ଶ୍ରୀଜଗନ୍ନାଥ ସଂସ୍କୃତି ଅନନ୍ଯ ପରମ୍ପରା #ଛେରାପହଁରା 


ଶାନ୍ତି, ମୈତ୍ରୀ ଓ ପ୍ରୀତିର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ ଉତ୍କଳର ପ୍ରାଣଧନ ହେଲେ ମଧ୍ୟ ସେ କେବଳ ଉତ୍କଳର ନାଥ ନୁହଁନ୍ତି ବରଂ ଜଗତର ନାଥ ଭାବରେ ତାଙ୍କର ସର୍ବାଧୁନାୟକତ୍ଵ ଘୋଷିତ ହୋଇଆସୁଛି । ତେଣୁ ତାଙ୍କୁ ସର୍ବଦେବାପତି ବୋଲି ଅଭିହିତ କରି ସ୍କନ୍ଦପୁରାଣ ପ୍ରକାଶ କରିଛି। 

ସର୍ବେଷାଂ ଚୈବ ଦେବାନାଂ ରାଜା ଶ୍ରୀପୁରୁଷୋତ୍ତମମ୍' । 

ସେ ଦେବାଧିପତି ହେଲେ ମଧ୍ୟ ଭକ୍ତର ହୃଦୟାପତି । ଜାତିବର ବିଭେଦ ତାଙ୍କ ନିକଟରେ ନଥାଏ । ସେଇଥି ପାଇଁ ଭକ୍ତ ସାଲବେଗ, ଯ ବ ନ ହ ରି ଦାସ, ସନ୍ଥ କବୀର, ରଘୁଅରକ୍ଷିତ ଓ ଦାସିଆ ବାଉରି ଭଳି ଭିନ୍ନ ଧର୍ମାବଲମ୍ବୀ ତଥା ଦଳିତ ସମ୍ପ୍ରଦାୟର ଭକ୍ତ ଜନ ମଧ୍ୟ ତାଙ୍କର କୃପାଲାଭ କରିପାରିଛନ୍ତି । ତାଙ୍କର ନୀତି, ବେଶ ଓ ଯାତ୍ରାରୁ ମାନବୀୟ ଆଚ ର ଣ ବାରି ହୋଇ ପଡୁଥିବାରୁ ସେ ସମସ୍ତଙ୍କର ଆପଣାର ମନେହୁଅନ୍ତି । ପ୍ରତ୍ୟୁଷରୁ ପ୍ରତିହାରିଙ୍କର ମଣିମା, ମଣିମା ଡାକରେ ତାଙ୍କର ଶଯ୍ୟ ତ୍ୟାଗ, ଦନ୍ତମାର୍ଜନ ଓ ସ୍ନାନବିଧିରୁ ମାନବୀୟ ଦିଗ ସ୍ବତଃ ଉନ୍ମୋଚିତ ହୋଇଥାଏ ।

 ଏପରିକି ଆତ୍ମା ପୁରାତନ କଳେବରକୁ ପରିତ୍ୟାଗ କରି ନୂତନ ଜନ୍ମଗ୍ରହଣ କରିବା ପରି ସେ ମଧ୍ୟ ନିଜର ଜୀର୍ଣ୍ଣ କଳେବରକୁ କୋଇଲି ବୈକୁଣ୍ଠରେ ସମାଧୁସ୍ଥ କରି ‘ନବକଳେବର ହୁଅନ୍ତି । ‘ଯଥା ଦେହେ ତଥା ଦେବେ’ ନୀତିରେ ଶ୍ରୀମନ୍ଦିରରେ ସ୍ନାନ, ଦୋଳ, ଅକ୍ଷୟ ତୃତୀୟା ପ୍ରଭୃତି ଦ୍ଵାଦଶ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାତ୍ର ଏହି ଯାତ୍ରାମାନଙ୍କ ମଧ୍ୟରେ ରଥଯାତ୍ରାର ଶ୍ରେଷ୍ଠତ୍ୱ ଧ୍ବନିତ ହୋଇଆସୁଛି । ରଥଯାତ୍ରା କେବଳ ଏକ ଧାର୍ମିକ ଉପଚାର ନୁହେଁ, ଏହା ଉତ୍କଳୀୟର ପ୍ରାଣତନ୍ତୀରେ ଏକ ଲଳିତ ମୂଚ୍ଛନା । ରଥାରୂଢ଼ା ଶ୍ରୀଜଗନ୍ନାଥଙ୍କର ଦର୍ଶନ ଭକ୍ତ ପ୍ରାଣରେ ଆନନ୍ଦର ଲହରୀ ଖେଳାଇ ଦେଇଥାଏ । ବ୍ରହ୍ମପୁରାଣ, ପଦ୍ମପୁରାଣ, ଯାତ୍ରାଭାଗବତ, ନୀଳାଦ୍ରି ମହୋଦୟ ଓ ବାମଦେବ ସଂହିତା ପ୍ରଭୃତି ଗ୍ରନ୍ଥରେ ଏହାର ସୂଚନା ମିଳିଥାଏ । ଆଷାଢ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ କର୍ତ୍ତକ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରଥରେ ଗୁଣ୍ଡିଚା ଘରକୁ ଯାତ୍ରା ଉତ୍ସବ ରଥଯାତ୍ରା ରୂପେ ଭୁବନ ବିଦିତ । ସେ କେବଳ ଭକ୍ତକୁ ଆମୋଦିତ କରିନଥାନ୍ତି ବରଂ ତା’ର ସମସ୍ତ କଳୁଷ ହରଣ କରି ତାକୁ ପୁର୍ନଜନ୍ମ ରୂପକ ଭବବନ୍ଧନରୁ ମୁକ୍ତି ଦେଇଥାନ୍ତି । ତେଣୁ କୁହାଯାଇଛି ରଥେ ତୁ ବାମ ଦୃଷ୍ଟା ପୁନର୍ଜନ୍ମ ନବିଦ୍ୟତେ ।” ରଥଯାତ୍ରାରେ ଅନୁଷ୍ଠିତ ନୀତି ମାନଙ୍କ ମଧ୍ୟରେ ଛେରାପହଁରା’ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କାଳୀନ ବିଧୁବ୍ୟବସ୍ଥାରେ ଏହା ଏକ ନୂତନ ସଂଯୋଜନା  ଭଳି ପ୍ରତୀୟମାନ ହୋଇଥାଏ । ଏହାର କାଳ ନିର୍ଣ୍ଣୟ ସମ୍ପର୍କରେ ମତାନ୍ତର ପ୍ରକାଶ ପାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ଗବେଷକ ସ୍ବର୍ଗତ ହରିହର ବାହିନୀପତି ଏହି ବିଧ ପ୍ରଚଳନ କରିଥିବା କଥା ପ୍ରକାଶ କରିଛନ୍ତି । ମାତ୍ର ଗଜପତି ପୁରୁଷୋତ୍ତମ ଦେବ ରଥମାର୍ଜନା ରୂପକ ଚଣ୍ଡାଳ କର୍ମକରି କାଞ୍ଚିରାଜା ଶାଳ୍ପ ନରସିଂହଙ୍କ ଦ୍ଵାରା ଚଣ୍ଡାଳ ରୂପେ ଭର୍ପିତ ହୋଇଥିବାରୁ କାଞ୍ଚି ଅଭିଯାନର ସୂତ୍ର ପାତ ହୋଇଥିବା କଥା ପୁରୁଷୋତ୍ତମ ଦାସଙ୍କ ର ‘କାଞ୍ଚିକାବେରୀ କାବ୍ୟାନୁଶୀଳନରୁ ଜଣାଯାଏ । 

ଗଜପତି ପୁରୁଷୋତ୍ତମଦେବ ଏକ ବିଶେଷ ପରିସ୍ଥିତିରେ ପଡି ଏହି ସେବାନୀତି ପ୍ରଚଳନ କରିଥିଲେ ବୋଲି କେତେକ ଆଲୋଚକ ମତ ପୋଷଣ କରିଥାନ୍ତି । କପିଳେନ୍ଦ୍ରଦେବଙ୍କ ପାଟରାଣୀଙ୍କ ଗର୍ଭ ସମ୍ମୁ ତ ହ ମୀର ଦେ ବ ଥିଲେ ଉତ୍କଳ ରାଜସିଂହାସନର ପ୍ରକୃତ ଦାୟାଦ । ମାତ୍ର କପିଳେନ୍ଦ୍ରଦେବଙ୍କ ମୃତ୍ୟୁ ପରେ ହ ମୀର ଦେ ବ ଙ୍କ ଅନୁପସ୍ଥିତି ର ସୁଯୋଗନେଇ ଶ୍ରୀଜଗନ୍ନାଥଙ୍କର କେତେକ ପ୍ରଭାବଶାଳୀ ସେବକ କପିଳେନ୍ଦ୍ରଙ୍କର ଫୁଲବିବାହୀର ପୁତ୍ର ପୁରୁଷୋତ୍ତମଙ୍କୁ ସିଂହାସନରେ ଅଭିଷିକ୍ତ କରାଇଥିଲେ । ସିଂହାସନର ଯୋଗ୍ୟ ଉତ୍ତରାଧୁକାରୀ ହମୀରଦେବ ଜୀବିତ ଥିବାବେଳେ ପୁରୁଷୋତ୍ତମଙ୍କର ସିଂହାସନ ଆରୋହଣ ପ୍ରସଙ୍ଗ ସଂସ୍କୃତି ସଚେତନ ଉତ୍କଳୀୟଙ୍କ ଦ୍ବାରା ଗ୍ରହଣୀୟ ମନେ ନ ହେବାର ଆଶଙ୍କା ଥିବାରୁ ସେମାନେ (ଶ୍ରୀଜଗନ୍ନାଥଙ୍କର ସେବକମାନେ) ଏକ ବିଶେଷ ସେବାବିର ପ୍ରଚଳନ କରି ଜନତାର ପ୍ରିୟଭାଜକ ହେବାକୁ ପରାମର୍ଶ ଦେଇଥିଲେ । ସେବକମାନଙ୍କର ପରାମର୍ଶକ୍ରମେ ସେ ଛେରାପହଁରା ସେବା ବିଧୂର ପ୍ରଚଳନ କରି ଜନମାନସକୁ ପ୍ରଭାବିତ କରିପାରିଥିଲେ । ଏହି ପରମ୍ପରା ସମ୍ପୂର୍ଣ୍ଣ ଭକ୍ତି ସଂଜାତ ନହୋଇ ଆବଶ୍ୟକତା ସସ୍ତୁତ ହୋଇଥିଲେ ମଧ୍ୟ ଶାସକ ଓ ପ୍ରଜାଙ୍କ ମଧ୍ୟରେ ରହିଥିବା ଦୂରତ୍ବକୁ ସଂକୁଚିତ କରି ଶ୍ରୀଜଗନ୍ନାଥ ସଂସ୍କୃତିରେ ଏକ ମହାନ ପରମ୍ପରାର ସୂତ୍ରପାତ କରିଛି

#ଉତ୍କଳ_ସଂସ୍କୃତି_ପରମ୍ପରା_ଓ_ଶ୍ରୀଜଗନ୍ନାଥ

Post a Comment

Previous Post Next Post