#ଶ୍ରୀମନ୍ଦିର_ସେବକ - #ମହାପ୍ରଭୁଙ୍କର_ଅତିପ୍ରିୟ_ସେବକ 
ଭାଗ - ୧
୧. ଗଜପତି ମହାରାଜା ସେବା

ପୁରୀର ରାଜା ଶ୍ରୀଜଗନ୍ନାଥ ମନ୍ଦିରର ଆଦ୍ୟ ସେବକ । ତାଙ୍କ ସେବାର ନାମ 'ଗଜପତି ମହାରାଜା ସେବା । ତାଙ୍କର ପ୍ରଧାନ ଓ ଆକର୍ଷଣୀୟ ସେବା ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ାଯାତ୍ରା ଦିନ ତିନି ରଥରେ ଛେରାପହଁରା । ଏହା ବ୍ୟତୀତ ଦେବସ୍ନାନ ଯାତ୍ରାରେ ସ୍ନାନବେଦୀ ଉପରେ ଓ ଦୋଳଯାତ୍ରାରେ ଦୋଳବେଦୀ ଉପରେ ସେ ଛେରାପହଁରା କରନ୍ତି ।
। ଶ୍ରୀଜଗନ୍ନାଥ ଚନ୍ଦନ ଯାତ୍ରାରେ ମଧ୍ୟ ଚାପ ଉପରେ ପ୍ରଥମ ଦିନ ଓ ଶେଷଦିନ ଛେରାପହଁରା କରିପାରିବେ । ତାଙ୍କର ଅନୁପସ୍ଥିତିରେ ମୁଦିରସ୍ତ ସେବା କରିପାରିବେ । ରାଜବେଶ ଦିନମାନଙ୍କରେ ଶ୍ରୀମନ୍ଦିରକୁ ବିଜେକଲେ ରାଜନୀତି କରିପାରିବେ । ଗଜପତି ମହାରାଜାଙ୍କୁ ଚଳନ୍ତି ବିଷ୍ଣୁ ବୋଲି ବିବେଚନା କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଏ । ଯାତ୍ରୀମାନେ ତାଙ୍କୁ ଦର୍ଶନ କରି ଭେଟି ଦେଲେ ସେ ତାହା ବ୍ୟକ୍ତିଗତ ଭାବେ ପାଇବେ । ସେ ଶ୍ରୀମନ୍ଦିରକୁ ପାଲିଙ୍କିରେ ବାଜା ଓ କାହାଳି ସହ ଯାଇପାରିବେ । ସେପରି ଗଲେ ତାଙ୍କର ପାଲିଙ୍କି ସିଂହଦ୍ୱାର ବେଢ଼ାରେ ରହେ । କରଣ, ପରିଛା ଓ ସେବକମାନେ ତାଙ୍କୁ ଭିତରକୁ ପାଛୋଟି ନିଅନ୍ତି । ବାଜା ଓ କାହାଳି ତାଙ୍କ ସହିତ ଭିତରକୁ ଯାଇପାରିବ । ରାଣୀ ଯଦି ରାଜାଙ୍କ ସହିତ ଶ୍ରୀମନ୍ଦିରକୁ ଯାଆନ୍ତି ତେବେ ତାଙ୍କର ସବାରି ଭିତରବେଢ଼ାର ବଟବୃକ୍ଷ ଯାଏ ଯିବ । ତା' ପୂର୍ବରୁ ଭିତର ଓ ବାହାର ବେଢ଼ାରେ ଲୋକମାନଙ୍କୁ ଖାଲି କରାଯିବ । କେବଳ କେତେକ ନିର୍ଦ୍ଦିଷ୍ଟ ସେବକ ଓ କର୍ମଚାରୀ ରହିବେ । କେବଳ ମୁଦିରସ୍ତ ସେବକ ତାଙ୍କ ସହିତ ରହି ଦର୍ଶନ କରାଇବେ । ରାଣୀଙ୍କ ଏ ପ୍ରକାର ଦର୍ଶନ ବ୍ୟବସ୍ଥାକୁ 'ଗହଣ ବିଜେ' କୁହାଯାଏ । ରାଣୀଙ୍କ ସହିତ ତାଙ୍କର ଦାସୀ ରହିପାରିବେ । (ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ୪୧ ବର୍ଷ ପରେ ଗହଣ ବିଜେ ନୀତି ତା ୮.୪.୨୦୦୭ରେ ଆୟୋଜିତ ହୋଇଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ରାଣୀ ଶ୍ରୀମତୀ ଲୀଳାବତୀ ପାଟମହାଦେଈ ରାଜା ଶ୍ରୀ ଦିବ୍ୟସିଂହ ଦେବ ଓଗେରଙ୍କ ସହିତ 'ଗହଣ ବିଜେ' କରିଥିଲେ ।) ।

ଆଶ୍ୱିନ ମାସରେ ରାଜା ଗୁଆ ନଡ଼ିଆ ଟେକି ଦେଲେ ବିମଳା ଠାକୁରାଣୀ ଓ ଅନ୍ୟାନ୍ୟ କେତୋଟି ଦେବୀପୀଠମାନଙ୍କରେ ବ୍ରାହ୍ମଣମାନେ ବରଣ ହୋଇ କର୍ମ କରନ୍ତି । ନବକଳେବର ସମୟରେ ରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ, ରାଜଗୁରୁ ଦଇତାମାନଙ୍କୁ ଦିଅନ୍ତି ଏବଂ ତାପରେ ବିଧି ମୁତାବକ ଦାରୁ ଅକ୍ଳେଷଣ ଅଭିଯାନ ଆରମ୍ଭ ହୁଏ। ବାହୁଡ଼ା ରଥଯାତ୍ରାରେ 'ଲକ୍ଷ୍ମୀ ନାରାୟଣ ଭେଟ' ନୀତିରେ ନଅର ଦୁଆରେ ରାଜା ବନ୍ଦାପନା ଇତ୍ୟାଦି ନୀତି କରନ୍ତି । ରୁକ୍ମିଣୀ ବିବାହ ପରଦିନ ‘ଚମ୍ପକ ଦ୍ୱାଦଶୀ'ରେ ନଅର ଦ୍ୱାରରୁ ‘ବର କନ୍ୟା’ଙ୍କୁ ପାଛୋଟି ନିଅନ୍ତି ଏବଂ ସେଠାରେ ରାଜାଙ୍କର ଏକ ନୀତି 'ରାଜନୀତି' କରାଯାଏ ।

'ଗଜପତି ମହାରାଜା ସେବା’ ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା (Law of primogeniture ଅନୁଯାୟୀ) । ତାଙ୍କର ସେବାଜନିତ ପ୍ରାପ୍ୟ ପାଉଣା ଓ ଅନ୍ୟାନ୍ୟ ବିବରଣୀ ବିସ୍କୃତ ଭାବରେ ‘ସୃତ୍ୱ‌ଲିପି'ରେ ଲିପିବଦ୍ଧ ରହିଛି । ସେ ମଧ୍ୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବଂଶାନୁକ୍ରମିକ ସଭାପତି ।

୨. ପରିଚ୍ଛା (ପରୀକ୍ଷା) | ରାଜଗୁରୁ

ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ ଓଡ଼ିଶା ରାଜାମାନଙ୍କ କାଳରେ ଏହି ପରିଚ୍ଛା ହିଁ ଶ୍ରୀମନ୍ଦିରର ପରିଚାଳକ ଥିଲେ, ସବୁ ନୀତି ଓ ସେବକମାନଙ୍କ କାର୍ଯ୍ୟ ତଦାରଖ କରୁଥିଲେ । କୌଣସି ସେବକ କାର୍ଯ୍ୟରେ ତୁଟି କଲେ ରାଜାଙ୍କୁ ରିପୋର୍ଟ କରୁଥିଲେ । ଖ୍ରୀଷ୍ଟାବ୍ଦ ୧୮୦୩ରେ ଇଂରେଜମାନଙ୍କ
 ପୁରୀ ଅଧିକାର ଓ ଖୋର୍ଦାରାଜା ରାଜ୍ୟ ଓ ଶ୍ରୀମନ୍ଦିର ହରାଇବା ପରଠାରୁ ଏମାନଙ୍କ କାର୍ଯ୍ୟ ସୀମିତ ହୋଇଗଲା । ଏମାନେ କେବଳ ନିମ୍ନଲିଖିତ କାର୍ଯ୍ୟ କରୁଥିଲେ ।

ସକାଳ ଧୂପ ଟେରା ପଡ଼ିଥିବା ବେଳେ ଗରଖମ ପାଖରେ ମାହାରୀ (ଦେବଦାସୀ) ନାଚୁଥିବାବେଳେ ରାଜଗୁରୁ ସୁନାବେତ ଧରି ପଟୁଆର କରୁଥିଲେ (*ପଟୁଆର ଅର୍ଥ ସମାବେଶ, ଶୋଭାଯାତ୍ରା) । ମାଦେଳି ମାଦଳ ବଜାଉଥିଲା । ଚନ୍ଦନ ଯାତ୍ରା (୪୨ ଦିନ) କାଳରେ ଚନ୍ଦନଲାଗି ବେଳେ ଜଗମୋହନରେ, ଦିନ ଓ ରାତି ଚାପରେ, ଚାପରୁ ବାହୁଡ଼ା ବିଜେ ବେଳେ ରାସ୍ତାରେ, ଗୁଣ୍ଡିଚା ଘରେ ସକାଳ ଧୂପରେ, ବିମଳାଙ୍କ ମନ୍ଦିରରେ ଷୋଳଦିନ ପୂଜାବେଳେ ସକାଳ ଧୂପରେ ଏବଂ କାର୍ତ୍ତିକ ମାସର ବାଳଧୂପରେ ଅନୁରୁପ ପଟୁଆର ହେଉଥିଲା ।

ବର୍ତ୍ତମାନ ଶ୍ରୀମନ୍ଦିରରେ ମାହାରୀ ନୃତ୍ୟସେବା ଅନେକ ବର୍ଷ ହେଲା ବନ୍ଦ ହୋଇଯିବା ଫଳରେ ‘ପଟୁଆର' ଆଉ ହେଉ ନାହିଁ । ସୁତରାଂ ରାଜଗୁରୁଙ୍କ ଉପରୋକ୍ତ କାର୍ଯ୍ୟ ହେଉ ନାହିଁ ।

ପରିଚ୍ଛା ବା 'ପରୀକ୍ଷା’ର ଅର୍ଥ ନିରୀକ୍ଷକ । ମରାଠା ଶାସନ କାଳରେ (ଖ୍ରୀଷ୍ଟାବ୍ଦ ୧୭୫୧-୧୮୦୩) ଶ୍ରୀମନ୍ଦିରରେ ଚାରିଜଣ ପରିଚ୍ଛା ନିଯୁକ୍ତ ହୋଇଥିବା ଜଣାଯାଏ । ଇଂରେଜ ଆଗମନ ବେଳକୁ (୧୮୦୩) ଚାରିଜଣ ପରିଚ୍ଛା ମଧ୍ୟରୁ ଦୁଇଜଣ ମରାଠୀଙ୍କ ସମେତ ତିନିଜଣ ପରିଛା (ମୁରାରିପଣ୍ଡିତ, ଜଗନ୍ନାଥ ରାଜଗୁରୁ ଓ ଶିବାଜୀ ଅଙ୍ଗତେସ୍) ମନ୍ଦିର ପରିଚାଳନା କରୁଥିଲେ । ଚତୁର୍ଥ ପରିଚ୍ଛା ଜଣକ ନାଗପୁର ଚାଲିଯାଇଥିଲେ ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ବଡ଼, ମଧ୍ୟମ, ସାନ ଓ ଚତୁର୍ଥ- ଏହିପରି ଚାରିଜଣ ପରିଚ୍ଛାଙ୍କ ନାମ ଉଲ୍ଲେଖ ଅଛି । ଏମାନେ ଧଡ଼ିଥିବା ଲୁଗା ଓ ରୁଦ୍ରାକ୍ଷ ପିନ୍ଧିପାରିବେ । ଭଣ୍ଡାରି, ମଶାଲ ସହ ମନ୍ଦିରକୁ ଯାଇପାରିବେ ଓ ସୁନାବେଣ୍ଟ ଚାମର ସେବା କରିପାରିବେ । ବଡ଼ ପରିଚ୍ଛା ନବକଳେବରରେ 'ଆଚାର୍ଯ୍ୟବରଣ’ ହେବେ ।

ଜୟ ଜଗନ୍ନାଥ 

#ଶ୍ରୀମନ୍ଦିର_ସେବକ - #ମହାପ୍ରଭୁଙ୍କର_ଅତିପ୍ରିୟ_ସେବକ
ଭାଗ -୨

୩. ପାଟଯୋଷୀ ମହାପାତ୍ର (ଛତିଶା ନିଯୋଗ ନାୟକ)

ଏହି ସେବକ ଛତିଶା ନିଯୋଗର ନାଏକ (ନାୟକ) ଭାବରେ ପ୍ରତ୍ୟହ ମଙ୍ଗଳ ଆଳତି ପୂର୍ବରୁ ଶ୍ରୀଜୀଉମାନଙ୍କର ନୀତି ଓ ସେବା ସୁଚାରୁ ରୂପେ ପରିଚାଳନା କରିବେ । ଶ୍ରୀମନ୍ଦିର ନୀତି ଓ ପର୍ବ ପର୍ବାଣି ବିଷୟରେ ମତ ଦେବେ । ନୂତନ ସେବକ ନିଯୁକ୍ତି, କୌଣସି ସେବକ ବା ସେବାରେ ତ୍ରୁଟି ବିଷୟରେ ଦେଉଳକରଣ ସହିତ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ । ଶାଢିବନ୍ଧା ସେବାକୁ ଯୋଗ୍ୟ କି ନାହିଁ ତଦନ୍ତ କରି କର୍ତ୍ତୃପକ୍ଷଙ୍କୁ ଅଭିମତ ଦେବେ ।

ସେ ଭୋଗ ପରିଚ୍ଛା ହିସାବରେ ଗୋଦାମରୁ କୋଠଭୋଗ ଦ୍ରବ୍ୟ ରୋଷକୁଯିବା ତନଖି କରିବେ । ସେ ମଧ୍ୟ ଭଣ୍ଡାର ନାୟକ । ଭିତର ଓ ବାହାର ରତ୍ନ ଭଣ୍ଡାର ମଣତି ନେବେ । ଲାଗି ଦ୍ରବ୍ୟର ତାଲିକା ରଖିବେ । ତଡ଼ାଉ ଓ ଦେଉଳକରଣଙ୍କ ସହିତ ଉପସ୍ଥିତ ରହି ସର୍ବାଙ୍ଗ ନୀତି ପାଇଁ କର୍ପୂର, କେଶର, ୟୁରୀବଟାଇବେ । ଏ ସାବାଳକ ହୋଇ ବ୍ରତ ପରେ ସେବା କରିପାରିବେ । ଏହି ସେବା ବଂଶାନୁକ୍ରମିକ । ଏ ମହାନାୟକ ଶାଢ଼ିବନ୍ଧା ସେବକ । ଏ ପୁଷ୍ପାଳକ ଗୋଷ୍ଠୀ (ତଳୁଛ) ବଂଶର ସେବକ ।

 ୪. ଭିତରଛ ମହାପାତ୍ର

ପ୍ରତ୍ୟହ ଭୋରରୁସିଂହଦ୍ୱାରରେ ଉପସ୍ଥିତ ହୋଇ ସିଂହଦ୍ୱାର କବାଟ ଫିଟାଇବାକୁ ଆଦେଶ ଦିଅନ୍ତି ଓ ପତିତପାବନ ଠାକୁରଙ୍କ ଦ୍ୱାର ଫିଟାନ୍ତି । ପରେ ଜୟବିଜୟ ଦ୍ୱାରକୁ ଯାଇ ସେଠାରେ ପ୍ରତିହାରୀ, ମୁଦୁଲି, ମେଳାପ ଓ ଅଖଣ୍ଡ ମେଳାପଙ୍କ ଉପସ୍ଥିତିରେ ପୂର୍ବରାତ୍ର ପହୁଡ଼ ବେଳେ ତଳିଛ ମହାପାତ୍ର ଦେଇଥିବା ମୁଦ ତଦାରଖ କରିବା ପରେ ମୁଦୁଲିଙ୍କୁ ଦକ୍ଷିଣ ଦ୍ୱାର ମୁଦ ଭାଙ୍ଗିକବାଟ ଖୋଲିବାକୁ କୁହନ୍ତି । ସେହିପରି ବିଧି ମୁତାବକ ଜୟ ବିଜୟ ହାରର ମୁଦ, କଳାହାଟ ଦ୍ୱାରର ମୁଦ ଖୋଲାନ୍ତି । ସକାଳେ ମଙ୍ଗଳ ଆଳତିରେ ଏହି ସେବକ ମହାପ୍ରଭୁଙ୍କ ବାଡ଼ (ଜଗନ୍ନାଥଙ୍କର)ରେ ଆଳତି କରନ୍ତି ।

ଅମୋଣିଆ ପରିଚ୍ଛା ହିସାବରେ ଭୋଗ ପନ୍ତିରେ ଠିକ୍ ଭାବରେ ଲାଗିଲା କି ନାହିଁ ତଦାରଖ କରନ୍ତି । ଦୈବାତ୍ ଭୋଗ ମାରା ହେଲେ ଭୋଗ ପୂଜା ଛାଡ଼ି ଆସିବାକୁ ପୂଜାପଣ୍ଡାଙ୍କୁ କହନ୍ତି । ଯଦି ସଙ୍ଖୁଡ଼ି ବା ମାରା ଭୋଗ ଥାଏ, ତାହା ସଂପୃକ୍ତ ସେବକଙ୍କଦ୍ୱାରା ବାହାର କରାଇ ଦିଅନ୍ତି । ପ୍ରତ୍ୟେକ ଗୁରୁବାର ‘ମାଜଣା’ ନୀତିରେ ବନ୍ଦାପନା ଓ ପ୍ରସାଦ ଲାଗି କରନ୍ତି । 'ଦଣ୍ଡଛତ୍ର ଲାଗି ନୀତି'ରେ ମହାପ୍ରଭୁଙ୍କ ବାଡ଼ରେ ଦଣ୍ଡଛତ୍ର ଧରନ୍ତି । ପୌଷ ପୂର୍ଣ୍ଣିମା ନୀତିରେ ସିଂହାସନରେ ଦଣ୍ଡଛତ୍ର ଧରନ୍ତି । ପ୍ରତ୍ୟେକ ଏକାଦଶୀ ଦିନ ଜୟ ବିଜୟ ଦ୍ୱାରରେ ମଦନ ମୋହନଙ୍କ ବନ୍ଦାପନା କରନ୍ତି । 'ଦୟଣାଚୋରି' ନୀତିରେ ଜଗନ୍ନାଥ ବଲ୍ଲଭ ମଠ ଅଧିକାରୀଙ୍କୁ ଓ ସ୍ନାନପୂର୍ଣ୍ଣିମା ବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢ଼ି ବାନ୍ଧିବା ଏହାଙ୍କ କାର୍ଯ୍ୟ । ରାଜଗୁରୁ, ସନ୍ଥ ମହନ୍ତ, ରାଜା ମହାରାଜା, ତଡ଼ାଉ ଓ ଦେଉଳକରଣଙ୍କୁ ମହାନାୟକ ଶାଢ଼ି ବାନ୍ଧନ୍ତି ।

ଏହାର ଅନ୍ୟ ଏକ ସେବା ହେଲା ମୁଦୁଲି ମହାଜନ ସେବା । ନନ୍ଦ ଉତ୍ସବ ନୀତିରେ ଦୁଧ ମେଲାଣ ଓ ଦୁଧ ସମର୍ପଣ କରନ୍ତି । ନନ୍ଦ ରାଜା ବେଶ ସାଜି ନନ୍ଦ ଉତ୍ସବ କରାନ୍ତି । ବେଣ୍ଟ ନୀତିରେ ଜଗନ୍ନାଥ ବଲ୍ଲଭ ମଠରେ ତୀର ଛୁଇଁ ଲେଙ୍କା ସେବକଙ୍କୁ ଦିଅନ୍ତି ଓ ବନ୍ଦାପନା ନୀତି କରନ୍ତି । ଦୋଳପୂର୍ଣ୍ଣିମା ବାହୁଡ଼ା ବିଜେରେ, ପଣା ସଂକ୍ରାନ୍ତିରେ, ଅଶୋକାଷ୍ଟମୀରେ, ହଳଦୀପାଣି ଦିନ ନରେନ୍ଦ୍ର ପୋଖରୀ ଚାପରେ, ଭଉଁରୀ ଦିନ ଜଗତି ଉପରେ, ବାହୁଡ଼ାବେଳେ ଜୟବିଜୟ ଦ୍ୱାରରେ, ଶୀତଳ ଷଷ୍ଠୀ ଦିନ, ରୁକ୍ମିଣୀ ବିବାହ ଦିନ ବିମଳା ମନ୍ଦିରରେ (ଲକ୍ଷ୍ମୀଙ୍କ) ବନ୍ଦାପନା କରନ୍ତି । ଲକ୍ଷ୍ମୀଙ୍କୁ ବିମଳା ମନ୍ଦିରରୁ ଆଣି ମଦନମୋହନଙ୍କ ରଥରେ ରୁନ୍ଧିବା, ରୁକ୍ମିଣୀ ବିବାହରେ କନ୍ୟା କର୍ତ୍ତା ହେବା, ଚମ୍ପକ ଦ୍ୱାଦଶୀ ଦିନ ବରକନ୍ୟାଙ୍କୁ ଯମେଶ୍ୱର ମନ୍ଦିରରେ ବନ୍ଦାପନା ଓ ପ୍ରସାଦ ଲାଗି, ହେରାପଞ୍ଚମୀ ଦିନ, ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲକ୍ଷ୍ମୀଙ୍କୁ ଦହି ପଟୋଇ, ଭୋଗ ଓ ବନ୍ଦାପନା, ଲକ୍ଷ୍ମୀ ନାରାୟଣ ଭେଟ ସମୟରେ ଦହି ପଟୋଇ ଭୋଗ ମଣୋହି, ନୀଳାଦ୍ରି ବିଜେ ଦିନ ଭେଟ ମଣ୍ଡପରେ ବନ୍ଦାପନା, ଗରୁଡ଼ଙ୍କ ବନ୍ଦାପନା, ଜଗନ୍ନାଥ ରଥରୁ ସିଂହାସନ ବିଜେ କାଳରେ ରୁକ୍ମିଣୀଙ୍କ ଗଇଁଠାଳ ଫିଟାରେ ଦହି ପଟୋଇ ଘଷା, ବିଡ଼ିଆ ମଣୋହି ଓ ଭୋଗ କରିବା, ମୁଦିରଥଙ୍କ ସହ ନନ୍ଦୋତ୍ସବରେ ପ୍ରସାଦଲାଗି ଓ ଆଳତି, କାଳୀୟଦଳନ ଏକାଦଶୀରୁ ମହାଭୋଇ ଘରକୁ ଯିବାବେଳେ ବନ୍ଦାପନା, ଲବଣୀଖିଆଠାରେ ବନ୍ଦାପନା, ଋଷି ପଞ୍ଚମୀ, ଅନନ୍ତ ବ୍ରତ ଓ ଲକ୍ଷ୍ମୀ ବ୍ରତରେ ବନ୍ଦାପନା, ଦମନକ ଯାତ୍ରା ଓ ଦମନକ ଚୋରିରେ ପରମେଶ୍ବରଙ୍କୁ ଦୟଣା ଅର୍ପଣ, ଚମ୍ପକ
 ଦ୍ୱାଦଶୀରେ ଶ୍ରୀନଅରରେ ବନ୍ଦାପନା, ଚାପକୁ ଲକ୍ଷ୍ମୀଙ୍କୁ ବିଜେ କରାଇବା, ଚନ୍ଦନ ଯାତ୍ରାରେ ଲକ୍ଷ୍ମୀଙ୍କୁ ଜଳ ବିଜେ କରାଇବା, ଚନ୍ଦନ ବେଶ କରାଇବା, ଇନ୍ଦ୍ର ଗୋବିନ୍ଦ ନୀତିରେ ବନ୍ଦାପନା କରିବା ଇତ୍ୟାଦି କାର୍ଯ୍ୟ କରନ୍ତି । ଏ ହେଉଛନ୍ତି ମହାନାୟକ ଶାଢ଼ିବନ୍ଧା, ଏକାଏକ ସେବକ । ରାଜାଙ୍କଠାରୁ ନଅର ଦ୍ୱାରରେ ଶାଢି ପାଆନ୍ତି । ବ୍ରତ ପରେ ସେବା କରନ୍ତି । ସେବା ବଂଶାନୁକ୍ରମିକ । ତଳିଛଙ୍କ ସମସ୍ତ ସେବା କରିପାରିବେ । ଏ ପୁଷ୍ପାଳକ ସେବା ମଧ୍ୟ କରନ୍ତି ।

