🙏ଯୋଗିନୀନାୟିକାକବଚମ୍ 🙏

(ଦୟାକରି ଏହାକୁ ସମସ୍ତେ ପାଠ କରନ୍ତୁ ନାହିଁ ଏହା କେବଳ ଦେବୀ ସାଧକ ମାନେ ହିଁ ପାଠ କରନ୍ତୁ ଏହାକୁ ପାଠ କରି କାହାର କିଛି କ୍ଷତି ହେଲେ ଏଇ ଅଧମ ଦାୟୀ ନୁହେଁ )

ଉନ୍ମତ୍ତଭୈରବ ଉବାଚ -
ଶୃଣୁ କଲ୍ୟାଣି ମଦ୍ୱାକ୍ୟଂ କବଚଂ ଦେବଦୁର୍ଲଭମ୍ ।
ଯକ୍ଷିଣୀନାୟିକାନାନ୍ତୁ ସଂକ୍ଷେପାତ୍ସିଦ୍ଧିଦାୟକମ୍ ॥ ୧॥

ଜ୍ଞାନମାତ୍ରେଣ ଦେବେଶି ସିଦ୍ଧିମାପ୍ନୋତି ନିଶ୍ଚିତମ୍ ।
ଯକ୍ଷିଣୀ ସ୍ୱୟମାୟାତି କବଚଜ୍ଞାନମାତ୍ରତଃ ॥ ୨॥

ସର୍ୱତ୍ର ଦୁର୍ଲଭଂ ଦେବି! ଡାମରେଷୁ ପ୍ରକାଶିତମ୍ ।
ପଠନାଦ୍ଧାରଣାନ୍ମର୍ତ୍ୟୋ ଯକ୍ଷିଣୀ ବଶମାନୟେତ୍ ॥ ୩॥

କବଚସ୍ୟ ଋଷିର୍ଗର୍ଗୋ ଗାୟତ୍ରୀଚ୍ଛନ୍ଦ ଈରିତମ୍ ।
ଦେବତା ଯକ୍ଷିଣୀ ଦେବୀ ସର୍ୱସିଦ୍ଧିପ୍ରଦାୟିନୀ ॥ ୪॥

ସାକ୍ଷାତ୍ସିଦ୍ଧିସମୃଦ୍ଧ୍ୟର୍ଥେ ବିନିୟୋଗଃ ପ୍ରକୀର୍ତିତଃ ।
ଓଁ ଶିରୋ ମେ ଯକ୍ଷିଣୀ ପାତୁ ଲଲାଟଂ ଯକ୍ଷକନ୍ୟକା ॥ ୫॥

ମୁଖଂ ଶ୍ରୀଧନଦା ପାତୁ କର୍ଣୌ ମେ କୁଳନାୟିକା ।
ଚକ୍ଷୁଷୀ ବରଦା ପାତୁ ନାସିକା ଭକ୍ତବତ୍ସଳା ॥ ୬॥

କେଶାଗ୍ରଂ ପିଙ୍ଗଳା ପାତୁ ଧନଦା ଶ୍ରୀମହେଶ୍ୱରୀ ।
ସ୍କନ୍ଧୌ କୁଲାଳୟା ପାତୁ ଗଳଂ ମେ କମଳାନନା ॥ ୭॥

କିରାତିନୀ ସଦା ପାତୁ ଭୁଜୟୁଗ୍ମଂ ଜଟେଶ୍ୱରୀ ।
ବିକୃତାସ୍ୟା ସଦା ପାତୁ ମହାବକ୍ରପ୍ରିୟା ମମ ॥ ୮॥

ଅସ୍ତ୍ରଂ ହସ୍ତା ପାତୁ ନିତ୍ୟଂ ପୃଷ୍ଠମୁଦରଦେଶକମ୍ ।
ମେରୁଣ୍ଡା ମାକରୀ ଦେବୀ ହୃଦୟଂ ଦେବସମ୍ମତା ॥ ୯॥

ଅଲଙ୍କାରାନ୍ୱିତା ପାତୁ ମେ ନିତମ୍ବସ୍ଥଲଂ ଦୟା ।
ଧାର୍ମିକା ଗୁହ୍ୟଦେଶଂ ମେ ପାଦୟୁଗ୍ମଂ ସୁରାଙ୍ଗନା ॥ ୧୦॥

