ନବଗ୍ରହଙ୍କ ନିମିତ୍ତ ଦାନ


                         

_*( ରବି )*_
〰️〰️〰️〰️〰️〰️〰️〰️〰️〰️

*କୌସ୍ତୁଭବସ୍ତ୍ରଂ ଗୁଡହେମତାମ୍ରଂ*
*ମାଣିକ୍ୟଗୋଧୂମସୁବର୍ଣ୍ଣପଦ୍ମଂ ।*
*ସବତ୍ସଗୋଦାନମିତି ପ୍ରଣୀତଂ*
*ଦୁଷ୍ଟାୟ ସୂର୍ଯ୍ୟାୟ ମସୂରିକାଶ୍ଚ ॥*

    ସୂର୍ଯ୍ୟ ସମସ୍ତ ଗ୍ରହମାନଙ୍କ ରାଜା ଅଟନ୍ତି ଏବଂ ବଳବାନ୍ ମଧ୍ୟ, କିନ୍ତୁ ଯଦି ମନୁଷ୍ୟର ଜନ୍ମକୁଣ୍ଡଳୀରେ ସୂର୍ଯ୍ୟ ପ୍ରତିକୂଳ ସ୍ଥିତିରେ ରହିଛନ୍ତି, ତେବେ ଧେନୁ ଦାନ କରିବା ଉଚିତ୍ । "ସଂହିତାପ୍ରଦୀପ" ଗ୍ରନ୍ଥର ଅନୁସାରେ ସୂର୍ଯ୍ୟହେତୁ ତାମ୍ବୁଳ ଦାନ କରିବା ଉଚିତ୍ । ଦାନଚନ୍ଦ୍ରିକା ଗ୍ରନ୍ଥରୁ ଉଦ୍ଧୃତ "ଜ୍ୟୋତିଃସାର" ଗ୍ରନ୍ଥରେ କୁହାଯାଇଛି କି ସୂର୍ଯ୍ୟଙ୍କ ହେତୁ ଲାଲ୍-ହଳଦିଆ ରଙ୍ଗରେ ମିଶ୍ରିତ ବର୍ଣ୍ଣର ବସ୍ତ୍ର, ଗୁଡ଼, ସୁବର୍ଣ୍ଣ, ତାମ୍ର, ମାଣିକ୍ୟ, ଗହମ, ରକ୍ତକମଳ, ସବତ୍ସା ଧେନୁ ତଥା ମସୂର ଡାଲି ଦାନ କରିବା ଉଚିତ୍ ॥

_*(ଚନ୍ଦ୍ର )*_
〰️〰️〰️〰️〰️〰️〰️〰️〰️〰️

*ଘୃତକଳଶଂ ସିତବସ୍ତ୍ରଂ ଦଧିଶଙ୍ଖଂ ମୌକ୍ତିକଂ ସୁବର୍ଣ୍ଣଂ ଚ ।*
*ରଜତଂ  ଚ  ପ୍ରଦଦ୍ୟାଚ୍ଚନ୍ଦ୍ରାରିଷ୍ଟୋପଶାନ୍ତୟେ   ତ୍ବରିତମ୍ ॥*

    ଚନ୍ଦ୍ରଙ୍କ ଅନୁକୂଳତା ପାଇଁ ଶ୍ରୀଖଣ୍ଡ ଚନ୍ଦନ ଦାନ କରିବା ଉଚିତ୍ । ଚନ୍ଦ୍ରମାଙ୍କ ପ୍ରୀତି ନିମନ୍ତେ ଘୃତକଳଶ, ଶ୍ୱେତବସ୍ତ୍ର, ଦହି, ଶଙ୍ଖ, ମୋତୀ, ସୁବର୍ଣ୍ଣ ତଥା ରୂପା ଦାନ କରିବା ଉଚିତ୍ ॥
                       

_*( ମଙ୍ଗଳ )*_
〰️〰️〰️〰️〰️〰️〰️〰️〰️〰️
*ପ୍ରବାଳଗୋଧୂମମସୂରିକାଶ୍ଚ*
*ବୃଷଂ ସତାମ୍ରଂ କରବୀରପୁଷ୍ପମ୍ ।*
*ଆରକ୍ତବସ୍ତ୍ରଂ        ଗୁଡହେମତାମ୍ରଂ*
*ଦୁଷ୍ଟାୟ ରକ୍ତଚନ୍ଦନମ୍ ॥*

    ମଙ୍ଗଳ ଗ୍ରହଙ୍କ ଶାନ୍ତି ନିମନ୍ତେ ରକ୍ତପୁଷ୍ପ ଏବଂ ବ୍ରାହ୍ମଣଙ୍କୁ ଭୋଜନ ଦାନ ଦେବା ଉଚିତ୍ । ପ୍ରବାଳ, ଗହମ, ମସୂର ଡାଲି, ରକ୍ତବର୍ଣ୍ଣ ବୃଷଭ, କନିଅର ପୁଷ୍ପ, ରକ୍ତବସ୍ତ୍ର, ଗୁଡ଼, ସୁବର୍ଣ୍ଣ, ତାମ୍ର ଏବଂ ରକ୍ତଚନ୍ଦନର ଦାନ କରିବା ଉଚିତ୍ ॥

