(ବିରଭଦ୍ର ଙ୍କ ଆବିର୍ଭାବ ଓ ଦକ୍ଷ ଙ୍କୁ ଦଣ୍ଡ ପ୍ରଦାନ)
ନାରଦଙ୍କ ଠାରୁ ସବିଶେଷ ବିବରଣୀ ଶ୍ରବଣାନ୍ତେ ମହାଦେବ ଙ୍କ ମନରେ ଆଲୋଡନ ସୃଷ୍ଟି ହେଲା। ସତୀଙ୍କ ବିଛେଦ ଯେତିକି କଷ୍ଟ ଦେଲା ତା ଠାରୁ ନିଜ ଗଣ ସେବକଙ୍କ ଉପରେ ଋଭୁଗଣ ଙ୍କ ଆକ୍ରମଣ ବ୍ୟଥିତ କରିବାରୁ ସେ କ୍ରୋଧାନ୍ୱିତ ହୋଇ ଉଠିଲେ ହଠାତ୍ ପାଟିରୁ ବାହାରିପଡିଲା ଦ,,,,କ୍ଷ,,,,,।
          ଆରକ୍ତ ନୟନେ ନିଜ ଜଟା ରୁ କିଛି ଅଂଶ ସହସା ଫିଙ୍ଗି ଦେଲେ।ଘୋର ଗର୍ଜନ ଓ ଭୟଙ୍କର ତେଜ ସହ ପ୍ରକଟିତ ହେଲେ ରୁଦ୍ରାଂଶ ରୁଦ୍ରଙ୍କ ଭୟାବହ ଅବତାର ବିରଭଦ୍ର। ମେଘବର୍ଣ୍ଣ ର ଶରୀର,ଗଗନଶ୍ଚୁମ୍ବି ମସ୍ତକରେ ତ୍ରିନେତ୍ର ସୂର୍ଯ୍ୟ ଙ୍କ ପରି ପ୍ରକାଶ ହେଉଥାନ୍ତି,ସହସ୍ର ଭୂଜ, ଅଗ୍ନିଶିଖା ପରି ଲାଲ ଜଟା,ଗଳାରେ ନର ମୁଣ୍ଡମାଳ, ବିଭିନ୍ନ ଅସ୍ତ୍ରଶସ୍ତ୍ର ରେ ଶୋଭିତ, ହାତଯୋଡି ମହାଦେବ ଙ୍କୁ ବିନମ୍ର ପ୍ରଣାମ କରି କହିଲେ ମୋ ପାଇଁ କଣ ଆଦେଶ ମହାପ୍ରଭୁ।
          ଭୂତନାଥ କହିଲେ ଯାଅ ବୀର ରୁଦ୍ର ,ମୋ ପାର୍ଷଦ ମାନଙ୍କ ଅଧିନାୟକତ୍ବରେ ଦକ୍ଷ ପ୍ରଜାପତି ଓ ତାଙ୍କ ଯଜ୍ଞ କୁ ନଷ୍ଟ କରିଦିଅ।
 ଏଥର ବିକରାଳ ରୂପଧରି ମହାଦେବ ଙ୍କ କ୍ରୋଧ ଅଦ୍ଭୁତ ଦୃଶ୍ୟ ସହ ଆଗକୁ ବଢିଚାଲିଲେ। ଭୟଙ୍କର ସିଂହନାଦ କରି ତ୍ରିଶୂଳ ଧାରଣ ପୂର୍ବକ ବୀରଭଦ୍ର ଯଜ୍ଞ ମଣ୍ଡପ ଦିଗକୁ ଅପ୍ରତିହତ ବେଗରେ ଯିବାକୁ ଦେଖି ଦିଗପାଳ ମାନେ ସ୍ତମ୍ଭିଭୂତ ହୋଇଗଲେ। ଯଜ୍ଞଶାଳା ରେ ଉପସ୍ଥିତ ଋତ୍ବିଜ, ଯଜମାନ, ବ୍ରାହ୍ମଣ ଓ ଅନ୍ୟ ମାନେ ଦୂରରୁ ଭୟଙ୍କର ଧୂଳିଝଡ ଆସୁଥିବା ଅନୁମାନ କରି ବିସ୍ମୟ ପ୍ରକାଶ କରିବା ଭିତରେ ରୁଦ୍ରଗଣ ଯଜ୍ଞ ସ୍ଥଳକୁ ଘେରିଗଲେ। ଆରମ୍ଭ କଲେ ଯଜ୍ଞଧ୍ବଂସ କାର୍ଯ୍ୟକ୍ରମ। କ୍ଷଣକେ ପ୍ରାଗ୍ ବଂଶ,ଆଗ୍ନୀଧ୍ରଶାଳା,ପତ୍ନୀଶାଳା, ସଭା ମଣ୍ଡପ, ଯଜମାନ ଗୃହ ଓ ରୋଷଘର ଧ୍ବଂସ ସ୍ତୁପ ରେ ପରିଣତ ହେଲା। ତୁରନ୍ତ ଯଜ୍ଞକୁଣ୍ଡ କୁ ଅପବିତ୍ର କରି ମୁନୀ ମାନଙ୍କୁ ପରିହାସ କଲେ। ଅସହାୟ ଋଷି ମୁନୀ ନିଜ ସାଧନାରେ ବିରଭଦ୍ର ଙ୍କୁ ଅଟକାଇ ନପାରି ଅସହାୟତା ଅନୁଭବ କରି ପଳାୟନ ଓ ଅଧୋବନ ରେ ମହାଦେବ ଙ୍କୁ ଅପମାନିତ କରିବା ର ପ୍ରତିଫଳ କୁ ଅନୁଭଵ କରି ହତୋତ୍ସାହିତ ସମୟରେ ବୀରଭଦ ସ୍ବୟଂ ଭୃଗୁ ଙ୍କ ଦାଢିନିଶ ଓପାଡି ତାଙ୍କ ଆହୁତି ରୁ ବିରତ କରାଇ ଭଗଦେଵତା ଙ୍କୁ ତଳେ କଚାଡି ତାଙ୍କ ଆଖି ଖୋଳି ପକାଇଲେ ପୂଷାଙ୍କୁ ଏକ ମୁଷ୍ଟି ପ୍ରହାର କରି ତାଙ୍କ ଦାନ୍ତ ଭାଙ୍ଗି ଦେଲେ। ଅବଶେଷ ରେ ଦକ୍ଷ ପ୍ରଜାପତି ଙ୍କୁ ଧରି ତାଙ୍କ ମସ୍ତକକୁ ଦ୍ଵିଖଣ୍ଡିତ କରି ଯଜ୍ଞ କୁଣ୍ଡରେ ନିକ୍ଷେପ କରିଦେଲେ।ଦକ୍ଷିଣାଗ୍ନି ରେ ଦକ୍ଷ ଙ୍କ ଛିନ୍ନ ମସ୍ତକ ପକାଇ ଯଜ୍ଞଶାଳା କୁ ଅଗ୍ନି ରେ ଧ୍ବଂସ କରି କୈଳାସ ପର୍ବତ କୁ ପ୍ରତ୍ୟାବର୍ତ୍ତନ କଲେ।
 କ୍ରମଶଃ,,,

💥💥💥🚩🚩ॐ ନମୋ ଭଗବତେ ବାସୁଦେବାୟ🚩🚩💥💥💥

Post a Comment

Previous Post Next Post