରାଜା ଉତ୍ତରରେ ପଣ୍ଡୁ  ଜୀବିତାବସ୍ଥାରେ ମ୍ରୁଗୟା ସମୟରେ ଆଗ୍ନିକ  ଋଷିଙ୍କୁ ( ମ୍ରୁଗ  ରୂପରେ ରତିକ୍ରୀଡ଼ା କରୁଥିବା ସମୟରେ) ଜଂଗଲରେ ଶର ନିକ୍ଷେପ କରି ବଧ କରିଥିବାରୁ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ବୋଲି ଶ୍ରୀକୃଷ୍ଣଙ୍କୁ କହିଥିଲେ  ।ବ୍ରହ୍ମହତ୍ୟା ଦୋଷରେ ଦୋଷୀ  ହୋଇଥିବାରୁ ଏବଂ ତା'ର ପ୍ରାୟଶ୍ଚିତ ପ୍ରତିକାର କରା ନହୋଇଥିବାରୁ   ପଣ୍ଡୁ ବ୍ରହ୍ମଲୋକ ପ୍ରାପ୍ତିରୁ ବଂଚିତ ହୋଇ ଅଛନ୍ତି । ଶ୍ରୀକୃଷ୍ଣ ସନ୍ଦିପନୀଙ୍କର ପଂଚପୁତ୍ରଙ୍କର ଜୀବନ ପ୍ରଦାନ 
ସହ ଦ୍ବାରକାକୁ  ଫେରି ଜ୍ଯେଷ୍ଠ ଭ୍ରାତ  ବଳରାମଙ୍କୁ  ଯମପୁରରେ ଦେଖିଥିବା ସମସ୍ତ ଦ୍ରୁଶ୍ଯ ଓ ପଣ୍ଡୁ ରାଜାଙ୍କ ଦୁର୍ଦ୍ଦଶା କଥା କହିଲେ। ଭାଇ ବଳରାମ ନାରଦଙ୍କୁ ଡକାଇ ଇନ୍ଦ୍ର ପ୍ରସ୍ଥର ରାଜା  ଯୁଧିଷ୍ଠିରଙ୍କୁ ପଣ୍ଡୁଙ୍କ ସନ୍ଦେଶ ଦେବାକୁ ଏବଂ ଏହାର ପ୍ରାୟଶ୍ଚିତ୍ତ କରିବାକୁ ନିର୍ଦ୍ଦେଶ ଦେଲେ  । କ୍ରୁଷ୍ନ ବଳରାମଙ୍କ ନିର୍ଦ୍ଦେଶରେ ନାରଦ ଇନ୍ଦ୍ରପ୍ରସ୍ଥ ଯାଇ ତାଙ୍କ ପିତାଙ୍କ କଥା ଜଣାଇଲେ। ପିତାଙ୍କ ଏତାଦୃଶ ଅବସ୍ଥା କଥା ଶୁଣି ରାଜା ଯୁଧିଷ୍ଠିର ଦୁଃଖ ପ୍ରକାଶ କରିବା ସଂଗେ ସଂଗେ ନିଜକୁ ଧିକ୍କାର କଲେ।
କେଉଁ ପ୍ରାୟଶ୍ଚିତ ଦ୍ବାରା ପିତାଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେବ ତାର ପ୍ରତିକାର ପାଇଁ ନାରଦଙ୍କୁ ଉପାୟ ଚିନ୍ତା କରିବାକୁ କହିଲେ  । ବ୍ରହ୍ମହତ୍ୟା ଦୋଷରୁ ପିତ୍ରୁମୋକ୍ଷ ପାଇଁ ଚାରୋଟି ଉପାୟ ରହିଥିବା କଥା ନାରଦ ଯୁଧିଷ୍ଠିରଙ୍କୁ ଅବଗତ କରାଇଲେ। ପୁତ୍ର ଅବିଛିନ୍ନ ଭାବରେ ଅନ୍ନଦାନ ଦେବ। ଦ୍ବିତୀୟଟି ହେଲା ପୁତ୍ର ଯଦି ବ୍ରହ୍ମଜ୍ଞାନ ସାଧନା କରିବ  । ତ୍ରୁତୀୟଟି ହେଲା ଧାରା ତୀର୍ଥ କରିବା ଅର୍ଥାତ୍ ଶେଷ ଜୀବନ ପର୍ୟ୍ଯନ୍ତ ତୀର୍ଥାଟନ କରିବା  । ଚତୁର୍ଥଟି ପୁତ୍ର ଯଦି ରାଜସ୍ବୀୟ ଯଜ୍ଞ କରିପାରେ  । ଏହି ଚାରୋଟି ମଧ୍ଯରୁ ଯୁଧିଷ୍ଠିରଙ୍କ ପକ୍ଷରେ 
ରାଜସ୍ବୀୟ ଯଜ୍ଞ ଅପେକ୍ଷାକୃତ ଗ୍ରହଣଯୋଗ୍ୟ ହେଲା  । ରାଜସ୍ବୀୟ ଯଜ୍ଞ ପାଇଁ  ଏକଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରାଯିବ  । ଶତ୍ରୁ ମିତ୍ର ସମସ୍ତ ରାଜା ରାଜସ୍ବୀୟ ଯଜ୍ଞରେ ଉପସ୍ଥିତ ରହିବେ  । ଏ ସମସ୍ତ ବିଚାର ବିମର୍ଶ ମଧ୍ଯରେ ପାଣ୍ଡବ ତଥା ଶ୍ରୀକୃଷ୍ଣଙ୍କର ପରମ ଶତୃ ଜରାସନ୍ଧ ହିଁ ଭୟର