ଜନ୍ମେଜୟଙ୍କ ପ୍ରତିଶୋଧ କାହାଣୀ        

        *🌹କଳିଯୁଗର ଆଗମନ🌹*
        
              ଦ୍ବାପର ଯୁଗର ଶେଷ ରାଜା ଥିଲେ ପରୀକ୍ଷିତ । ଅଭିମନ୍ୟୁ ଏବଂ ଉତ୍ତରାଙ୍କ ପୁତ୍ର ତଥା ମଧ୍ଯମ ପାଣ୍ଡବ ଅର୍ଜୁନଙ୍କ ପୌତ୍ର । କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧରେ କୌରବଙ୍କ ସପକ୍ଷରେ ଥିବା ଦ୍ରୋଣପୁତ୍ର ଅଶ୍ବତ୍ଥାମା ଦୁର୍ଯ୍ୟୋଧନଙ୍କ ପ୍ରରୋଚନାରେ ପ୍ରତିଶୋଧ ପରାୟଣ ହୋଇ ପାଣ୍ଡବ ବଂଶକୁ ଅପାଣ୍ଡବା କରିବା ଉଦ୍ଦେଶ୍ଯରେ ଉତ୍ତରାଙ୍କ ଗର୍ଭ ଉପରେ ନାରାୟଣ ଅସ୍ତ୍ର ର ପ୍ରୟୋଗ କରିଥିଲେ । କିନ୍ତୁ ନାରାୟଣଙ୍କ ଅବତାର ରୂପେ ସ୍ୱୟଂ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରର ସୁରକ୍ଷା ବଳୟ ଦ୍ବାରା ସେହି ଅସ୍ତ୍ରର ପ୍ରଭାବ ଉତ୍ତରାଙ୍କ ଗର୍ଭ ଉପରୁ ଅପସରିଗଲା ଏବଂ ଅନ୍ୟ ପକ୍ଷରେ  ନିଜ ଜନ୍ମ ପୂର୍ବରୁ ମାତାଙ୍କ ଗର୍ଭରେ ହିଁ ଜୀବନର ସବୁଠାରୁ ବଡ ପରୀକ୍ଷା ରେ ସଫଳ ପୂର୍ବକ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ତାଙ୍କ ନାମ ପରୀକ୍ଷିତ ଦିଆଗଲା । ଏହାପରେ କ୍ରମେ ସେ ନିଜ ନିଜର ବିଦ୍ଯାଧ୍ଯୟନ ସମାପ୍ତ କରି ରାଜ ସିଂହାସନରେ ଆସୀନ ହେଲେ ।

                ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ମର୍ତ୍ତ୍ଯଲୋକ ରେ ଚାରି ଯୁଗ ରହିଛି । ତାହା ହେଲା ସତ୍ଯଯୁଗ , ତ୍ରେତୟାଯୁଗ , ଦ୍ବାପରଯୁଗ ଏବଂ କଳିଯୁଗ । ଦ୍ବାପର ଯୁଗର ସମାପ୍ତି ବେଳକୁ ଅର୍ଥାତ୍ ସେତେବେଳକୁ ଶ୍ରୀକୃଷ୍ଣ ମର୍ତ୍ତ୍ଯମଣ୍ଡଳ ତ୍ଯାଗ କରି ବୈକୁଣ୍ଠ ଫେରି ଆସିଥିବା ବେଳେ ପାଞ୍ଚ ପାଣ୍ଡବ ଭାଇ ମଧ୍ଯ ପ୍ରାଣ ତ୍ଯାଗ କରିସାରିଥିଲେ । ତେଣୁ କଳିଯୁଗ ଆଗମନ ସମୟରେ ପରାକ୍ରମୀ ରାଜା ପରୀକ୍ଷିତଙ୍କ ଶାସନ ଥିଲା । ପରୀକ୍ଷିତ ଜାଣିଥିଲେ ଯେ ଦ୍ବାପର ଯୁଗ ଶେଷ ହେବାକୁ ଯାଉଛି ଏବଂ କଳିଯୁଗ ଆସୁଛି । ତେଣୁ ସେ ଏହାକୁ ରୋକିବାକୁ ଚେଷ୍ଟା ମଧ୍ଯ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ।

                 ଦିନେ କଳିଯୁଗ ମାନବ ରୂପ ଧାରଣ କରି ଆସିଥିଲେ ଏବଂ ନିଜର ଛଳ ଦ୍ବାରା ରାଜା ପରୀକ୍ଷିତଙ୍କୁ ତାଙ୍କ ରାଜ୍ଯରେ ରହିବା ପାଇଁ ଅନୁମତି ମାଗିଥିଲେ।  ରାଜା ମଧ୍ଯ ସେତେବେଳେ ତାଙ୍କର ଛଳ ନଜାଣିପାରି ତାଙ୍କୁ ନିଜ ରାଜ୍ଯରେ ରହିବା ପାଇଁ ଅନୁମତି ଦେଲେ ।

