*🌷 ବୈଦିକ ବିବାହ 🌷*
    
ବୈଦିକ ରୀତିକୁ ଆପଣାନ୍ତୁ । ସଠିକ୍ ଲଗ୍ନ ଅନୁଯାୟୀ ବିବାହ କରନ୍ତୁ । ଲଗ୍ନ ଠିକ୍ ଦିଆଯାଇଛି ନା ନାହିଁ ଅନ୍ୟ ବିଦ୍ୱାନ୍ ବ୍ରାହ୍ମଣ ମାନଙ୍କୁ, ସେ ବିଷୟରେ ଅବଗତ କରାନ୍ତୁ, ଆଉ ଯଦି ଠିକ୍ ନାହିଁ, ତେବେ ଆଉ ଥରେ ଭଲ ଲଗ୍ନ ବାହାର କରନ୍ତୁ । ଲଗ୍ନ ନ ଥିବା ସମୟରେ କେତେବେଳେ ମଧ୍ୟ ବିବାହ କରନ୍ତୁ ନାହିଁ,।

ଏହା ଆପଣ ମାନଙ୍କ ଜୀବନରେ ଥରେ ମାତ୍ର ଆସିଥାଏ,।

ଯାହା ଭବିଷ୍ୟତ ପିଢୀ ପାଇଁ ଅମୃତମୟ ଅଟେ ॥    

        🌷{ ବିବାହର କିଛି ପ୍ରକାର ଭେଦ }🌷

" ବ୍ରାହ୍ମ, ଦୈବ, ଆର୍ଷ, ପ୍ରାଜାପତ୍ୟ -- ଏହି ଚାରିପ୍ରକାରର ବିବାହରେ ଯେଉଁ ସନ୍ତାନ ଉତ୍ପନ୍ନ ହୋଇଥାଏ, ସେ 
(୧)ବ୍ରହ୍ମତେଜରେ ଯୁକ୍ତ ଆଉ ଶିଷ୍ଟପ୍ରିୟ ହୋଇଥାଏ । 
(୨)ଏପରି ସନ୍ତାନ ସୁନ୍ଦର, ସାତ୍ତ୍ଵିକ, ଧନବାନ୍, ଯଶସ୍ବୀ, ପର୍ଯ୍ୟାପ୍ତ ଭୋଗସମ୍ପନ୍ନ ଓ ଧାର୍ମିକ ହୋଇଥାଏ ।

(୩)ଆଉ ଶତବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ ॥
*ବ୍ରାହ୍ମ ବିବାହ*
        (୧)ବ୍ରହ୍ମାଦିଷୁ    ବିବାହେଷୁ    ଚତୁଷ୍ବେର୍ବାନୁପୂର୍ବଶଃ ।
        ବ୍ରହ୍ମବର୍ଚସ୍ବିନଃ   ପୁତ୍ରା   ଜାୟନ୍ତେ  ଶିଷ୍ଟସମ୍ମତାଃ ॥

*ଦୈବ ବିବାହ*
      (୨)ରୂପସତ୍ତ୍ବଗୁଣୋପେତା   ଧନବନ୍ତୋ    ଯଶସ୍ବିନଃ ।
        ପର୍ଯ୍ୟାପ୍ତଭୋଗା ଧର୍ମିଷ୍ଠା ଜୀବନ୍ତି ଚ ଶତଂ ସମାଃ ॥

*ଆର୍ଷ ବିବାହ*
        (୩)ଇତରେଷୁ   ଚ   ଶିଷ୍ଟେଷୁ   ନୃଶଂସାନୃତବାଦିନଃ ।
        ଜାୟନ୍ତେ   ଦୁର୍ବିବାହେଷୁ   ବ୍ରହ୍ମଧର୍ମଦ୍ବିଷଃ  ସୁତାଃ ॥

