ଗରୁଡ଼ ପୁରାଣ #ପାପନୁସାରେ_ରୋଗତ୍ପତି    【ଭାଗ-୮】
 ପକ୍ଷୀରାଜ ଗରୁଡ଼ ଭଗବାନ ବିଷ୍ଣୁଙ୍କ ଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ସାରିବା ପରେ ଭକ୍ତି ରେ ପ୍ରଣାମ କରି କହିଲା "ପ୍ରଭୁ ଆପଣଂକ ଠାରୁ ଅପୂର୍ବ ବାଣୀ ଶୁଣି ମୁଁ ନିସ୍ତରି ଗଲି "।ହେ ପ୍ରଭୁ !ମୋତେ କୁହନ୍ତୁ ,,ପାପୀମାନେ  ନର ଲୋକରେ ଜନ୍ମ ହୋଇ ମନୁଷ୍ୟ ଶରୀର ପାଆନ୍ତି ଓ ନାନାଦି ରୋଗ ଯନ୍ତ୍ରଣା ଓ ନିନ୍ଦା ଭୋଗ କରନ୍ତି ?କିନ୍ତୁ ,,,
  ୧-କେଉଁ ପାପ କଲେ କେଉଁ ରୋଗ ହୁଏ ?
୨-ଅଙ୍ଗହୀନ ,ବିକଳାଙ୍ଗ କାହିଁକି ମନୁଷ୍ୟ ହୁଏ ?
         ହେ ଭାବଗ୍ରାହୀ ,ହେ ମହାପ୍ରଭୁ !ଦୟାକରି ଏ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ ?।

ଗରୁଡ଼ କଥାଶୁଣି ନାରାୟଣ ଦେବ ଅଳ୍ପ ହସିଲେ ଭକ୍ତର ଆଗ୍ରହ
ଦେଖି ମଧୁର ବାଣୀ ରେ କହିଲେ .....

  ହେ ପକ୍ଷୀରାଜ ତୁମେ ଯାହା ପଚାରିଲ ,ତାହାକୁ ମୁଁ ବୁଝାଇ କହୁଛି ମନଦେଇ  ଶୁଣ ?,,,,,ପୂର୍ଵଜନ୍ମରେ ଯେଉଁ ପ୍ରାଣୀ ପାପ କରିଥାଏ ତାହାର ଫଳ ଯୋଗୁଁ ନର୍କ ଭୋଗକରେ ।ପ୍ରଳୟ କାଳରେ ଯମ ବଦଳି ଯାଆନ୍ତି ।ରୋୖରବ ନର୍କ ଭୋଗ କରୁଥିବା
ପାପୀମାନେ  ମର୍ତ୍ତ୍ୟ ଲୋକରେ ପୁଣି ମଣିଷ ଶରୀର ଧାରଣ କରନ୍ତି । ସେହି ଶରୀର ବହୁତ ଦୁଃଖ କଷ୍ଟ ଭୋଗକରେ । ବ୍ୟାଧି ରୂପରେ  ସେହି ଜନ ନିଜ ପୂର୍ବ ପାପକୁ ଚିହ୍ନି ପାରେ ।

  👉ଯେଉଁମାନେ ପୂର୍ବ  ଜନ୍ମରେ ବ୍ରାହ୍ମଣ ଙ୍କୁ ହତ୍ୟା କରିଥାନ୍ତି 
ସେମାନଙ୍କୁ ଯକ୍ଷ୍ମା ରୋଗ ନିଶ୍ଚିତ ଭାବେ ହୋଇଥାଏ ।
👉ଯେଉଁ ମାନେ ପୂର୍ବ ଜନ୍ମରେ ଗୋ ହତ୍ୟା କରିଥାନ୍ତି ସେମାନଙ୍କୁ କୁଷ୍ଠ ରୋଗ ନିଶ୍ଚିତ ଭାବେ ହୋଇଥାଏ ।
👉ଯେଉଁମାନେ ନିଜ ପୁତ୍ରକୁ ନାଶ କରିଥାନ୍ତି ସେମାନଙ୍କୁ ଗଳିତ କୋଷ୍ଠ ହୁଏ ।
     ଏହି ତିନି ପାପୀ ମର୍ତ୍ତ୍ୟ ରେ ଚଣ୍ଡାଳ ଘରେ ଜନ୍ମ ହୋଇଥାନ୍ତି ଓ ଏହି ରୋଗରେ ଘାଣ୍ଟି ହୁଅନ୍ତି ।