ଜୟ ଜଗନ୍ନାଥ 
 
#ଶ୍ରୀମନ୍ଦିର_ସେବକ - #ମହାପ୍ରଭୁଙ୍କର_ଅତିପ୍ରିୟ_ସେବକ 
ଭାଗ - ୩

୫. ତଳିଛ

ପ୍ରତ୍ୟହ ସଂଧ୍ୟା ଆଳତି ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆଳତି କରନ୍ତି । ରାତ୍ର ପହୁଡ଼ ପରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରାସେବକ ମାଟି ଲଗାଇଲେ ତଳିଛ ମାଟି ଉପରେ ଛାପା (ସିଲ୍) ଦିଅନ୍ତି ଓ ଭିତର ଠିକ ଭାବରେ ଶୋଧ ହୋଇଛି କି ନାହିଁ ଦେଖନ୍ତି । ଅମୋଣିଆ ପରିଚ୍ଛା ହିସାବରେ ରୋଷ ଘର ଧୋପଖାଳ ପରେ ପରିଷ୍କାର ଥିଲେ ପୂଜା ପଣ୍ଡାଙ୍କୁ ଡାକି ହୋମ କରାଇବାକୁ ରୋଷ ପାଇକ ଓ ମହାସୁଆରଙ୍କୁ କହନ୍ତି । ଅମୋଣିଆ ଦ୍ରବ୍ୟ ରୋଷକୁ ଆସିଲାବେଳେ ତାର ଶୁଦ୍ଧତା ଓ ଶିଷ୍ଟତା ତନଖି କରନ୍ତି । ଭୋଗ ସମୟରେ ଅଣସର ପିଣ୍ଡିରେ ଚାମର ସେବା କରନ୍ତି । ଘଣ୍ଟ ଛତା ଭୋଗ, ବେଢ଼ ଓ ନିର୍ଦ୍ଦିଷ୍ଟ ଦିନ ବିଜେମାନଙ୍କରେ ପ୍ରଧାନୀ ସହିତ କର ପୈଠ ହୋଇ ପଟୁଆର କରନ୍ତି । ରାଜପ୍ରାସାଦ ବିଜେରେ ମଧ୍ୟ ଏହା କରନ୍ତି । ସାତପୁରୀ ଅମାବାସ୍ୟା ପୂର୍ବ ଦିନ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣକାଳୀଙ୍କୁ ଦିଅନ୍ତି । ସିଂହାସନରେ ଅସରପା ହେଲେ ତାକୁ ଧରାଇବା ଏହାଙ୍କ କାର୍ଯ୍ୟ । ରଥ ଉପରେ ଅଧର ହେଲେ ମହାପ୍ରଭୁଙ୍କ ବାଡ଼ରେ ଟେରା ଧରି ଠିଆ ହୁଅନ୍ତି । ସେବକମାନେ ଶାଢ଼ି ବନ୍ଧାଇବା ପାଇଁ ଅନୁମତି ବା ସୁପାରିଶ କରନ୍ତି । ପ୍ରତ୍ୟେକ ମହାନାୟକ ଶାଢ଼ି ବନ୍ଧାଇବାପାଇଁ ଅନୁମତି ବା ସୁପାରିଶ କରନ୍ତି । ପ୍ରତ୍ୟେକ ମହାନାୟକ ଶାଢ଼ି ବନ୍ଧାରେ ଶାଢ଼ି ଫିଟାନ୍ତି ।

ଏ ପୃଷ୍ଠାଳକ ଗୋଷ୍ଠୀର ମହାନାୟକ ଶାଢ଼ି ବନ୍ଧା ସେବକ । ବ୍ରତ ପରେ ସେବା କରନ୍ତି । ସେବା ବଂଶାନୁକ୍ରମିକ ।

୬. ମୁଦ୍ରହସ୍ତ (ମୁଦିରଥ)

ଏହି ସେବକ ଗଜପତି ମହାରାଜାଙ୍କ ପ୍ରତିନିଧି ସ୍ବରୂପ ସେବା କରନ୍ତି । ମହାରାଜା ବିଜେ ହୋଇ ନ ପାରିଲେ ତାଙ୍କର ଯାହା ଯାହା ସେବା ଅଛି ମୁଦ୍ରହୟ ସେ ସବୁ ସିଂହାସନ ତଳେ ଠିଆ ହୋଇ କରନ୍ତି । ପ୍ରତ୍ୟେକ ରାଜନୀତିରେ ଏ ତିନି ବାଡ଼ରେ ନୀତି କରନ୍ତି । ସର୍ବାଙ୍ଗ ବନ୍ଦାପନା ଓ ମଙ୍ଗଳାର୍ପଣରେ ବଡ଼ ଠାକୃରଙ୍କ ବାଡ଼ରେ ନୀତି କରନ୍ତି ।

ସ୍ନାନପୂର୍ଣ୍ଣମୀ ଦିନ ସୁନା ଗୋସାଇଁଙ୍କ ସହ ପ୍ରଥମ ଜଳଛେକ ଆଣନ୍ତି । ରଥଯାତ୍ରା, ବାହୁଡ଼ାଯାତ୍ରା ଓ ସ୍ନାନ ବିଜେମାନଙ୍କରେ ଡୋରଲାଗି ଓ ଅଞ୍ଜଳି ତିନିବାଡ଼ରେ କରନ୍ତି । ପୁଷ୍ୟାଭିଷେକ ଦିନ ଦଣ୍ଡଛତ୍ର ସଂସ୍କାର କରି ଭିତରଛଙ୍କୁ ଦିଅନ୍ତି । ଉକ୍ତ ଦିନ ନଅରକୁ ଯାଇ ରାଜାଙ୍କଠାରୁ ଶାଢ଼ି ବନ୍ଧାଇ ଆସନ୍ତି । ଗଜପତିଙ୍କ ଅନୁପସ୍ଥିତିରେ ରଥ ଉପରେ ଛେରା ପହଁରା ୬୨ । ଶ୍ରୀଜଗନ୍ନାଥ କରନ୍ତି । ଗହଣ ବିଜେ ସମୟରେ ଶ୍ରୀମନ୍ଦିର ପୂର୍ଣ୍ଣ ଶୋଧ ହେଲେ କେବଳ ଏ ସେବକ ରାଣୀଙ୍କ ସହିତ ରହି ଦର୍ଶନ କରାନ୍ତି ।

ପ୍ରତ୍ୟେକ ଜନ୍ମ ବିଧିରେ ରାଜ ପ୍ରତିନିଧି ହିସାବରେ ବ୍ରହ୍ମା ଆଚାର୍ଯ୍ୟ ବରଣ କରନ୍ତି । ଚନ୍ଦନ ଯାତ୍ରାର ହଳଦୀପାଣି ଦିନ ଓ ଜଳକ୍ରୀଡ଼ା ଦିନମାନଙ୍କରେ ଫଗୁ ପିଚକାରୀ କରନ୍ତି । ଷଷ୍ଠି-ମାର୍କଣ୍ଡ ପୂଜାରେ ପୂଜାପଣ୍ଡା, ପତି-ମହାପାତ୍ରଙ୍କ ସହିତ ବରଣ ହୁଅନ୍ତି ।

ବ୍ରତ ପରେ ମହାନାୟକ ଶାଢ଼ି ବନ୍ଧା ସେବା କରନ୍ତି । ଏହାଙ୍କର ପୁଷ୍ପାଳକ ସେବା ଅଛି । ବାରବର୍ଷ ବୟସ ହେବାଯାଏଁ ଏ ମୃଦୁହସ୍ତ ସେବା କରି ପାରିବେ ବୋଲି ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି । ଏହି ସେବାରେ ସେ 'ଘେରଟୋପି' ପରିଧାନ କରନ୍ତି । ଏହି ସେବା ବଂଶାନୁକ୍ରମିକ ।

ଜୟ ଜଗନ୍ନାଥ 

#ଶ୍ରୀମନ୍ଦିର_ସେବକ 
ଭାଗ -୪
୭. ଦେଉଳ ପୁରୋହିତ

ଦେଉଳ ପୁରୋହିତ ବର୍ତ୍ତମାନ ମୁଖ୍ୟତଃ ନିମ୍ନଲିଖିତ କାର୍ଯ୍ୟ କରୁଛନ୍ତି: କ) ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଅନୁକ୍ରଳ ।
ଖ) ଗୁଣ୍ଡିଚା ଯାତ୍ରା ଦିନ ରଥମାନଙ୍କର ପ୍ରତିଷ୍ଠା ।
ଗ) ପୁଷ୍ୟାଭିଷେକପାଇଁ ଅଙ୍କୁରାରୋପଣ, ଜଳ ଅଧିବାସ ଅଭିଷେକ, ଖଇ କୋରା ଭୋଗ | ଓ ଛାମୁରେ ଦର୍ପଣାଧିବାସ ।
ଘ) ପୌଷପୂର୍ଣିମା ଦିନ ସକାଳ ଧୂପ ବସିଥିବା ସମୟରେ ପଢ଼ିଆରୀ ନିଯୋଗ ଗୃହ ସାମନାରେ ହୋମ ।
ଙ) ବାମନ ଜନ୍ମ ପୂର୍ବଦିନ ପବିତ୍ରାଧିବାସ ।
ଚ) ଭାଦ୍ରବ ଶୁକ୍ଳ ଏକାଦଶୀ (ପାର୍ଶ୍ୱପରିବର୍ତ୍ତନ ଦିନ ଅନନ୍ତ ବାସୁଦେବ ମନ୍ଦିରରେ ହୋମ ।
ଛ) ଆଶ୍ବିନ ଷୋଳପୂଜାରେ ବିମଳାଙ୍କ ପୀଠରେ ପ୍ରଚାରକ କର୍ମ ।
ଜ) ନବକଳେବର ବନଯାଗରେ ଯୋଗଦାନ ।
ଏମାନେ ଶ୍ରୋତ୍ରିୟ ବ୍ରାହ୍ମଣ । ଶାଢ଼ି ବନ୍ଧା ବ୍ୟବସ୍ଥା ନାହିଁ । ସେବା ବଂଶାନୁକ୍ରମିକ ।

୮. ପୂଜାପଣ୍ଡା

ଏମାନେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଟେରା ଫିଟିଲେ ବିଡ଼ିଆ ମଣୋହି ଓ ଆଳତି, ଭୋଗମଣ୍ଡପ ଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟାଧୂପ, ଆଳତି, ଜୟମଙ୍ଗଳ ଆଳତି, ବଡ଼ସିଂହାର ଧୂପ, ଜଗମୋହନରେ ଯଜମାନଙ୍କ ଭୋଗ, ସର୍ଷା ମଣୋହି ଉପଚାର, ଅଧିକ ଭୋଗ, ଭିତର ବାହାର ପନ୍ତି ଭୋଗ, ପର୍ବଯାତ୍ରା ଭୋଗ କରନ୍ତି । ପର୍ବ ପର୍ବାଣିରେ ମହାପ୍ରଭୁଙ୍କ ବାଡ଼ରେ ମଙ୍ଗଳାରୋପଣ, ବଡ଼ଠାକୁରଙ୍କ ବାଡ଼ରେ ବନ୍ଦାପନା, ମହାପ୍ରଭୁଙ୍କ ବାଡ଼ରେ ସର୍ବାଙ୍ଗ କରନ୍ତି । ଚନ୍ଦନଯାତ୍ରା କାଳରେ (୪୨ ଦିନ) ଆଲଟ ଲାଗି କରନ୍ତି । ଜନ୍ମବିଧି ଦିନରେ ଆଚାର୍ଯ୍ୟ ବରଣ ହୋଇ କାର୍ଯ୍ୟ କରନ୍ତି । ଅଧିବାସ ସମୟରେ ସଂସ୍କାର କରନ୍ତି । ନେତ୍ରୋତ୍ସବରେ ନୀତି, ମୁଦିରସ୍ତଙ୍କ ଅନୁପସ୍ଥିତିରେ ପ୍ରସାଦଲାଗି, ଋଷି ପଞ୍ଚମୀ, ଅନନ୍ତବ୍ରତ,

ଶ୍ରୀଜଗନ୍ନାଥ । ୬୩ ବିନାୟକ ବ୍ରତ ଆଦିରେ ବ୍ରତ କଥା କହନ୍ତି । ବେଢ଼ା ବୁଲା କାର୍ଯ୍ୟ କରନ୍ତି । ଦୀପାବଳୀରେ ଦୀପଦାନ, ମହାଦୀପ ସଂସ୍କାର, ଦୈନିକ ବାହାର ଦେଉଳି ଭୋଗ, ଦକ୍ଷିଣୀଘର ଭୋଗ, ଲକ୍ଷ୍ମୀଙ୍କ ଭୋଗ, ଦୋଳ ଚତୁର୍ଦ୍ଦଶୀରେ ମେଣ୍ଡାପୋଡ଼ି ହୋମ, ବାମନ ଜନ୍ମ, ଇନ୍ଦ୍ରଧ୍ବଜପୂଜା, ହୋମ, ଅନଙ୍ଗ ତ୍ରୟୋଦଶୀରେ ହୋମ, ରଥରେ, ଚନ୍ଦନ ଘରେ, ଦୋଳ ବେଦୀରେ ଓ ଗୁଣ୍ଡିଚା ଘରେ ଭୋଗ କରନ୍ତି । ପହଣ୍ଡି ବେଳେ ଡ଼ୋର ଧରନ୍ତି । ସଂକ୍ରାନ୍ତି ଓ ପ୍ରତିଦିନ ରଥରେ ବଳିପୂଜା କରନ୍ତି ।

ଏମାନେ ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ 

ଜୟ ଜଗନ୍ନାଥ

#ଶ୍ରୀମନ୍ଦିର_ସେବକ _ ମହାପ୍ରଭୁଙ୍କ ଅତିପ୍ରିୟ ସେବକ 
ଭାଗ - 5

୯. ବଡ଼ପଣ୍ଡା

ଏମାନେ ପୂଜାବସିବା ବେଳେ, ତିନିଧୂପ ବେଳେ, ଅଣସର ପିଣ୍ଡିରେ ଚାମର ସେବା କରନ୍ତି । ରାଜେନ୍ଦ୍ରାଭିଷେକରେ ବଚନିକା, ରୁକ୍ମିଣୀ ହରଣ ନୀତିରେ ଚିଟାଉପାଠ ଓ ପୂଜାପଣ୍ଡା ସେବା କରନ୍ତି । ଏମାନେ ମହାନାୟକ ଶାଢ଼ିବନ୍ଧା ସେବକ ।

୧୦. ପୁଷ୍ଠାଳକ

ମଙ୍ଗଳ ଆଳତିରେ ବଳଭଦ୍ର ଓ ସୁଭଦ୍ରାଙ୍କ ବାଡ଼ରେ ଆଳତି, ଅଳଙ୍କାର ମଣତି, ମାଳଫୁଲ ମଇଲମ, ଅବକାଶ ପୂଜା ଓ ମଇଲମ, ବେଶ, ସାହାଣମେଲା ବେଳେ ତିନିବାଡ଼ରେ ରହିବା, ତା'ପରେ ଖୁଣ୍ଟିଆ ଓ ମେଳାପ ସେବକଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ଆସିବା, ସକାଳ ଧୂପ ଶେଷରେ, ପର୍ବାଣିଦିନମାନଙ୍କରେ ଭୋଗମଣ୍ଡପ ଧୂପ ଶେଷରେ, ମଧ୍ୟାହ୍ନ ପହୁଡ଼ ପରେ ତଳିଚ୍ଛଙ୍କ ସହିତ ସଂଧ୍ୟା ଆଳତି, ମଇଲମ ବେଶ, ଏକାଦଶୀ ଦିନ କେବଳ ଶାଢ଼ିଲାଗି କରି ଆଳତି କରିବା, ସର୍ବାଙ୍ଗ ବେଶ, ସଂଧ୍ୟାଧୂପ ପରେ ମଇଲମ ଓ ତିନିବାଡ଼ରେ ଚନ୍ଦନଲାଗି, ବଡ଼ସିଂହାର ବେଶ, କର୍ପୂରଲାଗି ବେଶ, ଶୟନକୃରଙ୍କ ବିଜେ, ପହୁଡ଼ ଆଳତି, ପଇଡ଼, ବିଡ଼ିଆ, ମଣୋହି ଓ ଆଳତି, ପୁଣି ରତ୍ନ ପଲଙ୍କରେ ଶୟନ କରାଇ ଚନ୍ଦନ ଓ ମାଳ ମଇଲମ ଓ ଭଣ୍ଡାର ଘରକୁ ଶୟନଠାକୁରଙ୍କୁ ବିଜେ, ବିମଳାଙ୍କୁ ମାଳ ଓ ଚନ୍ଦନ ଦେବା ଏମାନଙ୍କର କାର୍ଯ୍ୟ ।

ରଥ ଉପରେ ଓ ଶ୍ରୀଗୁଣ୍ଡିଚା ଘରେ ଅନୁରୂପ ସେବା କରନ୍ତି । ଅଣସର ବେଳେ ପଟି ଦିଅଁଙ୍କ ଅବକାଶ ଯାଏଁ ସେବା, ସଂଧ୍ୟାରେ ଆଳତି ଓ ଶୟନ ଯଏଁ ନୀତି, ଓଢ଼ଣ ଷଷ୍ଠିରୁ ଶ୍ରୀପଞ୍ଚମୀ ଯାଏ ବଡ଼ସିଂହାର ପରେ ତିନି ବାଡ଼ରେ ଟୋପର ଲାଗି, ପରେ ଶୟନଠାକୁରଙ୍କ ବିଜେ । ଚନ୍ଦନ ୪୨ ଦିନ, ଦିନ ଓ ରାତ୍ର ଆଲଟ କରିବା, ବନଭୋଜି ବେଶରେ ସର ଓ ଛକ ଆସିଲେ ଲାଗି, ବେଢ଼ାମାନଙ୍କରେ ବେଢ଼ କରିବା, ଠାକୁରମାନଙ୍କର ମାଳଚୂଳ, ଆଜ୍ଞାମାଳ ଲାଗି, ବିଭିନ୍ନ ବେଶକରନ୍ତି । ଶାଢ଼ିବନ୍ଧା ବାହୁଣ ସେବକ । ୧୮ ବର୍ଷ ବୟସ ପରେ ବିତ ହେଲା ପରେ ସେବା କରିପାରିବେ ।

୧୧. ମହାଜନ

ଏମାନେ ଦକ୍ଷିଣ ଘରରେ ଅବସ୍ଥିତ ସମସ୍ତ ଠାକୁରଙ୍କ ସେବା ଓ ବଲ୍ଲଭ ଭୋଗ କରନ୍ତି । ଏଠାରେ ଥିବା ସକଳ ବିଜେ ପ୍ରତିମାମାନଙ୍କୁ ଆବଶ୍ୟକ ବେଳେ ବିଜେ କରାନ୍ତି । ବିମାନବସ୍ତୁମାନେ। ଶ୍ରୀଜଗନ୍ନାଥ ଯେତେବେଳେ ବିଜେ ପ୍ରତିମାମାନଙ୍କୁ ଚନ୍ଦନ ଚାପ, ବେଣ୍ଟ ଆଦି ନୀତିରେ ଯେଉଁ ସ୍ଥାନକୁ ନିଅନ୍ତି, ମହାଜନମାନେ ସେମାନଙ୍କ ସହିତ ଦିଅଁଙ୍କ ‘ପ୍ରଭା’ ଧରି ନିଅନ୍ତି । ଦମନକ ଚୋରି ଅଧିବାସ ଗୃହରେ ଥିବା ଲକ୍ଷ୍ମୀ, ସରସ୍ୱତୀ (ଭୂଦେବୀ) ଓ ମଦନମୋହନଙ୍କର ବଲ୍ଲଭ ଭୋଗ କରନ୍ତି । ରାମ ଜନ୍ମ ନୀତିରେ ଦଶରଥ, କୌଶଲ୍ୟା, କୃଷ୍ଣ ଜନ୍ମରେ ବସୁଦେବ, ଦେବକୀ, ନନ୍ଦ ଓ ଯଶୋଦା, ବାମନ ଜନ୍ମରେ ଅଦିତି ଓ କଶ୍ୟପ ହୋଇ ବସନ୍ତି । ଶ୍ରୀଗୁଣ୍ଡିଚା ସମୟରେ ଲକ୍ଷ୍ମୀ ଶ୍ରୀଦେବୀ), ଭୂଦେବୀ ଖଟ ଶେଯ ଘରେ ଥିବାବେଳେ ବଲ୍ଲଭ ଭୋଗ କରନ୍ତି । ଗୁରୁବାର ମାଜଣା ନୀତି କରନ୍ତି । ଚନ୍ଦନ ଯାତ୍ରା (୨୧) ଦିନ ମଦନମୋହନଙ୍କୁ ପ୍ରତ୍ୟେକ ଦିନ ବେଶ କରନ୍ତି ।
ଏମାନେ ପୁଷ୍ପାଳକ ସେବା କଲାପରେ ମହାଜନ ସେବା କରି ପାରିବେ ।