*ପ୍ରଜାପତ୍ୟ ବିବାହ*
        (୪)ଅନିନ୍ଦିତୈଃ  ସ୍ତ୍ରୀବିବାହୈରନିନ୍ଦ୍ୟା  ଭବତି  ପ୍ରଜାଃ ।
        ନିନ୍ଦିତୈର୍ନିନ୍ଦିତା   ନୃଣାଂ   ତସ୍ମାନ୍ନିନ୍ଦ୍ୟାନ୍ବିବର୍ଜୟେତ୍ ॥    

ବାକି ଚାରିପ୍ରକାରର ବିବାହରେ, କ୍ରୁର, ମିଥ୍ଯାବାଦୀ, ଧର୍ମ ଆଉ ବେଦର ଦ୍ବେଷୀ ପୁତ୍ର ଉତ୍ପନ୍ନ ହୋଇଥାଏ ।

 ଅନିନ୍ଦିତ ସ୍ତ୍ରୀ ବିବାହରେ ଅନିନ୍ଦିତ ସନ୍ତାନ ଉତ୍ପନ୍ନ ହୋଇଥାଏ।

ଆଉ ନିନ୍ଦିତ ସ୍ତ୍ରୀ ବିବାହରେ ନିନ୍ଦିତ ସନ୍ତାନ ଉତ୍ପନ୍ନ ହୋଇଥାଏ । 

ଅତଃ ନିନ୍ଦିତ ବିବାହକୁ ପରିତ୍ଯାଗ କରିବା ଉଚିତ୍ ॥

    ପ୍ରଥମ ଚାରିପ୍ରକାରର ବିବାହ ଦ୍ବାରା ଯେଉଁ ତିନୋଟି ଲକ୍ଷ୍ୟ ବା ଉଦ୍ଦେଶ୍ଯ ରହିଥାଏ, ତାହା ସିଦ୍ଧି ହୋଇଥାଏ ।

ଏବଂ ବାକି ଯେଉଁ ଚାରୋଟି ଯଥା --ଗାନ୍ଧର୍ବ, ଆସୁର, ରାକ୍ଷସ ଓ ପିଶାଚ ବିବାହ ଦ୍ବାରା 

(୧)ଉଚ୍ଛୃଙ୍ଖଳ ପାଶବ ପ୍ରବୃତ୍ତି ଗୁଡିକର ତଥା ନିନ୍ଦିତ କର୍ମ ଗୁଡିକର ବୃଦ୍ଧି ହିଁ ହୋଇଥାଏ । 

ତାଙ୍କଠାରୁ ଉତ୍ପନ୍ନ ସନ୍ତାନରେ ନା କୌଟୁମ୍ବିକ, ସାମାଜିକ କିମ୍ବା ନା ରାଷ୍ଟ୍ରୀୟ ଜୀବନର ସୁଖ, ସ୍ବାସ୍ଥ୍ୟ ଏବଂ ଶାନ୍ତିର ରକ୍ଷା ହୋଇଥାଏ । 

ଅତଃ ସେମାନେ ନିନ୍ଦନୀୟ ବା ତ୍ୟାଜ୍ୟ କୁହାଯାଇଥାନ୍ତି ॥

   ଏହା ହିଁ ହିନ୍ଦୁ ସଂସ୍କୃତିରେ ବିବାହର ଆଦର୍ଶ ଅଟେ ।ଅତଏବ ସଦାସର୍ବଦା ପ୍ରଥମ ଚାରିପ୍ରକାରର ବିବାହ କରିବା ଆବଶ୍ୟକ ॥                                 
🙏🙏🙏🙏🙏🙏🙏
     🌷{ ବିବାହ ସମୟରେ ସପ୍ତପଦିର ମହତ୍ତ୍ବ }🌷
    ତୀର୍ଥବ୍ରତୋଧ୍ୟାପନୟଜ୍ଞଦାନଂ
                    ମୟା ସହ ତ୍ବଂ ଯଦି କିନ୍ତୁ କୁର୍ଯ୍ୟାଃ ।
    ବାମାଙ୍ଗମାୟାମି  ସଦା  ତ୍ବଦୀୟଂ 
                    ଜଗାଦ ବାକ୍ୟଂ ପ୍ରଥମଂ କୁମାରୀ ॥୧
     
