#ମାଘ_କୃଷ୍ଣପକ୍ଷ_ଷଟ୍_ତିଳା_ଏକାଦଶୀ_ମାହାତ୍ମ୍ୟ 🌹।



ଯୁଧୁଷ୍ଠିର କହିଲେ – “ ହେ ଆଦିଦେବ ଜଗନ୍ନାଥ କୃଷ୍ଣ ! ମାଘ ମାସର କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ କ’ଣ ? , ବିଧି ମଧ୍ୟ କ’ଣ ଏବଂ ତାହାର ଫଳ କ'ଣ , ତାହା କୃପାପୂର୍ବକ ବିସ୍ତାରିତଭାବରେ ବର୍ଣ୍ଣନା କରନ୍ତୁ । 
        ତାହାର ଉତ୍ତରରେ ଭଗବାନ୍ କହିଲେ – “ ହେ ନୃପ ଶ୍ରେଷ୍ଠ ! ଏହି ଏକାଦଶୀ ଷଟ୍-ତିଳା ନାମରେ ଖ୍ୟାତ ଏବଂ ଏହା ସର୍ବପାପନାଶିନୀ ଅଟେ । ମୁନିଶ୍ରେଷ୍ଠ ପୁଲସ୍ତ୍ୟଙ୍କୁ ଥରେ ବାଲଭ୍ୟ ଋଷି ଜିଜ୍ଞାସା କଲେ , ମର୍ତ୍ତ୍ୟଲୋକରେ ମାନବଗଣ ବ୍ରହ୍ମହତ୍ୟା , ଗୋହତ୍ୟା ପାପ , ପରଦ୍ରବ୍ୟହରଣ ପ୍ରଭୃତି ଗର୍ହିତ କର୍ମଦ୍ଵାରା ନର୍କ ଗମନ କରନ୍ତି । ଯଦ୍ୱାରା ସେମାନେ ନର୍କଗତିରୁ କିପରି ରକ୍ଷା ପାଇବେ , ତାହା ଆମକୁ ଯଥାଯଥଭାବେ ଉପଦେଶ କରନ୍ତୁ । ଅନାୟାସ ସାଧ୍ୟ କୌଣସି କାର୍ଯ୍ୟ ବା ଅଳ୍ପ କିଛି ବିତ୍ତ ବା ଧନ - ସମ୍ପତ୍ତି ଦାନରେ ଯଦି ସେମାନଙ୍କର ଏହି ପାପରୁ ଉଦ୍ଧାରର କୌଣସି ଉପାୟ ଥାଏ , ତାହାହେଲେ ତାହା ବର୍ଣ୍ଣନା କରନ୍ତୁ ।ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। 
 ପୁଲସ୍ତ୍ୟ କହିଲେ – ହେ ମହାଭାଗ ! ତୁମେ ଗୋଟିଏ ଗୋପନୀୟ ଉତ୍ତମ ବିଷୟ ସମ୍ବନ୍ଧରେ ପ୍ରଶ୍ନ କରିଛ। ଏହାର ଉତ୍ତର ବ୍ରହ୍ମା ଇନ୍ଦ୍ର କେହି କାହା ନିକଟରେ ବ୍ୟକ୍ତ କରିନାହାଁନ୍ତି । ଏକମାତ୍ର ମୁଁ ତୁମ ନିକଟରେ ପ୍ରକାଶ କରୁଅଛି । ମାଘମାସ ଉପସ୍ଥିତ ହେଲେ , ଶୁଚି , ଜିତେନ୍ଦ୍ରିୟ , କାମ , କ୍ରୋଧ , ଅହଙ୍କାର , ଲୋଇ ପଶୁପ୍ରବୃତ୍ତି ବର୍ଜିତ ବ୍ୟକ୍ତି ଶ୍ରୀହରିଙ୍କୁ ସ୍ମରଣ ପୂର୍ବକ ସ୍ନାନାନ୍ତର ଜଳଦ୍ଵାରା ପାଦପ୍ରକ୍ଷାଳନ କରିବେ । ଭୂମିରେ ପଡ଼ିବା ପୂର୍ବରୁ ଗୋମୟ ଗ୍ରହଣ କରିବେ ।