ଜୟ ଜଗନ୍ନାଥ 
#ଉତ୍କଳ_ସଂସ୍କୃତି_ପରମ୍ପରା_ଓ_ଶ୍ରୀଜଗନ୍ନାଥ


#ଶ୍ରୀମନ୍ଦିର_ସେବକ

୧୨. #ମୁଦ୍ରା_ସେବକ
ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ରେ ଚନ୍ଦନଲାଗି ନୀତିପାଇଁ ଘଟୁଆରିଠାରୁ ଚନ୍ଦନ ଆଣି ପୃଷ୍ଠାଳକଙ୍କୁ ଦିଅନ୍ତି । ପୁଷ୍ପାଞ୍ଜଳି ଠାକୁରଙ୍କ ବାହୁଡା ବିଜେ ବେଳେ ଆଗରେ ବଇଠା ଦେଖାନ୍ତି ପହୁଡ଼ ପରେ କଳାହାଟ ଦ୍ୱାର ବନ୍ଦ ସମୟରେ ପ୍ରତିହାରୀ କଡ଼ା ବନ୍ଦ କରି ମାଟି ମୁଦ ଦେଲେ ମୁଦା ସେବକ ମୁଦୁଲିଙ୍କଠାରୁ ନେଇ ମାଟିରେ ମୁଦ୍ରାଦେଇ ମୁଦୁଲିକୁ ଫେରାଇ ଦିଅନ୍ତି । କୁମାରପୂର୍ଣ୍ଣମୀ ଦିନ ଲକ୍ଷ୍ମୀମନ୍ଦିର ଜଗମୋହନରେ ଲକ୍ଷ୍ମୀ ଓ ମଦନମୋହନଙ୍କ ମଧ୍ୟରେ କଉଡ଼ି ଖେଳରେ କଉଡ଼ି, ପଶା ଖେଳାନ୍ତି । ପୁଣି ବଡ଼ସିଂହାର ଭୋଗ ସରିବା ପରେ ସିଂହାସନ ତଳେ ପୁଷ୍ପାଳକ ଓ ପଣ୍ଡାଙ୍କୁ କଉଡ଼ି ଖେଳାନ୍ତି । ଖେଳରେ ହାରି ମାଧବ ଲକ୍ଷ୍ମୀମନ୍ଦିରକୁ ବିଜେ କଲାବେଳେ ଏ ସେବକ ଆଗରେ ବଇଠା ଦେଖାନ୍ତି । ବସନ୍ତପଞ୍ଚମୀ ଦିନ ଦୋଳ ଦଶମୀରୁ ଚତୁର୍ଦ୍ଦଶୀ ଯାଏଁ ବିଭିନ୍ନ ନୀତି ପାଇଁ ସଂପୃକ୍ତ ସେବକମାନଙ୍କୁ ଫଗୁ ଓ ଚନ୍ଦନଗୁଣ୍ଡ ଆଦି ଯୋଗାନ୍ତି ।
ଶାଢ଼ିବନ୍ଧା, ବଂଶାନୁକ୍ରମିକ ବ୍ରାହ୍ମଣ ସେବକ । ବ୍ରତପରେ ସେବା କରନ୍ତି ।
୧୩. #ଖୁଣ୍ଟିଆ
ମଙ୍ଗଳ ଆଳତିପାଇଁ ପୃଷ୍ଠାଳକଙ୍କୁ ଡାକନ୍ତି । ଅବକାଶ ବେଳେ ତଡ଼ପ ଉତୁରୀ ନୀତିରେ ଓ ରାତ୍ର ଚନ୍ଦନ ଲାଗି ସମୟରେ ଖଣ୍ଡୁଆ ଧରି ଦିଅଁମାନଙ୍କ ସାମନାରେ ଠିଆ ହୁଅନ୍ତି । ପ୍ରତି ବେଶରେ ବଟା ଉପରୁ ମାଳଚୂଳ ପୃଷ୍ଠାଳକଙ୍କୁ, ଷୋଡ଼ଶ ଉପଚାର ଭୋଗରେ ପୂଜାପଣ୍ଡାଙ୍କୁ ମାଳ ଦିଅନ୍ତି । ରତ୍ନ ସିଂହାସନରେ ଶ୍ରୀଅଙ୍ଗ ଲାଗି ଜିନିଷ ପାଇଁ ଏମାନେ ପାଳିଆ ମେଳାପଙ୍କ ସହିତ ଦାୟୀ ରହନ୍ତି । ପୂଜା ପଣ୍ଡା ଓ ପୁଷ୍ପାଳକ ସେବାପାଇଁ ଭିତରକୁ ଗଲେ ଏହାଙ୍କୁ କହି କରି ଯାଆନ୍ତି ଓ କହି କରି ଆସନ୍ତି । ପୁଷ୍ପାଳକ ରତ୍ନସିଂହାସନକୁ ଉଠିବା ଓ ଓହେଇବା ବେଳେ ଏମାନେ ଶ୍ରୀଅଙ୍ଗ ମଣତି କରନ୍ତି । ଦଇତାପତି ଗଲେ ମଧ୍ୟ ମଣତି ହୁଏ । ଅଳଙ୍କାର ଲାଗିଲେ ବଡ଼ ସିଂହାର ବେଶ ସରିଲେ ପୁଷ୍ପାଳକ ହାତକୁ କର୍ପୂର ବଢ଼ାନ୍ତି । ପଲଙ୍କ ବିଜେପାଇଁ ଖଟଶେଯ ମେଳା ପଙ୍କୁ ଡାକନ୍ତି । ପୁଷ୍ପାଞ୍ଜଳି ଠାକୁରଙ୍କ ସହ ମଣିମା' ଡାକଦେଇ ଜୟ ବିଜୟ ଦ୍ୱାରକୁ ଆସନ୍ତି । ଛାମୁଖୁଣ୍ଟିଆ ସେବା ରେ ମଣିମା' ଡାକ ଦେବା ବେଳେ ବେତ ଧରନ୍ତି ।

ଶ୍ରୀଜଗନ୍ନାଥ । ୬୫ ପାଳିଆ ଘଟୁଆରି ଘରୁ ଚନ୍ଦନ ବି ଜେ ବେଳେ ଆଗରେ ବେତଧରି ଆସନ୍ତି । ପୌଷପୂର୍ଣିମା ଦିନ ତିନି ବାଡ଼ ରେ ରାଜନୀତି ସମୟରେ ବେତଧରି ମଣିମା ଡାକନ୍ତି ଓ ପୁଷ୍ପାଞ୍ଜଳି ଦିଅନ୍ତି । ଆଲଟଲାଗି ବେଳେ ମଣିମା ଡାକ ଦିଅନ୍ତି । ମୁଦିରଥ ଶାଢ଼ି ବନ୍ଧାଇବାକୁ ଗଲା ବେଳେ ତାଙ୍କ ସହିତ ଯାଆନ୍ତି । ମକର ସଂକ୍ରାନ୍ତି, ଦଶହରା, ଘୋଡ଼ ଓ ଦୟଣା ବେଢ଼ା ମାନଙ୍କରେ ଆଗରେ ବେତଧରି ଯାଆନ୍ତି । ପ୍ରତି ପହଣ୍ଡି ରେ ବେତ ଧରି ମଣିମା ଡାକନ୍ତି ଓ ଫୁଲ ପକାନ୍ତି । ଦଇତାପତିଙ୍କୁ ଟାହିଆ ଦିଅନ୍ତି । ଅଣସର ପିଣ୍ଡି ରେ, ରଥରେ ମାଳଚୂଳ ନେଇ ମୁଦିରଥଙ୍କ ଆଞ୍ଜୁଳି ନିମନ୍ତେ ଶୁଳ୍ପ ଫୁଲ ଦିଅନ୍ତି । ସାହାଣମେଲା ସମୟରେ ତିନିବାଡ଼ରେ ଝରି ଜଗନ୍ତି । ଅନ୍ୟ ସମୟରେ ଆମଦାନି ହେଲେ ଜଗନ୍ତି ।
ଖୁଣ୍ଟିଆ ସେବାର କେତେକ ଶ୍ରେଣୀ ଅଛି ଯଥା- ପାଳିଆ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ା ବାରିକ ଖୁଣ୍ଟିଆ ଓ ରୁକ୍ମିଣୀ ହରଣ ଖୁଣ୍ଟିଆ । ପ୍ରତ୍ୟେକ ବିଭାଗରେ କିଛି କିଛି ସ୍ବତନ୍ତ୍ର ସେବା ଅଛି । ବ୍ରତ ପରେ ଶଢ଼ି ବନ୍ଧାଛି । ସେବା ବଂଶାନୁକ୍ରମିକ
                             #ମହୀମୋହନ_ତ୍ରିପାଠୀ

 କ୍ରମଶ......

ଉପସ୍ଥାପକ #Rasmiranjan_Panda 
#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ 🌹

ତ୍ରୁଟି ଥିଲେ କ୍ଷମା କରିବେ 🙏

#ଶ୍ରୀମନ୍ଦିର_ସେବକ

୧୪. #ଭଣ୍ଡାର_ମେକାପ
ଶ୍ରୀଜୀଉମାନଙ୍କର ଦୈନିକ ଲାଗି ସୁନା ଜିନିଷ ଏହାଙ୍କ ଜିମାରେ ରହେ । ସୁନାର ଶୟନଠାକୁର ୩ ମୂର୍ତ୍ତି, ସୁନାର ପୁଷ୍ପାଞ୍ଜଳି ଠାକୁର, ରୁପାର ଲୋକନାଥ ଓ ଦୁର୍ଗା ମୂର୍ତ୍ତି ଏହାଙ୍କ ମାରେ ଥାଏ । ଏ ତାଙ୍କର ସେବା କରନ୍ତି । କିନ୍ତୁ ପୂଜାପଣ୍ଡା ଭୋଗ ଲଗାନ୍ତି । ଚିତା, ରାହୁରେଖା ଆଦି ଲାଗି ନ ହୋଇଥିବାବେଳେ ଏହାଙ୍କ ପାଖରେ ରହେ । ଝୋବା ମଇଲମ ହେଲେ ପାଖରେ ରହେ । ରୁପ ପିଙ୍ଗ, ଝରି, ଜୟମଙ୍ଗଳ ସୁନା କର୍ପୂର ଆଳତି, ସୁନାପଦକ ଉପଚାର ତିନି ମୂର୍ତ୍ତି, ସୁନାର ଚାମର, ସୁନା ଖଡ଼ିକା, ସୁନା ଆଲଟ, ସୁନା ବେତ ଆଦି ଏହାଙ୍କ ଜିମାରେ ରହେ । ଭଣ୍ଡାର ଘରେ ବିଜେ ହୋଇଥିବା ସୁନା ଲକ୍ଷ୍ମୀ ମୂର୍ତ୍ତି, ରୁପା ସରସ୍ୱତୀ ମୂଷି ଏହାଙ୍କ ଜିମାରେ ରହେ ।
ଛେରା ପହଁରା ସମୟରେ ଫୁଲ ଛିଞ୍ଚନ୍ତି । ଚନ୍ଦନଲାଗି ବେଳେ କର୍ପୂର, କସ୍ତୁରୀ ଯୋଗାନ୍ତି । ଶାଢ଼ି ବନ୍ଧାରେ ଚନ୍ଦନ ଛାପ ଦିଅନ୍ତି । ଏ ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ପାଳିଆ ମେକାପଙ୍କ ମଧ୍ୟରୁ ବିଶ୍ବାସଯୋଗ୍ୟ ବ୍ୟକ୍ତିଙ୍କୁ ଏ ସେବା ବ୍ୟସ୍ତ କରାଯାଏ । ତେଣୁ ଏ ସେବା ବଂଶାନୁକ୍ରମିକ ନୁହେଁ ।
୧୫. #ପାଳିଆ_ମେକାପ
ପ୍ରତ୍ୟହ ଦ୍ୱାରଫିଟା ସମୟରେ ଉପସ୍ଥିତ ହେବା, ରାତିରେ ଜୟବିଜୟ ଦ୍ୱାର ଜଗି ରହିବା, ଅଖଣ୍ଡ ମେକାପ ସହ ବଇଠା ଧରି ଶ୍ରୀଜୀଉଙ୍କର ଶ୍ରୀଅଙ୍ଗ ଦେଖିବା, ମଙ୍ଗଳ ଆଳତି ସଜାଡ଼ିବା, ଆଳତି ପରେ ପୁଷ୍ପାଳକ ସିଂହାସନ ଉପରକୁ ଉଠିଲା ବେଳେ ଏହାଙ୍କଠାରୁ ଶ୍ରୀଅଙ୍ଗମଣତି ନେବା, ଭେଟ ପିଣ୍ଡିକା ସମୟରେ ରହି ଆମଦାନି ଅସୁଲ କର୍ତ୍ତୃପକ୍ଷଙ୍କୁ ଦେଇ ତାଙ୍କର ନିୟମିତ ଅଂଶ ପାଇବା, ସାହାଣମେଲା ପରେ ତିନି ବାଡ଼ରେ ଗଡ଼ ଧରି ଠିଆ ହୋଇ ରହିବା, ଧୂପ ପୂଜା ବେଳେ ପୂଜାପଣ୍ଡାଙ୍କୁ ଉପଚାର, ସୁନା ଅଳଙ୍କର ଦେବା ଓ ଫେରାଇ ଆଣିବା, ଚନ୍ଦନଲାଗିରେ ତିନି ବାଡ଼ରେ ଚନ୍ଦନ ବଢ଼ାଇବା, ପହୁଡ଼ ଆଳତିରେ କର୍ପୂର ଲଗାଇବା, ପହୁଡ଼ ବେଳେ 'ମଣିମା’
୬୬ । ଶ୍ରୀଜଗନ୍ନାଥ ଡାକଦେବା, ଯାତ୍ରାଗୀ, ଏକାଦଶୀ, ସର୍ବାଙ୍ଗରେ ମହାପ୍ରଭୁଙ୍କ ବାଡ଼ରେ ଚନ୍ଦନ ବଢାଇବା, ଯାନିଯାତ୍ରା ବେଶରେ ଭଣ୍ଡାର ମେକାପଠାରୁ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଓ ଫେରାଇ ନେବା ଏହାଙ୍କ କାର୍ଯ୍ୟ ଦଶହରା ସମୟରେ ଛଅ ଜଣ ମେକାପ ଆୟୁଧ ବେଢ଼ା କରିବା, ଘୋଡ଼ ଲାଗିଲେ ଘୋଡ଼, ଟୋପର, ଝଲକ ଆଣିଦେବା, ଦଣ୍ଡଛତ୍ର ଲାଗି ଓ ପୁଷ୍ୟାଭିଷେକରେ ହନୁମାନ ଭଳି ଦଣ୍ଡଛତ୍ର ଧରି ବସିବା, ବନକଲାଗିରେ ମଝିବାଡ଼ରେ ବଇଠା ଦେଖାଇବା, ବନକଲାଗି ଓ ମହାସ୍ନାନରେ ସିଂହାସନ ଧୋଇବା ଇତ୍ୟାଦି ଏହାର ସେବାକାର୍ଯ୍ୟ ।
ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।
୧୬. #ଅଖଣ୍ଡ_ମେକାପ
ମୁଖ୍ୟ ମନ୍ଦିର ବା ବଡ଼ ଦେଉଳରେ, ଗୁଣ୍ଡିଚା ମନ୍ଦିରରେ ଦିଅଁମାନେ ଥିବାବେଳେ ଅଖଣ୍ଡ ବଇଠା ବା ଦୀପମାନ ଜାଳି ଆଲୋକିତ କରୁଥିବା ସେବକ । ଦଣ୍ଡଛତ୍ର ଓ ରାଜନୀତିରେ ବଇଠା ଧରି ମହାପ୍ରଭୁଙ୍କ ବାଡ଼ରେ ଠିଆ ହୁଅନ୍ତି । ରତ୍ନ ସିଂହାସନ ତଳୁ ତେଲ ପୋଛନ୍ତି ।
ବଂଶାନୁକ୍ରମିକ, ଶାଢ଼ିବନ୍ଧା ବ୍ରାହ୍ମଣ ସେବକ ।
                    
                           #ମହୀମୋହନ_ତ୍ରିପାଠୀ
କ୍ରମଶଃ....

ଉପସ୍ଥାପକ #Rasmiranjan_Panda 
#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ 🌹

#ଶ୍ରୀମନ୍ଦିର_ସେବକ

୧୭. #ଚାଙ୍ଗଡ଼ା_ମେକାପ 

 ଦିଅଁମାନଙ୍କର ବସ୍ତ୍ର ଦାୟିତ୍ବରେ ରହନ୍ତି । ଦିନ ତମାମ ଦିଅଁଙ୍କର ବେଶପାଇଁ ଆବଶ୍ୟକ ବସ୍ତ୍ର ପୃଷ୍ଠାଳକଙ୍କୁ ଦିଅନ୍ତି । ଉଲାଗି ବ ଲୁଗାଧୁଆ ସେବକଙ୍କୁ ଓ ପାଟପତନି ମହାସେଠୀଙ୍କୁ ଦିଅନ୍ତି । ପ୍ରତି ଧୂପରେ ଆସନପଡ଼ା ଉପଚାର ବସ୍ତ୍ର ଦିଅନ୍ତି । ରାଜାଙ୍କୁ ଗଦିପ୍ରସାଦ ତାଟ ଦିଅନ୍ତି । ଶାଢ଼ି ବନ୍ଧାରେ ସୂତା, ପାଟଶାଢ଼ି ଦିଅନ୍ତି । ରାଜନୀତିପାଇଁ ହାତପୋଛା ଖଦି ଦିଅନ୍ତି । ଏ ମଧ୍ୟ ସୁଆରବଡ଼ ହିସାବରେ ଚକା ଅପସର ସେବା କରନ୍ତି । । ଶାଢ଼ିବନ୍ଧା ବାହୁଣ ସେବକ । ସେବା ବଂଶାନୁକ୍ରମିକ । 

୧୮. #ଖଟଶେଯ_ମେକାପ ।

 ଦିଅଁମାନଙ୍କ ରତୃପଲଙ୍କ ଦାୟିତ୍ବରେ ରହନ୍ତି । ଦ୍ୱାର ଫିଟା ପରେ ରତ୍ନ ପଲଙ୍କ, ଘଷା ବିଡ଼ିଆ ଆଦି ଖଟଶେଯ ଘରକୁ ନେବା, ଦିବା ପହୁଡ଼ ଓ ରାତ୍ର ପହୁଡ଼ରେ ପଲଙ୍କ ପକାଇବା, ଖଟଶେଯ ଘରେ ଥିବା ଦିଅଁଙ୍କୁ ପାଣି ଦେବା, ବାହାର ବିଜେରେ ବିଜେ ପ୍ରତିମାଙ୍କ ଶେଯ ଯଥା ସ୍ଥାନରେ ପକାଇବା ଇତ୍ୟାଦି ଏହାଙ୍କ କାର୍ଯ୍ୟ । ପୁଷ୍ପାଞ୍ଜଳି ନୀତିରେ ଜୟ ବିଜୟ ଦ୍ବାରରେ ଓ କେତେକ ନୀତିରେ ଡମ୍ବରୁ ରଖିବା, ଶୀତ ଦିନରେ ଦଣ୍ଡାପାହାଡ଼ା ଓ କୋଡ଼ପାହାଡ଼ା ପାରିବା କାମ କରନ୍ତି । । ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ 

 ୧୯.#ପ୍ରତିହାରୀ 

‘ପ୍ରତିହାରୀ ଶବ୍ଦର ଅର୍ଥ ଦ୍ୱାରପାଳ । ସ୍ୱତ୍ତ୍ୱଲିପି ମୁତାବକ ବିଭିନ୍ନ ଦ୍ୱାରପାଇଁ ପ୍ରତିହାରୀ ସେବା ରହିଛି । ଯଥା- (କ) ବଡ଼ଦ୍ୱାର ପ୍ରତିହାରୀ: ମଙ୍ଗଳଆଳତି ବେଳେ ଦ୍ୱାରଫିଟା ନୀତିରେ

ଶ୍ରୀଜଗନ୍ନାଥ । ୬୭
ଭିତରଶୋଧ କରି 'ମଣିମା’ ଡାକ ଦେଇ ଦ୍ୱାର ଖୋଲିବା । ଭିତରୁ ପଲଙ୍କ ଆସିବା ପରେ ଭିତର କାଠ ଲଗାଇବା, ଜୟ ବିଜୟ ଦ୍ୱାର ଖୋଲିବା, ଦିବା ପହୁଡ଼ରେ ଭିତରକାଠ ବାହାର କରିବା, ଶୟନ ପରେ ମଣିମା ଡାକିବା ଓ କବାଟ ବନ୍ଦ କରିବା, ପହୁଡ଼ ଭଙ୍ଗପରେ ସବୁ ଦ୍ୱାର ଖୋଲିବା, ସନ୍ଧ୍ୟା ଧୂପରୁ ଧୁକୁଡ଼ି ଦ୍ୱାରଠାରେ ପହୁଡ଼ ପର୍ଯ୍ୟନ୍ତ ରହି ଧୂପ ଡାକିବା, ଚନ୍ଦନ ବିଜେ ଡାକିବା, ବଡ଼ସିଂହାର ଧୂପ ପରେ ରୁପା ବଟାରେ ତିନି ବାଡ଼ ପାଇଁ ପଇଡ଼, ଜୟ ବିଜୟ ଦ୍ୱାରରେ ଶୟନଠାକୁର ପାଇଁ ପୁଷ୍ପାଳକଙ୍କୁ ପଇଡ଼ ଦେବା, ଶୟନ ବେଳେ 'ମଣିମା' ଡାକ ଦେବା ଏହାଙ୍କର କାର୍ଯ୍ୟ । (ଖ) ଧୁକୁଡ଼ି ଦ୍ୱାର ପ୍ରତିହାରୀ : ଗୋପାଳ ବଲ୍ଲଭଠାରୁ ମଧ୍ୟାହ୍ନ ଧୂପ ଯାଏଁ ଜଗୁଥିବା ଓ ଟେରା ବାନ୍ଧୁଥିବା ପ୍ରତିହାରୀ । ସେବା ବଂଶାନୁକ୍ରମିକ, କିନ୍ତୁ ଅ-ଶାଢ଼ୀବନ୍ଧା । (ଗ) ଦକ୍ଷିଣ ଦ୍ୱାର ପ୍ରତିହାରୀ : ଦକ୍ଷିଣ ଦ୍ୱାର (ଶଙ୍ଖ ଦ୍ୱାର)ଠାରେ ମଙ୍ଗଳ ଆଳତିଠାରୁ ଶୟନ ଯାଏଁ ଜଗି ରହିବା, ସକାଳ ଧୂପ, ମଧ୍ୟାହ୍ନ ଧୂପ, ପହିଲି ଭୋଗ ଓ ବାଳଧୂପ ଡାକିଯିବା, ଅଣସର ସମୟରେ ପଣାଭୋଗ ଡାକିଯିବା, ପୌଷ ପୂର୍ଣ୍ଣିମା ଓ ନୀଳାଦ୍ରି ମହୋଦୟ ଦିନ ଜଳ ବିଜେ ନୀତିରେ ଡାକି ଯିବା, ଭୋଗ ଜଗିବା, ପ୍ରତ୍ୟେକ ବେଢ଼ା ନୀତିରେ ବେତ ଧରି ବେଢ଼ାରେ ଯିବା ଏହାଙ୍କର କାର୍ଯ୍ୟ । (ଘ) ଦ୍ୱାରୀ ନାୟକ ପ୍ରତିହାରୀ : ପ୍ରତି ଭୋଗ ପରେ ଓ ପୂଜା ଶେଷରେ ମଣୋହି ନିମନ୍ତେ ଟେରା ପକାନ୍ତି ଓ ଶେଷରେ ଦ୍ୱାର ଫିଟାନ୍ତି । (୫) ଜୟବିଜୟ ଦ୍ୱାର ପ୍ରତିହାରୀ : ଜୟବିଜୟ ଦ୍ୱାରରେ ସର୍ବଦା ଜଗିଥାନ୍ତି । ପହୁଡ଼ ପର୍ଯ୍ୟନ୍ତ ଓ ନିଷେଧ ସମୟରେ ଲୋକଙ୍କୁ ଅଟକାନ୍ତି । ଏହି ପ୍ରତିହାରୀ ସେବକଙ୍କୁ ଗୋଛିକାର କୁହାଯାଏ । ଏହି ଦ୍ୱାର ପ୍ରତିହାରୀ ସେବା କେବଳ ଗୋଛିକାର ମଧ୍ୟରେ ହେବ । (ଚ) ଭୋଗମଣ୍ଡପ ପ୍ରତିହାରୀ : ଭୋଗମଣ୍ଡପଠାରେ ରହି ଶୋଧ, ଦ୍ୱାର ବନ୍ଦ କରିବା, ସୁଆରବଡ଼ୁ ଅମୋଣିଆ ପାଣି ପକାଇବା ପରେ ଜଗି ରହିବା ଓ ଟେରା ବାନ୍ଧିବା ଆଦି ସେବା ଏହି ପ୍ରତିହାରୀମାନେ କରନ୍ତି । (ଛ) ଦ୍ୱାରଘର ପ୍ରତିହାରୀ : ଏମାନେ ସାହାଣମେଲା ସମୟରେ ଯାତ୍ରୀମାନଙ୍କୁ ସାହାଯ୍ୟ କରି ଶୃଙ୍ଖଳା ରକ୍ଷା କରନ୍ତି । ପ୍ରତିହାରୀ ନିଯୋଗ ଏମାନଙ୍କୁ ମୁତୟନ କରେ । (ଜ) ସିଂହଦ୍ୱାର ପ୍ରତିହାରୀ : ସିଂହଦ୍ୱାରରେ ଓ ଗୁଣ୍ଡିଚା ସମୟରେ ଗୁଣ୍ଡିଚା ଘରେ, ରଥ ଉପରେ, ସ୍ନାନ ବେଦୀରେ ଓ ଦୋଳ ବେଦୀରେ ଜଗୁଥିବା ପ୍ରତିହାରୀ ।
                 
                            #ମହୀମୋହନ_ତ୍ରିପାଠୀ
କ୍ରମଶଃ........

ଉପସ୍ଥାପକ #Rasmiranjan_Panda 
#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ 🌹
ତ୍ରୁଟି ଥିଲେ କ୍ଷମା କରିବେ 🙏

#ଶ୍ରୀମନ୍ଦିର_ସେବକ

୨୦. #ଦଇତା_ସେବକ

⁠ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଦିନ ବଡ଼ସିଂହାର ଧୂପ ଶେଷ ହେବା ପରେ ବାହୁଟ କଣ୍ଟ କରିବା, ପରବର୍ତ୍ତୀ ଦିନ ପାଗପଟି କାଟିବା, ସେନାପଟା ଲାଗି କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ, ପୃଷ୍ଠାଳକମାନଙ୍କ ସହ ହାତୀ ବେଶ କରିବା, ବାହୁଡ଼ା ପହଣ୍ଡି, ଅଣସର ତାଟି ଘରେ ନବଯୌବନ ଯାଏଁ ସକଳ ଗୁପ୍ତ ନୀତି, ନେତ୍ରୋତ୍ସବ ଦିନ ସର୍ବାଙ୍ଗଓବନ୍ଦାପନା, ରାତ୍ରରେ ବାହୁଟ କଣ୍ଟ, ସେନାପଟାଲାଗି, ରଥଯାତ୍ରାଦିନ ପହଣ୍ଡି, ରଥରେ ରୁନ୍ଧା, ବେଶ, ଅଳଙ୍କାର ଓ ସୋଲ ଚିତାଲାଗି; ରଥ ଦାୟିତ୍ୱରେ ରହିବା, ଗୁଣ୍ଡିଚା ଘରେ ରୁନ୍ଧା, ସର୍ବାଙ୍ଗ, ବନ୍ଦାପନା, ବାହୁଡ଼ାରେ ଶ୍ରୀଗୁଣ୍ଡିଚା ଦିନ ପରି ନୀତି, ଚକ୍ରବୁଲା ଏକାଦଶୀରେ ସୁବର୍ଣ୍ଣ ଚକ୍ରକୁ ନଗର ଭ୍ରମଣ, ଚିତାଲାଗି

ଅମାବାସ୍ୟା ଦିନ ଚିତାଲାଗି, ଗହ୍ମାପୂର୍ଣ୍ଣିମାରେ ମାର୍କଣ୍ଡ ପୋଖରୀରେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ, ରାତ୍ରରେ ସୁଦର୍ଶନ ବିଜେ, ରେଖାପଞ୍ଚମୀରେ ରାହୁରେଖା ଲାଗି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣିମା ଦିନ ସୁଦର୍ଶନ ବିଜେ, ଖସାପଡ଼ା ଓ ପଇତାଲାଗି ଇତ୍ୟାଦି କାର୍ଯ୍ୟ କରନ୍ତି ।

⁠ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରିବିଜେ (ଆଷାଢ଼ ଶୁକ୍ଳ ତ୍ରୟୋଦଶୀ) ଯାଏଁ ବିଶେଷ କାର୍ଯ୍ୟରତ ରହନ୍ତି । ନବକଳେବର ସମୟରେ ଦାରୁ ଅନ୍ୱେଷଣ, ମୂର୍ତ୍ତି ନିର୍ମାଣ, ବ୍ରହ୍ମ ପରିବର୍ତ୍ତନ, ବିସର୍ଜିତ ଦାରୁବିଗ୍ରହ ନିମନ୍ତେ ଶୁଦ୍ଧିକ୍ରିୟା ପାଳନ ଇତ୍ୟାଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ଗୁପ୍ତନୀତି ନିର୍ବାହ କରନ୍ତି । ଏମାନଙ୍କର ସେବା ଗୋଷ୍ଠୀଗତ । ଶାଢ଼ି ବନ୍ଧାଇବା ଅନାବଶ୍ୟକ । କେବଳ ଦାରୁ ଅନ୍ୱେଷଣରେ ଗଲେ ଶାଢ଼ି ପାଆନ୍ତି । ଏହି ସେବା ବଂଶାନୁକ୍ରମିକ ।

୨୧. #ପତି_ମହାପାତ୍ର 

⁠ଦୈନିକ ନୃସିଂହଙ୍କ ସେବା, ଜଗନ୍ନାଥଙ୍କ ବାଡ଼ିରେ ପହୁଡ଼ ଆଳତି, ସବୁ ପର୍ବପର୍ବାଣିରେ ବନ୍ଦାପନା, ଚନ୍ଦନ ସର୍ବାଙ୍ଗ, ମଙ୍ଗଳାରୋପଣରେ ଦେବୀ ସୁଭଦ୍ରାଙ୍କ ବାଡ଼ିରେ ସେବା କରନ୍ତି । ସ୍ନାନପୂର୍ଣ୍ଣିମା ଦିନ ବେଦୀରୁ ଦିଅଁମାନେ ଫେରିଲା ବେଳେ, ରଥକୁ ବିଜେ କରିଲା ବେଳେ, ରଥରୁ ଗୁଣ୍ଡିଚା ମନ୍ଦିରକୁ ବିଜେ ସମୟରେ, ଗୁଣ୍ଡିଚା ମନ୍ଦିରରୁ ରଥକୁ ବିଜେ ଓ ରଥରୁ ନୀଳାଦ୍ରି ବିଜେ ବେଳେ ଏ ତିନି ବାଡ଼ରେ ବନ୍ଦାପନା, କର୍ପୂର ଆଳତି, କର୍ପୂରଲାଗି, ଘଷା ଓ ବିଡ଼ିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମବିଧି, ହୋମ ଓ ସହସ୍ର କୁମ୍ଭାଭିଷେକ ଇତ୍ୟାଦିରେ ପୂଜାପଣ୍ଡା ଓ ମୁଦିରସ୍ତ ସହିତ ବ୍ରହ୍ମା ବରଣ ହୁଅନ୍ତି । ଅଣସର ପଟି ଘରେ ଭୋଗ କରନ୍ତି । ଦଇତାଙ୍କ ସହିତ ପ୍ରସାଦ ଲାଗି, ପଣାଲାଗି, ଖଡ଼ିଲାଗି, ଖଳି ଲାଗି, ଫୁଲୁରୀ ଲାଗି ଇତ୍ୟାଦି କାର୍ଯ୍ୟ କରନ୍ତି । ଅଣସର ପିଣ୍ଡିରେ ଭିତରଚ୍ଛଠାରୁ ଶାଢ଼ି ପାଇ ଦାରୁ ଅନ୍ୱେଷଣରେ ବାହାରନ୍ତି । ତା' ପୂର୍ବରୁ ତିନି ବାଡ଼ରୁ ଆଜ୍ଞାମାଳ ବାହାର କରି ତିନି ବାଡ଼ର ବାଡ଼ଗ୍ରାହୀ ଦଇତାଙ୍କୁ ଦେଇ ନିଜେ ସୁଦର୍ଶନଙ୍କ ବାଡ଼ର ଆଜ୍ଞାମାଳ ନେଇଥାନ୍ତି । ବନଯାଗରେ ବିଦ୍ୟାପତି ବରଣ ହୁଅନ୍ତି । ଯାଗ ପରେ ପ୍ରଥମେ ସୁନା କୁରାଢ଼ିରେ ଦାରୁବୃକ୍ଷଙ୍କୁ ସ୍ପର୍ଶ କରନ୍ତି । ଦାରୁକୁ ଭୋଗ କରନ୍ତି । ବିଗ୍ରହ ନିର୍ମାଣ ବେଳେ ଦକ୍ଷିଣୀ ଘରୁ ନୃସିଂହ ଠାକୁରଙ୍କୁ ନେଇ ଦାରୁ ଘରେ ବିଜେ କରାଇ ସେଠାରେ ଠାକୁର ରହିବା ଦିନତକ ତାଙ୍କର ପୂଜା କରନ୍ତି । ଘଟ ପରିବର୍ତ୍ତନ ଓ ବିସର୍ଜନ ସେବା କରନ୍ତି ।

⁠ପତି ମହାପାତ୍ରଙ୍କ ସହିତ ଦଇତା ସେବାର ଘନିଷ୍ଠ ସଂପର୍କ ରହିଛି । ତେଣୁ ଦଇତାପତି ନିଯୋଗ କୁହାଯାଏ । ପତି ମହାପାତ୍ର ବ୍ରାହ୍ମଣ ସେବକ, ଦଇତା ସେବକ ବ୍ରାହ୍ମଣ ନୁହଁନ୍ତି । ପତି ମହାପାତ୍ରଙ୍କର ମଧ୍ୟ ମହାଜନ ସେବା ଅଛି । ମହାଜନ ହିସାବରେ ଦକ୍ଷିଣୀ ଘର ସେବା ଓ ମହାଜନ ସେବା ଅଛି । ଏ ସେବା ବଂଶାନୁକ୍ରମିକ ।
                                  
             #ମହୀମୋହନ_ତ୍ରିପାଠୀ
କ୍ରମଶଃ........

ଉପସ୍ଥାପକ #ରଶ୍ମିରଞ୍ଜନ_ପଣ୍ଡା 
#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ🌹















#ଶ୍ରୀମନ୍ଦିର_ସେବକ

୨୬. #ମୁଖ_ପଖାଳ_ସେବା

⁠ଦୈନିକ ଅବକାଶ ସମୟରେ ଦାନ୍ତକାଠି ଓ ସୁନା ଜିଭଛେଲା ନେଇ ପୁଷ୍ପାଳକଙ୍କୁ ଦିଅନ୍ତି । ଫୁଲ, ତୁଳସୀ, ଚନ୍ଦନ, ଦହି ପୂଜାକୁ ବଢ଼ାନ୍ତି । ପିଙ୍ଗଣମାନଙ୍କରେ କର୍ପୂର ଜଳ ତୟାର କରି ଯୋଗାନ୍ତି । ଖଟୁଳି ଉପରେ ପାହାଡ଼ା ପକାନ୍ତି । ଦର୍ପଣିଆ ଦେଇଥିବା ଦର୍ପଣମାନ, ଝରି ପିଙ୍ଗଣ ପୂଜାକୁ ଯୋଗାନ୍ତି । ପାଣିଆପଟ ଆଣିଥିବା ପାଣି ନେଇ ଯୋଗାନ୍ତି । ପୂଜା ଠା’କରି ପୁଷ୍ପାଳକଙ୍କୁ ପୂଜା ବସିବାକୁ ଡାକନ୍ତି । ରଥ ଉପରେ ମଧ୍ୟ ଏପରି ପୂଜା ଠା' କରନ୍ତି ।

⁠ଶାଢିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।

୨୭. #ଘଟୁଆରି

⁠ଚନ୍ଦନ, ଅଁଳା ଆଦି ଘୋରି ଯୋଗାଇବା ଶାଢ଼ିବନ୍ଧା ବୈଶ୍ୟ ସେବକ । ଅଁଳା ଖଟୁଆରିପ୍ରତ୍ୟେକ ଅବକାଶରେ ଅଁଳା, କର୍ପୂର, ଗୁଆଗୁଣ୍ଡି ଆଦି ଯୋଗାନ୍ତି । ପ୍ରତ୍ୟେକ ଧୂପକୁ ଦଶାଙ୍ଗ ଧୂପ ଯୋଗାନ୍ତି ।

⁠ଚନ୍ଦନ ଘଟୁଆରି- ପ୍ରତ୍ୟେକ ନୀତି ଯଥା; ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବଲ୍ଲଭ, ତିନିଧୂପ, ଚନ୍ଦନଲାଗି ବଡ଼ସିଂହାର ଓ ପୁଷ୍ପାଞ୍ଜଳି, ପର୍ବଯାତ୍ରାରେ ମଙ୍ଗଳାର୍ପଣ, ସର୍ବାଙ୍ଗବନ୍ଦାପନା ଇତ୍ୟାଦିରେ ଦରକାରମତେ ଚନ୍ଦନ ଘୋରି ଯୋଗାନ୍ତି ।

୨୮. #ଗୋଛିକାର

⁠ଏମାନେ ଗୌରୀବେତ ଧରି ଜୟ ବିଜୟ ଦ୍ୱାର ଜଗନ୍ତି । ନିଷେଧ ସମୟରେ ଦ୍ୱାରଠାରେ ଭିତରକୁ ଯାତ୍ରୀ ପ୍ରବେଶ ରୋକନ୍ତି । ଏମାନେ ପ୍ରତିହାରୀ ଗୋଷ୍ଠୀର ଅନ୍ତର୍ଭୁକ୍ତ ।

୨୯. #ସୁନା_ଗୋସ୍ୱାମୀ

⁠ଏ ଅନେକ ସେବକଙ୍କ ଦୀକ୍ଷା ଗୁରୁ । ଏହାଙ୍କର ଦର୍ପଣୀ ବା ଦର୍ପନାରାୟଣ ମଠ ଓ ସୁନାଗୋସାଇଁ ମଠ ନାମରେ ଦୁଇଟି ମଠ ରହିଛି ।

⁠ବନକ ଲାଗି ସମୟରେ ରତ୍ନ ସିଂହାସନ ତଳ ମାର୍ଜନ, ସ୍ନାନପୂର୍ଣ୍ଣିମା ଦିନ ମୁଦିରଥଙ୍କ ସହିତ ସୁନା କୂଅରୁ ୧୦୮ ଗରା ଜଳ ଆଣି ଅଧିବାସ କରିବା, ଅକ୍ଷୟତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ଯାଏ ନିଜ ମଠରୁ ଅଳକା ଯୋଗାଇବା, ଚନ୍ଦନ ଲାଗି ବେଳେ ଆଲଟ କରିବା, ପହଣ୍ଡିରେ ଡୋରି ଧରିବା, ବଡ଼ସିଂହାର ବେଶପାଇଁ ମହାପ୍ରଭୁଙ୍କ ବାଡ଼କୁ ଶ୍ରୀପୟର ମାଳ ଯୋଗାଇବା, ଅଣସର ବେଳେ ମଇଲମ ଭୋଗ ଓ ଶୁକ୍ଳ ଫୁଲ ଗଭାମାଳ ଯୋଗାଇବା, ବାମନ ଜନ୍ମରେ କୃଶ ବିଡ଼ାଏ ଦେବା, ମକରସଂକ୍ରାନ୍ତି ଦିନ ଅଁଳା ବେଢ଼ା ରଙ୍ଗ ହେବାପାଇଁ ଗେରୁ ଯୋଗାଇବା, ଦିଅ ବିଜେ ପୂର୍ବରୁ ରତ୍ନସିଂହାସନରେ ଚୁଆ, ଚନ୍ଦନ, କର୍ପୂର ଆଦି ଲାଗି କରିବା, ଗୁଣ୍ଡିଚା ଘରକୁ ଠାକୁର ବିଜେ ପୂର୍ବରୁ ସିଂହାସନ ଧୋଇ ଚୁଆ ଚନ୍ଦନ ବୋଳିବା କାର୍ଯ୍ୟ କରନ୍ତି ।

⁠ସେବା ବଂଶାନୁକ୍ରମିକ ବ୍ରତ ପରେ ରାଜାଙ୍କଠାରୁ ଶାଢି ପାଇଲେ ସେବା କରନ୍ତି ।
                                 #ମହୀମୋହନ_ତ୍ରିପାଠୀ
କ୍ରମଶଃ.......

ଜୟ ଜଗନ୍ନାଥ 

Rasmi Ranjan Panda

ତ୍ରୁଟି ଥିଲେ କ୍ଷମା କରିବେ 🙏


#ଶ୍ରୀମନ୍ଦିର_ସେବକ

୩୦. #ମୁଦୁଲି_ସେବକ

⁠ପାତ୍ରସଜ, ପୂଜା ଉପକରଣ ଦାୟିତ୍ବରେ ଥିବା ସେବକ । ଆବଶ୍ୟକତା ଅନୁଯାୟୀ ପୂଜା ଉପକରଣ ସଂପୃକ୍ତ ସେବକଙ୍କୁ ଯୋଗାନ୍ତି ଓ ଫେରାଇ ଆଣନ୍ତି । ସକାଳେ ଭିତରଚ୍ଛ ଓ ଅନ୍ୟାନ୍ୟ ସଂପୃକ୍ତ ସେବକଙ୍କ ଉପସ୍ଥିତିରେ ଦକ୍ଷିଣ, ଜୟ ବିଜୟ, କଳାହାଟ ଆଦି ଦ୍ବାରର ମୁଦି ଖୋଲି ଭିତର କାଠରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଚନ୍ଦନ ଛେରା ପକାନ୍ତି । ପହଡ଼ ପରେ ତିନି ଦ୍ବାର ବନ୍ଦ କରି ଦିଅନ୍ତି । ମୁଦା ଛାପ ଦିଅନ୍ତି ଓ ତଳିଚ୍ଛ ମୁଦ ଦିଅନ୍ତି । ଗୁଣ୍ଡିଚାଘରେ ମଧ୍ୟ ଅନୁରୂପ ସେବା କରନ୍ତି । ଚନ୍ଦନ ଯାତ୍ରା ସମୟରେ ଅଳଙ୍କାର ପେଡ଼ି ନେଇ ଚାପକୁ ଯାଆନ୍ତି। ଛେରାପହଁରା ବେଳେ ଛେରାପହଁରା ସାମଗ୍ରୀ ଧରି ଭଣ୍ଡାରମେକାପ ସହ ଉପସ୍ଥିତ ଥାନ୍ତି । ଦର୍ଶନ ବେଳେ ଯାତ୍ରୀଙ୍କ ମୁଣ୍ଡରେ ଯାଉଁଳି ବେତ ଛୁଅନ୍ତି ।

୩୧. #ଆଳତି_ବଳିତା_ସେବା

⁠ଏ ସେବକ ପ୍ରତିଦିନ ଠାକୁରମାନଙ୍କ ବିଭିନ୍ନ ଆଳତି ପାଇଁ ଆବଶ୍ୟକ ସଳିତା । ବଳିତା ସଂପୃକ୍ତ ସେବକମାନଙ୍କୁ ଯୋଗାନ୍ତି । ଏହା ଶାଢ଼ିବନ୍ଧା ସେବା ନୁହେଁ କିମ୍ବା ବଂଶାନୁକ୍ରମିକ ନୁହେଁ । ଏ ସେବା ସୁଆରବଡୁ ସେବାର ଅନ୍ତର୍ଭୁକ୍ତ ।

୩୨. #ପୁରାଣ_ପଣ୍ଡା

⁠ସଂଧ୍ୟାଧୂପ ପରେ (ପୂର୍ବ ତିନି ଧୂପରେ) ଟେରା ପଡ଼ିବା ପରଠାରୁ ଫିଟିବା ଯାଏଁ କଳାହାଟ ଦ୍ବାର ନଣ୍ଡାବରେ ବଇରଖି ପୁରାଣ, ସଂସ୍କୃତ ଭାଗବତ ପଢ଼ନ୍ତି । ଗୁଣ୍ଡିଚା ଘରେ ମଧ୍ୟ ଅନୁରୂପ ସେବା କରନ୍ତି । ଅଣସରରେ ଓ ରଥ ଉପରେ

⁠ଏହି ସେବା ବନ୍ଦ ରହେ । । ଏ ସେବା ଅଶାଢ଼ିବନ୍ଧା । ଏମାନଙ୍କର ପତ୍ରିବଡ଼ ଓ ହଡ଼ପ ନାୟକ ସେବା ମଧ୍ୟ ଅଛି ।

33.#ଦତ୍ତ_ମହାପାତ୍ର

⁠ପ୍ରତି ରବିବାର ଦିନ ଅବକାଶ ପୂର୍ବରୁ କନା ଓ କର୍ପୂର ଜଳରେ ତିନି ଠାକୁର ଓ ନୀଳମାଧବଙ୍କ ଶ୍ରୀମୁଖ ପୋଛନ୍ତି । ଗୁରୁବାର କିମ୍ବା ବୁଧବାରରେ ଅଧରପୋଛା ଓ ବନକଲାଗି, ଅଣସରରେ ଖଡ଼ି ଲାଗି, ତ୍ରୟୋଦଶୀରୁ ନେତ୍ରୋତ୍ସବ ଯାଏଁ ବନକ ଲାଗି, ନଅରକୁ ଖଡ଼ି ପ୍ରସାଦ ନେବା ଆଦି କାର୍ଯ୍ୟ କରନ୍ତି । ଶାଢ଼ିବନ୍ଧା ସେବା ନୁହେଁ । ସେବା ବଂଶାନୁକ୍ରମିକ ।