👉ଯେଉଁମାନେ ଗୁରୁ ପତ୍ନୀ ଙ୍କୁ ରମଣ କରନ୍ତି  ସେହିମାନେ ମର୍ତ୍ତ୍ୟରେ ନପୁଂସକ ହୋଇ ମର୍ତ୍ତ୍ୟରେ ଜନ୍ମ ହୁଅନ୍ତି ।
👉ଯେଉଁମାନେ ଗର୍ଭ ନଷ୍ଟ କରିଥାନ୍ତି ସେମାନେ ମର୍ତ୍ତ୍ୟରେ ଶବର ଘରେ ଜନ୍ମ ନିଅନ୍ତି ।ତାଙ୍କର ହାତ ,ପାଦ ,ଚର୍ମ ସବୁଆଡେ ଯାଦୁ ହୁଏ ।ଯେତେ ଔଷଧ ଖାଇଲେ ମଧ୍ୟ ଏହା ଭଲ ହୁଏନାହିଁ ।

👉ଯେଉଁ ଜନ ପୂର୍ବ ଜନ୍ମରେ ପଶୁପକ୍ଷୀ ଙ୍କୁ ମାରି ତାଙ୍କ ମାଂସ ଖାଇଥାଏ ତାଙ୍କର ଶରୀରରେ ରକ୍ତ କୋଷ୍ଠ ହୁଏ ।
👉ଯେଉଁଜନ ଅଭକ୍ଷ ଭକ୍ଷଣ କରେ ତାଙ୍କର  ପାଦ ଜଙ୍ଘ ବିକଳାଙ୍ଗ ହୁଏ ।
👉ବ୍ରାହ୍ମଣ ହୋଇ ଯଦି ଇନ୍ଦ୍ରିୟ ର ଅଧିନ ହୁଏ ତେବେ ତାକୁ ଜଳ ଉଦର ରୋଗ ହୁଏ ।
👉ଯେଉଁମାନେ ସୁସ୍ୱାଦୁ ପରିବାରଙ୍କୁ ଲୁଚାଇ ନିଜେ ଖାଏ ସେମାନଙ୍କୁ ଗଳଗଣ୍ଡ ରୋଗ ହୁଏ ।
👉ଅଶୁଦ୍ଧ କାଳରେ ଯିଏ ଶ୍ରାଦ୍ଧ ଓ ପିଣ୍ଡଦାନ ଦିଏ ସେମାନଙ୍କ ଶରୀରରେ ଚିତ୍ର କୁଷ୍ଠ ହୁଏ ।
👉ଯେଉଁ ଜନ ଗୁରୁଙ୍କ ଆଜ୍ଞାକୁ ଅବଜ୍ଞା କରେ ତାକୁ ଅପ୍ସମାର ରୋଗ ନିଶ୍ଚିତ ହୋଇଥାଏ ।
👉ଯେଉଁ ଜନ ବେଦ ନିନ୍ଦାକରେ  ତାକୁ ପାଣ୍ଡୁ ରୋଗ ହୁଏ ।
👉ଯେଉଁଜନ ମିଥ୍ୟା ସାକ୍ଷୀ ଦିଇଥାନ୍ତି ସେମାନେ ଭୁଲୋକରେ 
ମୁକ ହୋଇ ଜନ୍ମ ନିଅନ୍ତି ।
👉ଯେଉଁ ଜନ ବିବାହ ପ୍ରସ୍ତାବ ଭାଙ୍ଗି ଥାଆନ୍ତି ସେମାନେ ଓଷ୍ଠ ହୀନ ହୋଇ ଜନ୍ମ ନିଅନ୍ତି ।
👉ଯେଉଁ ଜନ ପୁସ୍ତକ ଚୋରି କରିଥାଏ ସିଏ ଅନ୍ଧ ହୋଇ ଜନ୍ମ ନିଏ ।
👉ଯେଉଁମାନେ ଗୁରୁଙ୍କୁ ଗୋଇଠା ମାରିଥାଏ ସେମାନେ ଛୋଟା ହୋଇ ଜନ୍ମ ନିଅନ୍ତି ।
👉ଯେଉଁମାନେ ବ୍ରାହ୍ମଣ ଙ୍କୁ ପୂର୍ବ ଜନ୍ମ ରେ  ଗୋଇଠା ମାରିଥାନ୍ତି  ସେମାନେ ପଙ୍ଗୁ ହୋଇ ଜନ୍ମ ହୁଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ଭୋଜନରେ ବିଷ ଦେଇଥାନ୍ତି ସେମାନେ ଜଡ ହୋଇ ଜନ୍ମ ହୁଅନ୍ତି ।
👉ଯେଉଁ ଜନ ବିଷ୍ଣୁଙ୍କ ପଦାର୍ଥ ପୂର୍ବ ଜନ୍ମରେ ଚୋରି କରିଥାଏ ସେହି ଜନ ଚୁଚୁନ୍ଦ୍ରା ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ମାଂସ ଚୋରି କରିଥାନ୍ତ ସେମାନେ ଗୃଧ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ଲୁଣ ଚୋରି କରିଥାନ୍ତ ସେମାନେ  ପିପିଲିକା ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ଫୁଲ ଚୋରି କରିଥାନ୍ତ ସେମାନେ ମର୍କଟ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ଖଣ୍ଟ ବୃତ୍ତି କରିଥାନ୍ତ ସେମାନେ କଂସାଇ ହୋଉ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ବିଷ ପିଇ ମରିଥାନ୍ତି  ସେମାନେ କୃଷ୍ଣ ସର୍ପ ଜନ୍ମ ନିଅନ୍ତି ।