ଶୂନ୍ୟାଗାରେ ସଦା ପାତୁ ମନ୍ତ୍ରମାତାସ୍ୱରୂପିଣୀ ।
ନିଷ୍କଳଙ୍କା ସଦା ପାତୁ ଚାମ୍ବୁବତ୍ୟଖିଳାଂ ତନୁମ୍ ॥ ୧୧॥

ପ୍ରାନ୍ତରେ ଧନଦା ପାତୁ ନିଜବୀଜପ୍ରକାଶିନୀ ।
ଲକ୍ଷ୍ମୀବୀଜାତ୍ମିକା ପାତୁ ନିଜବୀଜପ୍ରକାଶିନୀ ॥ ୧୨॥

ଲକ୍ଷ୍ମୀବୀଜାତ୍ମିକା ପାତୁ ଖଡ୍ଗହସ୍ତା ଶ୍ମଶାନକେ ।
ଶୂନ୍ୟାଗାରେ । ନଦୀତୀରେ ମହାୟକ୍ଷେଶକନ୍ୟକା ॥ ୧୩॥

ପାତୁ ମାଂ ବରଦାଖ୍ୟା ମେ ସର୍ୱାଙ୍ଗଂ ପାତୁ ମୋହିନୀ ।
ମହାସଙ୍କଟମଧ୍ୟେ ତୁ ସଙ୍ଗ୍ରାମେ ରିପୁସଞ୍ଚୟେ ॥ ୧୪॥

କ୍ରୋଧରୂପା ସଦା ପାତୁ ମହାଦେବନିଷେବିକା ।
ସର୍ୱତ୍ର ସର୍ୱଦା ପାତୁ ଭବାନୀ କୁଳଦାୟିକା ॥ ୧୫॥

ଓଁ ଇତ୍ୟେତକବଚଂ ଦେବି ମହାମନ୍ତ୍ରୌଘବିଗ୍ରହମ୍ ।
ଅସ୍ୟାପି ସ୍ମରଣାଦେବ ରାଜତ୍ୱଂ ଲଭତେଽଚିରାତ୍ ॥ ୧୬॥

ପଞ୍ଚବର୍ଷସହସ୍ରାଣି ସ୍ଥିରୋ ଭବତି ଭୂତଳେ ।
ବେଦଜ୍ଞାନୀ ସର୍ୱଶାସ୍ତ୍ରବେତ୍ତା ଭବତି ନିଶ୍ଚିତମ୍ ॥ ୧୭॥

ଅରଣ୍ୟେ ସିଦ୍ଧିମାପ୍ନୋତି ମହାକବଚପାଠତଃ ।
ଯକ୍ଷିଣୀ କୁଲବିଦ୍ୟା ଚ ସମାୟାତି ସୁସିଦ୍ଧିଦା ॥ ୧୮॥

ଅଣିମା ଲଘିମା ପ୍ରାପ୍ତିଃ ସୁଖସିଦ୍ଧିଫଲଂ ଲଭେତ୍ ।
ପଠିତ୍ୱା ଧାରୟିତ୍ୱା ଚ ନିର୍ଜନେଽରଣ୍ୟମସ୍ତକେ ।
ସ୍ଥିତ୍ୱା ଜପେଲ୍ଲକ୍ଷମନ୍ତ୍ରମିଷ୍ଟସିଦ୍ଧିଂ ଲଭେନ୍ନିଶି ॥ ୧୯॥

ଭାର୍ୟା ଭବତି ସା ଦେବୀ ମହାକବଚପାଠତଃ ।
ଯୋଗିନାଂ ଦୁର୍ଲଭଂ ଦେବି କିମନ୍ୟତ୍ ସାଧନାଦିକମ୍ ।
ଗ୍ରହଣାଦେବ ସିଦ୍ଧିଃ ସ୍ୟାନ୍ନାତ୍ର କାର୍ୟା ବିଚାରଣା ॥ ୨୦॥