୩୪. #ଲୁଗାଧୁଆ, ପାଣିକୁଣ୍ଡ ସେବା

⁠ଦୈନିକ ମଙ୍ଗଳ ଆଳତି ପୂର୍ବରୁ ଏ ପାଣିକୁଣ୍ଡ ସେବକ ବିମଳା ମନ୍ଦିର ସାମନା କୂପରୁ ପାଣିଆଣି ବଟ ଅବକାଶ ମନ୍ଦିର ପିଣ୍ଡାରେ ଥିବା କୁଣ୍ଡରେ ଭରନ୍ତି (ସେବାକୁ ଆସିବା ପାଳିଆ ସେବକ ଗୋଡ଼ ଧୋଇବାପାଇଁ) । କୁଣ୍ଡ ସବୁବେଳେ ପାଣିରେ ଭରି ରହିବ । ଏହା ଶାଢ଼ି ବନ୍ଧା ସେବା ନୁହେଁ । ବ୍ରାହ୍ମଣ ସେବକ । ⁠ଦୈନିକ ଅବକାଶ ଶେଷ ପରେ ଚାଙ୍ଗଡ଼ା ମେକାପ ମଇଲମ ହୋଇଥିବା ତଡ଼ପ ଉଷୁରିମାନ ଭଣ୍ଡାର ଦ୍ବାର ପାଖରେ ରଖିଲେ ଲୁଗାଧୁଆ ସେବକ ତାହା ଆଣି ବଟ ଅବକାଶ ଦେଉଳ ମଧ୍ୟରେ ଉକ୍ତ ଲୁଗା ଧୋଇ ଶୁଖାଇ ସେଦିନ ରାତିରେ ଭଣ୍ଡାର ଦ୍ୱାର ଚାଙ୍ଗଡ଼ାରେ ରଖି ଦେଇ ଆସନ୍ତି । ନୂତନ ସୂତାବୟ ଲାଗିହେବା ପୂର୍ବରୁ ଏ ସେବକ ସେ ସବୁ ଧୋଇ ଶୁଖାଇ ଦେବେ । ଓଢ଼ଣ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ଯାଏଁ ଲାଗି ହେଉଥିବା ସୂତା ଫୁଟାମାନ ଧୋଇ ଶୁଖାଇ ଦିଅନ୍ତି । ⁠ଏ ବ୍ରାହ୍ମଣ ସେବକ, ଶାଢିବନ୍ଧା ସେବା ନୁହେଁ ।

୩୫. #ବଲ୍ଲଭ_ଯୋଗାଣିଆ

⁠ଗୋପାଳବଲ୍ଲଭ ସାମଗ୍ରୀ ଯୋଗାଉଥିବା ସେବକ । ରୋଷ ହୋମ ପରେ ଧୁକୁଡ଼ି ଦ୍ବାରରେ ସୁଧ ସୁଆର ମାତ୍ ଏ ଭୋଗ ସାମଗ୍ରୀ ଦିଅନ୍ତି । ଏହା ପରେ ଅନ୍ୟ ମନ୍ଦିରର ପାର୍ଶ୍ୱଦେବତାଙ୍କ ପାଇଁ ଯେଉଁ ବଲ୍ଲଭ ଖଞ୍ଜା ଅଛି, ସେଠାରେ ବଲ୍ଲଭ ପହଞ୍ଚିଛି । ଅଣସର ସମୟରେ ଜୟ ବିଜୟ ଦ୍ବାରଠାରେ ଯୋଗାନ୍ତି । ରଥ ଉପରକୁ ଗୁଣ୍ଡିଚା ଘରକୁ ପ୍ରଧାନୀ ସହ ବଲ୍ଲଭ ନିଅନ୍ତି । ⁠ଏମାନେ ଅଶାଢ଼ିବନ୍ଧା, ବ୍ରାହ୍ମଣ ସେବକ ।
                            #ମହୀମୋହନ_ତ୍ରିପାଠୀ
କ୍ରମଶଃ.......

ଜୟ ଜଗନ୍ନାଥ 

Rasmi Ranjan Panda

ତ୍ରୁଟି ଥିଲେ କ୍ଷମା କରିବେ 🙏


#ଶ୍ରୀମନ୍ଦିର_ସେବକ

୩୬. #ବିମାନ_ବଡ଼ୁ 

ପ୍ରତ୍ୟେକ ବିଜେ ପ୍ରତିମାମାନଙ୍କର ବାହାର ଓ ଭିତର ବିଜେରେ ବିମାନ, ପାଲିଙ୍କି, ରଥ ଓ ଚଉଦଳ ଏମାନେ କାଠେଇ କରି ବିଜେ କରାଇବେ । ବ୍ରାହ୍ମଣ ସେବକ, ଶାଢ଼ିବନ୍ଧା ନୁହନ୍ତି ।

୩୭. #ଅଣସର_ସୁଧ_ସୁଆର_ଓ_ସୁଧ_ସୁଆର

⁠(କ) ଅଣସର ସୁଧ ସୁଆର: ସ୍ନାନପୂର୍ଣ୍ଣିମାଠାରୁ ଉଭା ଅମାବାସ୍ୟା ଯାଏ ତାଟି ଭିତରେ ଚକଟା ଭୋଗ ସାରି ଦଇତା ବାହାରି ଆସିବା ପରେ ଏ ସେବକ ପଣା ଭୋଗ ପାଇଁ ପୂଜା ମା’

କରନ୍ତି । ପଣାଛକ ଆସିଲେ ପୂଜା ବସିବାକୁ ପତି ମହାପାତ୍ରଙ୍କୁ ଡାକନ୍ତି । ଷଷ୍ଠି ଓ ସପ୍ତମୀରେ ଓଷ ଘରେ ଓଷବାଟି ଯୋଗାନ୍ତି । ଏକାଦଶୀ ଦିନ ଏକ ହାଣ୍ଡି ପାଣି ଓଷ ଯୋଗାନ୍ତି । ଦଶମୀ ଦିନ ଖଳି ଚୁଆ ଚନ୍ଦନ ବାଟି ଯୋଗାନ୍ତି । ଏକାଦଶୀ ରାତ୍ର ଖଳି ଯୋଗାନ୍ତି । ତ୍ରୟୋଦଶୀ ଦିନ ଏହାଙ୍କ ଘରୁ ଖଳି ବିଜେ ହୋଇ ଆସେ । ଉକ୍ତ ଦିନ ରାତ୍ର ଚକଟା ଭୋଗ ପରେ ଭିତର ଧୋପଖାଳ କରନ୍ତି । ଅମୋଣିଆ ପାଣି, ଖଳି ଲାଗିଲେ ହାତୁଆଣି ଦିଅନ୍ତି । ଚିତାଲାଗି ଓ ରାହୁ ରେଖା ଲାଗି ବେଳେ ସିଂହାସନ ତଳେ ଓଷୁଅ (ଔଷଧ ପ୍ରସ୍ତୁତ କରି ତିନିବାଡ଼ରେ ଯୋଗାନ୍ତି । ଖସାପଡ଼ା ଲାଗିଲେ ଖଳି ପ୍ରସ୍ତୁତ କରନ୍ତି । ରେଖା ବିଜେରେ ପାହାଡ଼ା ଓ ବୋଇରାଣୀ ଲୁଗା ପକାନ୍ତି ଓ ପରେ ତାହା ପାଆନ୍ତି ।

⁠ଏମାନେ ଶୂଦ୍ର ସେବକ । ସେବା ବଂଶାନୁକ୍ରମିକ ।

⁠(ଖ) ସୁଧ ସୁଆର : ଏମାନେ ବର୍ଷ ସାରା ସେବା କରନ୍ତି । ବଲ୍ଲଭ ଯୋଗାଣିଆ ବଲ୍ଲଭ ଆଣିବା ପୂର୍ବରୁ ଏମାନେ କଳାହାଟ ଦ୍ବାରରୁ ଜୟ ବିଜୟ ଦ୍ୱାର ଯାଏ ଝାଡୁ କରି, ଅଣସର ପିଣ୍ଡି ଧେ ପଖାଳ କରି ଥାଳି, ପରଖ ପକାନ୍ତି । ବଲ୍ଲଭ ବାଢ଼ନ୍ତି, ଫଳ କାଟନ୍ତି । ବଲ୍ଲଭ ପରେ ଖେଇକାରଙ୍କ ବଲ୍ଲଭ ସାଇତି, ବିମଳାଙ୍କ ପାଖକୁ ସମର୍ପଣ ପାଇଁ ନିଅନ୍ତି । ସମର୍ପଣ ପରେ ଖେଇକାରଙ୍କୁ ବଣ୍ଟନ କରି, କୋଠ ଜିନିଷ ପସରାରେ ଦିଅନ୍ତି । ଭୋଗବେଳେ ଅଣସର ପିଣ୍ଡିରୁ ଜୟ ବିଜୟ ଦ୍ୱାର ମଧ୍ୟରେ ସମ୍ପୁଡ଼ି ପଡ଼ିଲେ ବାହାର କରନ୍ତି । ଭୋଗ ମାରା ହେଲେ ବାହାର କରନ୍ତି । ମହାସ୍ନାନରେ ପୂଜା ଠା' କରନ୍ତି । ପୂଜା ପରେ ଭିତର ଧୋ ପଖାଳ କରନ୍ତି । ଯାନିଯାତ୍ରା, ପର୍ବପର୍ବାଣି, ବନ୍ଦାପନା ଓ ବାହାର ବିଜେରେ ଚାଉଳ, ଘିଅ, ବଳିତା ଯୋଗାନ୍ତି । ମଙ୍ଗଳାରୋପଣ ସାମଗ୍ରୀ ଯୋଗାନ୍ତି । ମକରସଂକ୍ରାନ୍ତି ଦିନ ଅଧିବାସ ହୋଇଥିବା ଚାଉଳ ଧୋଇ ତିନୋଟି ରୁପା ଥାଳିରେ ମକର ଚାଉଳ ପ୍ରସ୍ତୁତ କରନ୍ତି । ଚନ୍ଦନ ଯାତ୍ରାରେ ଭିତରେ ପୂଜା ଠା' କରନ୍ତି । ଦୋଳରେ ମୁଦିରଥଙ୍କୁ ଫଗୁ ବଢ଼ାନ୍ତି । ଲକ୍ଷ୍ମୀ ନାରାୟଣ ଭେଟରେ ଦହିପଟୋଳ ବଢାନ୍ତି । ଦୈନିକ କୋଠଭୋଗକୁ ମୃଗ ଭାଜି ଡାଲି ଯୋଗାଛି ।

⁠ଏମାନେ ଦଇତା ଗୋଷ୍ଠୀର ସେବକ । ସେବା ବଂଶାନୁକ୍ରମିକ ।

୩୮.#ହଡ଼ପ_ନାଏକ

⁠ଏ ସେବକ ଠାକୁରମାନଙ୍କ ବିଡ଼ିଆ ମଣୋହିପାଇଁ ବିଡ଼ିଆ ଯୋଗାନ୍ତି । ଶାଢ଼ିବନ୍ଧା ବାହୁଣ ସେବକ, ସେବା ବଂଶାନୁକ୍ରମିକ ।

୩୯. #ବିଡ଼ିଆ_ଯୋଗାଣିଆ

⁠ଏ ସେବକ ଦୈନିକ ଓ ପର୍ବପର୍ବାଣିରେ ଯେତେ ପ୍ରକାର ବିଡ଼ିଆ ଯେଉଁ ଯେଉଁ ସମୟରେ ଦରକାର, ତାହା ହଡ଼ପ ଘରେ ତିଆରି କରି ହଡ଼ପ ନାଏକଙ୍କ ଜିମା ଦିଅନ୍ତି । ମକରସଂକ୍ରାନ୍ତିରେ ୬ଟି ପାନ ଚୂଳ ତିଆରି କରି ଯୋଗାନ୍ତି ।

⁠ବ୍ରାହ୍ମଣ ସେବକ, ସେବା ବଂଶାନୁକ୍ରମିକ । ଶାଢ଼ି ବନ୍ଧା ସେବକ ନୃହନ୍ତି ।


୪୦. #ଖଟୁଳି_ସେବକ

⁠ବିଭିନ୍ନ ନୀତିରେ ଖଟୁଳି ପକାଉ ଥିବା ସେବକ । ଶାଢ଼ି ବନ୍ଧା ବ୍ରାହ୍ମଣ ସେବକ; ସେବା ବଂଶାନୁକ୍ରମିକ ।

୪୧. #ଆସ୍ତାନ_ପ୍ରତିହାରୀ (ପଢ଼ିଆରୀ)
⁠ମଧ୍ୟାହ୍ନ ଧୂପ ପରେ ଦକ୍ଷିଣୀ ଘରେ ପାଣି ପକାଇ ପୂଜା ଠା' କରି ବାହାର ଦେଉଳି ରୋଷ ଘରକୁ ଭୋଗ ଡାକିବାକୁ ଯାଆନ୍ତି । ପୂଜା ସରିଲେ ଦ୍ୱାର ମୁହଁରେ ଟେରା ପକାନ୍ତି । ଗୁରୁବାର ମାଜଣା ନୀତିରେ ଟେରା ଧରି ଠିଆ ହୁଅନ୍ତି । ଦୀପାବଳୀରେ ଜୟବିଜୟ ଦ୍ୱାରରେ ଚାଉଳରେ ଗଛ କରି ଦୀପ ବସାନ୍ତି । ଫଗୁ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଘଟୁଆରିଠାରୁ ଫଗୁ ନେଇ ନୀତିରେ ଲଗାନ୍ତି । ଦୋଳ ବେଦୀରେ ବନ୍ଦାପନା ପାଇଁ ସାମଗ୍ରୀ ଯୋଗାନ୍ତି । ପୂର୍ଣ୍ଣିମା ଦିନ ନାଭିକଟା ମଣ୍ଡପରେ ଭୋଗ ଡାକନ୍ତି । ଚନ୍ଦନ (୨୧ ଦିନ) ଯାତ୍ରାରେ ମଦନ ମୋହନଙ୍କ ଚାପରେ ମଣିମା ଡାକ ଦିଅନ୍ତି; ମାଣ୍ଡୁଅ ଭୋଗ ଡାକି ଯାଆନ୍ତି ଓ ଟେରା ପକାନ୍ତି । ପ୍ରତ୍ୟେକ ବାହାର ବିଜେରେ ଭୋଗ ଡାକିଯିବା ଓ ଟେରା ପକାଇବା ଏହାଙ୍କର କାର୍ଯ୍ୟ ।

ଶାଢ଼ିବନ୍ଧା, ବଂଶାନୁକ୍ରମିକ ସେବକ ।
                             #ମହୀମୋହନ_ତ୍ରିପାଠୀ
କ୍ରମଶଃ........

ଜୟ ଜଗନ୍ନାଥ 

ତ୍ରୁଟି ଥିଲେ କ୍ଷମା କରିବେ 🙏


#ଶ୍ରୀମନ୍ଦିର_ସେବକ

#ଶ୍ରୀମନ୍ଦିର_ସେବକ

୪୨. #କୋଠଭୋଗ_ଯୋଗାଣିଆ

⁠ଏମାନେ ପ୍ରତ୍ୟେକ ଦିନ କୋଠ ଗୋଦାମରୁ ଗୁଡ଼, ଘିଅ, ଭୋଗ ଜିନିଷ, କାଠ ରୋଷଘରକୁ ନେଇ ରୋଷ ପାଇକ ଜିମାରେ ଦେବେ । ଗୋଦାମରୁ ଚାଉଳ ନେଇ ଚାଉଳ ବଛା କରଣକୁ ଦେବେ । ରଥଯାତ୍ରାରେ ସବୁ କୋଠଭୋଗ ଦ୍ରବ୍ୟ ଶ୍ରୀମନ୍ଦିର ଗୋଦାମରୁ ଗୁଣ୍ଡିଚା ଘର ରୋଷଘରେ ଦେବେ । ଚନ୍ଦନ ଯାତ୍ରାରେ କୋଠଭୋଗ ଜିନିଷ ଗୋଦାମରୁ ନେଇ ଯୋଗାନ୍ତି । ନବାଙ୍କ ଦିନ ଚାଉଳ ମେଲାଣ କରନ୍ତି ।
⁠ଶାଢ଼ିବନ୍ଧା ଶୂଦ୍ର ସେବକ । ସେବା ବଂଶାନୁକ୍ରମିକ ।

୪୩. #ପ୍ରଧାନି
⁠ଅବକାଶ ଶେଷ ପରେ ରୋଷଆଡ଼ ସଫା ହୋଇଛି କି ନାହିଁ ଦେଖିବେ, ରୋଷ ପାଇକ ହୋମକାଠ ଲଗାଇବା ପରେ ପୂଜାପଣ୍ଡାଙ୍କୁ ହୋମ କରିବାକୁ ଡାକି ନେବେ । ବଲ୍ଲଭ ପୂଜା ? ହେଲେ ପୂଜାପଣ୍ଡାଙ୍କୁ ଡାକିବେ, ସକାଳ ଧୂପରେ ପ୍ରତିହାରୀ ଟେରା ବାନ୍ଧିବା ପରେ ମୁରୁଜ ପକାଇବାକୁ ପୂଜାପଣ୍ଡାଙ୍କୁ ଡାକିବେ । ମୁରୁଜ ପଡ଼ି ସାରିଲେ ପ୍ରତିହାରୀ ସାଙ୍ଗରେ ଭୋଗ ଡାକିବାକୁ ରୋଷକୁ ଯିବେ । ଭୋଗ ଆସିଲାବେଳେ ଆଗରେ ରହି ଲୋକ ଆଡ଼େଇବେ । ମହାପ୍ରଭୁଙ୍କ ଆଡ଼ ଥାଳି ବେହେରା ପନ୍ତିବଡ଼ୁ ସଙ୍ଗନେଇ ବିମଳା ମନ୍ଦିରକୁ ଯିବେ, ଖେଇ ଦେଇ ମୁକ୍ତିମଣ୍ଡପକୁ ନେଇ ରାଜାଙ୍କୁ ଆଶୀର୍ବାଦ କରାଇବେ । ଏ ସେବକ ସମୟ ଧୂପ ପୂଜାରେ ପୂଜାପଣ୍ଡାଙ୍କୁ ଭୋଗ ଲଗାଇବାକୁ ଡାକିବେ । ବାହାର ଦେଉଳି ଭୋଗପାଇଁ ମଧ୍ୟ ପୂଜାପଣ୍ଡାଙ୍କୁ ଡାକିବେ । ‘ଘଣ୍ଟ, ଛତା, ଭୋଗ ମାନଙ୍କରେ ତଳିଚ୍ଛ ସହ ହାତ ପଇଠ ହୋଇ ଆଗରେ ଆସିବେ । ବଳି ସମୟରେ ସିନ୍ଦୁର, ମନ୍ଦାରମାଳ ନେଇ କଟାଏତ ଗଳାରେ ଦେବେ ଓ ପୂଜା କରିଥିବା ଖଡ଼ଗ ଆଣି କଟାଏତ ହାତରେ ଦେବେ । ମହାସ୍ନାନରେ ଗନ୍ଧଣ ମେକାପଠାରୁ ଜିନିଷ ଆଣି ସୁଧସୁଆରଙ୍କୁ ଦେବେ ।⁠ଶାଢ଼ିବନ୍ଧା ବ୍ରାହ୍ମଣ ସେବକ ।

୪୪, #ପାଇକ
⁠ଡକାହକା କରୁଥିବା ଚର୍ଚ୍ଚା ସେବକ । ଦଳେଇ ଦଳବେହେରାଙ୍କ ନିର୍ଦ୍ଦେଶରେ କାମ କରିବେ । ଯେତେବେଳେ ଯେଉଁ ସେବାପାଇଁ ସେବକ ଆବଶ୍ୟକ ତାଙ୍କୁ (ପୂଜାପଣ୍ଡାଙ୍କ ଛଡ଼ା) ସାହିକୁ ଯାଇ ଡାକିଆଣି ସେବାରେ ହାଜର କରାଇବେ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣୀ ଘର ନୃସିଂହ ଓ ଲକ୍ଷ୍ମୀଙ୍କ ଦେଉଳରେ ବାହାର ଦେଉଳି ଭୋଗ ଉଠାଇ ପୂଜାପଣ୍ଡାଙ୍କୁ ଡାକି ପୂଜା କରାଇବେ । ଚନ୍ଦନ ମଣ୍ଡପ ଓ ଗୁଣ୍ଡିଚା ଘରେ ଅନୁରୂପ କାର୍ଯ୍ୟ କରିବେ । ଭୋଗମଣ୍ଡ ପରେ ଯେତେ ଅଧିବାସ ହେବ ତାକୁ ଜଗି ରଖିବେ । ବିମଳାଙ୍କ ଷୋଳପୂଜା ସଡ଼ି ଭୋଗ ପଶ୍ଚି ମଦ୍ୱାର ବାଟେ ବାହାର କରିବେ ।⁠ଶାଢ଼ିବନ୍ଧା ସେବା ନୁହେଁ । ସେବା ବଂଶାନୁକ୍ରମିକ ।

୪୫. #ଲେଙ୍କା
⁠ପ୍ରତିଦିନ ଭୋର ସମୟରେ ପାଳିଆ ପତ୍ରି, ଗରାବଡ଼ୁଙ୍କୁ ଡାକିଆଣନ୍ତି । ବେହରଣ ସ୍ଥାନରେ ଲାଗିହେବା ଜିନିଷ ଆସିଲେ ଦେଉଳକରଣଙ୍କୁ କହି ମନ୍ଦିର ଅଫିସରେ ଦାଖଲ କରାନ୍ତି । ସ୍ନାନପୂର୍ଣ୍ଣିମାରେ ହାତୀ ବେଶ ସାମଗ୍ରୀ ଆଣିବାକୁ ରାଘବ ଦାସ ଓ ଗୋପାଳତୀର୍ଥ ମଠକୁ ଯାଆନ୍ତି । ସେହି ରାତିରେ ଚିତ୍ରକାର ଘରୁ ଘଣ୍ଟ ଛତା ସହ ଚିତ୍ର ପଟି ବିଜେ କରି ଆଣନ୍ତି । ଅଣସରରେ ଦଇତାମାନଙ୍କୁ ଡାକନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଦିନରେ ଦିଅଁଙ୍କ ସହିତ ଯାଆନ୍ତି । ଭଣ୍ଡାର ଘରୁ ଚକ ନେଇ ମଦନମୋହନଙ୍କ ଚାପରେ ଠିଆ ହୁଅନ୍ତି । ନବକଳେବରରେ ଦାରୁ ଅନ୍ବେଷଣରେ ଚକ୍ର ଧରି ଯାଆନ୍ତି । ଜାବନ୍ଧାରେ ଉପସ୍ଥିତ ରହନ୍ତି ଇତ୍ୟାଦି ।
⁠ଲେଙ୍କ ସେବା ୪ ପ୍ରକାର- ବରଗଣିଆ ଲେଙ୍କ, ତାଟ ଲେଙ୍କ, ଛାମୁଲେ ଓ ପାଳିଆ ଲେଖେ । ଶାଢ଼ିବନ୍ଧା ଶୂଦ୍ର ସେବକ । ସେବା ବଂଶାନୁକ୍ରମିକ