କାରଣ ହେଲା  । ରାଜା ଯୁଧିଷ୍ଠିର ଦ୍ବାରକାରୁ  ଶ୍ରୀକୃଷ୍ଣଙ୍କୁ ଡକାଇ ସମସ୍ଯା ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜରାସନ୍ଧକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଦ୍ବିତୀୟ ପାଣ୍ଡବ ଭୀମକୁ ନିୟୋଜିତ କଲେ  । ଜରାସନ୍ଧ ବଧ ପରେ ରାଜସ୍ବୀୟ ଯଜ୍ଞର ପ୍ରସ୍ତୁତି ଆରମ୍ଭ ହେଲା। ରାଜା ଯୁଧିଷ୍ଠିରଙ୍କ ଆଦେଶରେ ପାଣ୍ଡବ ଚାରିଭାଇ ସ୍ବର୍ଗ, ମର୍ତ୍ତ୍ଯ ଓ ପାତାଳର ରାଜାମାନଙ୍କୁ ନିମନ୍ତ୍ରଣ କରିବାକୁ ଗଲେ। ରାଜସ୍ବୀୟ ଯଜ୍ଞ ଷୋଳଦିନ ଅନୁଷ୍ଠିତ ହେବ। ଏହି ଷୋଳଦିନ ଅବିଛିନ୍ନ ଭାବରେ ଅନ୍ନଦାନ, ବସ୍ତ୍ରଦାନ, ଧନରତ୍ନ ଦାନ  ଓ ଯଜ୍ଞ କୁଣ୍ଡରେ ଘୃତଦାନ ଅନୁଷ୍ଠିତ ହେବ  ।
ଅର୍ଜୁନ ପାତାଳପୁରରେ ପ୍ରବେଶ କରି ବାସୁକୀ ରାଜାଙ୍କୁ ରାଜସ୍ବୀୟ ଯଜ୍ଞର ନିମନ୍ତ୍ରଣ ଜଣାଇଲେ। ବାସୁକୀ ପୃଥିବୀକୁ ମସ୍ତକରେ ଧାରଣ କରିଥିବାରୁ ଯଜ୍ଞରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କଲେ। ଏକଥା ଶୁଣିଲା ପରେ ଅର୍ଜ୍ଜୁନ ନିଜର ଧନୁରେ ପ୍ରୁଥିବୀକୁ ଧାରଣ  କରିପାରିବେ ବୋଲି କହନ୍ତେ ବାସୁକୀ ପୃଥିବୀକୁ ଅର୍ଜ୍ଜୁନଙ୍କ ଧନୁହୁଳ ଉପରେ ରଖିଲେ  । ବାସୁକୀଙ୍କ ଅନୁପସ୍ଥିତିରେ ଅର୍ଜ୍ଜୁନ  ନିଜର ଧନୁରେ ପୃଥିବୀକୁ ଧାରଣ କରି  ପାତାଳପୁରରେ ରହିଲେ। ବାସୁକୀ ନିଜର ଅନିନ୍ଦ୍ୟ ସୁନ୍ଦରୀ ଅଲିଅଳି କନ୍ଯା ସନ୍ଧ୍ଯାବାଳୀକୁ ଅର୍ଜ୍ଜୁନଙ୍କ ସେବାରେ ନିୟୋଜିତ କରି ଯୁଧିଷ୍ଠିରଙ୍କ ରାଜସ୍ବୀୟ ଯଜ୍ଞରେ ଯୋଗ ଦେବାକୁ ଆସିଲେ। ଇତ୍ଯବସରରେ ଅର୍ଜ୍ଜୁନ ଓ ସନ୍ଧ୍ଯାବାଳୀର ପ୍ରେମ ସଂଗଠିତ ହୋଇ ସନ୍ଧ୍ଯାବାଳୀ ଗର୍ଭବତୀ ହେଲା। ବାସୁକୀ ରାଜଯଜ୍ଞ ସାରି ମର୍ତ୍ତ୍ଯରୁ ଫେରିଲେ। ସନ୍ଧ୍ଯାବାଳୀ ଓ ଅର୍ଜ୍ଜୁନଙ୍କ ପ୍ରେମ ସଂପର୍କ ଜାଣି କନ୍ଯାକୁ ଅର୍ଜ୍ଜୁନଙ୍କୁ ପ୍ରଦାନ କଲେ  । ପାତାଳପୁରରେ କିଛି ଦିନ ଅବସ୍ଥାନ କରିବା ପରେ ଅର୍ଜ୍ଜୁନ ଇନ୍ଦ୍ରପ୍ରସ୍ଥ ଆସିବାକୁ ମନସ୍ଥ କଲେ  । ଅର୍ଜ୍ଜୁନଙ୍କ ଅନୁପସ୍ଥିତି ଗର୍ଭବତୀ ସନ୍ଧ୍ଯାବାଳୀ ପାଇଁ ଦୁର୍ବିସହ ବୋଲି ଜାଣି  ରାଜପ୍ରାସାଦର ଏକ ବୃକ୍ଷକୁ ନିଜର ଉପସ୍ଥିତି ବୋଲି ମନେ କରିବାକୁ  ଅର୍ଜ୍ଜୁନ ପତ୍ନୀକୁ ପ୍ରବୋଧନା ଦେଲେ  । ସେହି ବୃକ୍ଷ ଅର୍ଜ୍ଜୁନ ବୃକ୍ଷ ନାମରେ ପରିଚିତ। ପରିଶେଷରେ ସନ୍ଧ୍ଯାବାଳୀଠାରୁ ବିଦାୟ ନେଇ ଅର୍ଜ୍ଜୁନ ମର୍ତ୍ତ୍ଯପୁରରେ ପହଞ୍ଚିଲେ।

