ନବଗ୍ରହଙ୍କ ବ୍ରତ.
      
*ସୂର୍ଯ୍ୟଙ୍କ ବ୍ରତ* 

    ଏକବର୍ଷ କିମ୍ବା ତିରିଶଟି ରବିବାର ପର୍ଯ୍ୟନ୍ତ କିମ୍ବା ବାରଟି ରବିବାର ପର୍ଯ୍ୟନ୍ତ କରିବା ଉଚିତ୍ । ବ୍ରତଦିନ ଲାଲ୍ ରଙ୍ଗର ବସ୍ତ୍ର ଧାରଣ କରି " ॐ ହ୍ରାଂ ହ୍ରୀଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ " ଏହି ମନ୍ତ୍ର ଦ୍ବାଦଶ ମାଳା କିମ୍ବା ୫ ମାଳା ଅଥବା ୩ ମାଳା ଜପ କରିବା ଉଚିତ୍ । ଜପ ପରେ ଶୁଦ୍ଧ ଜଳ, ରକ୍ତ ଚନ୍ଦନ, ଅକ୍ଷତ, ରକ୍ତପୁଷ୍ପ ଏବଂ ଦୂବ ଦ୍ଵାରା ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବେ । ଭୋଜନରେ ରୋଟି, ଦଳା ହୋଇଥିବା କୃଷି ପଦାର୍ଥ, ଦୁଗ୍ଧ, ଦହି, ଘୃତ ଏବଂ ଚିନି ଖାଇବା ଉଚିତ୍ । ଲୁଣ ଖାଇବା ଉଚିତ୍ ନୁହେଁ । ଏହି ବ୍ରତର ପ୍ରଭାବରେ ସୂର୍ଯ୍ୟଙ୍କ ଅଶୁଭ ଫଳ ଶୁଭ ଫଳରେ ପରିଣତ ହୋଇଯାଇଥାଏ । ତେଜସ୍ବିତା ବୃଦ୍ଧି ହୋଇଥାଏ । ଶାରୀରିକ ରୋଗ ଶାନ୍ତ ହୋଇ ଆରୋଗ୍ୟ ପ୍ରାପ୍ତ ହୋଇଥାଏ ॥
      
*ଚନ୍ଦ୍ରଙ୍କ ବ୍ରତ*

     ୫୪ ସୋମବାର କିମ୍ବା ୧୦ ସୋମବାର କରିବା ଉଚିତ୍ । ବ୍ରତଦିନ ଶୁକ୍ଳ ବସ୍ତ୍ର ଧାରଣ କରି " ॐ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରାୟ ନମଃ " ଏହି ମନ୍ତ୍ର ୧୧, ୫ କିମ୍ବା ୩ ମାଳା ଜପ କରିବା ଉଚିତ୍ । ଭୋଜନରେ ବିନା ଲୁଣରେ ଦହି, ଦୁଗ୍ଧ, ଅନ୍ନ, ଚିନି ଆଉ ଘୃତରେ ତିଆରି ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଏହି ବ୍ରତ ଦ୍ଵାରା ବ୍ୟାପାର ବୃଦ୍ଧି ହୋଇଥାଏ । ମାନସିକ କଷ୍ଟର ଶାନ୍ତ ହୋଇଥାଏ । ବିଶେଷ କାର୍ଯ୍ୟ ସିଦ୍ଧି ନିମନ୍ତେ ଏହି ବ୍ରତ ପୂର୍ଣ୍ଣ ଲାଭଦାୟକ ଅଟେ ॥
     
*ମଙ୍ଗଳଙ୍କ ବ୍ରତ*

    ୪୫ କିମ୍ବା ୨୧ ମଙ୍ଗଳବାର ପର୍ଯ୍ୟନ୍ତ କରିବା ଉଚିତ୍ । ଏହି ବ୍ରତ ଅଧିକ ଦିନ ମଧ୍ୟ କରାଯାଇପାରେ । ରକ୍ତବସ୍ତ୍ର ଧାରଣ କରି " ॐ କ୍ରାଂ କ୍ରୀଂ କ୍ରୌଂ ସଃ ଭୌମାୟ ନମଃ " ଏହି ମନ୍ତ୍ର ୭, ୫ କିମ୍ବା ୩ ମାଳା ଜପ କରିବା ଉଚିତ୍ । ଭୋଜନରେ ଗୁଡ଼ରେ ତିଆରି ସୂଜି କିମ୍ବା ଅଟା ତିଆରି ମୋହନ ଭୋଗ, ଲଡୁ ଆଦି ଖାଇବା ଉଚିତ୍ । ଏଥିରେ ମଧ୍ୟ ଲୁଣ ଖାଇବା ଉଚିତ୍ ନୁହେଁ । ଏହି ବ୍ରତ କରିବା ଦ୍ୱାରା ଋଣରୁ ମୁକ୍ତି ମିଳିଯାଇଥାଏ । ସନ୍ତାନସୁଖ ପ୍ରାପ୍ତ ହୋଇଥାଏ ॥
      
