#ନାଗାସାଧୁ

ଯେତେବେଳେ ଅହମ୍ମଦ ଶାହା ଅବ୍ଦାଲୀ ଦିଲ୍ଲୀ ଆଉ ମଥୁରା ରେ ହଣାକଟା କରି ଗୋକୁଳ ପର୍ଯ୍ୟନ୍ତ ଆସି ପହଞ୍ଚିଲା ଆଉ ଲୋକଙ୍କୁ ବର୍ବରତାର ସହିତ କାଟି ଚାଲିଲା , ମହିଳା ମାନଙ୍କୁ ରାସ୍ତା ଘାଟରେ ବଳାତ୍କାର ହେଲା ସେତେବେଳେ ଗୋକୁଳରେ ଅହମ୍ମଦ ଶାହ ଅବ୍ଦାଲୀ ର ସାମନା ନାଗାସାଧୁ ମାନଙ୍କ ସହ ହେଇଗଲା ।
ମାତ୍ର ୫୦୦୦ ଚିମଟାଧାରୀ ପୂଜ୍ୟ ନାଗାସାଧୁ ତତ୍କାଳ ଏକ ସେନାବାହିନୀ ଗଢି ଲକ୍ଷାଧିକ ରାକ୍ଷସ, ଲୁଟେରା, ବଳାତ୍କାରୀ, ଆତଙ୍କବାଦୀ ଜେହାଦୀ ସେନା ଙ୍କୁ ପ୍ରତିଆକ୍ରମଣ କରିବା ଆରମ୍ଭ କରିଦେଲେ ।
ପ୍ରଥମେ ତ ଅବ୍ଦାଲୀ ନାଗାସାଧୁମାନଙ୍କୁ ଉପହାସ କରୁଥିଲା କିନ୍ତୁ କିଛି ସମୟ ପରେ ନିଜ ସୈନିକ ଙ୍କର ମୁଣ୍ଡ ଗଣ୍ଡିରୁ ଅଲଗା ହୋଇ ଆକାଶରେ ଉଡିବା ଦେଖି ଅବ୍ଦାଲୀ ଅନୁଭବ କଲା ଏ ସାଧୁମାନେ ତ ନିଜ ଧରିତ୍ରୀ ମାଆର ଅସ୍ମିତା ପାଇଁ ସାକ୍ଷାତ ମହାକାଳ ରୂପ ଧାରଣ କରି ରଣଭୂମିରେ ତାଣ୍ଡବ କରୁଛନ୍ତି ।। 

ତୋପ ତଲୱାର ସମ୍ମୁଖରେ ଚିମଟା ତ୍ରୀଶୁଳନେଇ ପାହାଡ ପରି ଦଣ୍ଡାୟମାନ ୨୦୦୦ ନାଗାସାଧୁ ଏହି ଭୀଷଣ ସଂଗ୍ରାମ ରେ ବୀରଗତି ପ୍ରାପ୍ତ ହୋଇଗଲେ । କିନ୍ତୁ ସବୁଠାରୁ ବଡକଥା ହେଉଛି ଶତ୍ରୁପକ୍ଷର ଲକ୍ଷ ଲକ୍ଷ ସେନା ଚାରିପାଦ ଆଗକୁ ବଢିବାକୁ ସକ୍ଷମ ହେଲେନାହିଁ । ଯିଏ ଯେଉଁଠି ଥିଲା ସେଇଠାରେ ଟଳିପଡିଲା ନଚେତ ପଛକୁ ଫେରି ଲାଙ୍ଗୁଡ ଜାକି  ଦୌଡିବାରେ ଲାଗିଲା....

ଏହାପରେ ଏମିତି ଆତଙ୍କ ଶତ୍ରୁଙ୍କ ସେନାଶିବିରରେ ଖେଳିଗଲା ଯେ ଯଦି କୌଣସି ଜେହାଦୀ ଆକ୍ରମଣକାରୀ ଙ୍କୁ ଏକଥା ଜଣାପଡି ଯାଉଥିଲା ଯେ ଯୁଦ୍ଧରେ ନାଗାସାଧୁ ଭାଗ ନେଉଛନ୍ତି ତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆତତାୟୀ ଲଢିବାକୁ ଆସୁନଥଲା , ଭୟରେ ଲୁଚୁଥିଲା ଆଉ ଯଦି ବି କେହି ଯୁଦ୍ଧ କୁ ଆସୁଥିଲା ତ ନାଗାସାଧୁ ଙ୍କୁ ଦେଖିବା ମାତ୍ରେ ରଣାଙ୍ଗନ ଛାଡି ପଳାୟନ କରିବାକୁ ଶ୍ରେୟ ମଣୁଥିଲା ।
✍️🅰️💲🆗🚩🙏💪🇮🇳
ଆମର ଏହାଠାରୁ ବଡ ଦୁର୍ଭାଗ୍ୟ ଆଉକିଛି ନାହିଁ ଯେ ଆଜି ଆମେ ଆଉରଙ୍ଗଜେବ, ତୈମୁର, ଆକବର, ବାବର ଙ୍କ ପରି ବର୍ବର ଲୁଟେରା ଙ୍କୁ ମନେରଖିଛୁ , ହେଲେ ଏହି ଭାରତୀୟ ବୀର ଯୋଦ୍ଧା ମାନଙ୍କ ବିଷୟରେ ଆମେ କିଛି ବି ଜାଣନ୍ତି ନାହିଁ ନା ଏମାନଙ୍କ ବିଷୟରେ ଆମ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି ? ଯିଏ ସନାତନ ଧର୍ମ ସଂସ୍କୃତି ଓ ଦେଶମାତୃକାର ରକ୍ଷାପାଇଁ ନିଜର ସର୍ବସ୍ବ ସମର୍ପଣ ପୂର୍ବକ ବଳିଦାନ ଦେଇଛନ୍ତି...

Post a Comment

Previous Post Next Post