                 ଏହାପରେ ଦିନେ ସ୍ୱୟଂ ଧର୍ମ ଷଣ୍ଢ ରୂପରେ ଏବଂ ଗାଈ ରୂପରେ ଥିବା ଧରିତ୍ରୀ ମାତା ଙ୍କୁ ସ୍ଵରସ୍ବତୀ ନଦୀ କୂଳ ରେ ଦେଖା କଲେ । ଗାଈ ରୂପରେ ପୃଥିବୀ ମାତା ଙ୍କ ଚକ୍ଷୁ ଅଶ୍ରୁପୂର୍ଣ୍ଣ ଥିଲା ।ଏହା ଦେଖି ଧର୍ମ ତାଙ୍କୁ ତାଙ୍କ କାନ୍ଦିବାର କାରଣ ପଚାରିଲେ ।

                  ଧର୍ମ କହିଲେ , ଦେବୀ କ'ଣ ତମେ ଏହା ଦେଖି କାନ୍ଦୁଛ ଯେ ମୋର କେବଳ ଗୋଟେ ହିଁ ଗୋଡ ଅଛି ନା ଆଉ ତୁମେ ଭାବୁଛ ଯେ ଏହା ପରେ ତୁମ ଉପରେ ଖରାପ ଶାସନ ହେବ । ଏହି କଥା ଶୁଣି ପୃଥିବୀ ଦେବୀ କହିଲେ , ହେ ସତ୍ୟ ତମେ ତ ମୋ ଦୁଃଖ ର କାରଣ ଜାଣିଛ । ସବୁ ଜାଣି ପଚାରିବା ର ଲାଭ ବା କ'ଣ ? 
  
                   ସତ୍ୟ , ପବିତ୍ରତା , କ୍ଷମା , ଦୟା , ଶାସ୍ତ୍ରବିଚାର , ଜ୍ଞାନ , ବୈରାଗ୍ୟ , ଐଶ୍ବର୍ଯ୍ୟ , ନିର୍ଭୀକତା , କୋମଳ ଆଦି ଗୁଣ ର ସ୍ୱାମୀ ଭଗବାନ ଶ୍ରୀକୃଷ୍ଣଙ୍କ ଚାଲିଯିବା କାରଣ ରୁ କଳି ଯୁଗ ମୋ ଉପରେ ଅଧିକୃତ କରି ନେଇଛନ୍ତି ।                                    
ସେତେ ବେଳେ ଭଗବାନ ଶ୍ରୀକୃଷ୍ଣ ଙ୍କ ଚରଣ ମୋ ଉପରେ ପଡିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଥିଲି । ପରନ୍ତୁ ଏବେ ଆଉ ସେମିତି ହେବନି । ଏବେ ମୋ ସୌଭାଗ୍ୟ ସମାପ୍ତ ହୋଇଯାଇଛି ।ଧର୍ମ ଆଉ ପୃଥିବୀ ବସି କଥା ହେଉଥିଲେ ଠିକ ସେହି ସମୟ ରେ ଅସୁର ରୂପରେ କଳି ଆସି ପହଁଚିଲେ ଓ ସେ ଦୁହିଁଙ୍କୁ ନିଷ୍ଠୁର ଭାବରେ ମାରିବାକୁ ଲାଗିଲେ ।

                   ସେହି ସମୟରେ ରାଜା ପରୀକ୍ଷିତ ଶିକାର କରିବା ପାଇଁ ସେପଟେ ଯାଉଥିଲେ । ସେ ଏହି ଦୃଶ୍ୟ ଦେଖି କଳି ଯୁଗ ଉପରେ କ୍ରୋଧିତ ହେଲେ । ସେ କହିଲେ , ' ଦୁଷ୍ଟ ପାପୀ , ତୁ କିଏ ? ଏ ନିରୀହ ଗାଈ ଆଉ ଷଣ୍ଢ କୁ ତୁ କାହିଁକି ମାରୁଛୁ ? ତୁ ନିନ୍ଦନୀୟ ଅପରାଧ କରିଛୁ , ତୋର ଅପରାଧ କ୍ଷମା ର ଯୋଗ୍ୟ ନୁହେଁ , ତୋର ବଦ୍ଧ ନିଶ୍ଚିତ ଅଟେ । ରାଜା ପରୀକ୍ଷିତ ଗାଈ ରୂପୀ ଧରିତ୍ରୀ ଆଉ ଷଣ୍ଢ ରୂପୀ ଧର୍ମ କୁ ଚିହ୍ନି ପାରିଲେ । ରାଜା ପରୀକ୍ଷିତ କହିଲେ ହେ ଧର୍ମ ସତ୍ୟ ଯୁଗ ରେ ଆପଣଙ୍କର ତପ , ପବିତ୍ରତା , ଦୟା ଆଉ ସତ୍ୟ ଚାରିଟି ଚରଣ ଥିଲା । ତ୍ରେତୟାଯୁଗ ରେ ତିନୋଟି , ଦ୍ୱାପରଯୁଗ ରେ ଦୁଇଟି , ଆଉ କଳି ଯୁଗ କାରଣ ରେ ଗୋଟେ ହିଁ ଚରଣ ରହି ଯାଇଛି । ପୃଥିବୀ ଦେବୀ ମଧ୍ଯ ଏହି କଥା ରୁ ଦୁଃଖି ଥିଲେ । ଏତିକି କହି ରାଜା ପରୀକ୍ଷିତ ତାଙ୍କର ଖଣ୍ଡା କାଢି କଳି ଯୁଗ କୁ ମାରିବାକୁ ଆଗେଇ ଆସିଲେ । କଳି ଯୁଗ ରାଜା ଙ୍କ କ୍ରୋଧ ଦେଖି ଭୟଭୀତ ହୋଇ ଥରିବାକୁ ଲାଗିଲେ ।