ଏହି ଗୋମୟ ( ଗୋବର ) ରେ ତିଳ ବା ରାଶି ମିଶାଇ ଶହେଆଠଟି ପିଣ୍ଡ କରି ଏହା ଶୁଷ୍କ କରିବାକୁ ହେବ । ଏହା ହୋମନିମିତ୍ତ ବ୍ୟବହୃତ ହେବ । ଏହାପରେ ମାଘ ମାସରେ କୃଷ୍ଣ ଏକାଦଶୀ ଆଦ୍ରା ବା ମୂଳାନକ୍ଷତ୍ର ଯୁକ୍ତ ହୁଅନ୍ତି । ସେଥିରେ ବ୍ରତନିୟମାଦି ଗ୍ରହଣକରିବେ , ଜିତେନ୍ଦ୍ରିୟ ଓ ଶୁଚି ଅବସ୍ଥାରେ ବିଧିବିଧାନ ଅନୁଯାୟୀ ସ୍ନାନ ପୂର୍ବକ ଦେବଦେବ ଶ୍ରୀକୃଷ୍ଣଙ୍କ ପୂଜା ସମାପ୍ତ କରିବେ । ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ପୂଜାଦିରେ କୌଣସି ବିଘ୍ନ ଘଟିଲେ କୃଷ୍ଣନାମ ସ୍ମରଣ କରିବେ । ରାତ୍ରି ସମୟରେ ଅର୍ଚ୍ଚନ ପରେ ହୋମ କରିବାକୁ ପଡ଼ିବ । ତା'ପରେ ଚନ୍ଦନ , ଅଗୁରୁ , କର୍ପୂର ଓ ଶର୍କରା ପ୍ରଭୃତିଦ୍ୱାରା ନୈବେଦ୍ୟ ପ୍ରସ୍ତୁତ କରି କୃଷ୍ଣନାମରେ ନିବେଦନ କରିବେ ଏବଂ ନାରୀକେଳ ବା ବୀଜପୂରକ । ତା’ର ଅଭାବରେ ଏକଶହ ଗୁଆଦ୍ଵାରା ଅର୍ଘ୍ୟ ପ୍ରଦାନ କରିବେ । ‘ କୃଷ୍ଣ କୃଷ୍ଣ କୃପାଳୁସ୍ତ୍ୱମଗତାନାଂ ଗତିର୍ଭବ ଇତ୍ୟାଦି ମନ୍ତ୍ରରେ ଅର୍ଘ୍ୟ ଦାନରେ – ଶ୍ରୀକୃଷ୍ଣଙ୍କର ପୂଜା କରିବାକୁ ହୁଏ । ‘ କୃଷ୍ଣ ମୋ ପ୍ରତି ପ୍ରୀତ ହୁଅନ୍ତୁ କହି ଯଥାଶକ୍ତି ବ୍ରାହ୍ମଣଙ୍କୁ ଜଳକୁଣ୍ଡ , ଛତ୍ର , ପାଦୁକା , ବସ୍ତ୍ର , କୃଷ୍ଣଧେନୁ ପ୍ରଭୃତି ସହିତ ତିଳ ବା ରାଶି ପୂର୍ଣ୍ଣ ପାତ୍ର ପ୍ରଦାନ କରିବେ । ସ୍ନାନ , ଦାନାଦି କାର୍ଯ୍ୟରେ କୃଷ୍ଣତିଳ ବା କଳାରାଶି ପ୍ରଶସ୍ତ ଅଟେ ।
