ଜଗନ୍ନାଥଂ ମହାବାହୁଂ ପ୍ରତ୍ୟକ୍ଷ ରଘୁନନ୍ଦନଂ
ସୌମିତ୍ରୀଂ ବଳଦେବଞ୍ଚ ଭଦ୍ରାଂମୈଥିଳୀମେବଚ
ପୁରତୋ ତେଜରଯଞ୍ଚାୟୁଧ ଭୀମଂ ମହାବଳଂ
ବାତଜାତଂ ସହ ବନ୍ଦ୍ୟଂ ରେଫାରୁଢ ଚତୁର୍ବ୍ୟୁହମ୍ !
ଏହି ଶ୍ଲୋକରୁ ଜଣାପଡେ ତେଜରୂପୀ ଶ୍ରୀ ସୁଦର୍ଶନଙ୍କ ସ୍ୱରୂପ ହିଁ ମହାବୀର ହନୁମାନ ! ହନୁମାନ ଯୁଗେ ଯୁଗେ ଅମର ଓ ଜିତେନ୍ଦ୍ରିୟ ! ଆଦିକବି #ବାଲ୍ମୀକିଙ୍କ ରଚନା ଶ୍ରୀରାମ କଥା ଶତକମ୍ ର ୫୮ ତମ ଶ୍ଲୋକରେ ସର୍ବପ୍ରଥମେ ହନୁମାନଙ୍କ ସମ୍ବନ୍ଧରେ ବର୍ଣ୍ଣିତ ହୋଇଅଛି ! 

ଶର୍ବଯ୍ୟା ପୂଜିତଃ ସମ୍ୟଗ୍ରାମୋ ଦଶରଥାତ୍ମଜଃ
ପଂପାତୀରେ ହନୁମତା ସଂଗତୋ ବାନରୈଃସହ ॥

ସର୍ବ ପ୍ରଥମ ପୁରୁଷୋତ୍ତମ ଶ୍ରୀରାମଙ୍କ ସାକ୍ଷାତ୍ ହନୁମାନଙ୍କ ସହ ହୋଇଥିଲା ପମ୍ପା ସରୋବର ନିକଟରେ ! ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମ କପିମାନଙ୍କ ଗହଣରେ ହନୁମାନଙ୍କୁ ଭେଟିଥିଲେ ! ହନୁମାନଙ୍କ ଅକଳ୍ପନୀୟ ଧର୍ଯ୍ୟ ସମ୍ବନ୍ଧରେ ଶ୍ରୀରାମ କଥା ଶତକମ୍ ରେ ୭୨ତମ ଶ୍ଲୋକରେ ଉଲ୍ଲେଖ କରାଯାଇଛି ! ଶତଯୋଜନ ସମୁଦ୍ରକୁ ଲଙ୍ଘନ କରିବା ସାମର୍ଥ୍ୟ କେବଳ ହନୁମାନଙ୍କର ଥିଲା ! ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଧର୍ମ ସଂସ୍ଥାପନାରେ ହନୁମାନଙ୍କ ସହଯୋଗ ଲୋଡିଥିଲେ !

ଆଦିକବି ବାଲ୍ଲୀକି ତାଙ୍କ ରଚିତ ରାମାୟଣରେ ପ୍ରଭୁ ଶ୍ରୀରାମ ହିଁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବୋଲି ବର୍ଣ୍ଣନା କରିଛନ୍ତି ! ତ୍ରେତୟା ଯୁଗର କଥା ! ଯେତେବେଳେ ଅସୁରମାନଙ୍କ ନିଧନକାର୍ଯ୍ୟ ସାରି ସଂସାରରୁ ବିଦାୟ ଗ୍ରହଣ କଲାବେଳେ #ସରଯୁ ତଟରେ ଭକ୍ତ ହନୁମାନ ଓ ବିଭୀଷଣ ମଧ୍ୟ ଉପସ୍ଥିତ ଥିଲେ ! ତତ୍କାଳେ ହନୁମାନ ଓ ବିଭୀଷଣ ଭକ୍ତଦ୍ୱୟ କାହାକୁ ଆଉ ଦର୍ଶନ କରିବେ ଭାବି ବିଚଳିତ ହୋଇପଡିଲେ !  ପ୍ରଭୁଙ୍କୁ ମନକଥା ଜଣାଇବାରୁ ପ୍ରଭୁ ରାମଚନ୍ଦ୍ର ଉତ୍ତର ଦେଇଥିଲେ 👇👇 

ଆରାଧୟ ଜଗନ୍ନାଥ ମିକ୍ଷ୍ୱାକୁ କୂଳଦୈବତଂ 
ଆରାଧନୀୟଃ ସଃ ସାକ୍ଷାତ୍ ଇନ୍ଦ୍ରାଦି ଦୈବତୈଃସହ ॥( #ଲଙ୍କାକାଣ୍ତ #ବାଲ୍ଲୀକି #ରାମାୟଣ )

ସକଳ ଦେବ ଦେବୀଙ୍କ ଆରାଧିତା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହିଁ ମୋ ଦର୍ଶନ ବୋଲି ପ୍ରଭୁ ଶ୍ରୀରାମଚନ୍ଦ୍ର ସ୍ୱମୁଖେ ପ୍ରକାଶ କଲେ ! କଥିତ ମଧ୍ୟ ରହିଛି ଚାରି ଯୁଗେ ଅମର ଥିବା ବିଭୀଷଣ ପ୍ରତ୍ୟକ୍ଷ ଶ୍ରୀମନ୍ଦିରକୁ ଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ଆସିଥାନ୍ତି ! କିମ୍ବଦନ୍ତୀକୁ ଆଧାର କରି ଜାଣିହୁଏ ଯେ , ଲଙ୍କପତି ବିଭୀଷଣଙ୍କର ପ୍ରଦତ୍ତ ଏକ ସ୍ୱର୍ଣ୍ଣ କଙ୍କଣ ଜଗନ୍ନାଥଙ୍କ ପ୍ରଧାନ ସେବକ ଛତିଶାନିଯୋଗ ନାୟକ ପଟ୍ଟଯୋଷୀ ମହାପାତ୍ରଙ୍କ ନିକଟରେ ରହିଥିବାର ବିଶ୍ୱାସ କରାଯାଏ !

Post a Comment

Previous Post Next Post