୪୬. #ସୁଆର_ମହାସୁଆର_ନିଯୋଗ
⁠ସୁଆର-ମହାସୁଆର ସମୟ ସେବକ; ଯଥା- ବତୁ ସୁଆର, ମହାସୁଆର, ପନ୍ତିବଡ଼ୁ, ତୋଳା ବଡୁ ଇତ୍ୟାଦି ସୂପକାର ଶ୍ରେଣୀର ସେବକମାନେ ଏହି ନିଯୋଗର ଅନ୍ତର୍ଭୁକ୍ତ । କୋଇଲି ବୈକୁଣ୍ଠ ନିଯୋଗ ଗୃହରେ ଆଟିକା ଆମଦାନୀ କରି ପାଉଣା ପାଆନ୍ତି । ଜଳ ତୁଳସୀ ଯୋଗାଇ ଓ ସଂକଳ୍ପରେ ପାଉଣା ପାଆନ୍ତି । ମନ୍ଦିରରୁ ଯେ ତୁଣିଆ ମାହାଲ ନିଲାମ କିଏ ସେ ନିଯୋଗକୁ ପାଉଣା ଦିଏ । ମଠବାଡ଼ିରୁ ଓ ଯଜମାନି ବେଶରୁ ପାଉଣା ମିଳେ ।
⁠ପୂର୍ବରେ ସୁଆର ନିଯୋଗ ନାୟକମାନେ କୋଠଭୋଗ ସୁଆର ନିଯୁକ୍ତି, ନିଯୋଗ ପରିଚାଳନା, କୋଇଲି ବୈକୁଣ୍ଠରେ ଆୟ ଆମଦାନୀ ଓ ଦାରୁ ଘର ଦାୟିତ୍ବ ତୁଲାଉଥିଲେ । ବର୍ତ୍ତମାନ ଏ ସବୁ କାର୍ଯ୍ୟ ନିଯୋଗ ନିୟମାନୁଯାୟୀ ଗଠିତ କମିଟି ଦ୍ବାରା କରାଯାଉଛି । କମିଟିରେ ସଭାପତି, ସଂପାଦକ ଆଦି ନିର୍ବାଚିତ କର୍ମକର୍ତ୍ତା ଅଛନ୍ତି ।

୪୭. #ମହାସୁଆର
⁠ପ୍ରତିଦିନ ରୋଷନାୟକ ସହ ବୁଲି ରୋଷ ପରିଶ୍ରୁତି ଦେଖି ରୋଷ ହୋମପାଇଁ ଅନୁମତି ଦେବା, ରନ୍ଧନ କାର୍ଯ୍ୟ ତନଖିବା, ହରିବଲ୍ଲଭ ତାଟ ପିଠା ନିଜେ ରାନ୍ଧିବା, ଅବାଞ୍ଚିତ ବ୍ୟକ୍ତି ଯେପରି ରୋଷଘରେ ପ୍ରବେଶ ନକରନ୍ତି ତାହା ଦେଖିବା, ବଲ୍ଲଭରେ ସୁଧସୁଆରଠାରୁ ଭୋଗ ସାମଗ୍ରୀ ନେଇ ପରିରେ ବାଢ଼ିବା, ମଠବାଡ଼ିର ବଲ୍ଲଭ ଭୋଗ ସୁଆର ବଡୁଠାରୁ ନେଇ ଭୋଗରେ ବାଢ଼ିବା, ଗରାବଡ଼ୁଠାରୁ ଘଷାଦଳ ନେଇ ପରିରେ ଲଗାଇବା, ଭୋଗ ପୂଜା ବସିବା ଆଗରୁ ସମସ୍ତ ନୈବେଦ୍ୟ ଠିକ୍ ଭାବରେ ପ୍ରସ୍ତୁତ ହୋଇଛି କି ନାହିଁ ଦେଖିବା, ପ୍ରତିହାରୀଙ୍କୁ ଭୋଗ ଡାକିବା ସକାଶେ ଖବର ଦେବା, ପ୍ରତି ଧୂପରେ ପ୍ରଥମ ଛେକ ପରିରେ ବାଢ଼ିବା, ସେଠାରେ ଉପସ୍ଥିତ ହୋଇ ଯାହା ପରେ ଯାହା ମଣୋହି ଯୋଗ୍ୟ ସେହି ପ୍ରକାରେ ବାଢ଼ିବା, ଟେରା ପଡ଼ିବା ପୂର୍ବରୁ ‘ଭୋଗ ମଣୋହି କରିବା ହେଉ’ ବୋଲି ପୂଜାପଣ୍ଡାଙ୍କୁ କହିବା, ମଣୋହି ସମୟରେ ଖଦି ଧରି ବିବା, ହରିବଲ୍ଲଭ ତାଟରେ ଉଲାଖମାନ ବାନ୍ଧି ଗଣେଶ ଚିହ୍ନ ମୋହର ଦେଇ ପ୍ରସାଦ ବଡ଼ ନିକଟରେ ମଣାଇବା, ଅମାବାସ୍ୟା ବିଜେ, ଚନ୍ଦନ ଯାତ୍ରା ଇତ୍ୟାଦି ବାହାର ବିଜେରେ ଛାମୁରେ ପନ୍ତି ବାଢ଼ିବା ଓ ଘଷା ଜଳ ଲଗାଇବା, ରାମ, କୃଷ୍ଣ ଓ ବାମନ ଜନ୍ମରେ ଗଣ୍ଡଷ ମସଲା ଓ ସରଲବଣୀ ବାଢ଼ିବା, ରୁକ୍ମିଣୀ ବିଭାବେଦୀରେ, ଶୀତଳ ଷଷ୍ଠୀ ପଞ୍ଚମହାଦେବଙ୍କ ନିକଟରେ ପନ୍ତି ବାଢ଼ିବା, କୁମାର ପୂର୍ଣ୍ଣିମା ଦିନ ଗୋଟା ଫଳଗୁଡ଼ିକ ଛାମୁରେ ବାଢ଼ିବା, ବାଳ ଧୂପ ପରିରେ ବାଢ଼ିବା ଇତ୍ୟାଦି କାର୍ଯ୍ୟ କରନ୍ତି । ବ୍ରାହ୍ମଣ ସେବକ, ସେବା ବଂଶାନୁକ୍ରମିକ । ଶାଢ଼ିବନ୍ଧା ସେବକ ନୁହନ୍ତି । ବ୍ରତ ପରେ ସ୍ନାନପୂର୍ଣ୍ଣିମା ଦିନ ଛକ ନେଇ ନିଯୋଗର ଅଂଶୀଦାର ହୁଅନ୍ତି
                       #ମହୀମୋହନ_ତ୍ରିପାଠୀ
କ୍ରମଶଃ......
ଜୟ ଜଗନ୍ନାଥ 
ଉପସ୍ଥାପକ #ରଶ୍ମିରଞ୍ଜନ 
ତ୍ରୁଟି ଥିଲେ କ୍ଷମା କରିବେ 🙏


#ଶ୍ରୀମନ୍ଦିର_ସେବକ

୪୮. ଜଗିଆ ମହାସୁଆର ବା ରୋଷ ଅମିନ
⁠ବଡ଼ସୁଆରଙ୍କୁ ଭୋଗ ନିମନ୍ତେ କୋଠଭୋଗ ଜିନିଷ ଦିଅନ୍ତି । ପିଠାପଣାରେ କେତେ ଘିଅ ବ୍ୟବହୃତ ହେଲା ତନଖି କରନ୍ତି । ମଧ୍ୟାହ୍ନ ଧୂପରେ ଘିଅ ଓ ପଣା ପଠାନ୍ତି । ଥାଳିରେ ଘିଅ ପଡ଼ି ଲାବେଳେ, ପଣାରେ ଛାଟ ବା ଚିନି ପଡ଼ିଲା ବେଳେ ଦେଖନ୍ତି । ଚୁଲି ଓ ପନ୍ତି ଗୋଳମାଳ ସବୁ ଦେଖନ୍ତି ଓ ଦେଉଳକରଣଙ୍କୁ ରିପୋର୍ଟ କରନ୍ତି । ପର୍ବ ଯାତ୍ରାରେ ଭୋଗ ପ୍ରସ୍ତୁତି ପାଇଁ ଦେଉଳକରଣଙ୍କଠାରୁ ଭୋଗ ଉଠିଆ ତାଲିକା ନେଇ ବଡ଼ୁ ସୁଆରଙ୍କୁ ବରାଦ କରି ପ୍ରସ୍ତୁତ କରାନ୍ତି । ଲକ୍ଷ୍ମୀଙ୍କ ରୋଷ ଘରେ ଭୋଗ ପ୍ରସ୍ତୁତି ସମୟରେ ଜଗନ୍ତି ଓ ତତ୍ତ୍ୱ ନିଅନ୍ତି ।

୪୯. ବଡ଼ୁସୁଆର
⁠ଅମାଲୁ ସୁଆର, ତୁଣ ସୁଆର, ଥାଳି ସୁଆର, ତୋଳାବଡ଼ୁ, ପାଗୁଆ, ଚଣାପୁଆ, ବଣୁଆ, ପିଠା ସୁଆର ଏହି ବଡ଼ୁସୁଆର ଗୋଷ୍ଠୀର ସେବକ ।
⁠ଅମାଲୁ ସୁଆର : ଦୈନିକ କୋଠ ଭୋଗପାଇଁ ଅମାଲୁ ଓ ପର୍ବପର୍ବାଣିରେ ମୋଡ଼ିଆ ସରୁ ଚକୁଳି ଓ ଅମାଲୁ ପ୍ରସ୍ତୁତ କରନ୍ତି ।
⁠ଚଣାପୁଆ : ଲଡ଼ୁ, ପାରିଜାତକ, ଲୁଣ ଖୁରୁମା, ଛୋଟ ପିଠା କରନ୍ତି । ଅଟା, ଚୂନା କାମ ଆଦି କରି ରଖନ୍ତି । ଭଜା ଭାଜନ୍ତି ।
⁠ତୁଣ ସୁଆର : ଦୈନିକ ଓ ପର୍ବପର୍ବାଣି ନିମନ୍ତେ ସମୟ ତିଉଣ, ଖିରି, କଡ଼ମ୍ବା, ପଖାଳ, କାନିକା ରାନ୍ଧନ୍ତି । ।
⁠ତୋଳାବଡ଼ୁ : ବିଷ୍ଣୁଆ ଓ ପାଟୁଆ ରଖିଥିବା ଜିନିଷମାନ ଗଣତି କରି ତାଡ଼ମାନଙ୍କରେ ରଖି ବାଘମୁହାଁ ବାନ୍ଧି ଛେକ ନେଇ ବାଡ଼ ଅନୁଯାୟୀ ଲଗାନ୍ତି । ଭୋଗ ସରିଲେ ଭୋଗ ସାଇତା ସୁଆରବଡ଼ୁଙ୍କୁ ମଣାଇବେ ।
⁠ଥାଳି ସୁଆର : ଥାଳି ଅନ୍ନ, ଥାଳି ଖେଚୁଡ଼ି, ସାଦା ଓରିଆ, ସଂଧ୍ୟାଧୂପ ପଖାଳ ରାନ୍ଧନ୍ତି ।
⁠ପାଗୁଆ : ଚଣା ପାଗ କରନ୍ତି । ଏଣ୍ଡୁରି, ମଣ୍ଡା, ଗଇଁଠା ଆଦି କରନ୍ତି ।
⁠ପିଠା ସୁଆର : କୋଠ ଭୋଗ ଓ ପର୍ବପର୍ବାଣି ପିଠା କରନ୍ତି ।
⁠ବିଣ୍ତୁଆ : ପିଠାର ବିଣ୍ଡ କରି ତହିଁରେ ମସଲା ମିଶାଛି । ଅଟା, ବିରି, ଚନା ଆଦି ଚକଟି ସମସ୍ତ ଜିନିଷ ପ୍ରସ୍ତୁତ କରି ସୁଆରଙ୍କୁ ଯୋଗାଛି । ବଡ଼ୁସୁଆରମାନେ ବଂଶାନୁକ୍ରମିକ ସେବକ ।

୫୦. ପନ୍ତିବଡ଼ୁ, ବିଡ଼ୁଆ ପନ୍ତିବଡ଼ୁ
⁠ସକାଳ ଧୂପରେ ଥାଳି ସୁଆରଗନ୍ଧି ବିଡ଼ୁଆ ପନ୍ତିବଡ଼ୁକୁ ମଣାଇଲେ ସେମାନେ ମୂର୍ତ୍ତମୂଳ କରନ୍ତି । ପାଳିଆ ପନ୍ତିବଡ଼ୁ ବିଡ଼ୁଆଠାରୁ ନେଇ ମହାସୁଆର ସହ ଛକ ନେଇ ଛାମୁରେ ଥାଳିରେ ବାଢ଼ନ୍ତି । ପାଳିଆ ପନ୍ତିବଡ଼ ୬ କୁଡ଼ିଆ, ବିଡ଼ିଆ ପତ୍ରିବଡ଼ ୪ ଓ ବେହେରା ପନ୍ତିବଡ଼ ୪ କୃଡ଼ିଆ ଖେଚେଡ଼ି ଯଥାକ୍ରମେ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଓଜଗନ୍ନାଥଙ୍କ ବାଡ଼ରେ ବାଢ଼ନ୍ତି । ପାଳିଆ ଅନ୍ୟ କୋଠଭୋଗ ଜିନିଷ ଥାଳି ସୁଆର ଓ ତୁଣ ସୁଆରଠାରୁନେଇ ଛାମୁରେ ଲଗାନ୍ତି । ଭୋଗ ପରେ ବାହାରକୁ ଆଣନ୍ତି । ବିମଳାଙ୍କୁ ସମର୍ପଣ ପାଇଁ ପାଳିଆ ବଡ଼ ବାଡ଼ ଥାଳି ନିଅନ୍ତି । ଭୋଗ ପରେ ପାଳିଆ ପନ୍ତିବଡ଼ୁ ବଡ଼ବାଡ଼ର ଥାଳି ବିମଳାଙ୍କୁ ସମର୍ପଣ ପାଇଁ ନିଅନ୍ତି । ସମର୍ପଣ ପରେ ଫେରାଇ ଆଣି ମୁକ୍ତିମଣ୍ଡପରେ ବ୍ରାହ୍ମଣମାନଙ୍କୁ ବଣ୍ଟନ କରିବାପାଇଁ ପ୍ରଧାନୀଙ୍କୁ ଦିଅନ୍ତି । ମଧ୍ୟାହ୍ନ ଧୂପରେ ମଧ୍ୟ ସେହିପରି ବେହେରା, ପାଳିଆ ଓ ବିଡ଼ୁଆ ପନ୍ତିବଡ଼ୁ କାର୍ଯ୍ୟ କରନ୍ତି । ବିଡ଼ିଆ ପନ୍ତିବଡ଼ୁ ଥାଳିମାନଙ୍କରେ (୪ବାଡ଼ରେ) ଘିଆ ପରଷେ । ଭୋଗ ମଣ୍ଡପରେ ଏମାନଙ୍କର କିଛି କାର୍ଯ୍ୟ ନାହିଁ । ସଂଧ୍ୟାଧୂପରେ ପନ୍ତିବଡ଼ ପଖାଳ ଓ ଶାକରା ପରିରେ ଲଗାନ୍ତି । ବଡ଼ସିଂହାର ଭୋଗରେ ଏମାନଙ୍କର କିଛି କାର୍ଯ୍ୟ ନାହିଁ । ବଲ୍ଲଭବଡ଼ସିଂହାର ଭୋଗରେ ପଳିଆ ପନ୍ତିବଡ଼ୁ ମହାସୁଆର ସହ ଛେକ ନେବେ । ରଥ ଉପରେ କିଛି

କାମ ନାହିଁ । ପର୍ବଯାତ୍ରା ସଙ୍ଖୁଡି ଭୋଗ, ଚନ୍ଦନ ଯାତ୍ରା, ଚାଚେରୀରେ ପାଳିଆ ପନ୍ତିବଡ଼ୁ ଖେଚେଡ଼ି ଭୋଗ, ପଖାଳ ଇତ୍ୟାଦି ତୋଳନ୍ତି । ବିଡ଼ୁଆ ପନ୍ତିବଡ଼ୁ ମକରରେ ଅନ୍ୟ ପନ୍ତିବଡ଼ୁଙ୍କ ସହ ମକର ଥାଳି ଧରି ବଡ଼ଦେଉଳକୁ ତିନିଥର ବେଢ଼ା ବୁଲନ୍ତି ।
⁠ଏମାନେ ସୂପକାର ଶ୍ରେଣୀ ସେବକ; ସେବା ବଂଶାନୁକ୍ରମିକ ।

୫୧. ଅମାଲୁ ତୋଳି ଓ ପୁର ଖରଡ଼ା
⁠ଏମାନେ ସାତପୁରୀ ଅମାବାସ୍ୟାରେ ସବୁ ପୁର ଖରଡ଼ନ୍ତି ଓ ପ୍ରତ୍ୟହ ସଂଧ୍ୟାଧୂପ ପରେ ଅମାଲୁ କୋଠଭୋଗ ରୋଷରୁ ଛାମୁକୁ ନିଅନ୍ତି । ଏମାନେ ସୂପକାର ଶ୍ରେଣୀର ସେବକ ।

୫୨. ତୋଳାବଡ଼ୁ
⁠ମୁହଁରେ ବାଘମୁହାଁ (ତୁଣ୍ଡି ବାନ୍ଧି ଅମୋଣିଆ ତୋଳି ଛକରେ ନେଉଥିବା ସେବକ ।
                          #ମହୀମୋହନ_ତ୍ରିପାଠୀ
କ୍ରମଶଃ........
ଜୟ ଜଗନ୍ନାଥ 

ଉପସ୍ଥାପକ #ରଶ୍ମିରଞ୍ଜନ_ପଣ୍ଡା 
#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ🌹

୫୩. ରୋଷ ପାଇକ

⁠ରୋଷ ଧୋପଖାଳ ଓ ଶୁଦ୍ଧ ହେବା ପରେ ଅମୋଣିଆ ପରିଛା ଓ ମହାସୁଆରଙ୍କୁ କହନ୍ତି । ହୋମ ବିଷୟରେ ଠିକ୍ ଠାକ୍ କହିଲେ ଭୋଗ ହୁଏ । କେଠଭୋଗ ଯୋଗାଣିଆ କୋଠଭୋଗ ଜିନିଷ ଦେଲେ ଏମାନେ ଜଗିଆ ମହାସୁଆରଜିମାଦେଇ ଶେଷଦ୍ୱାରଜଗନ୍ତି । ପତ୍ରାବଡୁ ଏହାଙ୍କ ପାଖରୁମଧୁପର୍କ ଗୁଡ଼ ନିଅନ୍ତି । ଦାଢ଼ି ନିଶ ରଖିଥିବା, ସିନ୍ଦୁର ଲଗାଇଥିବା, ମହାପ୍ରସାଦ ଧରିଥିବା, ଅଶୁଦ୍ଧ ବ୍ୟକ୍ତିଙ୍କୁ ରୋଷକୁ ଛାତନ୍ତି ନାହିଁ । ଏ ସେବକ କୁଆକୁ ଅଡ଼ାଇବା ପାଇଁ ଛେକ ଆଗରେ କାଠଖଣ୍ଡ ଧରି ଧୁକୁଡ଼ି ଦୂର ଯାଏଁ ଯଆନ୍ତି । ଏମାନେ ବୈଷ୍ଣବାଗ୍ନି ଦିଅନ୍ତି । ଏମାନେ ସୂପକାର ଗୋଷ୍ଠୀର ସେବକ ।

୫୪. ବାହାର ଦେଉଳି ସୁଆର

⁠ଦୈନିକ ଗୋଦାମରୁ ଯୋଗାଣିଆଠାରୁ କୋଠଭୋଗ ଜିନିଷ ନେଇ ଲକ୍ଷ୍ମୀଙ୍କ ରୋଷରେ ବାହାର ଦେଉଳି ରୋଷ) ପିଠା ତିଆରି କରନ୍ତି ଓ ବିଣ୍ଡ ଭୋଗ ଛକ ଲକ୍ଷ୍ମୀଙ୍କ ଦେଉଳକୁ ନିଅନ୍ତି । ଏମାନେ ସୁଆର ଗୋଷ୍ଠୀର ସେବକ ।

୫୫. ବାହାର ଦେଉଳି ଯୋଗାଣିଆ

⁠ଏମାନେ ପ୍ରତିଦିନ ସକାଳ ଧୂପ ପରେ ଗୋଦାମରୁ ବାହାର ଦେଉଳି ଭୋଗର ଅମୁଣିଆ ଜିନିଷ ନେଇ ଲକ୍ଷ୍ମୀଙ୍କ ରୋଷଘରେ ବାହାର ଦେଉଳି ସୁଆର ଜିମା ଦିଅନ୍ତି । ଲକ୍ଷ୍ମୀଙ୍କ ରୋଷ ଧୋପଖାଳ କରନ୍ତି । ରୋଷକୁ ବିମଳାଙ୍କ କୂଅରୁ ପାଣି ଯୋଗାଛି । ବାହାର ଦେଉଳି ଭୋଗ ଦକ୍ଷିଣ ଘରକୁ ନେବାବେଳେ ରୋଷ ଆଡ଼ୁ କାଠ ଖଣ୍ଡ ଧରି ଜଗି ଛକ ସହ ଆସନ୍ତି । ପତି ମହାପାତ୍ରଙ୍କ ନୃସିଂହ ନିକଟକୁ ଭୋଗ ନେଲେ ଜଗି ତାଙ୍କ ସହ ଯାଆନ୍ତି । ପର୍ଶ ଦେବତାଙ୍କ ସେବକମାନେ ଏହାଙ୍କ ମାତ୍ର ଯେଝା ଠାକୁରଙ୍କ ପାଇଁ ଭୋଗ ନିଅନ୍ତି ।
⁠ବ୍ରାହ୍ମଣ ସେବକ, ସେବା ବଂଶାନୁକ୍ରମିକ । ଶାଢ଼ିବନ୍ଧା ନୁହଁନ୍ତି।