👉ଯେଉଁମାନେ ଭଲମନ୍ଦ ନବୁଝି ରାଜ କାର୍ଯ୍ୟ କରନ୍ତି ସେମାନେ ବନ ରେ ହାତୀ ହୋଇ ବୁଲନ୍ତି ।
👉ଯେଉଁମାନେ ବିଷ୍ଣୁ ଙ୍କୁ ନିବେଦନ ନକରି ଭୋଜନ କରନ୍ତି ସେମାନେ କୁମ୍ଭାର ହୋଇ ଜନ୍ମ ନିଅନ୍ତି ।
👉ଯେଉଁମାନେ ଗଣକ ,ଗଣିକା ଅନ୍ନ ଭୋଜନ କରନ୍ତି ସେମାନେ ବନରେ ବ୍ୟାଘ୍ର ଜନ୍ମ ନିଅନ୍ତି ।
👉ବ୍ରାହ୍ମଣ ହୋଇ ଯଦି ସନ୍ଧ୍ୟା ଆଳତି ନକରେ ଗାୟତ୍ରୀ ଜପ ନକରେ ତେବେ ମୀନ ହୋଇ ଜନ୍ମ ହୁଏ ।
👉ଦୁଃଖୀ ଲୋକଙ୍କ ର ଧନକୁ ଯିଏ କୌଶଳ କରି ନେଇଯାଏ ସେମାନେ ଭୁଲୋକରେ ବିଷ୍ଠା  ଭୋଜନ କରନ୍ତି ।
👉 ଯେଉଁମାନେ ପୂର୍ବ ଜନ୍ମରେ ଜ୍ଞାନୀ ହୋଇ ବିଦ୍ୟା ଦାନ କରନ୍ତି ନାହିଁ ସେମାନେ  ଖଚର ରୂପରେ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ଗୁରୁ ଓ ବ୍ରାହ୍ମଣ ଙ୍କୁ ନିନ୍ଦା କରନ୍ତି  ସେମାନେ ବ୍ରହ୍ମ ରାକ୍ଷାସ  ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ଦାନ ଦେଇ ନଥାନ୍ତି ସେମାନେ  ଭାଲୁ ଯୋନି ରେ ଜନ୍ମ ନିଅନ୍ତି ।
👉ଯେଉଁମାନେ ସତ୍ୟବନ୍ତ ପ୍ରାଣୀଙ୍କୁ ସବୁବେଳେ ନିନ୍ଦା କରନ୍ତି ସେମାନଙ୍କ ମୁଖ ରେ ସବୁବେଳେ ଅଗ୍ନି ଜଳୁଥାଏ ଅର୍ଥାତ ସେମାନେ ବିଷ ମୁହାଁ।
👉ଯେଉଁମାନେ ପୂର୍ବ ଜନ୍ମରେ ମିତ୍ର ଦ୍ରୋହୀ ହୋଇଥାନ୍ତି  ସେମାନେ ଗୃଧ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ନିଜ ଜାତି ଭିତ୍ତରେ ଯିଏ ବିବାଦ  କରିଥାନ୍ତିସେମାନେ କପୋତ  ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ  କ୍ରୋଧ ରେ ନିଜ ପତ୍ନୀ କୁ ତେଜ୍ୟା କରିଥାନ୍ତ ସେମାନେ ଚକ୍ରବାକ ପକ୍ଷୀ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ପିତା ମାତା ଭାଇ ଭଉଣୀ ଙ୍କୁ  ଶତ୍ରୁ ଭାବେ ଦେଖିଥାଏ ସେମାନେ ଗର୍ଭ ଭିତରୁ ମରି ଜନ୍ମ ହୁଅନ୍ତି ।
        ଯେଉଁ ନାରୀ ଦିବାରାତ୍ର କଳହ କରଇ 
        ଶାଶୁ ଶଶୁରଙ୍କୁ ତୁଚ୍ଛା ଭାଷାରେ କହଇ 
        କର୍ଦ୍ଦମ ଯୁକ୍ତ ଜଳରେ ପୋକ ହୋଇ ରହେ 
         ନିରବଧି ତହିଁ ଦୁଃଖ ଭୋଗ କରୁଥାଏ ।

