- ମହାପ୍ରଭୁ ଜଗନ୍ନାଥଙ୍କ ଅପମାନ ଆମେ କଦାପି ସହିବୁନି -

""""""""""""""""""""""""""""""""""""""""""""""""""""""""""""""""""""""""
ସାଢେ ଚାରି କୋଟି ଓଡ଼ିଆବାସୀ ମହାପ୍ରଭୁ ଜଗନ୍ନାଥଙ୍କର ସେନା l କେନ୍ଦ୍ର ସରକାରଙ୍କ ଏଜେନ୍ସି ଆମ ମହାପ୍ରଭୁଙ୍କୁ ବନ୍ଧକ କରିବାକୁ ପ୍ରୟାସ କଲେ ବହୁତ ଭାରି ପଡିବ l ବ୍ରହ୍ମlଣ୍ଡର ମଉଡ ମଣି, ଆମ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର କଣ କେନ୍ଦ୍ରୀୟ ଏଜେନ୍ସିଙ୍କ ପାଇଁ କେବଳ ଏକ ସ୍ମାରକୀ ?
କଣ ଆମ ଜୀବନ୍ତ ମହାପ୍ରଭୁଙ୍କୁ ମୁସଲିମ ସ୍ମାରକୀ ସହିତ ଯୋଡ଼ା ଯିବ ? ଆମ ଚଳନ୍ତି ଠାକୁରଙ୍କୁ ଆମେ ସମାଧି ଭାବେ କଦାପି ଗ୍ରହଣ କରିବୁ ନାହିଁ l ପୂରୁଣା କିଲ୍ଲା-ଦିଲ୍ଲୀ, ଆମଜାଦ ଅଲ୍ଲୀ ଶାହ ମ୍ୟୁଜିୟମ,
ହଜରତଗଞ୍ଜ ଲକ୍ଷନୌ, ନିଜାମୁଦ୍ଦିନ ବସ୍ତି ସ୍ମାରକୀ ଖାଈରୁଲ ମଞ୍ଜିଲ,
ଶେରଶାହ ଗେଟ, ଦିଲ୍ଲୀ, ନୱାବ ଦେଲର ଖାଁଙ୍କ ମକବରା, ହରଦୋଇ ୟୁପି l ଏହା ସେଇ ସ୍ମାରକୀ, ଯାହା ସହିତ ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ମନ୍ଦିର ମାଳିନୀ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରର ଜାତୀୟ ସ୍ମାରକୀ ପ୍ରାଧିକରଣ ଦ୍ୱାରା ଏକ ବିଜ୍ଞପ୍ତିରେ ଯୋଡ଼ା ହୋଇଛି l