*ବୁଧଙ୍କ ବ୍ରତ*

    ୪୫, ୨୧ କିମ୍ବା ୧୭ ବୁଧବାର ପର୍ଯ୍ୟନ୍ତ କରିବା ଉଚିତ୍ । ସବୁଜ ରଙ୍ଗର ବସ୍ତ୍ର ଧାରଣ କରି " ॐ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ " ଏହି ମନ୍ତ୍ର ୧୭, ୫ କିମ୍ବା ୩ ମାଳା ଜପ କରିବା ଉଚିତ୍ । ଭୋଜନରେ ବିନା ଲୁଣରେ ମୁଗ ତିଆରି ଖାଦ୍ୟ ଖାଇବା ଉଚିତ୍ । ଭୋଜନ ପୂର୍ବରୁ ତିନୋଟି ତୁଳସୀ ପତ୍ରର ଚରଣାମୃତ କିମ୍ବା ଗଙ୍ଗାଜଳ ପାନ କରିବା ପରେ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଏହି ବ୍ରତ କରିବା ଦ୍ୱାରା ବିଦ୍ୟା ଏବଂ ଧନର ଲାଭ ହୋଇଥାଏ । ବ୍ୟାପାରରେ ଉନ୍ନତି ହୋଇଥାଏ ଆଉ ଶରୀର ସ୍ବସ୍ଥ ରହିଥାଏ ॥
      
*ବୃହସ୍ପତିଙ୍କ ବ୍ରତ*

     ୩ ବର୍ଷ, ୧ ବର୍ଷ ଅଥବା ୧୬ ଗୁରୁବାର କରିବା ଉଚିତ୍ । ହଳଦିଆ ବସ୍ତ୍ର ଧାରଣ କରି " ॐ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ " ଏହି ମନ୍ତ୍ର ୧୬, ୫ କିମ୍ବା ତିନି ମାଳା ଜପ କରିବା ଉଚିତ୍ । ଭୋଜନରେ ବେସନ, ଘୃତ ଆଉ ଚିନିରେ ତିଆରି ମିଠାଇ ଲଡୁ ଖାଇବା ଉଚିତ୍ । ଏହି ବ୍ରତ ବିଦ୍ୟାର୍ଥୀ ମାନଙ୍କ ବୁଦ୍ଧି ଏବଂ ବିଦ୍ୟାପ୍ରଦ ଅଟେ । ଏହି ବ୍ରତ ଦ୍ଵାରା ଧନର ସ୍ଥିରତା ଆଉ ଯଶର ବୃଦ୍ଧି ହୋଇଥାଏ । ଅବିବାହିତ ମାନଙ୍କ ପାଇଁ ଏହି ବ୍ରତ ସହାୟକ ହୋଇଥାଏ ॥
      
*ଶୁକ୍ରଙ୍କ ବ୍ରତ*

     ୩୧ କିମ୍ବା ୨୧ ଶୁକ୍ରବାର କରିବା ଉଚିତ୍ । ଶ୍ୱେତବସ୍ତ୍ର ପରିଧାନ କରି " ॐ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ " ଏହି ମନ୍ତ୍ର ୨୧, ୧୧ କିମ୍ବା ୫ ମାଳା ଜପ କରିବା ଉଚିତ୍ ଆଉ ଭୋଜନରେ ଚାଉଳ, ଚିନି, ଦୁଗ୍ଧ, ଦହି ଆଉ ଘୃତରେ ନିର୍ମିତ ପଦାର୍ଥ ଗ୍ରହଣ କରିବା ଉଚିତ୍ । ଏହି ବ୍ରତ ଦ୍ଵାରା ସୁଖ ସୌଭାଗ୍ୟ ଆଉ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ॥
   