👉ଯେଉଁ ନାରୀମାନେ ସର୍ବଦା ଦ୍ରୋହ କରିଥାନ୍ତି ସେମାନେ ଉକୁଣୀ ହୋଇ ଜନ୍ମ ନେଇଥାନ୍ତି ।
👉ଯେଉଁ ନାରୀମାନେ ବୃଦ୍ଧ ସ୍ୱାମୀ ଙ୍କୁ ଛାଡି ଯୁବକ ମାନଙ୍କୁ ଧରି ଅଙ୍ଗ ସଙ୍ଗ କରେ  ସେହି ନାରୀମାନେ ଝିଟିପିଟି ବା ବାଦୁଡ଼ି 
ହୋଇ ଜନ୍ମ ନିଅନ୍ତି କେହି କେହି ଦୋ ମୁଣ୍ଡିଆ ସାପ ହୋଇ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ନିଜ ଗୋତ୍ର ପ୍ରାଣୀଙ୍କୁ ହତ୍ୟା କରିଥାନ୍ତି ସେମାନେ ଝିଅ ହୋଇ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ନିଜ ଗୋତ୍ରର ନାରୀ କୁ ରମଣ  କରିଥାନ୍ତି  ସେମାନେ ଭାଲୁ ଜନ୍ମ ନିଅନ୍ତି ।

👉ଯେଉଁମାନେ ପୂର୍ବ ଜନ୍ମରେ ବିଟପୀ ନାରୀ ଙ୍କୁ ପ୍ରୀତି କରିଥାନ୍ତି ସେମାନେ ପିଶାଚ ଜନ୍ମ ନିଅନ୍ତି ।

👉ଯେଉଁମାନେ ପୂର୍ବ ଜନ୍ମରେ ଅପ୍ରାପ୍ତ ବୟସ୍କା ନାରୀକୁ 
ରମଣ  କରିଥାନ୍ତି ସେମାନେ ଅଜଗର ସର୍ପ ହୋଇ ଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ ଗୁରୁପତ୍ନୀ ହତ୍ୟା କରିଥାନ୍ତି ସେମାନେ କଲି କତରା ଜନ୍ମ ନିଅନ୍ତି ।
,👉ଯେଉଁମାନେ ପୂର୍ବ ଜନ୍ମରେ ରାଜପତ୍ନୀ ହରି ଥାନ୍ତି ସେମାନେ ଓଟ ଜନ୍ମ ନିଅନ୍ତି ।

👉ଯେଉଁମାନେ ପୂର୍ବ ଜନ୍ମରେ ମିତ୍ର ପତ୍ନୀ ହରି ଥାଆନ୍ତି ସେମାନେ  କୈବର୍ତ୍ତ ରୂପେଜନ୍ମ ନିଅନ୍ତି ।
👉ଯେଉଁମାନେ ପୂର୍ବ ଜନ୍ମରେ  ମଦ୍ୟପାନ କରି ନିଜ ଧର୍ମ ନାଶ କରନ୍ତି  ସେମାନେ  ଶିଆଳ ଜନ୍ମ ନିଅନ୍ତି ।

👉ଯେଉଁମାନେ ପୂର୍ବ ଜନ୍ମରେ ପର ଧନ ହରଣ ବ୍ରହ୍ମସ୍ୱ ହରଣ ,ରାଜସ୍ୱ ହରଣ  କରିଥାନ୍ତି  ସେମାନେ ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ ଅପୁତ୍ରିକ ହୋଇ ରହନ୍ତି  ।

