.  *❀꧁❣️ସପ୍ତବିଧ ଆଚାର❣️꧂❀*

♾️♾️♾️♾️⭕⭕♾️♾️♾️♾️

ବିଶ୍ୱସାରତନ୍ତ୍ର ଚତୁର୍ବିଂଶତି ପଟଳରେ ସପ୍ତବିଧ ଆଚାରର ବର୍ଣ୍ଣନା କରାଯାଇଛି । ସେଗୁଡ଼ିକ ହେଲେ 
(୧) ବେଦାଚାର 
(୨) ବୈଷ୍ଣବାଚାର 
(୩) ଶୈବାଚାର 
(୪) ଦକ୍ଷିଣାଚାର 
(୫) ବାମାଚାର 
(୬) ସିଦ୍ଧାନ୍ତାଚାର ଓ 
(୭) କୌକାଚାର ।

*ବେଦାଚାର* - ବ୍ରାହ୍ମମୁହୂର୍ତ୍ତରେ ସହସ୍ରାର ପଦ୍ମରେ ଗୁରୁଦେବଙ୍କ ଧ୍ୟାନ ବାଗଭବବୀଜ ଜପପୂର୍ବକ କୁଣ୍ଡଳିନୀ ଶକ୍ତିର ଧ୍ୟାନ ଏବଂ ବେଦ ବିହିତ କର୍ମପୂର୍ବକ ସାଧକର ବାହ୍ୟଶୁଦ୍ଧିକୁ ବେଦାଚାର କୁହାଯାଏ ।

*ବୈଷ୍ଣବାଚାର* – ସମସ୍ତ ପ୍ରକାର ବେଦାଚାର ନିୟମ ପାଳନ ପୂର୍ବକ ବିଷ୍ଣୁପୂଜା କରି ଜଗତକୁ ବିଷ୍ଣୁମୟ ଦେଖୁବା ହିଁ ବୈଷ୍ଣବାଚାରର ବିଧି । ଏହା ଫଳରେ ସାଧକର ଚିତ୍ତ ଶୁଦ୍ଧି ହୋଇଥାଏ । ତନ୍ତ୍ରଶାସ୍ତ୍ରରେ ବୈଷ୍ଣବଚାରକୁ ଭକ୍ତି ର ଅବସ୍ଥାବିଶେଷ ବୋଲି କୁହାଯାଇଥାଏ ।

*ଶୈବାଚାର* – ବେଦାଚାର ଓ ବୈଷ୍ଣବାଚାରରେ ଧୂରୀଣ ହେବା ପରେ ସାଧକ ଶୈବାଚାର ପ୍ରତି ମନ ବଳାଇଥାଏ । ଏହି ଆଚାରର ପ୍ରଥମ ନିୟମ ହେଉଛି – ସମସ୍ତ କାର୍ଯ୍ୟରେ ଶିବଭାବାପନ୍ନ ହେବା । ଗୁରୁଙ୍କ ଦ୍ଵାରା ଉପଦିଷ୍ଟ ସମସ୍ତ ବିଷୟକୁ ସାଧକ ଏହି ଅବସ୍ଥା ମଧ୍ୟରେ ଆୟତ୍ତ କରିବାକୁ ଚେଷ୍ଟା କରିଥାଏ । ଗୁରୁ ମଧ୍ୟ ଏହି ସମୟରେ ଶିଷ୍ୟର ସମସ୍ତ ସଂଶୟ ଦୂର କରିବା ଲାଗି ବହୁ ରୂଢ଼ତତ୍ୱର ବ୍ୟାଖ୍ୟା କରିଥାଆନ୍ତି । ଅତଏବ ଏହି ଅବସ୍ଥା ହେଉଛି ସାଧକର ଜ୍ଞାନାର୍ଜନମାର୍ଗ ।
🧩🧩🧩🧩🧩🧩🧩🧩🧩🧩
*ଦକ୍ଷିଣାଚାର* – ଦକ୍ଷିଣାଚାରରେ ଦୀକ୍ଷିତ ହେବା ମାତ୍ରେ ସାଧକ ପୂର୍ବୋକ୍ତ ଆଚାରଗୁଡ଼ିକୁ ଯଥାରୀତିରେ ପାଳନ କରିବା ସଙ୍ଗେ ସଙ୍ଗେ ରାତ୍ରିରେ ଜଗଦମ୍ବିକାଙ୍କର ପୂଜା ଆରମ୍ଭ କରିଥାଏ । ଏତଦ୍‌ବ୍ୟତୀତ ଏକାନ୍ତ ସ୍ଥାନରେ ବସି ଅର୍ଥାତ୍ ବିପୂଳ ନଦୀକୂଳ ଆଦି ସ୍ଥାନରେ ରୁଦ୍ରାକ୍ଷ, ଶଙ୍ଖ ପ୍ରଭୃତି ମାଳରେ ଜପ କରିବା ଏହି ଆଚାରର ଏକ ପ୍ରଧାନ
ନିୟମ । ଦକ୍ଷିଣାମୂର୍ତ୍ତି ନାମକ ମହର୍ଷି ଏହି ଆଚାର ପ୍ରଚଳନ କରିଥିଲେ । ଦକ୍ଷିଣ ଶବ୍ଦର ଅର୍ଥ ହେଉଅଛି ଅନୁକୂଳ ଓ ସରଳ । ଏହି ଅବସ୍ଥାରେ ପ୍ରଥମତଃ ଅତିଶୁଦ୍ଧ ଏବଂ  ସେ
ଶାନ୍ତାନୁଶୀଳନ ଜ୍ଞାନରେ ଦୃଢ଼ଭାବନା ଜାତ ହୋଇଥାଏ ।