୫୬. ରୋଷ ଧୋପଖାଳିଆ, ଅଙ୍ଗାରୁଆ, ଗୋବରପାଣିଆ
⁠ରୋଷ ଧୋପଖାଳିଆ: 
ଦୈନିକ ବଡ଼ସିଂହାର ଧୂପ ଶେଷ ପରେ ରୋଷ ଘରମାନ ଓଳାଇ ସଫାକରି ସଙ୍ଖଡ଼ିସବୁ ବାହାର କରି ରୋଷ ମୁହଁ ଅଗଣାରେ ପକାଇଦେବେ । କାର୍ତ୍ତିକ ମାସ ଓ ପହିଲି ଧୂପରେ କୋଠଭୋଗ ରୋଷ କେବଳ ବଡ଼ସିଂହାର ଧୂପ ପରେ ଧୋପଖାଳ ହୁଏ । ଅନ୍ୟ ସବୁ ରୋଷ ଦ୍ବିପ୍ରହର ଧୂପ ପରେ ହୁଏ ।
⁠ଅଙ୍ଗାରୁଆ: ଏମାନେ ଚୁଲିମାନଙ୍କରୁ ଅଙ୍ଗର ଓ ପାଉଁଶ କାଢ଼ି ବାହାରେ ପକାଇବେ । ନଳା ସଫା କରିବେ ।
⁠ଗୋବର ପାଣିଆ : ରନ୍ଧା ଚୁଲି ଓ ତଳ ସବୁଠାରେ ଗୋବରପାଣି ଛେରା ପକାନ୍ତି । ଜମାଇଥିବା ଅଳିଆ ବାହାରେ ପକାନ୍ତି ଓ ରୋଷ ଅଗଣା ଧୋପଖାଳ କରନ୍ତି ।
⁠ଧୋପଖାଳିଆ ରୋଷ ଧୁଅନ୍ତି ଓ ହୋମ ସକାଶେ କୋଠଭୋଗ ଚୁଲିରୁ ନିଆଁ ଆଣି ଯୋଗାଛି । ଏମାନେ ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।

୫୭. ହାଣ୍ଡି ଯୋଗାଣିଆ ଓ ତୋଳାବତୀ ସେବା

⁠କୁମ୍ଭାର କୋଠଭୋଗ ନିମନ୍ତେ ଆବଶ୍ୟକ ମାଟି ପାତ୍ର ଓ ମୁଦପାଇଁ ମାଟି ଏହି ସେବକଙ୍କ ମାଫିରେ ଦିଅନ୍ତି । ଏ ମଧ୍ୟ ତୋଳାବତୀ ସେବା କରନ୍ତି । ରାତିରେ ହେଉଥିବା ଭୋଗମାନଙ୍କ ଛେକ ଆଗରେ ଦୀପ ଦେଖାଇ ଯାଆନ୍ତି । ସୂପକାର ଶ୍ରେଣୀର ସେବକ ।

୫୮. ବିରି ବଟା ସମର୍ଥ ସେବା

⁠ରୋଷର ବିରିମୁଣ୍ଡି ଘରେ ଏ ସେବକ କୋଠଭୋଗ ପାଇଁ ଯେତେ ବିରି ଓ ଚାଉଳ ବଟା ଦରକାର ହୁଏ, ତାହା ନିଜେ ଓ ଲୋକ ଲଗାଇ ବାଟନ୍ତି ।
⁠ଏ ସେବା କେବଳ ପାଣିଛୁଆଁ ଜାତିର ଲୋକେ କରିପାରିବେ ।

୫୯. କୋଠଭୋଗ ପାଣିଆ

⁠କୋଠଭୋଗ ନିମନ୍ତେ ପାଣି ଯୋଗାନ୍ତି । ରୋଷକୂଅରୁ ପାଣି ଆଣି ରୋଷକୁ ଯୋଗାନ୍ତି । ନୀଳାଦ୍ରି ମହୋଦୟ ସହସ୍ର କୁମ୍ଭାଭିଷେକ ଓ ପୁଷ୍ୟାଭିଷେକରେ ମଧ୍ୟ ଜଳ ଯୋଗାନ୍ତି ।
⁠ବଂଶାନୁକ୍ରମିକ ବ୍ରାହ୍ମଣ ସେବକ । ଶାଢ଼ିବନ୍ଧା ନୁହଁନ୍ତି ।

୬୦. ପନିକି ପଟା

⁠ରୋଷରେ ପରିବାକଟା ସେବକ । ବର୍ତ୍ତମାନ ଏ ସେବା ଚାଲୁନାହିଁ ।

୬୧. ନିକାପ ବା ଗନ୍ଧଣ ନିକାପ

⁠ପ୍ରତି ଧୂପ ପାଇଁ ଗନ୍ଧଣ ନିକାପ ଗନ୍ଧଣ ଥାଳି ପ୍ରସ୍ତୁତ କରନ୍ତି । ଅଦା, ହେଙ୍ଗୁ ଜିରା, ଗୋଲମରିଚ, ଘିଅ ଆଦି ସୁଗନ୍ଧ ମସଲା ଦ୍ରବ୍ୟ ହେଉଛି ଗନ୍ଧଣ । ଚନ୍ଦନ ଯାତ୍ରାରେ ଷୋଳଟିଆ

ପଣା ଓ ଆଲଟ ଲାଗିପାଇଁ ପଣା ଏହାଙ୍କର ସରଘରେ ପ୍ରସ୍ତୁତ ହୁଏ । ବାଳଧୂପ, କାଳୀୟଦଳନ, ଏକାଦଶୀରେ ବନଭୋଜି ସର ଜଗିବା, ଜଳକ୍ରୀଡ଼ାରେ ପଣାଭୋଗ ଓ ଗ୍ରହଣ ବେଳେ ଖଇକୋରା ଭୋଗ ଜଗିବା, ମକର ସଂକ୍ରାନ୍ତରେ ଗୁଡ଼ିଆ ଓ ମହାଭୋଇ ଦେଉଥିବା ଜିନିଷକୁ ଜଗିବା । ଅଣସର ପଣାପାଇଁ ସାଚି ଯୋଗାଇବା, ପହିଲି ଭୋଗ ମାସରେ ଦୈନିକ ମସଲା, ଅଦା ଛେଚା, ଖୁଦି ନଡ଼ିଆ ରୋଷକୁ ଯୋଗାଇବା, ଗୁଣ୍ଡିଚା, ମକର ଓ ସାତପୁରୀ ନୀତିରେ ଘିଆ ବାଣ୍ଟିବା ଇତ୍ୟାଦି କାର୍ଯ୍ୟ କରନ୍ତି ।
⁠ଏମାନେ ବଂଶାନୁକ୍ରମିକ, ଶାଢ଼ିବନ୍ଧା କରଣ ସେବକ ।

୬୨. ବିରିବୁହା ସେବକ

⁠ପ୍ରତ୍ୟେକ ଦିନ କୋଠଭୋଗ ପାଇଁ ବିରିବଟାଠାରୁ ବଟା ବିରି ବୋହିନେଇ କୋଠଭୋଗ ସୁଆରଙ୍କ ଜିମା ଦିଅନ୍ତି । କୋଠଭୋଗ ରୋଷରେ ସୁଆରକୁ ଯୋଗାନ୍ତି । ବଂଶାନୁକ୍ରମିକ, ସୂପକାର ଶ୍ରେଣୀର ସେବକ ।

୬୩. ଦଉଡ଼ି ବଳା

⁠ଶ୍ରୀଜୀଉଙ୍କ ନିତ୍ୟ ବ୍ୟବହାରପାଇଁ ବିମଳାଙ୍କ କୂଅରୁ ପାଣି ଟାଣିବା ସକାଶେ ଏ ସେବକ ଦଉଡ଼ି ଯୋଗାନ୍ତି ।
⁠ସେବା ବଂଶାନୁକ୍ରମିକ । ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସଂପ୍ରତି ଏ ସେବା ବନ୍ଦ ।
                       #ମହୀମୋହନ_ତ୍ରିପାଠୀ
କ୍ରମଶଃ......

ଜୟ ଜଗନ୍ନାଥ 
ଉପସ୍ଥାପକ #ରଶ୍ମିରଞ୍ଜନ
#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ🌹


#ଶ୍ରୀମନ୍ଦିର_ସେବକ 

୬୪. #ଚୂନରା_ଗରୁଡ଼_ସେବକ

⁠ଗରୁଡ଼ଙ୍କ ସେବା, ଏକାଦଶୀରେ ଦେଉଳ ଶିଖରକୁ ମହାଦୀପ ଉଠାଇବା, ନୀଳଚକ୍ରରେ ଧଜା ବାନ୍ଧିବା, ମକର ସଂକ୍ରାନ୍ତିରେ ଚନ ଓ ଗେରୁ ଲଗାଇବା, ଶ୍ରୀମନ୍ଦିରର ଧୂପ ଶିଳାନେଇ ଗୁଣ୍ଡିଚାଘରେ ବାନ୍ଧିବା, କନକ ମୁଣ୍ଡି ଉପରେ, ସିଂହାସନ ଉପରେ, ଅଣସର ସମୟରେ ପନ୍ତି ଉପରେ, ଅଣସର ପିଣ୍ଡି ଉପରେ, ଦକ୍ଷିଣୀ ଘରେ, ସ୍ନାନବେଦୀ ଓ ଗୁଣ୍ଡିଚା ଘରେ ଚାନ୍ଦୁଆ ବାନ୍ଧିବା, ଦେବ ଦୀପାବଳୀ ତିନିଦିନ ଦେଉଳରେ ଦୀପ ଜାଳିବା ଏହାଙ୍କ କାର୍ଯ୍ୟ ।
⁠ଶାଢ଼ୀ ବନ୍ଧା ଖୁଦ ସେବକ । ସେବା ବଂଶାନୁକ୍ରମିକ ।

୬୫. ସାବତ ନିଯୋଗ

⁠ଏମାନେ ପଞ୍ଚତୀର୍ଥ (ସ୍ବର୍ଗଦ୍ବାର, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ଚକ୍ରତୀର୍ଥ)ରେ ଯାତ୍ରୀ ସଂକଳ୍ପ, ଶ୍ରାଦ୍ଧ ଓ ଦାନ କରାନ୍ତି । ପ୍ରତ୍ୟେକ ଅମାବାସ୍ୟା ଦିନ ଠାକୁର ସାଗର ବିଜେ କଲେ ସ୍ୱର୍ଗଦ୍ୱାରରେ ପାଛୋଟି ନେଇ ଏକ ହାଣ୍ଡି ପଣା ଭୋଗ କରାଇବା, ସ୍ନାନପୂଣ୍ଡିମାରେ, ରଥ ଉପରେ, ଆଡ଼ପ ଘରେ, କୁମାରପୂର୍ଣିମାରେ, ଧନୁ ମାସରେ, ନୃସିଂହ ଜନ୍ମରେ, କଳୀୟ ଦଳନ ଏକାଦଶୀରେ ଠାକୁରମାନଙ୍କୁ ଭୋଗ କରନ୍ତି ।

୬୬. ପାଣିଆପଟ

⁠ଠାକୁରଙ୍କ ଥାଳି, ପରଖ ବଟ, ଗରା, ଝରି ଇତ୍ୟାଦି ଭୋରରୁ ଦର୍ପଣିଆ ସେବକ ମାଜିଲା ପରେ, ବାକି ଦିନ ତମାମ ପାଣିଆପଟ ସେବକ ସେସବୁ ମାଜି ସଫା କରିବେ । ଭିତରେ ଧୋପଖାଳପାଇଁ, ଅବକାଶ ପାଇଁ, ପୂଜା ପାଇଁ ଯେତେ ପାଣି ଲାଗିବ ସେତେ ପାଣି ବିମଳାଙ୍କ କୂଅରୁ ପାଣି ଯୋଗାଇବେ । ରାତ୍ର ଚନ୍ଦନ ଲାଗି ପରେ ପିଙ୍ଗଣ ମାଜି ଦେବେ। ଦୈନନ୍ଦିନ ବ୍ୟବହାର ଜିନିଷ ମାଜି ସଫା କରିବେ । ଗୁଣ୍ଡିଚା ଘରେ ମଧ୍ୟ ଏହିପରି କାର୍ଯ୍ୟ କରିବେ ।
⁠ଶାଢ଼ିବନ୍ଧା, ପାଣିମ୍ପର୍ଶ ଜାତିର ସେବକ ।

୬୭. ମଣ୍ଡଣି ସେବା

⁠ମନ୍ଦିର ଭିତରେ ପର୍ବପର୍ବାଣିରେ ଯେତେ ବିଜେ ହୁଏ ଏ ସେବକ ଚାନ୍ଦୁଆ ବାନ୍ଧନ୍ତି । ଗୁରୁବାର ଦିନ ମାଜଣା ମଣ୍ଡପରେ, ଜଳକ୍ରୀଡ଼ା ମଣ୍ଡପ ଓ ଅଧିବାସ ବେଳେ ଭୋଗ ମଣ୍ଡପରେ ଚାନ୍ଦୁଆ ବାନ୍ଧନ୍ତି । ଆଶ୍ୱିନ ଗୁଣ୍ଡିଚା ଓ ଦଶହରାରେ ଦୁର୍ଗାମାଧବଙ୍କ ରଥ, ରାଜେନ୍ଦ୍ରାଭିଷେକ ଓ ରୁକ୍ମିଣୀ ବିବାହରେ ରଥ ମଣ୍ଡଣି କରନ୍ତି । ଅଣସର ଘରୁ ଚିତ୍ରପଟି ବାହାରିଲେ ତାହା ଆଣି ମଣ୍ଡଣି ଘରେ ରଖନ୍ତି । ଚନ୍ଦନ ଯାତ ୨୧ ଦିନରେ ଚନ୍ଦନ ଚକଡ଼ାରେ ୩ ପାଣି କୁଣ୍ଡରେ ପାଣି ଭରନ୍ତି । ମଣ୍ଡଣି ଘର ଓ ତହିଁରେ ଥିବା ଜିନିଷ ଏହାଙ୍କ ଜିମାରେ ଥାଏ । ପ୍ରତ୍ୟେକ ରଥ ମଣ୍ଡଣି କରିବା ଏହାର କାର୍ଯ୍ୟ ଓ ସେଥିରେ କୋଠ ସୁଆଁସିଆଙ୍କ ସାହାଯ୍ୟ ନିଅନ୍ତି ।
⁠ବ୍ରାହ୍ମଣ ସେବକ, ଶାଢ଼ିବନ୍ଧା ସେବା ନୁହେଁ ।

୬୮. ଚକା ଅପସର ସେବକ

⁠ଚକା ଅପସର ଆଦି ମାଣ୍ଡି ମୁଚୁଳା ନିଆ ଅଣା କରୁଥିବା ସେବକ ସ୍ନାନମଣ୍ଡପରେ, ଅଣସର ପିଣ୍ଡିରେ, ଗୁଣ୍ଡିଚା ଘରେ, ଚକା ଅପସର ପହଞ୍ଚନ୍ତି ।
⁠ଏମାନେ ବଂଶାନୁକ୍ରମିକ, ଶାଢ଼ି ବନ୍ଧା ବ୍ରାହ୍ମଣ ସେବକ । ଏ ମଧ୍ୟ ଚାଙ୍ଗଡ଼ା ମେକାପ ସେବା କରନ୍ତି ।

୬୯. ମୂଳିଆ ସୁଆଁସିଆ

⁠ଜିନିଷ ଯଥା- ପିଢ଼ା, ରୁଖା, ଭଦ୍ରାସନ ଇତ୍ୟାଦି ଯୋଗାନ୍ତି (ବଢ଼େଇ ଏହାକୁ ଦିଅନ୍ତି) । ବିଭିନ୍ନ ନୀତିରେ ପ୍ରଦତ୍ତ ବଳି ପୋତନ୍ତି ଭଉଁରୀ ଦିନ ରଥର ପ୍ରତ୍ୟେକ ଚକ ଧୁଅନ୍ତି । ହଳଦୀପାଣି ଓ ଜଳକ୍ରୀଡ଼ାରେ ବାଉଁଶ ପିଚକାରୀ ଦିଅନ୍ତି । ଆଶ୍ୱିନ ଷୋଳପୂଜା, ସଙ୍ଖୁଡ଼ି ଭୋଗ ତିନିଦିନ, ଖଟୁଆଠାରୁ ଆମିଷ (ମାଛ) ଆଣି ଯୋଗାନ୍ତି । ମାଛ କଟା ହେବା ପରେ ଧୁଅନ୍ତି । ଅଣସର ଦଶମୀ ଦିନ ଚକା ବିଜେକୁ ନଡ଼ି ଆଗଡ଼ (୮୦ ଖଣ୍ଡ) ଯୋଗାନ୍ତି, ଯାହାକି ବଢ଼େଇ ଦେଇଥାଏ । ସ୍ନାନବେଦୀ, ରଥ, ଗୁଣ୍ଡିଚା ଘରକୁ ପିଢ଼ା,ପୂଜା ଉପକରଣ ନିଆଅଣା କରନ୍ତି । ଘୋଡ଼ା, ଚୌକି, ଗରା, ଚୂଳ ଆଦି ଗୁଣ୍ଡିଚା ଘରକୁ ବୁହନ୍ତି ।

ରଥକୁ ଆଣନ୍ତି । କାଳୀୟଦଳନ ବେଶର ଫଣା, ଦଶହରା ନୀତିକୁ ଲାଖପଟା ଯୋଗାନ୍ତି ।
⁠ଶାଢ଼ିବନ୍ଧା ପଧାନ ସେବକ, ସେବା ବଂଶାନୁକ୍ରମିକ ।

୭୦. ବୀଣାକାର ସେବା

⁠ଚନ୍ଦନ ଲାଗି ସମୟରେ କଳାହାଟ ଦ୍ୱାର ଲଣ୍ଡାବର୍ଷ ତଳେ ଓ ପହୁଡ଼ ବେଳେ ପୁଷ୍ପାଞ୍ଜଳି ଠାକୁର ସହ ଜୟ ବିଜୟ ଦ୍ୱାରଠାରୁ ଭିତର ପଲଙ୍କ ଯାଏଁ ବୀଣା ବଜାଇବେ ।
⁠ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ । ବର୍ତ୍ତମାନ ଏ ସେବା ହେଉ ନାହିଁ ।
                                #ମହୀମୋହନ_ତ୍ରିପାଠୀ 
କ୍ରମଶଃ.......
ଉପସ୍ଥାପକ #ରଶ୍ମିରଞ୍ଜନ 
#ପୁରାଣ_ପୁରୁଷୋତ୍ତମ_ଶ୍ରୀଜଗନ୍ନାଥ🌹









#ଶ୍ରୀମନ୍ଦିର_ସେବକ

୧୧୨. #ତଡ଼ଉ_କରଣ

⁠ ପ୍ରତିଦିନ ଦ୍ୱାରଫିଟା ପୂର୍ବରୁ ରହି ନୀତି ସଂପର୍କରେ ଦେଉଳକରଣ ଓ ଚର୍ଚ୍ଚା କର୍ମଚାରୀଙ୍କୁ ଜଣାଇବା, ଯେଉଁଦିନ ନୀତି ପାଇଁ ଯେଉଁ ବୟ ଆବଶ୍ୟକ ଚାଙ୍ଗଡ଼ା ମେକାପଙ୍କୁ କହିବା, ବିଜେ ଦିନ ଆଜ୍ଞାମାଳ ଲାଗିପାଇଁ ଖୁଣ୍ଟିଆଙ୍କୁ କହିବା, ସାହାଣମେଲାରେ ସିଂହାସନ ତଳେ ପାଳିଆ ମେକାପଙ୍କ ପଛରେ ରହି ଭେଟ ପିଣ୍ଡିକା, ଶ୍ରୀଅଙ୍ଗଲଗା ଆମଦାନୀ କରାଇବା, ସଂପୃକ୍ତ ସେବକଙ୍କ ପ୍ରାପ୍ୟ ଦେଇ ବଳକା ଆୟ ଆମଦାନୀ ମନ୍ଦିର ଅଫି ଦେଉଳକରଣଙ୍କ ଦସ୍ତଖତରେ ଚାଲଣ ଲେଖି ପଠାଇବା, ଯଜମାନି ଲୁଗା ଅଳଙ୍କାର ଲାଗିଲେ ସେବକଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇ ବଳକା ଚାଲାଣ କରିବା, ଯେଉଁଦିନ ଯେଉଁ ଯାତ୍ରା ହେବ, ଯେଉଁ ଯାତ୍ରାରେ ଯେଉଁ ପ୍ରସାଦ ଲାଗି ହେବ ତାର ବ୍ୟବସ୍ଥା କରାଇବା, ରୁକ୍ମିଣୀ ହରଣ ଦିନ ଚିଟାଉ ଲେଖି ‘ବିପ୍ର ବ୍ରାହ୍ମଣ ହସ୍ତେ ପରମେଶ୍ବରଙ୍କ ନିକଟକୁ ପଠାଇବା, ଯେଉଁଦିନ ଯେଉଁ ବେଶ ହେବ ସିଂହାସନ ତଳେ ରହି ଲାଗି ଜିନିଷର ତାଲିକା ରଖିବା, ଯାନିଯାତ୍ରା ପର୍ବପର୍ବାଣିରେ ଅଧିବାସ ଘର ମୁଦ ଦେବା ଓ ଖୋଲିବା, ଅଣସର ଓ ମହା ଅଣସରରେ ତାଟିଘର ଓ ଦକ୍ଷିଣ ଦ୍ବାର ମୁଦଦେବା ଓ ଖୋଲିବା, ହରିବଲ୍ଲଭ ତାଟ ମୁଦ ଦେଇ ନଅରକୁ ପଠାଇବା, ନୀତି, ସେବା ଓ ସେବକଙ୍କ ଦୋଷ ଗୁଣ, ଶାଢ଼ିବନ୍ଧା ସମ୍ବନ୍ଧରେ ତଲବ ହେଲେ ରିପୋର୍ଟ ଦେବା ଇତ୍ୟାଦି କାମ କରନ୍ତି ।
⁠ସେ ମଧ୍ୟ ଭଣ୍ଡାରକରଣ, ଚାଙ୍ଗଡ଼ାକରଣ, ଶିକରଣ କାର୍ଯ୍ୟ କରନ୍ତି । ଭଣ୍ଡାରକରଣ ରୂପେ ଅନୁମତି ପ୍ରାପ୍ତ ସବୁ ମହନ୍ତାଦିଙ୍କୁ ଉପଚାର, ଚାମର, ଆଲଟ ସେବାପାଇଁ ଭଣ୍ଡାରରୁ ଚାମର ଆଲଟ