_*( ବୁଧ )*_
〰️〰️〰️〰️〰️〰️〰️〰️〰️〰️

*ନୀଳଂ   ବସ୍ତ୍ରଂ   ମୁଦ୍ଗହୈମଂ  ବୁଧାୟ*
*ରତ୍ନଂ  ପାଚିଂ   ଦାସିକାଂ  ହେମସର୍ପିଃ ।*
*କାଂସ୍ୟଂ ଦନ୍ତଂ କୁଞ୍ଜରସ୍ୟାଥ ମେଷୋ*
*ରୌପ୍ୟଂ ସସ୍ୟଂ ପୁଷ୍ପଜାତ୍ୟାଦିକଂ ଚ ॥*

    ଜନ୍ମକୁଣ୍ଡଳୀରେ ଯଦି ବୁଧଙ୍କ ସ୍ଥିତି ଠିକ୍ ନାହିଁ, ତେବେ ସୁବର୍ଣ୍ଣ ଏବଂ ପୁଷ୍ପ ଦାନ କରିବା ଉଚିତ୍ । ବୁଧଙ୍କ ପ୍ରୀତି ନିମନ୍ତେ ନୀଳବସ୍ତ୍ର, ମୁଗ, ସୁବର୍ଣ୍ଣ, ପନ୍ନା, ଦାସୀ, ସ୍ବର୍ଣ୍ଣଯୁକ୍ତ ଘୃତ, କାଂସ୍ୟ ଧାତୁ, ହାତୀଦାନ୍ତ, ମେଣ୍ଢା, ଧନ, ଧାନ୍ୟ, ପୁଷ୍ପ, ଫଳ ତଥା କୋମଳ ଲତା ଅଥବା ଲତା ମାନଙ୍କରେ ଫଳୁଥିବା ଫଳ ଯେପରି ଅଙ୍ଗୁର ଆଦି ଦାନ କରିବା ଉଚିତ୍ ॥
                     

_*( ବୃହସ୍ପତି )*_
〰️〰️〰️〰️〰️〰️〰️〰️〰️〰️

*ଅଶ୍ବଃ     ସୁବର୍ଣ୍ଣଂ    ମଧୁପୀତବସ୍ତ୍ରଂ*
*ସପୀତଧାନ୍ୟଂ    ଲବଣଂ   ସପୁଷ୍ପଂ ।*
*ସଶର୍କରଂ           ତଦ୍ରଜନୀପ୍ରଯୁକ୍ତଂ*
*ଶାନ୍ତ୍ୟୈ ଗୁରବେ ପ୍ରଣୀତମ୍ ॥*

    ବୃହସ୍ପତିଙ୍କ ଶାନ୍ତ ନିମନ୍ତେ ଅଶ୍ବ, ସୁବର୍ଣ୍ଣ, ମହୁ, ହଳଦିଆ ବସ୍ତ୍ର, ହଳଦିଆ ବର୍ଣ୍ଣ ଭଳି ଧାନ, ଚଣା ଡାଲି, ଲୁଣ, ହଳଦିଆ ପୁଷ୍ପ, ଶର୍କରା ତଥା ହଳଦୀ ( ପୁସ୍ତକ, ପୋଖରାଜ, ରତ୍ନ, ଭୂମି ଏବଂ ଛତ୍ର ) ଆଦି ଦାନ କରିବା ଉଚିତ୍ ॥                         

_*( ଶୁକ୍ର )*_
〰️〰️〰️〰️〰️〰️〰️〰️〰️〰️

*ଚିତ୍ରବସ୍ତ୍ରମପି          ଦାନବର୍ଚିତେ*
*ଦୁଷ୍ଟଗେ ମୁନିବରୈଃ ପ୍ରଣୋଦିତମ୍ ।*
*ତଣ୍ଡୁଳଂ         ଘୃତସୁବର୍ଣ୍ଣରୂପ୍ୟକଂ*
*ବଜ୍ରକଂ  ପରିମଳୋ  ଧବଳା ଗୌ ॥*

    ଶୁକ୍ରଗ୍ରହଙ୍କ ଦୋଷ ନିବାରଣ କରିବା ନିମନ୍ତେ ଶ୍ବେତ ଅଶ୍ଵ ଏବଂ ଶ୍ବେତ ବସ୍ତ୍ର ଦାନ କରିବା ଉଚିତ୍ । ଚିତ୍ରିତ ସୁନ୍ଦର ବସ୍ତ୍ର, ଚାଉଳ, ଘୃତ, ସୁବର୍ଣ୍ଣ, ଧନ, ହୀରା, ସୁଗନ୍ଧିତ ଦିବ୍ୟ ପଦାର୍ଥ ତଥା ଶୃଙ୍ଗାର ସାମଗ୍ରୀ ଏବଂ ସବତ୍ସା ଶ୍ବେତ ଧେନୁ ( ସ୍ପଟିକ, କର୍ପୂର, ଶର୍କରା, ମିଶ୍ରି ଏବଂ ଦହି ) ଆଦି ଦାନ କରିବା ଉଚିତ୍ ॥

