ଶ୍ରୀ ଜଗନ୍ନାଥ-ଆବିର୍ଭାବ,ବିବର୍ତ୍ତନ ଓ ବର୍ତ୍ତମାନ

୬୨. ସ୍ୱପ୍ରତିମ ଶ୍ରୀ ଜଗନ୍ନାଥ
୧୧. ଦୁର୍ଗାମାଧବ ଉପାସନା ଶ୍ରୀ ମଂଦିରର ଏକ ଅନନ୍ୟ ପରଂପରା ।ଏହା ବୈଷ୍ନବ,ଶୈବ,ଶାକ୍ତ ଓ ବୌଦ୍ଧ ତତ୍ୱର ଏକ ଅପୂର୍ବ ସମନ୍ୱୟ ।ଆଶ୍ୱିନ କୃଷ୍ନ ଅଷ୍ଟମୀଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଷୋଳ ଦିନ- ରତ୍ନ ସିଂହାସନରେ ବିଜେ ଦାରୁ ବିଗ୍ରହ ନୀଳ ମାଧବ ଓ ବିମଳାଂକ ବିଜେ ପ୍ରତିମା ଦୁର୍ଗା ଏକତ୍ରିତ ରୁନ୍ଧା ହୋଇ ଆଲିଂଗିତ ଅବସ୍ଥାରେ ଆରାଧିତ ରୁଅନ୍ତି ।ପ୍ରଥମ ଆଠ ଦିନ ସେମାନେ ବିମଳା ମନ୍ଦିରର ଜଗମୋହନରେ ଓ ଶେଷ ଆଠ ଦିନ ଦୋଳ ମଣ୍ଡପ ସାହିର ନାରାୟଣୀ ମଂଦିରକୁ ଯାଇ ପୂଜା ପାଆନ୍ତି ।ଦୁର୍ଗା ଶିବଂକର ଶକ୍ତି, ପତ୍ନୀ ।ନୀଳ ମାଧବ ବିଷ୍ନୁ ଜଗନ୍ନାଥଂକର ଚଳନ୍ତି ପ୍ରତିମା ।ବିଷ୍ନୁ ଓ ଦୁର୍ଗା ଆଲିଂଗିତ ଅବସ୍ଥାରେ ପୂଜା ପାଇବା ଅନ୍ୟ କୌଣସିଠାରେ ଦେଖାଯାଏ ନାହିଁ ।ତାଂତ୍ରିକମାନେ ଆଗ କାଳରେ ଜଗନ୍ନାଥଂକୁ ଭୈରବ ଓ ବିମଳାଂକୁ ଭୈରବୀରୂପେ ଆରାଧନା କରୁଥିଲେ ।ବୌଦ୍ଧ ସହଜଯାନର ଅନୁଗାମୀମାନେ ବିଶ୍ୱାସ କରୁଥିଲେ ଯେ ଭୈରବ ଓ ଭୈରବୀଂକୁ ସଂଭୋଗ ପ୍ରସାଦରୂପେ ଅର୍ପଣ କଲେ , ସେମାନେ ସହଜରେ ଓ ଶିଘ୍ର ବରଦାନ କରିଥାନ୍ତି ।ଆଜିର ଦୁର୍ଗାମାଧବ ପୂଜା ସେହି ପରଂପରାର ଅବଶେଷ ହୋଇପାରେ । ଏଠାରେ ଆଉ ଏକ ସୂଚନା ଦେବା ଉଚିତ ହେବ ଯେ ଶ୍ରୀ କ୍ଷେତ୍ରର ଚାରି ଦିଗରେ ଅନେକ ଦେବୀ ମନ୍ଦିର ଅବସ୍ଥିତ ।ସେ ସବୁ ମନ୍ଦିରରେ ବିରାଜିତା ଦେବୀମାନଂକୁ ଜଗନ୍ନାଥଂକ ମହା ପ୍ରସାଦ ଓ/ବା ତାଂକର ଉଲାଗି ମାଳ ସମର୍ପଣ କରାଯାଏ ।କେତେକ ଦେବୀ ମନ୍ଦିର ଚୂଡାରେ ତ୍ରିଶୁଳ ବଦଳରେ ନୀଳଚକ୍ର ଶୋଭାପାଏ ।ଏହା ଜଗନ୍ନାଥ ସଂସ୍କୃତିର ଏକ ବିଚିତ୍ରତା ।
