*❀꧁❣️ଆଜିର ଭକ୍ତିକଥା❣️꧂❀*


 _*ଯଦି ମୁଁ ନଥାନ୍ତି, ତେବେ କଣ ହୋଇଥାନ୍ତା ?*_

  ''ଅଶୋକ ବାଟିକା"ରେ ଯେଉଁ ସମୟରେ ରାବଣ କ୍ରୋଧ ଯୁକ୍ତ ହୋଇ, ଖଣ୍ଡା ଧରି ମାତା ସୀତାଙ୍କୁ ମାରିବା ପାଇଁ ଉଦ୍ୟତ ହୁଅନ୍ତେ, ହନୁମାନଜୀଙ୍କୁ ଲାଗିଲା ଯେ ସେହି ଖଣ୍ଡାଟିକୁ ତାଠାରୁ ଛଡେଇ ତା'ର ମୁଣ୍ଡ ଗଣ୍ଡି ଅଲଗା କରି ଦେବା ଉଚିତ୍ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଦେଖିଲେ ମନ୍ଦୋଦରୀ ରାବଣର ହାତକୁ ଧରି ପକାଇଲେ। ଏହା ଦେଖି ସେ ଗଦଗଦ୍ ହୋଇଗଲେ ଏବଂ ଚିନ୍ତା କଲେ ଯଦି ଆଗକୁ ଯାଇଥାନ୍ତି ମୋର ଭୁଲ୍ ହୋଇଯାଇଥାନ୍ତା???

ବେଳେ ବେଳେ ଆମକୁ ମଧ୍ୟ ଏପରି ଭ୍ରମ ହୋଇଥାଏ କି ଯଦି ମୁଁ ନଥାନ୍ତି ତେବେ କଣ ହୋଇଥାନ୍ତା? କିନ୍ତୁ ଏ କଣ ହେଲା? ସୀତାଜୀଙ୍କୁ ବଞ୍ଚେଇବା କାର୍ଯ୍ୟ ପ୍ରଭୁ ରାବଣର ପତ୍ନୀକୁ ହିଁ ଦେଇଥିଲେ । ତେଣୁ ହନୁମାନଜୀ ବୁଝିଗଲେ, ପ୍ରଭୁ ଯିଏ ଯେଉଁ କାର୍ଯ୍ୟ କରିପାରିବ ତାକୁ ହିଁ ସେହି ଦାୟିତ୍ବ ଦେଇଥାଆନ୍ତି ବା କରେଇଥାନ୍ତି। ଯେତେବେଳେ ତ୍ରିଜଟା କହିଲେ କି ଲଙ୍କାକୁ ବାନରଟିଏ ଆସିଛି ଏବଂ ସେ ଲଙ୍କାକୁ ଜଳେଇ ଦେବ, ହନୁମାନଜୀ ବଡ ଚିନ୍ତାରେ ପଡିଗଲେ କି ପ୍ରଭୁ ତ ଲଙ୍କା ଜଳେଇବାକୁ କହି ନାହାଁନ୍ତି, ଏବଂ ତ୍ରିଜଟା କହୁଛନ୍ତି କି ସେ ସ୍ବପରେ ଦେଖିଛି କି ଗୋଟିଏ ବାନର ଲଙ୍କାକୁ ଜଳେଇ ଦେଉଛି। ତେବେ ଏଠାରେ କଣ କରିବା ଉଚିତ୍, ଠିକ୍ ଅଛି ଯାହା ପ୍ରଭୁଙ୍କ ଇଛା ।

ଯେତେବେଳେ ରାବଣର ସୈନିକ ହନୁମାନଜୀଙ୍କୁ ମାରିବା ନିମନ୍ତେ ଦୌଡିଲେ, ହନୁମାନଜୀ ନିଜକୁ ରକ୍ଷା କରିବା ପାଇଁ ଟିକିଏ ବି ଚେଷ୍ଟା କରି ନଥିଲେ ଏବଂ ଯେତେବେଳେ ବିଭୀଷଣ ଆସି କହିଲେ ଦୂତକୁ ମାରିବା ଅନୀତି, ହନୁମାନଜୀ ବୁଝିଗଲେ କି ମୋତେ ବଞ୍ଚେଇବାକୁ ପ୍ରଭୁ ଏହି ଉପାୟ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ପରାକାଷ୍ଠା ସେତେବେଳେ ହେଲା କି ଯେତେବେଳେ ରାବଣ କହିଲା ଯେ ବାନରକୁ ମାର ନାହିଁ କିନ୍ତୁ ତା ଲାଙ୍ଗୁଡରେ କନା ଗୁଡେଇ, ଘିଅ ଢାଳି ନିଆଁ ଲଗାଇ ଦିଅ ।ସେତିକିବେଳେ ହନୁମାନଜୀ ଭାବିଲେ ଲଙ୍କାବାଲି ତ୍ରିଜଟା ସତ କହୁଥିଲା ନହେଲେ ଲଙ୍କା ଜଳେଇବାକୁ ମୁଁ କେଉଁଠାରୁ ଏତେସବୁ ଘିଅ , ତେଲ, କପଡାଆଦି ଆଣିଥାନ୍ତି? ମାତ୍ର ଏହି ପ୍ରବନ୍ଧ ମଧ ପ୍ରଭୁ ରାବଣ ଦ୍ବାରା କରାଇଦେଲେ ।

*ତେଣୁ ସବୁବେଳେ ମନେ ରଖିବା ଉଚିତ୍ ଯେ ଏହା ସବୁ ଈଶ୍ବରଙ୍କ ବିଧାନ। ଆମେ ସବୁ ନିମିତ୍ତ ମାତ୍ର। ତେଣୁ କେବେହେଲେ ବି ଭୁଲରେ ବି ଭାବିବା ଉଚିତ୍ ନୁହେଁ କି ଯଦି ମୁଁ ନଥାନ୍ତି ତେବେ କଣ ହୋଇଥାନ୍ତା?*

_*ନା ମୁଁ ଶ୍ରେଷ୍ଠ, ନା ମୁଁ ଖାସ୍, ମୁଁ ତ ଛୋଟ, କେବଳ ଭଗବାନଙ୍କର ଦାସ*_

ସବୁ ଦିନ ଏହିଭଳି କିଛି ଲେଖା ପାଇବା ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ। 

✿❁❣️༒ *ଜୟ ଶ୍ରୀରାମ* ༒❣️❁✿

Post a Comment

Previous Post Next Post