  ହେ ଦ୍ବିଜୋତ୍ତମ ! ଏ ପ୍ରଦତ୍ତ ତିଳ ବା ରାଶିରୁ ଯେଉଁ ସକଳ ବୃକ୍ଷ ଉତ୍ପନ୍ନ ହୁଏ , ସେଗୁଡ଼ିକର ଶାଖାଗଣିବାଦ୍ୱାରା ଯେତେ ହେବ , ସେତେ ହଜାର ବର୍ଷ ଦାତା ସ୍ଵର୍ଗ ଲୋକରେ ବାସ କରିବେ । ତିଳ ବା ରାଶି ଦ୍ଵାରା ସ୍ନାନ , ପେଷା ହୋଇଥିବା ତେଲ ଗାତ୍ର ବା ଶରୀରରେ ଲେପନ , ରାଶିଦ୍ବାରା ହୋମ , ପିତାଦିଙ୍କୁ ତିଳ ବା ରାଶିଯୁକ୍ତ ଜଳ ପ୍ରଦାନ , ରାଶି ପ୍ରଦାନ , ତିଳ ବା ରାଶି ଦାନ ଓ ରାଶି (ତିଳ ) ଭୋଜନ - ତିଳ ବା ରାଶି ଯୁକ୍ତ ଏହି ଛ’ଟି କାର୍ଯ୍ୟକୁ ପାପନାଶିନୀ ‘ ଷଟ୍-ତିଳା ’ କୁହାଯାଏ ।
ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ।  ହେ ଯୁଧୁଷ୍ଠିର ! ଥରେ ନାରଦ ମଧ୍ୟ ମୋତେ ଏହି ଷଟ୍-ତିଳା ଏକାଦଶୀ ଫଳ ଓ ଉପାଖ୍ୟାନ କହିବା ନିମିତ୍ତ ପ୍ରଶ୍ନ କରିବାରୁ ନିମ୍ନଲିଖିତ ଉପାଖ୍ୟାନ ବର୍ଣ୍ଣନା କରିଥିଲି , ତାହା ଆଜି ତୁମକୁ କହୁଛି , ଶ୍ରବଣ କର ।
ପୂର୍ବକାଳରେ ମର୍ତ୍ତ୍ୟ ଲୋକରେ ଗୋଟିଏ ବ୍ରାହ୍ମଣୀ ବାସ କରୁଥିଲା । ସେ ପ୍ରତିଦିନ ହିଁ ନିତ୍ୟ ନୈମିତ୍ତିକ ବ୍ରତାଚରଣ ଓ ଦେବପୂଜା ପରାୟଣା ଥିଲା । ଉପବାସଦ୍ଵାରା ତାହାଙ୍କର ଶରୀର ଅତିଶୟ କ୍ଷୀଣ ହୋଇଯାଇଥିଲା । ସବୁ ସମୟରେ ସେ ଅତିଶୟ ତୃଷ୍ଣାଯୁକ୍ତ ଥିଲେ । ସେହି ମହାସତୀ , ବ୍ରାହ୍ମଣୀ ଅନ୍ୟମାନଙ୍କ ନିକଟରୁ ଦ୍ରବ୍ୟାଦି ଗ୍ରହଣ କରି ଦେବତା , ବ୍ରାହ୍ମଣ ଓ କୁମାରୀଗଣଙ୍କୁ ଭକ୍ତିର ସହିତ ଦାନ କରୁଥିଲା । କିନ୍ତୁ କେତେବେଳେ ହେଲେ ଭିକ୍ଷୁକକୁ ଭିକ୍ଷାଦାନରେ ଓ ବ୍ରାହ୍ମଣକୁ ଅନ୍ନଦାନରେ ତୃପ୍ତ ବା ସନ୍ତୁଷ୍ଟ କରିନାହିଁ । ଏହିପରିଭାବରେ ବହୁ ବର୍ଷ ଅତୀତ ହେଲାରୁ ମୁଁ ଚିନ୍ତା କଲି ଯେ , କଷ୍ଟସାଧ୍ୟ ବ୍ରତାଦିଦ୍ୱାରା ଏହି ବ୍ରାହ୍ମଣୀର ଶରୀରଟି ଶୁଷ୍କ ହୋଇଅଛି । ସେ କାୟକ୍ଲେଶରେ ଯଥାଯଥଭାବରେ ବୈଷ୍ଣବଗଣଙ୍କର ଅର୍ଜନ ମଧ୍ୟ କରିଛି । କିନ୍ତୁ ସେମାନଙ୍କୁ କେତେବେଳେ ହେଲେ ପରମ ତୃପ୍ତିରେ ଅନ୍ନଦାନ କରିନାହିଁ । ଏହା ଅବଗତ ହୋଇ ମୁଁ ଦିନେ କପିଳରୂପଧାରଣପୂର୍ବକ ତମ୍ବାପାତ୍ର ହାତରେ ଧରି ତା ନିକଟକୁ ଯାଇ ଭିକ୍ଷା ପ୍ରାର୍ଥନା କଲେ । ବ୍ରାହ୍ମଣୀ କହିଲା , ହେ ବ୍ରାହ୍ମଣ ! ତୁମେ କେଉଁଠାରୁ ଆସିଛ ଏବଂ କେଉଁଠାକୁ ଯିବ , ତାହା ମୋତେ କୁହ । ତା’ର ଉତ୍ତରରେ ପୁନର୍ବାର ତା’କୁ କହିଲି , ହେ ସୁନ୍ଦରୀ ! ମୋତେ ଭିକ୍ଷାଦିଅ । ସେତେବେଳେ ସେ କ୍ରୋଧିତା ହୋଇ ମୋର ହାତରେ ଥିବା ପାତ୍ରରେ ଗୋଟିଏ ମାଟିର ଟେଳା ବା ମୃତ୍ତିକା ପିଣ୍ଡ ନିକ୍ଷେପ କଲା । ତତ୍ପରେ ମୁଁ ସେ ସ୍ଥାନରୁ ସ୍ୱସ୍ଥାନକୁ ଗମନ କଲି । ତତ୍ପରେ ବହୁବର୍ଷପରେ ସେହି ବ୍ରାହ୍ମଣୀ ବ୍ରତାଚରଣ ପ୍ରଭାବରେ ସ୍ୱ ଶରୀରରେ ସ୍ୱର୍ଗକୁ ଗମନ କଲା ଏବଂ ମାଟିପିଣ୍ଡ ଦାନ ଫଳରେ ସେଠାରେ ଗୋଟିଏ ମନୋହର ଗୃହ ପ୍ରାପ୍ତ ହେଲା । କିନ୍ତୁ ହେ ନାରଦ ! ସେଠାରେ ଧାନ ଓ ଚାଉଳ କିଛି ନଥିଲା । ଗୃହ ଶୂନ୍ୟ ଦେଖି ମହାକ୍ରୋଧରେ ସେ ମୋ ନିକଟକୁ ଆସି କହିଲା – “ ମୁଁ ବ୍ରତ , କୃଚ୍ଛ୍ରସାଧନ ଓ ଉପବାସାଦି ଦ୍ଵାରା ନାରାୟଣଙ୍କପୂଜା , ଆରାଧନା କରିଛି । ହେ ଜନାର୍ଦ୍ଦନ ଏପରି ଅବସ୍ଥାରେ ମୋ ଗୃହରେ କିଛି ଦେଖୁନାହିଁ କାହିଁକି ? ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। କୃଷ୍ଣ କହିଲେ – ହେ ନାରଦ ! ସେତେବେଳେ ମୁଁ ସେହି ମହାବ୍ରତ ଆଚରଣକାରିଣୀଙ୍କୁ କହିଲି , ତୁମେ ନିଜ ଘରକୁ ଯାଇ ଦ୍ଵାର ବନ୍ଦ କରି ବସିଥାଅ । ମର୍ତ୍ତ୍ୟ ଲୋକର ମାନବୀ ସ୍ଵଶରୀରରେ ସ୍ୱର୍ଗରୁ ଆସିଅଛି ଶୁଣି ଯେତେବେଳେ ଦେବପତ୍ନୀଗଣ ତୁମକୁ ଦର୍ଶନକରିବାକୁ ଆସିବେ , ସେତେବେଳେ ଦ୍ଵାର ଉନ୍ମୋଚନ କରିବ ନାହିଁ । ତୁମେ ସେମାନଙ୍କ ନିକଟରେ ଷଟ୍-ତିଳା ବ୍ରତର ପୁଣ୍ୟଫଳ ପ୍ରାର୍ଥନା କରିବ । ଯଦି ସେମାନେ ସେହି ଫଳ ପ୍ରଦାନ କରନ୍ତି , ତାହାହେଲେ ଦ୍ଵାର ଖୋଲିବ । ତତ୍ପରେ ଦେବ ପତ୍ନୀଗଣ ସେଠାରେ ଉପସ୍ଥିତ ହୋଇ ତାହାଙ୍କର ଦର୍ଶନ ପ୍ରାର୍ଥନା କଲେ । ' ଷଟ୍-ତିଳା ବ୍ରତର ଫଳ ପ୍ରାପ୍ତ ହେଲେ ସେହି ମାନବୀ ଦର୍ଶନ ଦେବେ , ଏହା ଅବଗତ ହୋଇ ତନ୍ମଧ୍ୟରୁ ଜନୈକା ଦେବୀ ତାଙ୍କର ଷଟ୍-ତିଳା ବ୍ରତଜନିତ ପୁଣ୍ୟଫଳ ପ୍ରଦାନ କଲେ । ସେତେବେଳେ ସେହି ବ୍ରାହ୍ମଣୀ ଦିବ୍ଯକାନ୍ତି ବିଶିଷ୍ଟ ହେଲା ଏବଂ ଗୃହ ଧନ ଧାନ୍ୟରେ ପରିପୂର୍ଣ୍ଣ ହେଲା । ଦ୍ଵାର ଉଦ୍‌ଘାଟିତ ହେଲାରୁ ଦେବପତ୍ନୀଗଣ ତାଙ୍କୁ ଦର୍ଶନ କରି ବିସ୍ମୟାବିଷ୍ଟ ହେଲେ ।ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ।  ହେ ନାରଦ ! ଅତିରିକ୍ତ ବିଷୟାତୃଷ୍ଣା କରିବା ଉଚିତ୍ ନୁହେଁ । ବିତ୍ତଶାଠ୍ୟ ମଧ୍ୟ ଅକର୍ତ୍ତବ୍ୟ ଅଟେ । ନିଜ ସମ୍ପତ୍ତିର ପରିମାଣତୁଲ୍ୟ ତିଳ ( ରାଶି ) , ବସ୍ତ୍ର ଓ ଅନ୍ନ ଦାନ କରିବ । ତଦ୍ବାରା ମାନବ ପ୍ରତିଜନ୍ମରେ ଆରୋଗ୍ୟ ଲାଭ କରି 
ଷଟ୍-ତିଳାବ୍ରତର ପ୍ରଭାବରେ , ତା’ର ଦାରିଦ୍ର୍ୟ , ଶାରୀରିକ କଷ୍ଟ ବା ପୀଡ଼ା , ଦୁର୍ଭାଗ୍ୟ ପ୍ରଭୃତି ନଷ୍ଟ ହୁଏ । ଏହି ବିଧ ଅନୁସାରେ ତିଳ ( ରାଶି ) ଦାନକଲେ ମାନବ ଅନାୟାସରେ ସମସ୍ତ ପାତକରୁ ମୁକ୍ତ ହୁଏ ।

Post a Comment

Previous Post Next Post