ନବରାତ୍ରିରେ ମା’ ଦୁର୍ଗାଙ୍କ ପୂଜା ପାଉଥିବା ୯ ରୂପ.....ପ୍ରତି ରୂପର ଅଛି ମହାତ୍ମ୍ୟ ଓ ବିଶେଷତ୍ୱ ।
#ଶୈଲ_ପୁତ୍ରି : ମା ଦୁର୍ଗାଙ୍କ ପ୍ରଥମ ରୂପ ହେଲା ଶୈଲ ପୁତ୍ରି । ପର୍ବତରାଜ ହିମାଳୟଙ୍କ ଠାରୁ ଜନ୍ମ ହୋଇଥିବାରୁ ତାଙ୍କୁ ଶୈଲ ପୁତ୍ରି କୁହାଯାଏ । ନବରାତ୍ରିର ପ୍ରଥମ ତିଥିରେ ଶୈଲପୁତ୍ରିଙ୍କ ପୂଜା କରାଯାଏ । ଶୈଲପୁତ୍ରିଙ୍କ ପୂଜା କଲେ ଭକ୍ତ ସର୍ବଦା ଧନଧାନ୍ୟରେ ପରିପୂର୍ଣ୍ଣ ରୁହନ୍ତି ।

#ବ୍ରହ୍ମଚାରିଣୀ : ମା ଦୁର୍ଗାଙ୍କ ଦ୍ୱିତୀୟ ରୂପ ହେଲା ବ୍ରହ୍ମଚାରିଣୀ । ଦୁର୍ଗାଙ୍କ ବ୍ରହ୍ମଚାରିଣୀ ରୂପ ଭକ୍ତ ଓ ସାଧକଙ୍କୁ ଅନନ୍ତ କୋଟି ଫଳ ପ୍ରଦାନ କରନ୍ତି । ବ୍ରହ୍ମଚାରିଣୀଙ୍କ ଆରାଧନାରେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମର ଭାବନା ଜାଗୃତ ହୁଏ ।

#ଚନ୍ଦ୍ରଘଣ୍ଟା : ମା ଦୁର୍ଗାଙ୍କ ତୃତୀୟ ରୂପ ହେଲା ଚନ୍ଦ୍ରଘଣ୍ଟା । ନବରାତ୍ରିର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ । ଚନ୍ଦ୍ରଘଣ୍ଟାଙ୍କ ଉପାସନାରେ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ଦେବୀଙ୍କୁ ପୂଜା କଲେ ବୀରତା ଗୁଣ ବୃଦ୍ଧି ପାଏ, କଣ୍ଠରେ ଅଲୌକିକ ମାଧୁର୍ୟ୍ୟର ସମାବେଶ ହୋଇଥାଏ ।

#କୁଷ୍ମାଣ୍ଡା : ନବରାତ୍ରିର ଚତୁର୍ଥ ଦିନରେ ପୂଜା ପାଆନ୍ତି କୁଷ୍ମାଣ୍ଡା ଦେବୀ । ମା’ କୁଷ୍ମାଣ୍ଡାଙ୍କ ଉପାସନାରେ ସିଦ୍ଧି ପ୍ରାପ୍ତ ହୋଇ ସମସ୍ତ ରୋଗ ଶୋକ ଦୂର ହୋଇ ଆୟୁ ଏବଂ ଯଶ ବଢ଼େ ।

#ସ୍କନ୍ଦମାତା : ସ୍କନ୍ଦମାତାଙ୍କ ପୂଜା ନବରାତ୍ରିର ପଞ୍ଚମ ଦିନରେ ହୁଏ । ମୋକ୍ଷର ଦ୍ୱାର ଖୋଲିଥାନ୍ତି ମା’ ସ୍କନ୍ଦମାତା । ମା’ ନିଜ ଭକ୍ତଙ୍କ ସମସ୍ତ ଇଛା ପୂରଣ କରି ସୁଖ ପ୍ରଦାନ କରନ୍ତି ।

#ମା_କାତ୍ୟାୟନୀ : ମା’ଙ୍କ ଷଷ୍ଠ ରୂପ ହେଲା କାତ୍ୟାୟନୀ । ଷଷ୍ଠ ଦିନରେ ମା’ଙ୍କ କାତ୍ୟାୟନୀ ରୂପର ପୂଜାର୍ଚ୍ଚନା କରାଯାଏ । କାତ୍ୟାୟନୀଙ୍କ ପୂଜାରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ । ଶତ୍ରୁମାନଙ୍କୁ ସଂହାର କରିବାରେ କାତ୍ୟାୟନୀ ଭକ୍ତଙ୍କୁ ସକ୍ଷମ କରନ୍ତି । ଗୋଧୁଳି ବେଳାରେ ମା କାତ୍ୟାୟନୀଙ୍କ ପୂଜା ହୋଇଥାଏ ।

 #କାଳରାତ୍ରି : ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରିଙ୍କ ଆରାଧନା କରାଯାଏ । କାଳରାତ୍ରିଙ୍କ ପୂଜାଅର୍ଚ୍ଚନା କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ସମସ୍ତ ଶତ୍ରୁଙ୍କୁ ନାଶ କରିଥାନ୍ତି ମା କାଳରାତ୍ରି ।

#ମହାଗୌରୀ : ଦେବୀଙ୍କ ଅଷ୍ଟମ ରୂପ ହେଲା ମା ଗୌରୀ । ଅଷ୍ଟମୀ ଦିନ ମା ଗୌରୀଙ୍କୁ ପୂଜା କରାଯାଇଥାଏ । ଗୌରୀଙ୍କ ପୂଜା ସମସ୍ତ ସଂସାର କରେ । ମା’ଙ୍କ ପୂଜା କରିବା ଦ୍ୱାରା ସମସ୍ତ ପାପ କ୍ଷୟ ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

#ସିଦ୍ଧିଦାତ୍ରୀ : ମା ସିଦ୍ଧିଦାତ୍ରୀଙ୍କ ଆରାଧନା ନବରାତ୍ରିର ନବମୀ ଦିନରେ କରାଯାଏ । ସିଦ୍ଧିଦାତ୍ରୀ ସମସ୍ତ ପ୍ରକାର ସିଦ୍ଧି, ସୁଖ, ସମୃଦ୍ଧିର ଆର୍ଶୀବାଦ ଦେଇଥାନ୍ତି । ମା’ ସିଦ୍ଧିଦାତ୍ରୀ ହେଲେ ଶାନ୍ତିର ପ୍ରତୀକ, ସେ କଷ୍ଟ ଦୂର କରି ସୁଖପ୍ରାପ୍ତିର ବର ଦିଅନ୍ତି ।

ପ୍ରଥମଂ ଶୈଳପୁତ୍ରି ଚ ଦ୍ୱିତିୟଂ ବ୍ରହ୍ମଚାରିଣୀ |
ତୃତୀୟଂ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକଂ ||
ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀତି ଚ |
ସପ୍ତମଂ କାଳରାତ୍ରୀ ମହାଗୌରୀତି ଚାଷ୍ଟମଂ ||
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକିର୍ତିତା |
ଉକ୍ତାନ୍ନିତ୍ୟେତାନୀ ନାମାନୀ ବ୍ରହ୍ମଣୈବ ମହାତ୍ମାନା ||

Post a Comment

Previous Post Next Post