*❀❣️ଭୂ ବରାହ ସ୍ୱାମୀ ମନ୍ଦିର❣️❀*

ଏହି ଭୂ ବରାହ ସ୍ୱାମୀ ଙ୍କ କଳା ମୁଗୁନି ପଥର ନିର୍ମିତ ବିଗ୍ରହଟି ୧୮ ଫୁଟ ଉଚ୍ଚ ବୃହଦାକାର ବିଗ୍ରହ l ବିଷ୍ଣୁଙ୍କ ତୃତୀୟ ଅବତାର ବରାହ ସ୍ୱାମୀ ବିଷ୍ଣୁଙ୍କର କ୍ରୋଡ଼ରେ ମା ଲକ୍ଷ୍ମୀ ଆସୀନା l ଋଷି ଗୌତମଙ୍କର ଆଶ୍ରମ ର ସନ୍ନିକଟ ରେ ଏହା ଅବସ୍ଥିତ ଓ ଏହାକୁ ଗୌତମ ଋଷି ପୂଜା କରୁଥିଲେ l ପରେ ରାଜା ବଲ୍ଲlଳ ଦେବ ସପ୍ତମ ଶତାବ୍ଦୀ ରେ ଏହା ଉପରେ ଏକ ସୁଦୃଶ୍ୟ ମନ୍ଦିର ନିର୍ମାଣ କରାଇଥିଲେ l ସମୟକ୍ରମେ ଏହି ମନ୍ଦିର କୁ ପଲ୍ଲଵ, ଚୋଳ, ପାଣ୍ଡ୍ୟା ଓ ବିଜୟନଗର ରାଜା ମାନେ ପର୍ଯ୍ୟାପ୍ତ ପୃଷ୍ଠପୋଷକତା ଦେଇ ସମୃଦ୍ଧ କରିଛନ୍ତି l
ବୃହଦାକାର ଶ୍ରୀ ଲକ୍ଷ୍ମୀ(ଭୂଦେବୀ), ଯାହାଙ୍କୁ ରାକ୍ଷସ ହିରଣlକ୍ଷ୍ୟ ଅପହରଣ କରି ସମୁଦ୍ର ଗର୍ଭରେ ଲୁଚାଇ ରଖିଥିଲା, ତାଙ୍କୁ ବରାହ ଅବତାର ବିଷ୍ଣୁ ଉଦ୍ଧାର କରି ନିଜ କ୍ରୋଡ଼ରେ ବସାଇଛନ୍ତି l ଏହି ପ୍ରତିମା ଭାରତ ବିଖ୍ୟାତ l କର୍ଣ୍ଣାଟକ ରେ ଏହି ଠାକୁର ଭୂ ବରାହ ସ୍ୱାମୀ ନାମରେ ଅତ୍ୟନ୍ତ ପ୍ରସିଦ୍ଧ l

 

*ସେବାୟତ ମା ତାରିଣୀ ଶକ୍ତିପୀଠ* 
*କପିଳାସ*
*ପ୍ରତି ରବିବାର ଦିନ ଏହିଠାରେ ଜାଣନ୍ତୁ ଦେଶ ବିଦେଶରେ ଥିବା ବିଭିନ୍ନ ହିନ୍ଦୁ ମନ୍ଦିର ସମ୍ବନ୍ଧରେ।*

✿❁❣️ *ଜୟ ଶ୍ରୀ ଭୂ ବରାହ ସ୍ୱାମୀ*❣️❁✿

Post a Comment

Previous Post Next Post