ହବ୍ୟପ୍ରଦାନୈରମରାନ୍  ପିତୃଂଶ୍ଚ 
                    କବ୍ୟପ୍ରଦାନୈର୍ଯଦି  ପୂଜୟେଥାଃ ।
     ବାମାଙ୍ଗମାୟାମି  ତଦା  ତ୍ବଦୀୟଂ 
                    ଜଗାଦ କନ୍ଯା ବଚନଂ ଦ୍ବିତୀୟମ୍ ॥୨
    
କୁଟୁମ୍ବରକ୍ଷାଭରଣେ    ଯଦି    ତ୍ଵଂ 
                   କୁର୍ଯ୍ୟାଃ ପଶୂନାଂ ପରିପାଳନଂ ଚ ।
    ବାମାଙ୍ଗମାୟାମି  ତଦା  ତ୍ବଦୀୟଂ 
                   ଜଗାଦ କନ୍ଯା ବଚନଂ ତୃତୀୟମ୍ ॥୩
    
ଆୟବ୍ୟୟୌ ଧାନ୍ୟଧନାଦିକାନାଂ 
                  ପୃଷ୍ଟ୍ବା ନିବେଶଂ ଚ ଗୃହେ ନିଦଧ୍ୟାଃ ।
    ବାମାଙ୍ଗମାୟାମି ତଦା ତ୍ଵଦୀୟଂ 
                  ଜଗାଦ କନ୍ଯା ବଚନଂ ଚତୁର୍ଥମ୍ ॥୪
    
ଦେବାଳୟାରାମତଡାଗକୂପ -
                  ବାପୀର୍ବିଦଧ୍ୟା   ଯଦି  ପୂଜୟେଥାଃ ।
    ବାମାଙ୍ଗମାୟାମି   ତଦା   ତ୍ଵଦୀୟଂ 
                 ଜଗାଦ କନ୍ଯା ବଚନଂ ଚ ପଞ୍ଚମମ୍ ॥୫
    
ଦେଶାନ୍ତରେ  ବା ସ୍ବପୁରାନ୍ତରେ ବା 
                 ଯଦା ବିଦଧ୍ୟାଃ କ୍ରୟବିକ୍ରୟୌ ତ୍ବମ୍ ।
    ବାମାଙ୍ଗମାୟାମି  ତଦା  ତ୍ବଦୀୟଂ 
                 ଜଗାଦ କନ୍ଯା ବଚନଂ ଚ ଷଷ୍ଠମ୍ ॥୬
    
ନ  ସେବନୀୟା  ପରପାରକୀୟା 
                 ତ୍ଵୟା  ଭବୋଦ୍ଭାବିନି  କାମିନୀତି ।
    ବାମାଙ୍ଗମାୟାମି  ତଦା  ତ୍ଵଦୀୟଂ ।
                 ଜଗାଦ କନ୍ଯା ବଚନଂ ଚ ସପ୍ତମମ୍ ॥୭

    ଅର୍ଥାତ୍ --> ( *କନ୍ଯା* ବରକୁ କହିଥାନ୍ତି--- ) 