ଦେଇ ସେବାରେ ମୁତୟନ କରାନ୍ତି, ଚାଙ୍ଗଡ଼ାକରଣ ରୂପେ ଯାନିଯାତ୍ରାରେ ସାହି ଓ ସେବକଙ୍କ ପ୍ରାପ୍ୟ ଶାଢ଼ି ପ୍ରଦାନ କରାଇ ପରମାଣିକ ଆଦାୟ କରନ୍ତି, ଧୋବାଘରେ ପ୍ରଦାନ କରାଯାଉଥିବା ଦିଅଁଙ୍କ ବତ୍ସର ହିସାବ ରଖନ୍ତି, ଭଣ୍ଡାର ଘର ଓ ଚାଙ୍ଗଡ଼ା ଘରର ଦୈନିକ ଜମାଖର୍ଜ ଲେଖିବା, ଶାଢ଼ି ବନ୍ଧାରେ ଦେଉଳକରଣଙ୍କ ମୁକାବିଲାରେ ଚାଙ୍ଗଡ଼ାଘରୁ ଶାଢ଼ିଦେବା କାମ କରନ୍ତି । ଜାବନ୍ଧାରେ ମାହାସୁଲ ରଖି ଦେଉଳର ପ୍ରାପ୍ୟ ଦେଉଳକରଣଙ୍କ ଦସ୍ତଖତରେ ଚାଲାଣ କରି ସେବକଙ୍କ ମଧ୍ୟରେ ଯଥାବିଧି ବାଣ୍ଟି ଚୂନରା ଦ୍ବାରା ଧ୍ୱଜା ବିନ୍ଧାନ୍ତି । ନବକଳେବରରେ ଦଇତାପତିଙ୍କ ସହିତ ଦାରୁ ଅଷଣରେ ଯାଆନ୍ତି ।
⁠ନିଜେ ଶାଢ଼ି ବିନ୍ଧାଇଲେ ରୁକ୍ମିଣୀ ହରଣ ଚିଟାଉଲେଖା, ଚାମର ଖଦି ଚାମର, ଛୁରୀ ଖଣ୍ଡା ସେବା, ଚାପ ଓ ରଥ ଉପରେ ସେବା କରିପାରନ୍ତି । ମହାନାୟକ ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନୁକ୍ରମିକ ।
୧୧୩. ଦେଉଳକରଣ

⁠ସକାଳ ଦ୍ବାରଫିଟାଠାରୁ ପହୁଡ଼ ପର୍ଯ୍ୟନ୍ତ ନୀତି ସବୁ ଠିକ୍ ସମୟରେ ହେଉଛି କି ନାହିଁ, ତଦନ୍ତ କରନ୍ତି । ନିୟମିତ ରୂପେ ପ୍ରସ୍ତୁତ ହୋଇ ଭୋଗ ହେଉଛି କି ନାହିଁ ତଦନ୍ତ କରିବା, ପର୍ବପର୍ବାଣି ଯାତ୍ରାରେ ଉପାଧି ଭୋଗ ଜିନିଷ ଆଦି ଆଣି ଭୋଗର ତାଲିକା କରି ମହାସୁଆରଙ୍କୁ ଦେବା, ସେବକ ଖେଇ ପାଇବା ନପାଇବା ଦେଖିବା, ଯଜମାନି ବସ୍ତ୍ର ଅଳର ଲାଗିଲେ ସିହା କରି ରେଜିଷ୍ଟରରେ ଲେଖିବା, ବେଶ ପରେ ଲାଗି ଜିନିଷ ଫେରସ୍ତ ହେବା ତ ନେବା, ଭଣ୍ଡାର ଓ ଚାଙ୍ଗଡ଼ା ଘର ଲୁଗାର ଆୟ ବ୍ୟୟ ହିସାବ ରଖିବା, ଭଣ୍ଡାରର ଅଳର ମରାମତି ଓ ସଫାସଫି ତଡ଼ାଉକରଣଙ୍କ ଉପସ୍ଥିତିରେ କରାଇବା, ଚିତା ଓ ରାହୁରେଖା ଲାଗି ଦିନ ଦଇତାଙ୍କୁ ପ୍ରଦାନ କରିବା, ଶାଢ଼ିବନ୍ଧା, ଚାମର, ମଶାଲ ସେବା ପାଉଣା ବାଣ୍ଟିବା, ସେବକଙ୍କ ବିବାଦ ସମାଧାନ କରିବା, ଧୂଜା ପିଣ୍ଡିକା, ଚାଲାନରେ ହିସାବ ବୁଝି ଦସ୍ତଖତ କରିବା, ସେବା ଓ ଚୁଲି ନିଲାମ, କୋରଖ ଓ ହସ୍ତାନ୍ତର ହେଲେ ରେକରେ ଦରଜ ଓ ଦାଖଲ ଖାରଜ କରିବା, ବଡ଼ ମହାସ୍ନାନ, ମହା ଅଣସର, ଶ୍ରୀଅଙ୍ଗ ଫିଟା ଓ ପର୍ବପର୍ବାଣିମାନଙ୍କରେ ଖର୍ଚ୍ଚର ତାଲିକା କରିବା, ଧୂପବେଳେ ଭିତରକାଠର ଟେରା ତଦାରଖ କରିବା, ଶାଢ଼ିବନ୍ଧା ପାଇଁ ଆବେଦନକାରୀ ଉପଯୁକ୍ତ କି ନାହିଁ ରିପୋର୍ଟ ଦେବା, ନବକଳେବରରେ ଦାରୁ ଅବୈଷଣରେ ଯିବା ଓ ଶେଷ ପର୍ଯ୍ୟନ୍ତ ରହି କାର୍ଯ୍ୟ କରିବା, କଳେବର ଦଶାହରେ ଦଇତାଙ୍କ ଦଶାହ କର୍ମରେ ଯୋଗ ଦେବା ଇତ୍ୟାଦି ଏହାର କାର୍ଯ୍ୟ ।
⁠ଏମାନେ ମଧ୍ୟ ଶ୍ରୀଜୀଉଙ୍କର ଅଙ୍ଗରକ୍ଷୀ ରୂପେ ଛୁରୀ ଖଣ୍ଡା ସେବା କରନ୍ତି । ସୁନାବେଣ୍ଟ ଚାମର, ଖଦି ଚାମର ଏବଂ ଅଣସର ପିଣ୍ଡିଠାରେ ଉପଚାର ସେବା କରନ୍ତି । ଗଣେଶ ଚତୁର୍ଥୀ ଓ ଶ୍ରୀପଞ୍ଚମୀ ଦିନ ଏହାଙ୍କ ଓ ତଡ଼ିଉଙ୍କ ଘରୁ ମାଦଳାପାଞ୍ଜି ଆସି ସରସ୍ବତୀଙ୍କ ମନ୍ଦିରରେ ପୂଜା ବସେ । ମହାନାୟକ ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନୁକ୍ରମିକ ।

୧୧୪. ବଇଠି କରଣ

⁠ଏ ବେହରଣରେ ଉପସ୍ଥିତ ରହି ଧ୍ୱଜା, ପିଣ୍ଡିକା ଇତ୍ୟାଦି ଆମଦାନୀ ଯେତେ ଚାଲାଣ ହେବା ତାର ସିରିୟା ରଖି ସିହା କରିବେ । ରୋଷ ଆଡ଼େ ଭୋଗ ତନଖି କରିବେ ।
⁠ବଂଶାତ୍ମକ୍ରମିକ କରଣ ସେବକ । ଶାଢ଼ିବନ୍ଧା ନୁହନ୍ତି ।

୧୧୫. କୋଠ କରଣ

⁠ଏ ବେହରଣରେ ସିରସ୍ତା ଲେଖନ୍ତି ଓ ଧ୍ୱଜା, ପିଣ୍ଡିକା, ଲାଗି, ବାଗି ସମସ୍ତର ସିହା ରଖନ୍ତି । ପର୍ବପର୍ବାଣି ଭୋଗ ତାଲିକା ଦେଉଳକରଣଙ୍କଠାରୁ ନେଇ ରୋଷ ଆଡ଼େ ଦିଅନ୍ତି । ଚାପ ଉପରେ ଛୁରୀ ଖଣ୍ଡା ସେବା କରନ୍ତି । ସେବା ପୂଜାରେ ଖିଲାପ ହେଲେ ରିପୋର୍ଟ କରନ୍ତି । ରାଜା ବିଜେ କଲେ ଅନ୍ୟ କରଣଙ୍କ ସହ ଉପସ୍ଥିତ ରହନ୍ତି ।
⁠ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନୁକ୍ରମିକ ।

୧୧୬. ଚର୍ଚ୍ଚାଇତ କରଣ

⁠ସେବକମାନଙ୍କୁ ଡାକହାକ କରାଇ ନିୟମିତ ରୂପେ ନୀତି ଚାଲୁ କରାନ୍ତି । ସେବକମାନେ ଶାଢ଼ି ବିନ୍ଧାଇବାବେଳେ ଚାଙ୍ଗଡ଼ା ମେକାପଠାରୁ ଶାଢ଼ି ନେଇ ପାଟଯୋଷୀ, ଭିତରଚ୍ଛ ମହାପାତ୍ରଙ୍କୁ ଦିଅନ୍ତି । ଶୂଦ୍ର ସେବକ ଶଢ଼ିବନ୍ଧ୍ୟାରେ ପଡ଼ିଆକରଣଙ୍କୁ ଦିଅନ୍ତି । ପହିଲିଭୋଗ ମାସରେ ସେବକଙ୍କୁ ବଡ଼ି କଣ୍ଡେଇ ବାଣ୍ଟନ୍ତି । ଲେଖା, ପାଇକ, ପ୍ରଧାନୀ ଏହାଙ୍କ ନିର୍ଦ୍ଦେଶରେ କାମ କରନ୍ତି ।
⁠ଶାଢ଼ିବନ୍ଧା କରଣ ସେବକ । ଏବେ ଏହି ସେବା ହେଉନାହିଁ ।

୧୧୭. ଦୟଣାପତ୍ରୀ

⁠ଦମନକ ଉତ୍ସବ ସହିତ ସଂପୃକ୍ତ ପତ୍ରୀ ସେବକ । ଏ ମଧ୍ୟ ଓଢ଼ଣ ଷଷ୍ଠୀ ଅଧିବାସ ଦିନ ଚାଙ୍ଗୁଡ଼ି ରେ ନୂଆ ଲୁଗା ଘୋଡ଼ ମାନ ରଖି ଭୋଗମଣ୍ଡପ ଘରେ ଅଧିବାସ କରାନ୍ତି । ପରବର୍ତ୍ତୀ ଦିନ ବେଢ଼ା ସରିବା ପରେ ପୁଷ୍ପାଳକଙ୍କୁ ବଢ଼ାଇ ଦିଅନ୍ତି । ପବିତ୍ର ଅଧିବାସୀ ଦିନ ୩ ଚାଙ୍ଗୁଡ଼ିରେ ପବିତ୍ର ରଖି ଖଟଶେଯ ଘରେ ଅଧିବାସ କରାନ୍ତି । ତା’ ଆରଦିନ ବେଢ଼ା ପରେ ପୁଷ୍ପାଳକଙ୍କୁ ଦିଅନ୍ତି ।
⁠ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।

୧୧୮. ଚାଉଳବଛା କରଣ

⁠ ସକାଳ ଓ ମଧ୍ୟାହ୍ନ ଧୂପ ନିମନ୍ତେ ଚାଉଳ ଓ ମୁଗ ଏ ନିଜେ ବା ଲୋକ ଲଗାଇ ବାଛି ସଫା କରନ୍ତି । ମୁଗ ଭାଙ୍ଗି ଚୋପା କାଢ଼ି ସଫା କରନ୍ତି । ବଡ଼ପ ଘିଅ ଗୋଦାମରୁ ପୂର୍ବ ରାତିରୁ ସିଲ୍ ହୋଇ ଆସି ଏହାଙ୍କ ପାଖରେ ରହେ ।
⁠ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନ୍ତ୍ରିକମିକା

୧୧୯. ବ୍ୟକ୍ତିଗତ ବା ଆନୁଷ୍ଠାନିକ ସେବା

⁠ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ପ୍ରକାରେ କେତେଜଣ ବ୍ୟକ୍ତି ବିଶେଷଙ୍କୁ ଉପସ୍ପଷ୍ଟ ମିଳିଅଛି । ସେମାନେ ଉପଚାର ଚାମର ସେବା, ଚାମର ସେବା ଓ ମଶାଲ, ଝାଡୁ ସେବା, ଆଲଟ ସେବା କରିପାରିବେ । କେତୋଟି ମଠ ଅନୁଷ୍ଠାନ ଶ୍ରୀମନ୍ଦିରର ନୀତି ସହିତ ସଂପୃକ୍ତ । ସେମାନେ ଦ୍ରବ୍ୟ ଯୋଗାନ୍ତି ଓ କେତେକ ମଠର ମହନ୍ତମାନେ ଉପଚାର ଚାମର ସେବା କରନ୍ତି । କେତେକ ମନ୍ଦିରର ଦେବଦେବୀ ଶ୍ରୀମନ୍ଦିରରୁ ଦୈନିକ ଓ ପର୍ବଯାତ୍ରା ଖେଇ ପାଆନ୍ତି । ଶ୍ରୀମନ୍ଦିରର ନୀତି ସହିତ ସଂପୃକ୍ତ ମଠ ସଂପର୍କରେ ମଠ ଅଧ୍ୟାୟ ଦ୍ରଷ୍ଟବ୍ୟ ।)

୧୨୦. ବେହେରାକରଣ

⁠ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପି ସଂଶୋଧନ କରାଯାଇ ୧୯୮୮ ମସିହାରେ ବେହେରାକରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛି । ଶ୍ରୀ ଶ୍ୟାମସୁନ୍ଦର ଚ୍ୟାଉ ପଟ୍ଟନାୟକ ସଂପ୍ରତି ଏହି ସେବା କରୁଛନ୍ତି ।

⁠ସେବାର ବିବରଣୀ- ଏହି ସେବକ ଦୈନିକ ନୀତି କିପରି ହେଲା ଷ୍ଟଙ୍କୁ ଅର୍ଥାତ୍ ପ୍ରଶାସକଙ୍କୁ ଜଣାନ୍ତି ।୪୨ ଦିନ ଚନ୍ଦନ ଲାଗି ସମୟରେ ଦକ୍ଷିଣଦ୍ବାର (ବେହରଣ ଦ୍ବାର) ଉପରେ ପାଳିଆ ପ୍ରତିହାରୀଙ୍କ ସହିତ ଉପସ୍ଥିତ ରହି ଭିତର ଗାଆଣୀକୁ ତନଖି କରନ୍ତି । ଚନ୍ଦନ ଅର୍ଗଳିଠାରେ, ରାମକୃଷ୍ଣଙ୍କ ଚାପ ଉପରେ ଓ ରଥ ଉପରେ ଚାମର ସେବା ଖଟନ୍ତି । ରାମକୃଷ୍ଣଙ୍କ ଚାପରେ ସେବକମାନଙ୍କର ସେବା ତନଖି କରନ୍ତି ।
⁠ଏମାନେ ଶ୍ରୀନଅର ଓ ଶ୍ରୀମନ୍ଦିର ସହ ସଂପୃକ୍ତ କରଣ ସେବକ । ଶାଢ଼ିବନ୍ଧା ସେବକ । ସେବା ବଂଶାନୁକ୍ରମିକ ।

⁠ମନ୍ତବ୍ୟ : ସଂପ୍ରତି ନିମ୍ନଲିଖିତ ସେବା ଶ୍ରୀମନ୍ଦିରରେ ବିଭିନ୍ନ କାରଣରୁ ହେଉ ନଥିବା ଜଣାଯାଏ ।
⁠ପନିକିପଟା, ଦଉଡ଼ିବଳା, ବୀଣାକାର, ଗୀତଗୋବିନ୍ଦ, ଭିତର ଗାଆଣୀ, ସଂପ୍ରଦା ନିଯୋଗ, ମାଦେଳି, ପତର ବିନ୍ଧା, ଶଙ୍ଖୁଆ, କଳାବେଠିଆ, କୁମ୍ଭାର ବିଶୋଇ, ମାଳଚୂଳ, ବାଣୁଆ, ମାପସାଇତାକରଣ, ଚର୍ଜାକରଣ ।
⁠(ଦ୍ରଷ୍ଟବ୍ୟ: ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ଜନଗଣନା, ୨୦୦୫” ରିପୋର୍ଟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ)
⁠ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି- “ଶ୍ରୀଜଗନ୍ନାଥ ମନ୍ଦିରରେ ଦୈନନ୍ଦିନ ନୀତି ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ବର୍ତ୍ତମାନ ସେବା କରୁଥିବା ବିଭିନ୍ନ ଶ୍ରେଣୀର ସେବାୟତଙ୍କ ମୋଟ ସଂଖ୍ୟା ୨୦୪୦ । ସଂପୃକ୍ତ ସେବାୟତମାନଙ୍କର ପ୍ରତିଦିନ ସେବାପାଳି ନଥାଏ । ସେମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ପାଳି ଦିବସରେ ତଥା ବେଢ଼ପତ୍ର ଅନୁସାରେ ସେବା କରିଥାନ୍ତି । ...ବ୍ୟାବସାୟିକ ଭିତ୍ତିରେ ପ୍ରସାଦ ରନ୍ଧନ ଓ ବିକ୍ରୀ କରୁଥିବା ସୂପକାରମାନଙ୍କୁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିରେ ପାଳି ଥିବା ସେବକଙ୍କ ସଂଖ୍ୟାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଉପରୋକ୍ତ

ଶ୍ରୀଜୀଉଙ୍କ ସେବା କରୁଥିବା ୨୦୪୦ ଜଣ ସେବକଙ୍କ ମଧ୍ୟରୁ ଏକାଧିକ ସେବା କରୁଥିବା ସେବକଙ୍କ ସଂଖ୍ୟା ୪୫୮ ଏବଂ ଶ୍ରୀଜୀଉଙ୍କ ସେବା କରୁଥିବା ସେବକଙ୍କ ମଧ୍ୟରୁ ୧୪୦ ଜଣଙ୍କର ପାର୍ଶ୍ୱଦେବଦେବୀଙ୍କ ମନ୍ଦିରରେ ସେବା ଅଛି । ଏହାଛଡ଼ା ୪୫ ଜଣଙ୍କର କେବଳ ମାତ୍ର ପାର୍ଶ୍ୱଦେବଦେବୀଙ୍କ ନିକଟରେ ସେବା ଅଛି ।”

⁠ଅଧିକାର-ଅଭିଲେଖ ( ସ୍ୱତ୍ୱଲିପି)ରେ ପ୍ରତ୍ୟେକ ସେବାର ବିତ ବିବରଣୀ ଉଲ୍ଲେଖ ହୋଇଅଛି । କିନ୍ତୁ ଏଥିରେ କେତୋଟି ସେବାର ଯେଉଁ ବର୍ଗୀକରଣ କରାଯାଇଛି, ତାହା ଠିକ୍ ନୁହେଁ । ଉଦାହରଣ ସ୍ୱରୂପ ୩୭-ଅଣସର ସୁଧ ସୁଆର ଓ ସୁଧ ସୁଆର ସେବା’ । ଏହି ସେବା ପ୍ରକୃତରେ ଦୁଇଟି ପୃଥକ ସେବା, ଗୋଟିଏ ନୁହେଁ । *ଅଣସର ସୁଧ ସୁଆର ମାନେ ବର୍ଷକ ମଧ୍ୟରେ ନିର୍ଦ୍ଦିଷ୍ଟ କେତୋଟି ଦିନ ସେବା କରିଥାନ୍ତି କିନ୍ତୁ ସୁଧ ସୁଆରମାନେ ଦୈନନ୍ଦିନ ସେବା କରନ୍ତି । ସୁଧସୁଆରମାନେ ଦଇତାଗୋଷ୍ଠୀର ସେବକ ଓ *ଦଇତାପତି ନିଯୋଗର ସଭ୍ୟ । ଯଦିଓ ସୁଧ ସୁଆରମାନଙ୍କର ଏକ ସ୍ବତନ୍ତ୍ର ନିଯୋଗ ଅଛି ।
⁠'୭୬-ସମ୍ପ୍ରଦା ନିଯୋଗ' ଏକ ସେବା । ଗୋଷ୍ଠୀଗତ ସେବା ଯୋଗୁଁ ହୁଏତ ନିଯୋଗ ଶବ୍ଦ ଉଲ୍ଲେଖ ଅଛି । *ଦଇତା’ ମଧ୍ୟ ଏକ ଗୋଷ୍ଠୀଗତ ସେବା । କିନ୍ତୁ ତାଲିକାରେ ନିଯୋଗ ଶବ୍ଦ ସଂଯୋଜିତ ହୋଇନାହିଁ । ସମ୍ପଦା ନିଯୋଗ ସେବାର ଏବେ ପଚଳନ ନାହିଁ । ଉକ୍ତ ଗୋଷ୍ଠୀର ଜନୈକ ସେବିକା କେବଳ ବର୍ଷକୁ ଥରେ ଏକ ନିର୍ଦ୍ଦିଷ୍ଟ ତିଥିରେ 'ଯଶୋଦା ସେବା’ କରୁଛନ୍ତି । ଅଧିକାର-ଅଭିଲେଖରେ ଉଲ୍ଲେଖ ନଥାଇ ମଧ୍ୟ କେତେକ ପ୍ରାପ୍ୟ ପାଉଣା ସେବକମାନଙ୍କୁ ପ୍ରଦାନ କରାଯାଉଛି । ଯଥା- ଦୈନିକ ଓ ପର୍ବପର୍ବାଣି ପାଳିଆ ପୁରସ୍କାର । ଶ୍ରୀମନ୍ଦିର ପରିଚାଳନା କମିଟିର ନିର୍ଦ୍ଧାରଣ ପ୍ରକ୍ରିୟାରେ ଅଧିକାଂଶ ପାଳିଆ ସେବକଙ୍କୁ ପାଳିଆ ପୁରସ୍କାର ବା ଆର୍ଥିକ ପୁରସ୍କାର (ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଅଧିକାଂଶ ସେବା ବଂଶାନୁକ୍ରମିକ । କେତେକ ସେବା ଶାଢ଼ିବନ୍ଧା ଓ କେତେକ ଅଶାଢ଼ିବନ୍ଧା ।
⁠ପାରମ୍ପରିକ ଭାବରେ ଯାତ୍ରୀ ପରିଚର୍ଯ୍ୟା, ଯାତ୍ରୀମାନଙ୍କଠାରୁ ଅନୁଦାନ ଓ ଆଟିକା ନେବାର ଅଧିକାର କେତେକ ସେବାୟତ ନିଯୋଗଙ୍କର ରହିଅଛି । ଶ୍ରୀଜଗନ୍ନାଥ ଧାମକୁ ଆସୁଥିବା ବିଭିନ୍ନ ଭାଷାଭାଷୀ ତୀର୍ଥଯାତ୍ରୀମାନଙ୍କୁଆତିଥେୟତା ପ୍ରଦାନ, ଦେବ ଦର୍ଶନାଦି ସହାୟତା, ରହଣି ବ୍ୟବସ୍ଥା, ମହାପ୍ରସାଦ ସେବନରେ ଆପ୍ୟାୟିତ କରିବା କାର୍ଯ୍ୟ ଶ୍ରୀଜଗନ୍ନାଥ ସେବକ ସମାଜର ପୈତୃକ ଯାତ୍ରୀ ପଣ୍ଡାମାନଙ୍କ ଉପରେ ନ୍ୟସ୍ତ ଥାଏ । ଏହି ପ୍ରାଚୀନ ପରମ୍ପରା ସ୍ମରଣାତୀତ କାଳରୁ ପ୍ରଚଳିତ ରହିଆସିଛି ।
                           #ମହୀମୋହନ_ତ୍ରିପାଠୀ 
 ଜୟ ଜଗନ୍ନାଥ 
Rasmi Ranjan Panda
ତ୍ରୁଟି ଥିଲେ କ୍ଷମା କରିବେ 🙏

Post a Comment

Previous Post Next Post