୧୨. ରାମ ଓ କୃଷ୍ନ ଜନ୍ମ ଶ୍ରୀ ମନ୍ଦିରରେ ଧୂମଧାମରେ ପାଳନ କରାଯାଏ ।ଏହି ଦୁଇ ଜନ୍ମଦିନର ପୂର୍ବ ଦିନ ସଂଧ୍ୟାରେ ଜଗନ୍ନାଥଂକ ବାଡରେ ଏକ ସ୍ୱତଂତ୍ର ନୈବେଦ୍ୟ ଜେଉଠ ଭୋଗ ଅର୍ପଣ ଓ ଏକ ସ୍ୱତଂତ୍ର ବଂଦାପନା ଗର୍ଭୋଦକ ବଂଦାପନା କରାଯାଏ ।ଜେଉଠ ଖାଇଲେ ଗର୍ଭବତୀର ସୁଖ ପ୍ରସବ ହୁଏ ଓ ନବ ଜାତକପାଇଁ ପ୍ରଚୁର ଦୁଧ ଉତ୍ପନ୍ନ ହୁଏ ।ଗର୍ଭୋଦକ ବନ୍ଦାପନା କରି ଗର୍ଭଶୁଳ ଆସିବାପାଇଁ ପ୍ରାର୍ଥନା କରାଯାଏ ।ଏଠାରେ ଦେଖିବା କଥା ଯେ ଜଗନ୍ନାଥ ମାଆଭାବେ ଜେଉଠ ଭୋଗ ଓ ଗର୍ଭୋଦକ ବଂଦାପନା ଗ୍ରହଣ କରନ୍ତି ।ମହା ବିଷ୍ନୁରୂପେ ରାମ ଓ କୃଷ୍ନଂକୁ ଆଜ୍ଞାମାଳ ଜରିଆରେ ଆଦେଶ ଦିଅନ୍ତି ।ସେ ରାମ ଓ କୃଷ୍ନରୂପେ ଜନ୍ମ ଗ୍ରହଣ କରନ୍ତି ।ମାଆ ଯିଏ ପୁଅ ସିଏ ଓ ଅବତାରୀ ଯିଏ ଅବତାର ସିଏ ।ଏପରି ପରଂୱରା ଅନ୍ୟ କୌସି ଦେବସ୍ଥାନରେ ଦେଖାଯାଏ ନାହିଁ ।
୧୩. ଯେତେବେଳେ ଆର୍ଯ୍ୟମାନେ ପ୍ରଥମେ ଆସି ଆଦିବାସୀମାନଂକ ସହ ବସବାସ କରିବାକୁ ଲାଗିଲେ , ଶାନ୍ତିପୂର୍ ସହାବସ୍ଥାନପାଇଁ ସେମାନେ ଚଶୁରତାରସହ ଆଦିବାସୀଂକର ଖମ୍ବ ଦିଅଁକୁ ଆପଣେଇ ନେଲେ ।ଖମ୍ବରେ କିମ୍ବା ଆଉ ଏକ ଗୋଚିଆ ପଥରରେ ସିନ୍ଦୁର ଲେପ ଦେଇ ସେଥିରେ ଧାତବ ଆଖି, କାନ ଓ ପାଟି ଲଗେଇ ଦିଅଁଂକର ମୁଖ ମଣ୍ଡଳ ତିଆରି କଲେ ଓ ତାଂକୁ ଦୁର୍ଗାଂକର ଏକ ନାମରେ ନାମିତ କରି ଖମ୍ବ ଦିଅଂକସହ ଏକତମର ପୂଜାକଲେ ।ସେ ଦେବୀ ଗ୍ରାମ ଦେବତୀ ବୋଲାଇଲେ ।