ଜ୍ଯେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସନ୍ଧ୍ଯାବାଳୀର ଗର୍ଭସଂଚାର ହୋଇଥିଲା  । କୁମ୍ଭସଂକ୍ରାନ୍ତି ପାଂଚଦିନ ଫାଲଗୁନ ମାସ 
କୃଷ୍ଣପକ୍ଷ ଚତୁର୍ଥୀ ତିଥି ରବିବାର ଦିନ ଦଶ  ଦଣ୍ଡ ହସ୍ତା ନକ୍ଷତ୍ରରେ ପୁତ୍ର ଜନ୍ମ ହେଲା  । 
ମାତା ସନ୍ଧ୍ଯାବାଳୀ ନାଗକୁଳର ଏବଂ ପିତା ତ୍ରୁତୀୟ  ପାଣ୍ଡବ ଅର୍ଜ୍ଜୁନ  । ଉଭୟଙ୍କ ନାମ ସମିଶ୍ରଣରେ ପୁତ୍ରର ନାମ ନାଗାର୍ଜୁନ ରଖାଗଲା। ଦିନକୁ ଦିନ ପୁତ୍ରର ତେଜ ବୃଦ୍ଧି ପାଇ ମହାକ୍ରମଶାଳୀ କିଶୋର  ପୁତ୍ର ଅସୀମ ଶକ୍ତିର ଅଧିକାରୀ ହୋଇ  ନାଗକୂଳରେ ଆତଙ୍କ ସ୍ରୁଷ୍ଟି କଲା  । ଏକଦା ତକ୍ଷକ ନାଗର ପୁତ୍ର ବାତାବଳୀ ନାଗାର୍ଜୁନଙ୍କୁ ପିତାଙ୍କ ସଂପର୍କରେ ପ୍ରଶ୍ନ କଲେ  । ଏହି ପ୍ରଶ୍ନରେ ଅପମାନିତ ହୋଇ ନାଗାର୍ଜ୍ଜୁନ ମା'ଙ୍କ ନିକଟକୁ ଆସି ପିତାଙ୍କ ପରିଚୟ, ବାସସ୍ଥାନ ଇତ୍ୟାଦି ବିଷୟରେ ଜାଣିବାକୁ ଚାହିଁଲା  । ମା'ଙ୍କଠାରୁ ସମସ୍ତ ବିଷୟ ଅବଗତ ହୋଇ ପିତାଙ୍କୁ ସାକ୍ଷାତ କରିବା ପାଇଁ ଜିଦ୍ ଧରିଲା। ମାତାଙ୍କଠାରୁ ଆଶୀର୍ବାଦ ଓ ବିଦାୟ ନେଇ ମର୍ତ୍ତ୍ଯଲୋକକୁ ଅଗ୍ରସର ହେଲା  ।
ଅନ୍ବେଷଣରେ ମର୍ତ୍ତ୍ଯଲୋକରେ ବୁଲୁ ବୁଲୁ କାଶୀନଦୀ ତୀରରେ ପହଞ୍ଚିଲା  । ନଦୀପାର ହେବାକଥା ଚିନ୍ତାକରି  ନଦୀର କୂଳେ କୂଳେ ଯାଉ ଯାଉ ଏକ ଅନୁପମ ଉଦ୍ଯାନ ଦେଖିଲା  । ସେ ଉଦ୍ଯାନର ସୌନ୍ଦର୍ଯ୍ୟ  ଅବର୍ଣ୍ଣନୀୟ  । ମଳୟର ପବନ  ଅନବରତ ପ୍ରବାହିତ  । ନାନାଜାତିର ସୁଗନ୍ଧ ପୁଷ୍ପ, ଝରଣା, ବନ୍ଯ ଜୀବଜନ୍ତୁ ରହିଛନ୍ତି  । ଇନ୍ଦ୍ରଙ୍କର ପ୍ରମୋଦ ଉଦ୍ଯାନ ନନ୍ଦନକାନନ ଅପେକ୍ଷା ଏହା ଅତ୍ଯନ୍ତ ଆକର୍ଷଣୀୟ। ଏହି ଉଦ୍ଯାନ 'ହର ଉଦ୍ଯାନ'
ନାମରେ ପରିଚିତ  । ଏହି ଉଦ୍ଯାନର ପୂର୍ବ ଦ୍ବାରରେ ଦ୍ବାରପାଳ ଆଦିତ୍ୟ, ଦକ୍ଷିଣ ଦ୍ବାରର ଦ୍ବାରପାଳ ଗଣେଶ, ଉତ୍ତର ଦ୍ବାରର ଦ୍ବାରପାଳ ଚଣ୍ଡପ୍ରଚଣ୍ଡ ଓ ପଶ୍ଚିମ ଦ୍ବାରର ଦ୍ବାରପାଳ ଜୟନ୍ତିକ  ଅଜୟନ୍ତିକ  । ଉଦ୍ଯାନ  ମଧ୍ଯରେ ବହୁ ମୁନିଋଷି ଧ୍ଯାନମଗ୍ନ। 
ନାଗାର୍ଜ୍ଜୁନ ଉଦ୍ଯାନର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ସେଠାରେ ରହିବାକୁ ଇଚ୍ଛା ପ୍ରକାଶ କଲା  । ଦକ୍ଷିଣ ଦ୍ବାରର ଦ୍ବାରପାଳ ଗଣେଶଙ୍କୁ ନିଜର ମନର ଅଭିଳାଷ ଜଣାଇବାରୁ ଗଣେଶ ମନା କରିବା ସଂଗେ ସଂଗେ କେବଳ ଦେବ ଦେବ ମହାଦେବ ସନ୍ତୁଷ୍ଟ ହୋଇ ଅନୁମତି ପ୍ରଦାନ କଲେ  ଓ ଏହି ଉଦ୍ଯାନରେ ବାସ କରିହୁଏ ବୋଲି କହିଲେ।
ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ନାଗାର୍ଜୁନ କଠୋର ତପସ୍ୟାରେ ବସିଲା  । ନଦୀର ବାଲିରେ ଏକ ବାଲୁକା ଲିଂଗ ସ୍ଥାପନ ପୂର୍ବକ ଅଜପା ରୁଦ୍ରବ୍ରହ୍ମ ମନ୍ତ୍ର ଜପକଲା  । କେବଳ ତୁଳସୀପତ୍ର ରକ୍ଷଣ କରି ତପସ୍ୟାରତ ହେଲା  । ଏହି ତପସ୍ୟାରେ ରୁଦ୍ର ସନ୍ତୁଷ୍ଟ ହୋଇ ନାଗାର୍ଜୁନ ସମ୍ମୁଖରେ ଆବିର୍ଭାବ ହେଲେ ଏବଂ ବର ଯାଚିଲେ  । ନାଗାର୍ଜୁନ ତ୍ରିପୁର ବିଜୟୀ ବର ସହିତ  ପାଶୁପାତ ଶର, ତ୍ରିଶୂଳ ଖଟ୍ବାଂଗ, ଅମୋହ ମୁଦି, ନାଗଫାଶ ଇତ୍ୟାଦି ଅସ୍ତ୍ର ଲାଭ କଲା। ରୁଦ୍ର ନାଗାର୍ଜୁନଙ୍କୁ ପୁତ୍ର ବୋଲି ସମ୍ବୋଧନ କରି ମହାକାଳ ନାରାଚ ମଧ୍ଯ ପ୍ରଦାନ କଲେ  । ନାଗାର୍ଜୁନ ରୁଦ୍ରଙ୍କ ସହ  ମା' ପାର୍ବତୀଙ୍କୁ ସାକ୍ଷାତ କଲା । ପାର୍ବତୀ  ପୁତ୍ର ବୋଲି ସମ୍ବୋଧନ କରି ତ୍ରିଜୀବୀବର ଓ ଅମୋହ ଶକ୍ତି ପ୍ରଦାନ କଲେ  । ହର ଉଦ୍ଯାନରେ ରହିବାକୁ ଅନୁମତି ଦେବାକୁ ସ୍ବାମୀଙ୍କୁ ଅନୁରୋଧ କଲେ। ଶିବ ପାର୍ବତୀଙ୍କ ପ୍ରିୟ ପୁତ୍ର ହେବାରୁ  ଗଣେଶ  ପରଶୁ ଓ ଅମ୍ରୁତାକ୍ଷଶର, କାର୍ତ୍ତିକେୟ, ସୂର୍ଯ୍ୟ ବ୍ରତ ଶର ଓ ହେମଗଦା ବାରାହୀ ଦେବୀ ଅଗ୍ନି ନାରାଚ ଓ ମହାକାଳ ବାଣ ପ୍ରଦାନ କଲେ  । ଏହି ସମସ୍ତ ଅସ୍ତ୍ର ଲାଭ କରି ନାଗାର୍ଜୁନ ମା' ପାର୍ବତୀଙ୍କ ନିର୍ଦ୍ଦେଶରେ ହର ଉଦ୍ଯାନରେ ଥିବା ଶିବଙ୍କର ଅତିପ୍ରିୟ ଗଣ୍ଡାର ରକ୍ଷଣାବେକ୍ଷଣ ଦାଯିତ୍ବ ଗ୍ରହଣ କଲା  । 

        ଦିନେ ରାଜା ଯୁଧିଷ୍ଠିର ବରୁଣାବନ୍ତରେ  ଥିବାବେଳେ ନାରଦ ଉପସ୍ଥିତ ହେଲେ। ନାରଦଙ୍କୁ ଦେଖି ଯୁଧିଷ୍ଠିର ପିତା ପଣ୍ଡୁଙ୍କ ସଂପର୍କରେ ପଚାରିଲେ। ନାରଦ ଅତ୍ଯନ୍ତ ବିଷର୍ଣ୍ଣ ବଦନରେ କହିଲେ ଯେ ଅଦ୍ଯାବଧି ପଣ୍ଡୁଙ୍କୁ ବ୍ରହ୍ମଲୋକ ପ୍ରାପ୍ତି ହୋଇନାହିଁ  । ଯମରାଜା ସିଂହାସନର ତ୍ରୁତୀୟ ପାହାଚ ତଳେ ଛିଡା ହୋଇଥିବା ପଣ୍ଡୁ ରାଜସ୍ବୀୟ ଯଜ୍ଞ ପରେ ୨ୟ ପାହାଚକୁ ଉଠିଛନ୍ତି  । ବ୍ରହ୍ମଲୋକକୁ ଯିବାକୁ ଆହୁରି ଗୋଟିଏ ପାହାଚ ବାକି ଅଛି  । ଯୁଧିଷ୍ଠିର ଏକଥା ଶୁଣି ମର୍ମାହତ ହେଲେ  । ନାରଦ ସାନ୍ତ୍ବନା ପ୍ରଦାନ କରି କହିଲେ ଯେ ତୁମେ ରାଜସ୍ବ  ଯଜ୍ଞ କରିଛ ସତ  କିନ୍ତୁ ପିତ୍ରୁଶ୍ରାଦ୍ଧ କରି ନାହଁ  । ଏଣୁ ତୁମର ପିତା ବ୍ରହ୍ମଲୋକର ଏକ ପାହାଚ ତଳେ ଦଣ୍ଡାୟମାନ  । ଯୁଧିଷ୍ଠିର ଏକଥା ଶୁଣି ନିଜର ଭାଇମାନଙ୍କୁ ଡାକିଲେ  ଏବଂ ଶ୍ରାଦ୍ଧ ନିମିତ୍ତ ଶୀଘ୍ର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଲେ  । ଏହି ଶ୍ରାଦ୍ଧ ନିମିତ୍ତ ଗଣ୍ଡୀ ମାଂସର ଆବଶ୍ଯକତା ସଂପର୍କରେ ଜଣାଇବାରୁ ଅର୍ଜୁନ ଗଂଡା ମାଂସ ଅନ୍ବେଷଣରେ ବାହାରିଲେ  ଏବଂ ଅନ୍ୟ ଭାଇମାନେ  ଶ୍ରାଦ୍ଧ ଉପକରଣ ପ୍ରସ୍ତୁତିରେ ଲାଗିପଡିଲେ । ଅର୍ଜୁନ ବହୁ ଜଂଗଲ ବୁଲି ମଧ୍ଯ ଗଣ୍ଡାର ସନ୍ଧାନ ପାଇଲେ ନାହିଁ  । ନବଦିନ ନବରାତ୍ର ଅତିକ୍ରାନ୍ତ ହୋଇଯିବା ସତ୍ବେ ଗଣ୍ଡାର ପତ୍ତା ମିଳୁନାହିଁ  । 
   ବିଷର୍ଣ୍ଣମତି ଅର୍ଜ୍ଜୁନ ଅସ୍କନ୍ଦ ପର୍ବତରେ ଗଣ୍ଡା ଅନ୍ବେଷଣରେ  ବୁଲୁ ବୁଲୁ ନାରଦଙ୍କ ସାକ୍ଷାତ ପାଇଲେ  ଏବଂ ନିଜର ଅସହାୟତା ପ୍ରକାଶ କଲେ  । ନାରଦ ଅର୍ଜ୍ଜୁନଙ୍କ କଥାଶୁଣି  ରୁଦ୍ର ପର୍ବତ ତଳେ ହର ଉଦ୍ଯାନରେ ଗୋଟିଏ ଗଣ୍ଡା ଥିବାର ସନ୍ଧାନ ଦେଲେ  । ଅର୍ଜ୍ଜୁନ ନାରଦଙ୍କ କଥାନୁସାରେ ହର ଉଦ୍ଯାନରେ ପହଞ୍ଚି ଗଣ୍ଡାର ଅନୁସନ୍ଧାନ କଲେ  ।

କିଛି ସମୟ ପରେ ନାନା ରତ୍ନଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣା ନିକଟକୁ ଆସିଲା। ଜଳପାନ ଶେଷକରି ଫେରିଲା ବେଳକୁ ଲତା ଗହଳରେ ଲୁଚି ରହିଥିବା କିରାତ ବେଶି ଅର୍ଜ୍ଜୁନ ଶର ନିକ୍ଷେପ କଲେ। ଶରଘାତରେ ପ୍ରଚଣ୍ଡ ଶବ୍ଦ କରି ଗଣ୍ଡା ମ୍ରୁତ୍ୟୁ ବରଣ କଲା   । ସେହିଦିନ ନାଗାର୍ଜୁନର ସ୍ବନକ୍ଷେତ୍ର ବନ୍ଦାପନା ଦିବସ ପଡିଥିବାରୁ ସେ ମା'ଙ୍କ ନିକଟକୁ ପାତାଳପୁର ଗମନ କରିଥିଲା  । ବନ୍ଦାପନା ସମୟରେ ନାନା ଅଶୁଭ ଶକୁନ ଦେଖି ଶୀଘ୍ର ନିଜ ଉଦ୍ଯାନକୁ ପ୍ରତ୍ଯାବର୍ତ୍ତନ କରିବାକୁ ବ୍ଯଗ୍ର ହେଲା  । ଉଦ୍ଯାନରେ ଗଣ୍ଡା ବଧକରି ଗଣ୍ଡାର ରକ୍ଷକକୁ ଅପେକ୍ଷା କରି  ରହିଥିଲେ  । ଗଣ୍ଡା ଦେହରେ ଥିବା ସମସ୍ତ ରତ୍ନ ଅଳଙ୍କାରକୁ ରକ୍ଷକକୁ ପ୍ରଦାନ କରି ମ୍ରୁତ ଗଣ୍ଡାକୁ ପିତୃପିତୃଶ୍ରାଦ୍ଧାର୍ଥେ ଘେନି ଯିବା ପାଇଁ ଅପେକ୍ଷା କରିଥିଲେ  । ନାଗାର୍ଜୁନ ଉଦ୍ଯାନରେ ପହଞ୍ଚି ଦେଖେ ତ ରୁଦ୍ରଙ୍କ ପ୍ରିୟ ଗଣ୍ଡା ଶରଘାତରେ ମ୍ରୁତ୍ୟୁ ବରଣ କରିଅଛି  । ଏହା ଦେଖି ନାଗାର୍ଜୁନଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଲା  । କ୍ରୋଧରେ ଜର୍ଜରିତ ହୋଇ ବ୍ରହ୍ମା ବିଷ୍ଣୁ, ଯକ୍ଷ, ରାକ୍ଷାସ, କିନ୍ନର ଯେ କେହି ଗଣ୍ଡାକୁ ବଧ କରିଥାନ୍ତୁ  ନା କାହିଁକି ସେ ତାଙ୍କୁ ଜୀବନରେ ଛାଡିବ ନାହିଁ ବୋଲି ପ୍ରତିଜ୍ଞା