_*( ଶନି )*_
〰️〰️〰️〰️〰️〰️〰️〰️〰️〰️

*ନୀଳକଂ ମହିଷଂ ବସ୍ତ୍ରଂ କୃଷ୍ଣଂ ଲୌହଂ ସଦକ୍ଷିଣମ୍ ।*
*ବିଶ୍ଵାମିତ୍ରପ୍ରିୟଂ           ଦଦ୍ୟାଚ୍ଛନିଦୁଷ୍ଟପ୍ରଶାନ୍ତୟେ ॥*

    ଜନ୍ମକୁଣ୍ଡଳୀରେ ଯଦି ଶନିଙ୍କ ସ୍ଥିତି ଶୁଭ ଫଳଦାୟକ ହୋଇନଥିବ ତେବେ କଳା ବର୍ଣ୍ଣର ଗାଈ ଏବଂ ତୈଳ ଦାନ କରିବା ଉଚିତ୍ । ଶନିଦୋଷ ଶାନ୍ତ ହେତୁ ନୀଳା, ମହିଷ, କଳାବସ୍ତ୍ର, ଲୌହ ତଥା ଜଟା ନାରିକେଳ ( ବିରି, ରାଶି, ଛତ୍ର, ଜୋତା ଏବଂ କମ୍ବଳ ) ଆଦି ଦାନ ଦକ୍ଷିଣା ସହିତ କରିବା ଉଚିତ୍ ॥
                       
_*( ରାହୁ )*_
〰️〰️〰️〰️〰️〰️〰️〰️〰️〰️

*ରାହୋର୍ଦାନଂ କୃଷ୍ଣମେଷୋ ଗୋମେଦୋ ଲୌହକମ୍ବଳୌ ।*
*ସୌବର୍ଣ୍ଣଂ    ନାଗରୂପଂ   ଚ   ସତିଳଂ   ତାମ୍ରଭାଜନମ୍ ॥*

    ରାହୁ ଗ୍ରହଙ୍କ ଦୋଷ ନିବାରଣ ହେତୁ ବହୁମୂଲ୍ୟ ଖଡ୍ଗ ଦାନ କରିବା ଉଚିତ୍ । କଳାମେଣ୍ଢା, ଗୋମେଦ, ଲୌହ, କମ୍ବଳ, ସୁବର୍ଣ୍ଣର ନାଗ, ତିଳପୂର୍ଣ୍ଣ ତାମ୍ରପାତ୍ର ଦାନ କରିବା ଉଚିତ୍ ॥

_*(କେତୁ )*_
〰️〰️〰️〰️〰️〰️〰️〰️〰️〰️

*କେତୋର୍ବୈଦୂର୍ଯ୍ୟମମଳଂ ତୈଳଂ ମୃଗମଦଂ ତଥା ।*
*ଊର୍ଣ୍ଣାଂସ୍ତିଳୈସ୍ତୁ  ସଂଯୁକ୍ତାଂ ଦଦ୍ୟାତ୍କ୍ଳେଶାମୁପତ୍ତୟେ ॥*
   
    ଜନ୍ମକୁଣ୍ଡଳୀ ଅନୁସାରେ ଯଦି କେତୁଗ୍ରହ ଦୋଷକାରକ ହୋଇଥାଏ, ତେବେ ଛେଳି ଦାନ କରିବା ଉଚିତ୍ । କେତୁଙ୍କ ପ୍ରୀତ୍ୟର୍ଥେ ସ୍ବଚ୍ଛ ବୈଦୂର୍ଯ୍ୟ, ତୈଳ, କସ୍ତୂରୀ, ତିଳଯୁକ୍ତ ଊର୍ଣ୍ଣାବସ୍ତ୍ର ( କମ୍ବଳ, ଲୌହ, ଛତ୍ର ଏବଂ ବିରି ) ଆଦି ସବୁ ଦାନ କରିବା ଉଚିତ୍ ॥

✿❁❣️ *ଶ୍ରୀ ନବଗ୍ରହାୟ ନମଃ* ❣️❁✿

1 Comments

  1. Yet, statistics show that general stay casinos and brick and mortar casinos have nearly the identical payback percentages. It’s a fun, immersive alternative to conventional on-line casino video games. Betting sites are continuously adding original video games to their stay casino providing, so there's be} loads of choice. 바카라사이트 Also, watching stay occasions unfold provides you an even higher sense of legitimacy. Owing to their surging reputation, sites such as Betfair and Unibet let you click on directly through to the ‘Live Casino’ from their homepage. If this isn't attainable, then stay casino video games can often be discovered underneath the overall ‘Casino’ part.

    ReplyDelete

Post a Comment

Previous Post Next Post