କାଳକ୍ରମେ ଦେବୀଂକପାଇଁ ମନ୍ଦିର ନିର୍ମାଣ କରାଗଲା ଓ ମୁଖ ମଂଡଳଯୁକ୍ତ ଦେବୀ ମନ୍ଦିରରେ ପୂଜା ପାଇଲେ ।ଆଦିପାସୀଂକ ଖମ୍ବ ଦିଅଁ ଛାତତଳେ ରହିବାର ପରଂପରା ନ ଥିବାରୁ ସେ ମନ୍ଦିର ବାହାରେ ରହି। ପୂଜା ପାଇଲେ ।ସମୟ କ୍ରମେ ଏହି ଖମ୍ବ ଛାଟ ଖମ୍ବ ବା ବଳି ଖମ୍ବରୂପେ ନାମିତ ହେଲା ।ସ୍ଥଳ ବିଶେଷରେ ଖମ୍ବ ଦିଅଁ ଗ୍ରାମ ଦେବତୀଂକର ବିଜେ ପ୍ରତିମାରୂପେ ଗୃହିତ ହେଲେ ।ଏହି ଏକୀକରଣ ପ୍ରକ୍ରିୟାରେ ଆଦିବାସୀଂକ ଖମ୍ବ ଦିଅଁ ପରଦା ଆଢୁଆଳକୁ ଚାଲିଗଲେଓ ଆର୍ଯ୍ୟ ଗ୍ରାମ ଦେବୀ ସାମନାକୁ ଆସି ଆରାଧିତ ହେଲେ । କିନ୍ତୁ ଶ୍ରୀ  କ୍ଷେତ୍ରରେ ପ୍ରଥମେ ଆର୍ଯ୍ୟ ଦେବତା ପନରୱଷୋତ୍ତମ ଓ ପରେ ନୀଳ ମାଧବଂକର ଶୀଳା ବିଗ୍ରହ ପୂଜା ପାଉଥିଲେ ।ସମୟ କ୍ରମେ ନୀଳ ମାଧବଂକ ଯାଗାରେ ଆଦିବାସୀଂକର ଖମ୍ବ ଦିଅଁକର ବିବର୍ତ୍ତିତରୂପ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଇଲେ ।ଏଠାରେ ଆର୍ଯ୍ୟ ଦେବତା ନୀଳ ମାଧବ ପରଦା ଆଢୁଆଳକୁ ଚାଲିଗଲେ । ଜଗନ୍ନାଥଂକର ଏହା ଆଉ ଏକ ସ୍ୱତଂତ୍ରତା ।
୧୪. ଭାରତର ଚାରିଧାମ ଭିତରେ ଶ୍ରୀ କ୍ଷେତ୍ର ବିଷ୍ନୁଂକର ଭୋଜନ କ୍ଷେତ୍ରରୂପେ ପ୍ରସିଦ୍ଧ ।ଏଠାରେ ଠାକୁରମାନେ ଛପନ ପ୍ରକାରର ଷାଠିଏ ପୌଟି ଭୋଗ ଭୋଜନ କରନ୍ତି ।ପ୍ରକୃତ ପକ୍ଷେ ଭୋଗର ସଂଖ୍ୟା ଛପନଠାରୁ ବରୁ ଅଧିକ ।ଶ୍ରୀ ମନ୍ଦିରର ରୋଷ ଘରେ କାଠ ଚୁଲିରେ ପ୍ରତିଦିନ  ଲକ୍ଷାଧିକ ଭକ୍ତଂକପାଇଁ ଅନ୍ନ ହ୍ୟଂଜନ ପ୍ରସ୍ତୁତ କରାଯାଏ ।ପ୍ରତିଦିନ ନୂଆ ମାଟି ପାତ୍ର ( କୋଡୁଆ)ରେ ଅନ୍ନ ବ୍ୟଂଜନ ପ୍ରସ୍ତୁତ କରିବା ଏ ରୋଷ ଘରର ସ୍ୱତଂତ୍ରତା ।