👉ଯେଉଁମାନେ ପୂର୍ବ ଜନ୍ମରେ ବିଷ ଖାଇ ମରିଥାନ୍ତି ସେମାନଙ୍କୁ  ତିନିପୁର ରେ ବାସ ମିଳେନାହିଁ ।
            ପରନାରୀ ଉପଭୋଗ ପରଧନ ଭୋଗ 
            କରିଲେ ନାନାଦି ଦୁଃଖ ହୁଅଇ ସଂଯୋଗ ।
   ଭଗବାନ ଶ୍ରୀବିଷ୍ଣୁ ଗରୁଡ଼ କୁ କହିବା ସହିତ ୠଷି ମୁନି ମାନଙ୍କୁ ଜଣାଇ କହିଥିଲେ ଆହେ ୠଷି ଗଣ  ମନେରଖ ଏପରି ଗୁଣ ଯିଏ କରିଥିବ ସଂସାରେ ସେହି ମାନେ ଏତେ ଦୁଃଖକଷ୍ଟ ପାଇବେ ।ନାନା ରୋଗ ଓ ଯନ୍ତ୍ରଣା ପାଇବା ସହିତ ତାଙ୍କୁ ସୁଖରେ ଗଣ୍ଡେ ଅନ୍ନ ମିଳିବ ନାହିଁ ।ନନାଦି କଦର୍ଯ୍ୟ ଭାଷା ସେହି ଲୋକ ଶୁଣେ  ସେହିପରି ଲୋକକୁ ଦେଖିଲେ ସମସ୍ତେ ଘୃଣା କରିଥାନ୍ତି ।
    ଭଗବାନ ବିଷ୍ଣୁ ଏପରି ଲୋକଙ୍କ ପାଇଁ ମୋକ୍ଷର ଉପାୟ ମଧ୍ୟ କହିଦେଇଛନ୍ତି ଗରୁଡ଼ କୁ ।
  
   ବୈଦିକ କର୍ମ ନିପୁଣ ବିଦ୍ୱାନ ବ୍ରାହ୍ମଣ  ଡକାଇ ଏମାନେ ଯଜ୍ଞ କରିବେ।ଦାନ ବ୍ରାହ୍ମଣଙ୍କୁ ଦେବେ ।ଭକ୍ତି ସହକାରେ ବିଷ୍ଣୁ ଙ୍କୁ ପୂଜା କରିବେ  ।କାମନା ପୂର୍ଣ ପାଇଁ ଦକ୍ଷିଣା ମଧ୍ୟ ଦେବେ ।ବ୍ରାହ୍ମଣଙ୍କ ପାଦତଳେ ପଡି ଦୋଷ କ୍ଷମା ମାଗିବେ ।ବ୍ରାହ୍ମଣ ଚରଣ ଧୂଳି ମୁଣ୍ଡରେ ମାରିବେ  ।ଏହିପରି କଲେ ପାପ ବିନାଶ ହୁଏ ଓ ପରଜନ୍ମ ରେ ସୁଖ ପ୍ରାପ୍ତି ହୁଏ । ଯେଉଁ ବ୍ରାହ୍ମଣ ବେଦ ବିଦ୍ୟା ନଜାଣି ଥାଏ ତାକୁ ଦାନ ଦେବା ଅକାରଣ ଅଟେ । ଜଳୁଥିବା ଅଗ୍ନି କୁଣ୍ଡରେ ମନ୍ତ୍ର ଉଚ୍ଚାରଣ କରି ଘୃତ ଢାଳିଲେ  ବାଂଛିତ ଫଳ ମିଳିଥାଏ । 

  ଦାନବୃତ୍ତି ଦାନଦ୍ରବ୍ୟ ଯେ ଜନ କରଇ 
  କୁମ୍ଭୀପାକ ପଡି ବିଷ୍ଠା ଆଦି ସେ ଭୁଞ୍ଜଇ ।।

1 Comments

  1. To a producing individual, all that stuff beneath our toes is what rocks our world. This design CNC machining aid demonstrates part options may be} too thin or too thick, unhealthy bosses, proper and wrong ribs, and other considerations to be mindful of while designing elements for injection molding. We've added GD&T to our in-house first article inspections and course of capability studies to provide you an much more complete set of dimensional verification choices. Direct manufacturer of over 50% of all product, guaranteeing the very best degree of high quality.

    ReplyDelete

Post a Comment

Previous Post Next Post