ତୀର୍ଥ, ବ୍ରତୋଧ୍ୟାପନ, ଯଜ୍ଞ, ଦାନ, ହବ୍ୟଦାନ ଦ୍ବାରା (୧)ଦେବତାଙ୍କ ପୂଜନ, 
(୨)କବ୍ୟଦାନ ଦ୍ବାରା ପିତୃଗଣଙ୍କ ପୂଜନ, 
(୩)କୁଟୁମ୍ବର ରକ୍ଷା ଏବଂ ପାଳନ, 
(୪)ପଶୁପାଳନ, 
(୫)ଆୟବ୍ୟୟ ଆଦିର ବ୍ୟବସ୍ଥା, 
(୬)ଦେବାଳୟ, ବଗିଚା, ତଡାଗ, କୂପ, ବାମ୍ଫୀ ଆଦି ତିଆରି କରିବା, 
(୭)ସ୍ବଦେଶ କିମ୍ବା ପରଦେଶରେ କ୍ରୟ ବିକ୍ରୟ -- ଯାହା କିଛି ତୁମେ କରିବ, ସବୁଥିରେ ମୁଁ ତୁମର ବାମାଙ୍ଗିନୀ ରହିବି । 
(୮)ତୁମେ କେବେ ମଧ୍ୟ ପରକୀୟା ସ୍ତ୍ରୀ ସେବନ କରିବ ନାହିଁ, ଇତ୍ୟାଦି ......॥

 🙏🙏🙏🙏🙏🙏🙏   
ତେବେ ଏଠାରେ ପ୍ରଶ୍ନ ଉଠେ ଯେ, କନ୍ୟାର ଏହି ସବୁ କଥା, ବର କ'ଣ ବୁଝି ପାରିଥାଏ କି ? 

ଦ୍ବିତୀୟ କଥା ହେଲା -- 

                  { ସପ୍ତପଦୀ ଆଉ ଏକ ଉଦାହରଣ }

   ଧନଂ ଧାନ୍ୟଂ ଚ ମିଷ୍ଟାନ୍ନଂ ବ୍ୟଞ୍ଜନାଦ୍ୟଂ ଚ ଯଦ୍ ଗୃହେ ।
   ମଦଧୀନଂ  ଚ  କର୍ତ୍ତବ୍ୟଂ  ବଧୂରାଦ୍ୟେ  ପଦେ ବଦେତ୍ ॥୧

   କୁଟୁମ୍ବଂ    ରକ୍ଷୟିଷ୍ୟାମି    ସଦା   ତେ   ମଞ୍ଜୁଭାଷିଣୀ ।
   ଦୁଃଖେ  ଧୀରା  ସୁଖେ  ହୃଷ୍ଟା ଦ୍ବିତୀୟେ ସାବ୍ରବୀଦ୍ବଚଃ ॥୨

   ପତିଭକ୍ତିରତା    ନିତ୍ୟଂ    କ୍ରୀଡିଷ୍ୟାମି    ତ୍ଵୟା    ସହ ।
   ତ୍ବଦନ୍ୟଂ  ନ  ନରଂ  ମଂସ୍ୟେ ତୃତୀୟେ ସାବ୍ରବୀଦିୟମ୍ ॥୩

   ଳାଳୟାମି   ଚ   କେଶାନ୍ତଂ   ଗନ୍ଧମାଲ୍ୟାନୁଲେପନୈଃ ।
   କାଞ୍ଚନୈର୍ଭୂଷଣୈସ୍ତୁଭ୍ୟଂ ତୁରୀୟେ  ସା  ପଦେ ବଦେତ୍ ॥୪

   ଆର୍ତ୍ତେ    ଆର୍ତ୍ତା     ଭବିଷ୍ୟାମି    ସୁଖଦୁଃଖବିଭାଗିନୀ ।
   ତବାଜ୍ଞାଂ  ପଳୟିଷ୍ୟାମି  ପଞ୍ଚମେ  ସା  ପଦେ  ବଦେତ୍ ॥୫

   ଯଜ୍ଞେ  ହୋମେ  ଚ  ଦାନାଦୌ  ଭବିଷ୍ୟାମି ତ୍ଵୟା ସହ ।
   ଧର୍ମାର୍ଥକାମକାର୍ଯ୍ୟେଷୁ  ବଧୂଃ  ଷଷ୍ଠେ ପଦେ   ବଦେତ୍ ॥୬

   ଅନ୍ତ୍ରାଂଶେ   ସାକ୍ଷିଣୋ  ଦେବା  ମନୋଭାବପ୍ରବୋଧିନଃ ।
   ବଞ୍ଚନଂ  ନ  କରିଷ୍ୟାମି  ସପ୍ତମେ  ସା  ପଦେ  ବଦେତ୍ ॥୭