ଇତି ବୃହଦ୍ଭୂତସନ୍ଧାନଡାମରେ ମହାତନ୍ତ୍ରେ ଯୋଗିନୀନାୟିକାକବଚଂ ସମାପ୍ତମ୍ ।

ମସ୍ୟେନ୍ଦ୍ରନାଥ ସର୍ବପ୍ରଥମେ ତାଙ୍କର କୌଳଜ୍ଞାନ ନିର୍ଣ୍ଣୟରେ ଯୋଗିନୀ କୌଳ, ଆରାଧନା ଓ ଦର୍ଶନ ବିଷୟରେ ତାନ୍ତ୍ରିକ ଆଲୋଚନା କରିଥିଲେ । ସେ ନିଜେ ଭୈରବ ଶିବଙ୍କର ଅବତାର ବୋଲି ବର୍ଣ୍ଣନା କରିଛନ୍ତି ଏବଂ ମତ୍ସ୍ୟ ପେଟରେ ଥିବାବେଳେ ଶିବ ଗୌରୀଙ୍କୁ ଧ୍ୟାନଯୋଗ ଓ ଜ୍ଞାନଯୋଗ ଶିକ୍ଷା ଦେବା ସମୟରେ ସେସବୁ ଶିଖିବାର ସୁଯୋଗ ଲାଭ କରିଥିଲେ । ମସ୍ୟେନ୍ଦ୍ର ଏହି ଗୁପ୍ତ ଯୋଗିନୀ କୌଳବିଦ୍ୟା ସ୍ତ୍ରୀଲୋକମାନଙ୍କ ସହିତ ସାଧନା କରୁଥିଲେ । ସର୍ବପ୍ରଥମେ ମସ୍ୟେନ୍ଦ୍ର ଏହି କୌଳ ପ୍ରଚାର କରିଥିବାରୁ ତାଙ୍କ ନାମ ଅନୁସାରେ ଏହି ଗୁପ୍ତ କୌଳପ୍ରଥା ମସ୍ୟେନ୍ଦ୍ର କୌଳ ନାମରେ ବିଖ୍ୟାତ । ଏହି ଗୁପ୍ତ ବିଦ୍ୟା ଚନ୍ଦ୍ରଦୀପ ଏବଂ କାମରୂପରେ ଭୈରବୀଙ୍କୁ ଶିକ୍ଷା ଦିଆଯାଇଥିଲା । ମସ୍ୟେନ୍ଦ୍ରଙ୍କ ମତରେ କାମରୂପର ପ୍ରତ୍ୟେକ ସ୍ତ୍ରୀଲୋକ ଯୋଗିନୀ ଏବଂ ସେମାନଙ୍କ ରହଣରେ କୌଳସାଧନା ବିଧେୟ । ସୌଭାଗ୍ୟ ଭାସ୍କର’ ଗ୍ରଛ ମତରେ କୁଳ ହେଉଛନ୍ତି ଶକ୍ତି ଏବଂ ଶିବ ଅକୁଳ; କୁଳ ଓ ଅକୁଳକ ସମନ୍ୱୟରେ ସୃଷ୍ଟି ହୋଇଛି କୌଳମାର୍ଗ ।
ଯୋଗିନୀ କୌଳସାଧନା କାପାଳିକମାନେ କରୁଥିବାର ବର୍ଣ୍ଣନା ପ୍ରାଚୀନ ସାହିତ୍ୟ ଓ ଶାସ୍ତ୍ରମାନଙ୍କରେ ଦେଖିବାକୁ ମିଳେ । ଯାଜ୍ଞବକ୍ତ ସ୍ମୃତି ଓ ପ୍ରକୃତି ଗାଥା ସପ୍ତଶତୀରେ କପାଳଧାରୀ କାପାଳିକ ସମ୍ପ୍ରଦାୟର ବର୍ଣ୍ଣନା ସର୍ବପ୍ରାଚୀନ ବୋଲି ମନେହୁଏ । ବୌଦ୍ଧଗ୍ରନ୍ଥ ଲଳିତ ବିସ୍ତାର ଅନୁସାରେ କାପାଳିକମାନେ ରକ୍ତବର୍ଣ୍ଣ ବସ୍ତ୍ର, ତ୍ରିଦଣ୍ଡ, ଖପୁରି ଓ ପାଦପାତ୍ର ଧାରଣ କରନ୍ତି ଏବଂ ସର୍ବାଙ୍ଗରେ ଭସ୍ମ ଲେପନ କରନ୍ତି । ପ୍ରାୟ ଷଷ୍ଠ/ସପ୍ତମ ଶତାବ୍ଦୀ ବେଳକୁ କାପାଳିକ ସମ୍ପ୍ରଦାୟ ଭାରତବର୍ଷଟେ ପ୍ରସାର ଲାଭ କରିଥିଲା । ଚୀନ ପରିବ୍ରାଜକହୁଏନ୍ସାଂ ତାଙ୍କର ବିବରଣୀରେ ଅନ୍ୟାନ୍ୟ ସମ୍ପ୍ରଦାୟ ସହିତ କପାଳଧାରିଣୀଙ୍କ ବିଷୟରେ ସବିଶେଷ ବର୍ଣ୍ଣନା କରିଛନ୍ତି । ବାଣଭଟ ଙ୍କ କାଦମ୍ବରୀ ଓ ହର୍ଷଚରିତ୍ର, ଭବଭୂତିଙ୍କର ମାଳତୀମାଧବ ନାଟକରେ କପାଳିକମାନଙ୍କର ଚିତ୍ରଣ ଖୁବ ଚିରାକର୍ଷକ । ବ୍ରହ୍ମାଣ୍ଡ ପୁରାଣ, ବାୟୁ ପୁରାଣ ଏବଂ ମତ୍ସ୍ୟ ପୁରାଣରେ କପାଳିକମାନଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ ପରିପୃଷ୍ଟ ହୁଏ । ପୁରାଣ ସାହିତ୍ୟ ବ୍ୟତୀତ ଅଭିଲେଖରେ ମଧ୍ୟ କାପାଳିକମାନଙ୍କର ଉଲ୍ଲେଖ ରହିଛି । ଶ୍ରବଣବେଳଗୋଳା ଅଭିଲେଖରେ ଗଙ୍ଗରାଜା ମାନସିଂହ ତୃତୀୟଙ୍କୁ କାପାଳିକମାନଙ୍କର ଆରାଧ୍ୟ ଦେବତା ଶିବଙ୍କ ସହିତ ତୁଳନା କରାଯାଇଛି । ମହୀଶୂର ଦିଲ୍ଲୀର ତିରମକୁଦାଲ ଅଭିଲେଖରେ ମଧ୍ୟ କାପାଳିକମାନଙ୍କର ତଦନୁରୂପ ବର୍ଣ୍ଣନା ରହିଛି । ଚାଲୁକ୍ୟଂ ନାଗବଦ୍ଧନଙ୍କର (ଖ୍ରୀ: ୭ମ ଶତାବ୍ଦୀ) ଏକ ତାମ୍ରଫଳକରୁ ଜଣାଯାଏ ଯେ ରାଜା କପାଳେଶ୍ୱରୀ ମନ୍ଦିରକୁ କାପାଳିକମାନଙ୍କୁ ଦାନ କରିଥିଲେ । ଉପରୋକ୍ତ ବର୍ଣ୍ଣନାରୁ ପ୍ରମାଣିତ ହୁଏ ଯେ କାପାଳିକ ସମ୍ପ୍ରଦାୟ ସାରା ଭାରତରେ ବିସ୍ତାର ଲାଭ କରିଥିଲା ।

କଙ୍କାଳୀ କୁଳପଣ୍ଡିତା କୁଳକଳା କାଳାନଳା ଶ୍ୟାମଳା ।
ଯୋଗେନ୍ଦ୍ରେନ୍ଦ୍ରସୁରାଜ୍ୟନାଥୟଜିତାଽନ୍ୟା ଯୋଗିନୀଂ ମୋକ୍ଷଦା ।
ମାମେକଂ କୁଜଡଂ ସୁଖାସ୍ତମଧନଂ ହୀନଂ ଚ ଦୀନଂ ଖଳଂ
ଯଦ୍ୟେବଂ ପରିପାଳନଂ କରୋଷି ନିୟତଂ ତ୍ୱଂ ତ୍ରାହି ତାମାଶ୍ରୟେ 

(କୃଷ୍ଣଚନ୍ଦ୍ର ମହାପାତ୍ର)

Post a Comment

Previous Post Next Post