                 ସେ ତାଙ୍କ ଅସୁର ରୂପ କୁ ତ୍ୟାଗ କରି ରାଜାଙ୍କ ପାଦ ତଳେ ନଇଁ ପଡି କ୍ଷମା ପ୍ରାଥନା କଲେ । ରାଜା କଳି କୁ ଦେଖି ଭାବିଲେ ଶରଣ ରେ ଆସିଥିବା ଆଶ୍ରିତ କୁ ମାରିବା ଉଚିତ ନୁହେଁ । ସେ ତାକୁ କହିଲେ କଳି ତୁ ମୋ ଶରଣ ରେ ଆସିଛୁ ଏଥି ପାଇଁ ମୁଁ ତୋ ଜୀବନ ଛାଡି ଦେଉଛି । କିନ୍ତୁ ଏହି କଥା ମଧ୍ଯ କହିଲେ ଯେ  ଅଧର୍ମ , ପାପ , ଚୋରି , କପଟ , ଦାରିଦ୍ର୍ୟତା ଏସବୁ ର ମୂଳ କାରଣ ତୁ ହିଁ । ତୁ ମୋ ରାଜ୍ୟ ରୁ ଚାଲି ଯା । ରାଜାଙ୍କ କଥା ଶୁଣି କଳି ବ୍ରହ୍ମାଙ୍କ ନିୟମ ଜଣାଇ କହିଥିଲେ , ମହାରାଜ ମୁଁ ଆପଣଙ୍କ ଶାସନରେ ଥିବା ପୃଥିବୀ ଉପରେ । ମୁଁ ଏବେ କୁଆେଡ଼ ଯିବି ? ତେବେ ନିୟମ ଅନୁସାରେ ମୋତେ ଏହିଠାରେ ରହିବା ପାଇଁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଥିଲେ । ପୃଥିବୀ ରେ ଆପଙ୍କ ରାଜତ୍ୱ ଅଛି ଏମିତି ରେ ମୋତେ ସ୍ଥାନ ପ୍ରଦାନ କରନ୍ତୁ ।

                ଏହା ଶୁଣି ରାଜା ବିଚାର କରି କହିଲେ ତୁମେ ଅସତ୍ୟ , ପାପ , କ୍ରୋଧ , କାମ ର ନିବାସ ରୂପେ ଜୁଆ , ମଦ , ବେଶ୍ଯାଳୟ ଓ ହିଂସା ଏହି ଚାରୋଟି ସ୍ଥାନ ରେ ରହି ପାରିବ । ଏହା ଶୁଣି କଳି କହିଲା ଏ ଚାରୋଟି ସ୍ଥାନ ମୋ ପାଇଁ ପ୍ରଯ୍ୟାପ୍ତ ନୁହେଁ । ମୋତେ ଆଉ କିଛି ସ୍ଥାନ ଦିଅନ୍ତୁ  ।
              
                ଏହା ଶୁଣି ସୁନା ( ସ୍ବର୍ଣ୍ଣ ) କୁ ପଞ୍ଚମ ସ୍ଥାନ ହିସାବ ରେ ତାଙ୍କୁ ଦେଲେ । କିନ୍ତୁ ରାଜା ଏହି କଥା ଭୁଲି ଯାଇଥିଲେ ଯେ ସେ ସ୍ବୟଂ ସ୍ବର୍ଣ୍ଣ ମୁକୁଟ ପିନ୍ଧିଛନ୍ତି । ଏହା ପରେ କଳି ପରୋକ୍ଷ ରୂପରେ ସେଠୁ ପଳାଇଲେ ମାତ୍ର ସେ ପରେ ଅଦୃଶ୍ୟ ରୂପରେ ରାଜା ଙ୍କ ସୁନା ମୁକୁଟ ରେ ଓ ଆଉ ଚାରୋଟି ସ୍ଥାନ ରେ ରହିଲେ । ରାଜାଙ୍କ ମୁକୁଟ ଯୋଗେ ତାଙ୍କର ସମସ୍ତ ଭାବନା ତଥା ଚିନ୍ତାଧାରାକୁ ନିଜର ପ୍ରଭାବ ଦ୍ବାରା ପ୍ରଭାବିତ କଲେ ।

          *କ୍ରମଶଃ...............*


❁❣️༒ *ଜୟ ଶ୍ରୀ ରାଧେକୃଷ୍ଣ* ༒❣️❁

Post a Comment

Previous Post Next Post