ଶ୍ରୀମନ୍ଦିର ଆମ ମନ୍ଦିର l ଏହା ଆମ ସାଢେ ଚାରି କୋଟିଆଙ୍କ ଆସ୍ଥା, ବିଶ୍ୱାସ ଓ ସଂସ୍କୃତିର ପରିଚୟ l ଏହା କେବଳ ଓଡ଼ିଆ ଜାତିର ନୁହେଁ, ବରଂ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଗଭୀର ଭାବରେ ଆଘାତ ଦେଇଛି l ଆମ ମହାପ୍ରଭୁଙ୍କ ଉପରେ ଏପରି ଆକ୍ରମଣ ଓ ଆମ ମନ୍ଦିର ବିକାଶ ଏବଂ ସୁରକ୍ଷା, ସଂରକ୍ଷଣକୁ ବନ୍ଦ କରିବାର ଷଡଯନ୍ତ୍ରକୁ ନେଇ ଆମେ ସମସ୍ତେ ଚକିତ l ଏସବୁ ଖବର କେମିତି ଜାଣିପାରିଲେନି କେନ୍ଦ୍ରୀୟ ଏଜେନ୍ସି ?
କେନ୍ଦ୍ରୀୟ ଏଜେନ୍ସି କଣ କରୁଥିଲେ ? ଆଜିଯାଏଁ ଏ.ଏସ. ଆଇ କେଉଁଠି ଥିଲା ? ଜାତୀୟ ସ୍ମାରକୀ ପ୍ରାଧିକରଣ କେଉଁଠି ଥିଲା ?
ଏହି ଵିଜ୍ଞାପନ ସମ୍ପର୍କରେ କଣ ସେମାନେ କିଛି ଜାଣିନଥିଲେ ? ଏହା ଆମର ରାଜ୍ୟ ଓଡ଼ିଶାର ମନ୍ଦିର ଉପରେ ଏକ ସୁଚିନ୍ତିତ ଯୋଜନା ବଦ୍ଧ ଆକ୍ରମଣ l କଣ ଶ୍ରୀମନ୍ଦିରକୁ ମୁସଲିମଶାସକଙ୍କ ମକବରା ଓ ମୁସଲିମ ଶାସକଙ୍କ ସମାଧି ବୋଲି ଆମେ ଗ୍ରହଣ କରିପାରିବା ?
ଆମେ ସ୍ୱେଚ୍ଛାକୃତ ଭାବରେ ଆମ ମନ୍ଦିରର ସୁରକ୍ଷା ଓ ବିକାଶ ପାଇଁ ଆମ ଶ୍ରୀମନ୍ଦିରରେ ୭୫ ମିଟର ପରିଧି ମଧ୍ୟରେ ଆମର ଜମି, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଛାଡ଼ିଛୁ l ବର୍ତ୍ତମାନ ଓଡିଶା ସହ ପରାମର୍ଶ ନକରି କେନ୍ଦ୍ରିୟ ଏଜେନ୍ସି ଗୁଡିକ ଦ୍ୱାରା ୩00 ମିଟର ମଧ୍ୟରେ ଉଛେଦ ଆମର ଜୀବନ ଜୀବିକାକୁ ବିପୁଳ ମାତ୍ରାରେ ପ୍ରଭାବିତ କରିବ l ଏହି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ଆଗରୁ ସେମାନେ କାହା ସହିତ ଆଲୋଚନା କରିଛନ୍ତି ? କାହାର ସ୍ୱାର୍ଥ ପାଇଁ ଏପରି କରାଯାଉଛି ?
ଏହା ଆମର ବଳିଦାନ ଓ ଆମ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ l ଏ ବାବଦରେ କାହାରି ସହିତ ଆଲୋଚନା ନ କରି ଏହି ବିଜ୍ଞପ୍ତି ହିନ୍ଦୀରେ ଗୁପ୍ତ ଭାବେ ଜାନୁଆରୀ ୧୮ ତାରିଖରେ ପ୍ରକାଶ କରାଯାଇଛି l ଯାହାର ସମୟସୀମା ରହିଛି ଫେବୃଆରୀ ୧୮ ତାରିଖ l ଏହି ବିଜ୍ଞପ୍ତି ପଛରେ କଣ ରହିଛି ଅସଲ ଉଦ୍ଦେଶ୍ୟ ?

ଆମର ସେବାୟତ, ଯିଏ ଆମ ଜୀବନ୍ତ ଠାକୁରଙ୍କ ଦିନରାତି ସେବା କରୁଛନ୍ତି କଣ ସେମାନଙ୍କ ପରାମର୍ଶ ନେବା ଉଚିତ ନଥିଲା କି ? ଆମେ ଆମ ମନ୍ଦିରକୁ ସ୍ମାରକୀ ରୂପରେ କେମିତି  ମାନିପାରିବୁ ? ଶ୍ରୀଜଗନ୍ନାଥ ମନ୍ଦିରକୁ ମକବରା ସହିତ ସମାନ ସ୍ଥାନରେ କିପରି ରଖାଯାଇପାରିବ ? କଣ ଏହା ହିନ୍ଦୁ ଆସ୍ଥା ପ୍ରତି ଆପଣଙ୍କ ବୁଝାମଣା ? ଏହା ଓଡ଼ିଆଙ୍କ ବିରୋଧରେ ଘୋର ଷଡଯନ୍ତ୍ର ? ଏହା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଘୋର ଅପମାନ l ଏହା ଖୋଲାଖୋଲି ଭାବେ ହିନ୍ଦୁ ବିରୋଧୀ l ଏହି ଷଡଯନ୍ତ୍ର ପଛରେ କାହାର ହାତ ଅଛି ?
ଶ୍ରୀଜଗନ୍ନାଥ ଏବଂ ଲିଙ୍ଗରାଜ ମନ୍ଦିରର ବିକାଶ ତଥା ସୁରକ୍ଷା କାର୍ଯ୍ୟକୁ  ବନ୍ଦ କରିବା ପାଇଁ ଏହା ଏକ ଷଡଯନ୍ତ୍ର l ଚବିଶ ଘଣ୍ଟା ମଧ୍ୟରେ ଏହି ଓଡ଼ିଆ ବିରୋଧୀ, ହିନ୍ଦୁ ବିରୋଧୀ ବିଜ୍ଞପ୍ତିକୁ ପାତ୍ୟାହାର କରନ୍ତୁ l ବିଜ୍ଞପ୍ତିର ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆମ ରାଜ୍ୟର ସମସ୍ତ ମନ୍ଦିର ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବାକୁ ବାଧ୍ୟ ହେବୁ l
ଜୟ ଜଗନ୍ନାଥ 🙏

Post a Comment

Previous Post Next Post