*ବାମାଚାର* - ପୂର୍ବୋକ୍ତ ଚାରିଗୋଟି ଆଚାରରେ ସାଧକ ବୀରଭାବାପନ୍ନ ହୋଇ ବାମାଚାରରେ ପ୍ରବୃତ୍ତ ହୋଇଥାଏ । ବାମାଚାର ମାର୍ଗରେ ଚକ୍ରପୂଜା ଏକ ପ୍ରଧାନ
ଉପଜୀବ୍ୟ ବୋଲି ଶାସ୍ତ୍ରକାରମାନେ କହିଥାନ୍ତି । ତେଣୁ ଏହି ବାମାଚାର ଅତ୍ୟନ୍ତଗୋପନୀୟ । ବାମାଚାର ସାଧନ ଫଳରେ ସାଧକ ମନରେ ନିର୍ବେଦଭାବ ଜାତ ହୋଇଥାଏ । ଏହି ନିର୍ବେଦ ଫଳରେ ସାଧକ ମନରେ ଆଧ୍ୟାତ୍ମିକ ଭାବ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ନାନାପ୍ରକାର ଉତ୍କଣ୍ଠା ଜାତ ହୋଇଥାଏ । ସେହି ଭଣ୍ଡାର ନିରାକରଣ ହିଁ ସଂସାର ବନ୍ଧନର ବିମୁକ୍ତି ବୋଲି ତନ୍ତ୍ରଚାର୍ଯ୍ୟମାନେ କହିଥାନ୍ତି ।

*ସିଦ୍ଧାନ୍ତାଚାର* – ସିଦ୍ଧାନ୍ତାଚାରରେ ପ୍ରବେଶ କରିବା ପୂର୍ବରୁ ସାଧକ ପୂର୍ବୋକ୍ତ ପାଞ୍ଚଗୋଟି ଆଚାରରେ ସିଦ୍ଧିଲାଭ କରିଥାଏ । ଏହି ଆଚାର ସମ୍ପନ୍ନ କରିବା ସମୟରେ ସାଧକ ରୁଦ୍ରାକ୍ଷ ଆଦି ମାଳା ଧାରଣ କରି ଭୈରବ ବେଶରେ ସଜ୍ଜିତ ହୁଏ ଏବଂ ଦକ୍ଷିଣ ଓ ବାମାଚାର ଅତିକ୍ରମ କରି ସେ ବ୍ରହ୍ମାନନ୍ଦ ସୁଖ ଅନୁଭବ କରେ

*କୌଳାଚାର* – ବେଦାଚାରଠାରୁ ସିଦ୍ଧାନ୍ତଚାର ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ସାଧକ ଧୂରୀଣ ହେବାପରେ କୌଳାଚାରରେ ପ୍ରବେଶ କରେ । ଏହି ଅବସ୍ଥାରେ ସାଧକର ଚିର ପ୍ରଶାନ୍ତ ତଥା ସମଦୃଷ୍ଟି ସମ୍ପନ୍ନ ହୋଇଥାଏ । ସେ ଅବସ୍ଥାରେ ସାଧକ ମନରେ ପଙ୍କ ଓ ଚନ୍ଦନ ,ତୃଣ ଓ ତଳ୍ପ  ଶତ୍ରୁ ଓ ମିତ୍ରର ଭେଦ ରହେ ନାହିଁ । 

ତୃଣ ଓ ତରୁ ତଥା ଋତୁ ଓ ମିତ୍ରର ଭେଦ ରହେ ନାହିଁ ।

ସଂଗୃହିତ

✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Post a Comment

Previous Post Next Post