    *"" ବଧୂ କହିଥାଏ କି --->* "" 

ଧନ-ଧାନ୍ୟ, ମିଷ୍ଟାନ୍ନ ଆଦି ଯାହାକିଛି ଗୃହରେ ରହିଛି, ସବୁକିଛି ମୋର ଅଧିନରେ ରହିବ ।

 ମୁଁ ସର୍ବଦା :(୧)ମଧୁରଭାଷିଣୀ, (୨)କୁଟୁମ୍ବଙ୍କ ରକ୍ଷାକାରୀ, (୩)ଦୁଃଖରେ ଧୀର ଓ ସୁଖରେ ପ୍ରସନ୍ନ ରହିବି । 
(୪)ପତିପରାୟଣ ରହି ତୁମ ସାଥିରେ ହିଁ ବିହାର କରିବି, ତୁମ ବିନା ଅନ୍ୟ କୌଣସି ପୁରୁଷକୁ ପୁରୁଷ ବୋଲି ବିଚାର ହିଁ କରିବି ନାହିଁ । 
(୫)ଗନ୍ଧ, ମାଲ୍ୟ, ଲେପନ, ଭୂଷଣ ଆଦିରେ ତୁମକୁ ସର୍ବଦା ପ୍ରସନ୍ନ କରିବି । 
(୬)ମୁଁ ସର୍ବଦା ତୁମର ଦୁଃଖରେ ଦୁଃଖିନୀ ଓ ସୁଖରେ ସୁଖିନୀ ହୋଇ ତୁମ ଆଜ୍ଞାକୁ ପାଳନ କରିବି । 
(୭)ଯଜ୍ଞ, ଦାନ, ହୋମ ତଥା ଅନ୍ୟ ସମସ୍ତ :
ଧର୍ମ, ଅର୍ଥ, କାମ'ର , ସାଧକ କାର୍ଯ୍ୟରେ , ସର୍ବଦା ତୁମର ସାଥିରେ ରହିବି । 

ମୋର ଏହି ପ୍ରତିଜ୍ଞାରେ, ଅନ୍ତର୍ଯ୍ୟାମୀ ଦେବତାଗଣ ସାକ୍ଷୀ ଅଛନ୍ତି,।

 ମୁଁ କେବେମଧ୍ୟ ତୁମର ବଞ୍ଚନା କରିବି ନାହିଁ ""। 

ଇତ୍ୟାଦି ପ୍ରତିଜ୍ଞା ଗୁଡିକ ସପ୍ତପଦୀ ଗମନ ସମୟରେ ବଧୂ କରିଥାଏ ॥
🙏🙏🙏🙏🙏🙏🙏
     
ଶେଷରେ ବର ତାକୁ ଏହି ଶବ୍ଦରେ ସ୍ବୀକାର କରିଥାଏ କି --

      ॐ ମମ ବ୍ରତେ ତେ ହୃଦୟଂ ଦଧାମି 
                    ମମ     ଚିତ୍ତମନୁ    ଚିତ୍ତଂ    ତେଽସ୍ତୁ ।
      ମମ      ବାଚମେକମନା     ଜୁଷସ୍ବ 
                   ପ୍ରଜାପତିଷ୍ଟ୍ବା   ବି   ଯୁନକ୍ତୁ    ମହ୍ବାମ୍ ॥
      
ମଦୀୟଚିତ୍ତାନୁଗତଂ      ଚ      ଚିତ୍ତଂ 
                   ସଦା       ମମାଜ୍ଞାପରିପାଳନଂ    ଚ ।
      ପତିବ୍ରତା     ଧର୍ମପରାୟଣା        ସ୍ବଂ 
                   କୁର୍ଯ୍ୟାଃ  ସଦା   ସର୍ବମିମଂ   ପ୍ରଯତ୍ନମ୍ ॥
🙏🙏🙏
     "" (୧)ନିଜର ହୃଦୟ ମୋର କାମରେ ଲଗାଅ, (୨)ନିଜର ଚିତ୍ତ ମୋର ଚିତ୍ତର ଅନୁରୂପ କର, (୩)ତୁମେ ମୋର ମନରେ ନିଜର ମନ ମିଳନକରି ମୋର ବଚନର ପାଳନ କର । (୪)ପ୍ରଜାପତି ତୁମକୁ ମୋତେ ପ୍ରସନ୍ନ କରିବାରେ ପ୍ରବୃତ୍ତ କରନ୍ତୁ । (୫)ତୁମେ ପତିବ୍ରତା, ଧର୍ମପରାୟଣା, ସଦା ମଦ୍-ଗତଚିତ୍ତା, ମୋର ଆଜ୍ଞାକାରିଣୀ ଆଉ ନିଜର ପ୍ରତିଜ୍ଞା ଅନୁସାରେ କାର୍ଯ୍ୟ କରିବାରେ ତତ୍ପର ରୁହ ""॥

    ଏହିପ୍ରକାର ବିବାହରୂପୀ ପବିତ୍ର ସଂସ୍କାର ସୂତ୍ରରେ, (୧)ବର-ବଧୂକୁ ଆବଦ୍ଧକରି, (୨)ଦୁହିଁଙ୍କ ଉଚ୍ଛୃଙ୍ଖଳ, ଅନର୍ଗଳ ଭୋଗପ୍ରବୃତ୍ତି ଗୁଡିକୁ ସଂଯତ ଆଉ ନିୟନ୍ତ୍ରିତ କରାଯାଇଥାଏ (୩)ତଥା ଦୁହିଁଙ୍କୁ ଧର୍ମାନୁକୂଳ କାମ-ଅର୍ଥର ସେବନ ଆଉ ଧର୍ମାର୍ଜନରେ ପ୍ରବୃତ୍ତ କରାଯାଇଥାଏ ॥

    ବସ୍ତୁତଃ ପତିପତ୍ନୀ ଭିତରେ ପବିତ୍ର ପ୍ରେମ ତଥା ଏକାତ୍ମତାରେ ହିଁ, ଗୃହସ୍ଥ ଜୀବନର ସୁଖ-ଶାନ୍ତି, ଉତ୍ତମ ସନ୍ତାନର ଉତ୍ପତ୍ତି, ଦୁହିଁଙ୍କ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ । 

ପତି-ପତ୍ନୀ ଭିତରେ ଅତୁଟ ପ୍ରେମ, ଦୁହିଁଙ୍କ ପ୍ରକୃତି-ପ୍ରବୃତ୍ତିର ମିଳନରେ ହିଁ ସମ୍ଭବ ଅଟେ ॥

    ଏହି କାରଣରୁ, ଆମର ଧର୍ମାଚାର୍ଯ୍ୟମାନେ, ବିବାହର ପ୍ରଥମେ,

 ଲକ୍ଷଣ, କୁଳ, ଶୀଳ, ବୟସ, ଜାତି ତଥା ଜନ୍ମପତ୍ରିକା ମିଳାଇବା ଆଦି ଅନେକ ବିଷୟ ଉପରେ ବିଚାର କରିବା ପାଇଁ ବିଧାନ କରିଛନ୍ତି । 

ଏହି କାରଣରୁ, ଆମର ଏଠାରେ ଅସବର୍ଣ୍ଣ-ବିବାହ, ସଗୋତ୍ର-ବିବାହ, ବରଠାରୁ ଅଧିକ ବୟସର କନ୍ୟାକୁ ବିବାହ, ବିଧବା-ବିବାହ ଆଦି ସବୁ ଧର୍ମବିରୁଦ୍ଧ ଅଟେ ॥

ନାରାୟଣ ନାରାୟଣ

Post a Comment

Previous Post Next Post