*ଶନିଶ୍ଚରଙ୍କ ବ୍ରତ*

     ୫୧ କିମ୍ବା ୨୧ ଶନିବାର କରିବା ଉଚିତ୍ । କୃଷ୍ଣ ବସ୍ତ୍ର ଧାରଣ କରି " ॐ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୟେ ନମଃ " ଏହି ମନ୍ତ୍ର ୧୯, ୧୧ କିମ୍ବା ୫ ମାଳା ଜପ କରିବା ଉଚିତ୍ । ଜପ କରିବା ସମୟରେ ଗୋଟିଏ ପାତ୍ରରେ ଶୁଦ୍ଧ ଜଳ, କଳା ତିଳ, ଦୁଗ୍ଧ, ଚିନି ଆଉ ଗଙ୍ଗାଜଳ ନିଜ ପାଖରେ ରଖିନେବେ । ଜପ ପରେ ଏହାକୁ ପୀପ୍ପଳ ମୂଳରେ ପଶ୍ଚିମମୁଖ ହୋଇ ଚଢାଇ ଦେବେ । ବିରିରେ ତିଆରି ଖାଦ୍ୟ ଗ୍ରହଣ କରିବେ ତଥା କିଛି ତୈଳରେ ଛଣା ହେଇଥିବା ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଫଳ ଉପରେ କଦଳୀ ନେବା ଉଚିତ୍ । ଏହି ବ୍ରତ କରିବା ଦ୍ୱାରା ସମସ୍ତ ପ୍ରକାର ସାଂସାରିକ ଅସୁବିଧା ଦୂର ହୋଇଯାଇଥାଏ । ବିବାଦରେ ବିଜୟ ପ୍ରାପ୍ତ ହୋଇଥାଏ । ଲୌହ, ମେସିନ୍, କଳକାରଖାନା ପାଇଁ ଏହି ବ୍ରତ ବ୍ୟାପାରରେ ଉନ୍ନତି ତଥା ଲାଭଦାୟକ ହୋଇଥାଏ ॥

*ରାହୁକେତୁଙ୍କ ବ୍ରତ*

    ୧୮ ଶନିବାର କରିବା ଉଚିତ୍ । କୃଷ୍ଣବସ୍ତ୍ର ଧାରଣ କରି ରାହୁଙ୍କ ବ୍ରତରେ " ॐ ଭ୍ରାଂ ଭ୍ରୀଂ ଭ୍ରୌଂ ସଃ ରାହବେ ନମଃ " ଏବଂ କେତୁଙ୍କ ବ୍ରତରେ " ॐ ସ୍ରାଂ ସ୍ରୀଂ ସ୍ରୌଂ ସଃ କେତବେ ନମଃ " ଏହି ମନ୍ତ୍ର ୧୮, ୧୧ କିମ୍ବା ୫ ମାଳା ଜପ କରିବା ଉଚିତ୍ । ଜପ ସମୟରେ ଏକ ପାତ୍ରରେ ଜଳ, ଦୂବ ଏବଂ କୁଶ ନିଜ ପାଖରେ ରଖିବେ । ଜପ ପରେ ଏହାକୁ ପୀପ୍ପଳ ମୂଳରେ ଚଢାଇ ଦେବେ । ଭୋଜନରେ ମିଠା ଚୂରମା ( ରୋଟିକୁ ଚିନି ଶିରାରେ ତିଆରି କରାଯାଇଥିବା ଏକ ମିଷ୍ଟାନ୍ନ ପଦାର୍ଥ ), ମିଠା ରୋଟି, ସମୟାନୁସାରେ ରାବିଡୀ, ମୂଢୀ ଏବଂ କଳାରାଶିରେ ତିଆରି ପଦାର୍ଥ ଗ୍ରହଣ କରିବା ଉଚିତ୍ । ରାତିରେ ଘିଅଦୀପ ପୀପ୍ପଳ ମୂଳରେ ରଖିଦେବେ । ଏହି ବ୍ରତ କରିବା ଦ୍ୱାରା ଶତ୍ରୁଭୟ ଦୂର ହୋଇଯାଇଥାଏ । ମୋକଦ୍ଦମାରେ ବିଜୟ ପ୍ରାପ୍ତ ହୋଇଥାଏ ତଥା ସମ୍ମାନ ବୃଦ୍ଧି ହୋଇଥାଏ ॥

    ଏସବୁକୁ ମହାଦଶା ଅନୁସାରେ ତଥା ଗ୍ରହବଳ ଆଧାରରେ କରାଯିବା ଉଚିତ୍ । ତେଣୁ କୌଣସି ଜ୍ୟୋତିଷଙ୍କ ସହିତ ଉତ୍କୃଷ୍ଟ ପରାମର୍ଶ ନେଇପାରନ୍ତି ॥

✿❁❣️ *ଶ୍ରୀ ଜଗନ୍ନାଥ ଶରଣଂ* ❣️❁✿

Post a Comment

Previous Post Next Post