କଲା  । ଏହି ସମୟରେ ଅର୍ଜ୍ଜୁନ ଲତା ଗହଳରୁ ବାହାରି ନିଜେ ଗଣ୍ଡା ବଧକାରୀ  ବୋଲି ସ୍ବୀକାର କଲେ  । ଅର୍ଜ୍ଜୁନଙ୍କୁ ଗଣ୍ଡାର ହତ୍ଯାକାରୀ ବୋଲି ଜାଣି ନାଗାର୍ଜୁନର କ୍ରୋଧ ଦ୍ବିଗୁଣିତ ହୋଇପଡିଲା  । ଚକ୍ଷୁ ଆରକ୍ତ ବର୍ଣ୍ଣ, ମୁଖ ବିବର୍ଣ୍ଣ ଏବଂ କ୍ରୋଧ ଜର୍ଜରିତ ଶରୀରରେ ଅର୍ଜ୍ଜୁନଙ୍କୁ ମାରିବା ପାଇଁ ଶର ନିକ୍ଷେପ କଲା। ଅର୍ଜ୍ଜୁନ ପ୍ରତି ଅସ୍ତ୍ର ପ୍ରେରଣ କରି ଯୁଦ୍ଧ କଲେ  । ତିନିଦିନ ପର୍ୟ୍ଯନ୍ତ ଏ ଯୁଦ୍ଧ ଚାଲିଲା  । ଯୁଦ୍ଧରେ କେହି କାହାକୁ ପରାସ୍ତ କରିପାରିଲେ ନାହିଁ  । ନାଗାର୍ଜୁନ ଶେଷରେ ଶିବଙ୍କ ଠାରୁ ପ୍ରାପ୍ତ ମହାକାଳ ନନାରାକୁ ଅର୍ଜ୍ଜୁନ ଉଦ୍ଦେଶ୍ଯରେ ପ୍ରେରଣ କଲା  । ଅର୍ଜ୍ଜୁନ ମହାକାଳ ନାରାଚ ଅସ୍ତ୍ରରେ ପରାସ୍ତ ହେଲେ ଏବଂ ତାଙ୍କ ଶରୀର ଦୁଇଖଣ୍ଡ ହୋଇଗଲା  । ନାଗାର୍ଜୁନ ଅର୍ଜ୍ଜୁନର ରକ୍ତକୁ ଚିତାରେ ଗ୍ରହଣ କରି ଅର୍ଜ୍ଜୁନର ଧନୁ ଓ କିରୀଟ ଧରି ମା' ସନ୍ଧ୍ଯାବାଳୀଙ୍କ ନିକଟକୁ ଅଗ୍ରସର ହେଲେ  । ମା'ଙ୍କ ନିକଟରେ ପହଞ୍ଚି ସମସ୍ତ ବିଷୟ ବର୍ଣ୍ଣନା କରିବା ସହିତ  ଅର୍ଜ୍ଜୁନଙ୍କ ଧନୁ ଓ କିରୀଟିକୁ ଦେଖାଗଲା  । ସନ୍ଧ୍ଯାବାଳୀ ଧନୁ କିରୀଟିକୁ ଦେଖି ଏହା ଅର୍ଜ୍ଜୁନଙ୍କ ବୋଲି ଜାଣିଲେ  । ରାଜପ୍ରାସାଦରେ ଥିବା ଅର୍ଜୁନବୃକ୍ଷ ମଧ୍ଯ ଝାଉଁଳି ଯାଇଥିବା  ଦ୍ରୁଶ୍ଯ  ସନ୍ଧ୍ଯାବାଳୀଙ୍କ କ୍ରନ୍ଦନକୁ ଦ୍ବିଗୁଣିତ କରିଦେଲା  । ପୁତ୍ରକୁ ଧିକ୍କାର କରିବା ସଙ୍ଗେ ସଙ୍ଗେ ଶୋକାକୁଳ ମା' ଓ ପୁଅ ଅର୍ଜ୍ଜୁନଙ୍କ ମୃତ ଦେହ ନିକଟକୁ ଆସିଲେ। ଅର୍ଜୁନଙ୍କ ମୃତ ପିଣ୍ଡକୁ ଧରି ପତ୍ନୀ ସନ୍ଧ୍ଯାବାଳୀ ପ୍ରାଣବଳୀ ଦେବାକୁ ସ୍ଥିର କଲେ  । 

        ନାରଦ ଶ୍ରୀ କ୍ରୁଷ୍ନଙ୍କୁ ବଳରାମଙ୍କୁ ନାଗାର୍ଜୁନ ଦ୍ବାରା ଅର୍ଜୁନ ମୃତ୍ଯୁବରଣ  କରିଥିବା କଥା ଜଣାଇଦେଲେ  । ଏହି ଖବର ଶୁଣି କ୍ରୋଧାନ୍ବିତ ବଳରାମ ଓ ଶ୍ରୀ କ୍ରୁଷ୍ନ ଯାଦବ ଦଳ ସୈନ୍ଯସାମନ୍ତ ଓ ଯୁଧିଷ୍ଠିର ଇତ୍ୟାଦି ପାଣ୍ଡବମାନଙ୍କୁ ଧରି ହର ଉଦ୍ଯାନରେ ପହଞ୍ଚିଲେ  । ସଙ୍ଗେ ସଙ୍ଗେ ନାଗାର୍ଜୁନଙ୍କ ସହିତ ଯୁଦ୍ଧ ଆରମ୍ଭ ହୋଇଗଲା  । ଯୁଦ୍ଧ ଭୀଷଣରୁ ଭୀଷଣତର ହୁଅନ୍ତେ ନାରଦ କପିଳାସକୁ ଯାଇ ଶିବଙ୍କୁ ମଧ୍ଯ ଏହି ଯୁଦ୍ଧ ସମ୍ବାଦ ଜଣାଇଦେଲେ  । ପ୍ରିୟ ପୁତ୍ର ନାଗାର୍ଜୁନ ସହ କୃଷ୍ଣ ବଳରାମଙ୍କ ଯୁଦ୍ଧ କରିବା କଥା ଶୁଣି ଅନୁଚର ବର୍ଗଙ୍କ ସହ ଶିବ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ। ଯୁଦ୍ଧ ପ୍ରଚଣ୍ଡରୁ ପ୍ରଚଣ୍ଡତ୍ତର ହେବାକୁ ଲାଗିଲା। ସ୍ବର୍ଗ ମର୍ତ୍ତ୍ଯ, ପାତାଳ ପ୍ରକମ୍ପିତ ହେଲା  । ଏ ସମସ୍ତ ଦ୍ବନ୍ଦର ସୂତ୍ରଧର ନାରଦ ପ୍ରମାଦ ଗଣିଲେ  । ସଙ୍ଗେ ସଙ୍ଗେ ବ୍ରହ୍ମଲୋକ ଯାଇ ପିତାମହ ବ୍ରହ୍ମାଙ୍କୁ ପରିସ୍ଥିତି ସଂପର୍କରେ ଅବଗତ କରାଇଲେ   । ବ୍ରହ୍ମା ତତ୍ କ୍ଷଣାତ୍ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ  । ଯୁଦ୍ଧରୁ କ୍ଷାନ୍ତ ହେବାକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଅନୁରୋଧ କଲେ। ଅର୍ଜୁନଙ୍କ ଜୀବନ ହିଁ ତାଙ୍କର ଏକମାତ୍ର କାମ୍ୟ ବୋଲି ଶ୍ରୀକୃଷ୍ଣ  ବ୍ରହ୍ମାଙ୍କୁ କହିଲେ  । ଶିବଙ୍କୁ କ୍ରୋଧ ଶାନ୍ତ କରିବାକୁ ବ୍ରହ୍ମା ମଧ୍ଯ ଅନୁରୋଧ କଲେ। ବ୍ରହ୍ମାଙ୍କ ଅନୁରୋଧରେ  ସମସ୍ତେ କ୍ରୋଧ ଶାନ୍ତ କରନ୍ତେ ସେ ଯମରାଜାଙ୍କୁ ସ୍ମରଣ କଲେ  । ଯମରାଜା ମାତୃ ଅଭିଶାପ ଗ୍ରସ୍ଥ ଗଳିତ କୁଷ୍ଠ ବ୍ଯାଧି କ୍ରାନ୍ତ ଶରୀରରେ ଉପସ୍ଥିତ ହେଲେ  ।

ମା' ଛାୟାଙ୍କ ଦ୍ବାରା ଅଭିଶାପ ପାଇ ରୋଗଗ୍ରସ୍ତ ହୋଇଥିଲେ ମଧ୍ଯ ଏହି ଅଭିଶାପରୁ ମୁକ୍ତ ହେବାର ଉପାୟ କହିଥିଲେ  । କୌଣସି ଏକ ସମୟରେ ବ୍ରହ୍ମା ବିଷ୍ଣୁ ଏବଂ ଶିବଙ୍କ ଏକତ୍ର ଦର୍ଶନ କଲେ ଏବଂ ଶିବ ପ୍ରୀତ ହୋଇ ବର ଦେଲେ ବ୍ଯାଧିମୁକ୍ତ ହୋଇପାରିବେ ବୋଲି ଛାୟା କହିଥିଲେ  । ବ୍ରହ୍ମାଙ୍କ ଅନୁରୋଧରେ ଯମରାଜା ଅର୍ଜୁନଙ୍କୁ ସଂଜୀବନୀ ମନ୍ତ୍ର ପ୍ରଦାନ କରିବାରୁ ଶିବ ପ୍ରୀତ ହୋଇ ଯମରାଜାଙ୍କୁ କୁଷ୍ଠ ବ୍ଯାଧିରୁ ମୁକ୍ତ କଲେ  । ପଣ୍ଡୁ ରାଜାଙ୍କ ପାଇଁ ଯମ ଏହିଭଳି ଏକ ଦୁର୍ଲ୍ଲଭ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ପଣ୍ଡୁଙ୍କୁ ବ୍ରହ୍ମଲୋକକୁ ଯିବାକୁ ଅନୁମତି ପ୍ରଦାନ କଲେ  । ପଣ୍ଡୁଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେଲା  । ଯାଦବ ଆଉ ପାଣ୍ଡବ କୂଳ ଆନନ୍ଦିତ ହେଲେ  । ପିତୃଶ୍ରାଦ୍ଧ ର ମଧ୍ଯ ଆବଶ୍ଯକତା ରହିଲା ନାହିଁ  । ଏଣୁ ଯମ ମୃତ ସଂଜୀବନୀ ମନ୍ତ୍ର ଦ୍ବାରା ମୃତ ଗଣ୍ଡାକୁ ମଧ୍ଯ ଜୀବନ ପ୍ରଦାନ କଲେ  ।

