ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପାଳନ


ଆଜି ଶ୍ରୀ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପାଳନ କରାଜିବ-      ଇଦାନୀଂ କୃଷ୍ଣଚନ୍ଦ୍ରସ୍ୟ ଜନ୍ମନେ ପଦ୍ମଲୋଚନ | ଆଗ୍ୟାଂ କୁରୁ ମହାବାହୋ ଦାରୁବ୍ରହ୍ମ  ନମୋଽସ୍ତୁତେ || ଭାଦ୍ର କୃଷ୍ଣ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପୂଜା ଶେଷ ହେବା  ପରେ ଜୟବିଜୟ ଦ୍ବାର ବନ୍ଦ ହୁଏ | ସୁଦୁସୁଆର ସେବକ   ଭଣ୍ଡାର ଦ୍ବାର ଆଗରେ  (ଭିତର କାଠ ସମ୍ମୁଖ ଅଞ୍ଚଳ) ପୋଛା ମାରନ୍ତି |ତତ୍ପରେ ପୂଜାପଣ୍ଡା ସେବକ ପାଞ୍ଚ ବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ କାଟିବେ| ପୂଜାପଣ୍ଡା ବସ୍ତ୍ରରେ ଗୃହ ନିର୍ମାଣ କରିବେ ଦ୍ୱାରଦେଶରେ ଦୁଇଜଣ ଦ୍ଵାରପାଳ ମୂଷଳାୟୁଧ ଧାରଣ କରି ଦଣ୍ଡାୟମାନ ଚିତ୍ର କରାଯାଏ | ପୁନଃ ଷଷ୍ଠୀ ଦେବୀ ସେଠାରେ ଅବସ୍ଥାନ କରନ୍ତି | ମଣ୍ଡଳ ନିକଟରେ ଶାଳ କିମ୍ବା ଶ୍ରୀପର୍ଣ୍ଣ କାଠରେ ଗୋଟିଏ ଭଦ୍ର ପୀଠାସନ ରଖାଯାଏ ସେହି ଆସନ ଉପରେ ଚିତ୍ରପଟ ରଖାଯାଏ | ସେହି ଚିତ୍ରପଟରେ ଗୋଟିଏ ପଦ୍ମ ଅଙ୍କନ ହୋଇଥାଏ | ଏହାପରେ ଗମ୍ଭୀରା ସମ୍ମୁଖ ଅଞ୍ଚଳରେ ପାଣି ପଡି ଧୁଆ ହେବ | ସୁଦୁସୁଆର ମଣ୍ଡଳ ପାଖରେ ପୂଜା ଠା କରିବେ | ପୂଜାପଣ୍ଡା,ପତି ମହାପାତ୍ର ଓ ମୁଦିରସ୍ତ ସେବକ ଜନ୍ମ ଚକଡାରେ ବସି ସଂକଳ୍ପ ବାକ୍ଯ କରିବେ |ଏହାପରେ କଳସରେ ବରୁଣପୂଜା  ହୋଇଥାଏ |ଶ୍ରୀ ମନ୍ଦିରର ଚିତ୍ରକାର ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୃଷ୍ଣଜନ୍ମ  ପଟି ଚିତ୍ର ରୂପା ପଦ୍ମ ପାଖଡା ମଣ୍ଡଳ ଉପରେ ରଖାଯାଏ |ପଦ୍ମ ପାଖୁଡ଼ାରେ ନଅ ମୂର୍ତ୍ତି ରଖାଯାଏ  ମୂର୍ତ୍ତି ସାମ୍ନାରେ ପନ୍ତି ଭୋଗ ହୋଇଥାଏ ଏହିପରେ ଦକ୍ଷିଣି ଘରୁ ମଦନମୋହନ  ଆଣି ରତ୍ନସିଂହାସନ ଉପରେ ବିଜେ କରନ୍ତି ପୂଜାପଣ୍ଡା ଆଗ୍ୟା ମାଳ ପ୍ରଦାନ କରନ୍ତି | ତତ୍ପରେ ମହାଜନ ସେବକ ମାନେ ଶ୍ରୀକୃଷ୍ଣ ପ୍ରତିମାଙ୍କୁ ଆଣି ମଣ୍ଡଳର ପୂର୍ବଭାଗରେ ବିଜେ କରନ୍ତି  |ନୈବେଦ୍ୟ ଦ୍ରବ୍ଯ ଶ୍ରୀଜୀଉଙ୍କ ସମ୍ମୁଖରେ ରଖାଯାଇଥାଏ | ପୂଜାପଣ୍ଡା  ଶ୍ରୀକୃଷ୍ଣ, ଦେବକୀ ଗର୍ଭରେ ଅଛନ୍ତି,  ଏହା ଚିନ୍ତା କରି ବାଳକୃଷ୍ଣ ମନ୍ତ୍ରରେ ପୂଜା କରନ୍ତି  | ପୂଜା ଶେଷରେ ରୂପା ପାତ୍ରରେ ହଳଦୀ ପାଣି ଧରି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ହେଲେ ଭାବି ତାଙ୍କର ପାଦ ତଳେ ସେହି ହରିଦ୍ରା ଜଳ ଢାଳନ୍ତି| ଦୋଷ କାଟିବା ପାଇଁ  ଜିର,ଜାଇଫଳ ଓ ଲବଙ୍ଗ, ତେଜପତ୍ରକୁ ଚୂର୍ଣ୍ଣ କରି  ମିଠା ଓ ଗାଈ ଘିଅ ମିଶ୍ରିତ କରି ପ୍ରଭୁଙ୍କୁ ନୈବେଦ୍ୟ  କରନ୍ତି | ତତ୍ପରେ ମୁଦିରସ୍ତ ହଳଦିଆ ବସ୍ତ୍ର, ଚନ୍ଦନ ଓ ଦୟଣାମାଳ ଭଗବାନଙ୍କୁ ସମର୍ପଣ କରନ୍ତି | ଏହାପରେ ପୂଜାପଣ୍ଡା ଷୋଡଶ ଉପଚାରରେ ଶୀତଳ ଭୋଗ  ମଣୋହୀ  କରିଥାନ୍ତି|
 ପାଳିଆ ମହାସୁଆର ଦୁଧ, ଲହୁଣି ଓ ଗଣ୍ଡୁସ ମସଲା ଦେବା ପରେ ପୂଜାପଣ୍ଡା ସମର୍ପଣ କରି ମଣୋହି କରାଇଥିଲେ । କର୍ପୂର ଆଳତି ପରେ ଭଣ୍ଡାର ମେକାପ ଦେଇଥିବା ଥାଳିରେ କୃଷ୍ଣ (ମଦନମୋହନ) ବିଜେ ହୋଇ ଦେବକୀ ଓ ବସୁଦେବଙ୍କ ସହିତ ଜଗମୋହନ ଦେଇ ସରସ୍ୱତୀଙ୍କ ମନ୍ଦିର ସମ୍ମୁଖସ୍ଥ ଯମୁନା ନଦୀ ପାଖରେ ବିଜେକରିଥାନ୍ତି । ଜଣେ ପୂଜାପଣ୍ଡା ଉଗ୍ରସେନ ବେଶରେ ଭେଟ ହୋଇ ଦଣ୍ଡପ୍ରଣାମ କରନ୍ତି  । ଏହି ନୀତି ସମୟରେ ଠାକୁରଙ୍କ ମସ୍ତକ ଉପରେ ବେହେରା ଖୁଣ୍ଟିଆ ସପ୍ତଫେଣୀ ବାସୁକୀ ଧରି ଚାଲିଥିଲେ । ଉଗ୍ରସେନଙ୍କ ଦଣ୍ଡପ୍ରଣାମ ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ଏହାପରେ ନାଭିକଟା ମଣ୍ଡପଠାରେ ମଦନମୋହନ ଖଟଶେଯ ଉପରେ ବିଜେ କରନ୍ତି । ତାଙ୍କ ସହିତ ରାମକୃଷ୍ଣ ବିଜେ ହୁଅନ୍ତି  । ଏହାପରେ ପୂଜାପଣ୍ଡା ନାଭିଚ୍ଛେଦ କରି ମହାସ୍ନାନ ବଢ଼ାଇଥିଲେ । ମହାଜନ ସେବକ ଠାକୁରଙ୍କୁ ଜଗମୋହନରେ ଲଗାଯାଇଥିବା ଦୋଳିରେ ବିଜେ କରନ୍ତି । ମଦନମୋହନ ରାମକୃଷ୍ଣ ଦୋଳିରେ ବିଜେ କରିବା ପରେ ଶୀତଳ ଭୋଗ ସମ୍ପନ୍ନ ହେବ । ଏହାପରେ ଭିତରେ ପାଣିପଡ଼ି ବଡ଼ସିଂହାର ଭୋଗ ଓ ପହୁଡ଼ ନୀତି ସମ୍ପନ୍ନ ହେବ ।o

Post a Comment

Previous Post Next Post