ଏ ସମସ୍ତ ଆନନ୍ଦ ମଧ୍ଯରେ ପୁଣି ଏକ ବିଷାଦର ଛାୟା ଘୋଟିଗଲା , ଅର୍ଜୁନ ଏକ କିଶୋର ବାଳକ ଦ୍ବାରା ପରାସ୍ତ ହୋଇ ମ୍ରୁତ୍ୟୁବରଣ କରିଥିବା କଥା ଜାଣିବାପରେ ନିଜକୁ ଧିକ୍ କାର କରିବା ସହିତ ଆତ୍ମହତ୍ଯା କରିବା ପାଇଁ ପ୍ରତିଜ୍ଞା କଲେ  । ପୃଥିବୀରେ ଶ୍ରୀକୃଷ୍ଣଙ୍କ ବ୍ଯତୀତ ଅନ୍ୟ କାହାଦ୍ବାରା ସେ ପରାସ୍ତ ହେବେ ନାହିଁ ବୋଲି ତାଙ୍କର ଦ୍ରୁଢ  ଧାରଣା ଥିଲା  । ଏହି ଅଂହକାର ଦୂରୀଭୂତ କରିବା ପାଇଁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ଅର୍ଜ୍ଜୁନଙ୍କୁ ପରାସ୍ତ କରିଥିଲେ ବୋଲି ପ୍ରବୋଧନା ଦେଲେ  । କିନ୍ତୁ ଅର୍ଜୁନ ଏହି ପ୍ରବୋଧନାରେ ଶାନ୍ତ ନ ହେବାରୁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଥିଲେ  । ଅର୍ଜୁନ ନିଜ ପୁତ୍ରଠାରେ ସଖା ଶ୍ରୀକୃଷ୍ଣଙ୍କୁ ଏବଂ ସଖା ଶ୍ରୀକୃଷ୍ଣଠାରେ ପୁତ୍ର ନାଗାର୍ଜୁନକୁ  ଦେଖି ଆଶ୍ଚର୍ଯ୍ଯ ହେବା ସଂଗେ ସଂଗେ ନିଜକୁ ଧନ୍ଯ ମଣିଲେ  । ପିତା ପୁତ୍ର ଆନନ୍ଦରେ ପରସ୍ପରକୁ କୋଳାଗ୍ରତ କଲେ  । ସ୍ବର୍ଗରୁ ଦେବତାମାନେ ନାଗାର୍ଜୁନ ଉପରେ ପୁଷ୍ପବ୍ରୁଷ୍ଟି କଲେ  । ଏହି ଏୈଶ୍ବର୍ଯ୍ଯ ଲୀଳାର ସ୍ମାରକୀ ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ  । 

     ନାଗାର୍ଜୁନ ଓ ଅର୍ଜୁନଙ୍କ ଯୁଦ୍ଧ ଶେଷରେ ଅର୍ଜୁନଙ୍କ ମ୍ରୁତ ପିଣ୍ଡ ଗୋଟିଏ ଦିନ ପଡି ରହିଥିଲା  । ଏହା ମଧ୍ଯରେ ଶ୍ରୀକୃଷ୍ଣ ବଳରାମ ଓ ଶିବଙ୍କର ଯୁଦ୍ଧ, ବ୍ରହ୍ମା ଏବଂ ଯମରାଜାଙ୍କ ଆଗମନ ହୋଇଛି। ଗୋଟିଏ ଦିନର  ଗୋଟିଏ ତିଥି ଅତିକ୍ରାନ୍ତ ହୋଇଗଲେ ମ୍ରୁତ ସଂଜୀବନୀ ମନ୍ତ୍ର କାର୍ଯ୍ୟ କରିନଥାଏ  । ଏଣୁ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କୁ ଅନ୍ୟ ଏକ ତିଥିକୁ ସଂକ୍ରମଣ ନ କରିବା ପାଇଁ ଅନୁରୋଧ କରିଥିଲେ  ଅର୍ଥାତ୍ ଗୋଟିଏ ତିଥି ସୂର୍ଯ୍ଯଦେବ ଦୁଇଦିନ ଭୋଗ କଲେ  । ନିଜର ପୁତ୍ର ଯମର ଅଭିଶାପ ମୋଚନ ସମୟ ଉପସ୍ଥିତ ଜାଣି ସୂର୍ଯ୍ଯଦେବ ଶ୍ରୀକୃଷ୍ଣଙ୍କ ଅନୁରୋଧ ରକ୍ଷା କରିଥିଲେ। କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ତିଥିଠାରୁ ନାଗାର୍ଜୁନ ଏବଂ ଅର୍ଜୁନଙ୍କ ମଧ୍ଯରେ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା  । ଅର୍ଜୁନଙ୍କ ପୁନର୍ଜନ୍ମ ମଳ ତିଥିରେ ହେଲା ଏଣୁ ଏହାର ସ୍ମାରକୀ ସ୍ବରୂପ ଯେଉଁ ବର୍ଷ କାର୍ତ୍ତିକ ମାସ ଏକାଦଶୀଠାରୁ ପୂର୍ଣ୍ଣମୀ ମଧ୍ଯରେ ମଳ ତିଥି ଭୋଗ ହୁଏ ସେହିବର୍ଷ ଶ୍ରୀଜଗନ୍ନାଥଙ୍କୁ ନାଗାର୍ଜୁନ ବେଶରେ ଭୂଷିତ କରାଯାଇଥାଏ  ।

Post a Comment

Previous Post Next Post