କୋଡୁଆ ଉପରେ କୋଡୁଆ ରଖି ଅନ୍ନ ରାଂଧିବା, ଅନ୍ନରୁ ପେଜ ନ ଗାଳିବା, ତରକାରି ଡାଲି ପ୍ରସ୍ତୁତ କରିବାରେ ଚଟୁ ବ୍ୟବହାର ନ କରିବା ଓ ଡାଲି ଓ ତରକାରି ନ ବଘାରିବା ଶ୍ରୀ ମନ୍ଦିର ପାକ ପ୍ରଣାଳୀର ସ୍ୱତଂତ୍ରତା ।ରୋଷ ଘରେ ପ୍ରସ୍ତୁତ ପ୍ରସାଦ ଚତୁର୍ଦ୍ଧା ମୂର୍ତ୍ତିଂକୁ ଅର୍ପଣ ହେବାପରେ ବିମଳାଂକୁ( ନକ୍ଷ୍ମୀଂକୁ ନୁହେଁ )ସମର୍ପଣ ହେଲେ ମହାପ୍ରସାଦରେ ପରିଣତ ହୁଏ ।ଏହା ଶ୍ରୀ ମନ୍ଦିରର ଆଉ ଏକ ବିଚିତ୍ରତା ।
           ଭକ୍ତମାନେ ଆନନ୍ଦ ବଜାରରେ ମହାପମରସାଦ ସେବନ କରାଯାଏ ।ମହାପ୍ରସାଦ ପାଇବାକୁ ଖାଇବା କୁହାଯାଏ ନାହିଁ , ମହାପ୍ରସାଦ ସେବା କରିବା କୁହାଯାଏ ।ମହା ପ୍ରସାଦ କୋଡୁଆରୁ ଅନ୍ନ, ଡାଲି ଓ ତରକାରି ଅନ୍ୟ ପାତ୍ର ବା ପତ୍ରକୁ ନ ବାଢି କୋଡୁଆକୁ ମଝିରେ ଥୋଇ ଏକାଧିକ ଭକ୍ତ ଏକାଠି ଖାଇବା ପନରୀର ପରଂପରା ।ତେଣୁ ମହାପ୍ରସାଦକୁ ଅବଢା କୁହାଯାଏ ।ଆନନ୍ଦ ବଜାରରେ ଚଣ୍ଡାଳ ବ୍ରାହ୍ମଣ ଏକତ୍ର ମହାପ୍ରସାଦ ସେବନ କରିବାର ପରଂପରା ଅଛି । ଏହା ଏ ପୀଠର ସ୍ୱତଂତ୍ରତା ।
୧୪.ଜଗନ୍ନାଥ ପୂର୍ଣବ୍ରହ୍ମ ।ତାଂକ ପ୍ରତିମା ବିଷୟରେ ଆଲୋଚନା କଲାବେଳେ ଯଯୁବେଦର ଏକ ଶ୍ଳୋକାଂଶ ମନକୁ ଆସେ-ନ ତସ୍ୟ ପ୍ରତିମା ଅସ୍ତି (୩୨/୩) ।ଅର୍ଥାତ୍ ବ୍ରହ୍ମଂକର ପ୍ରତିମା ନାହିଁ ।ଜଗନ୍ନାଥଂକ ବିଗ୍ରହ ଏକ ସାଂକେତିକ ବିଗ୍ରହ ବା ପ୍ରତୀକ ।ପ୍ରତିମା କହିଲେ ଏକ ମାନବାକୃତି ମୂର୍ତ୍ତି ମନକୁ ଆସେ ।ଜଗନ୍ନାଥଂକ ବିଗ୍ରହ ସାଂକେତିକ ଭାବେ ମାନବାକୃତି ହୋଇଥିଲେ ମଧ୍ୟ ପଲକ ପଡୁ ନ ଥିବା ଆଖି, ପୁଡା ନଥିବା ଏକ ନାକ ,କାନର ଅନୁପସ୍ଥିତି  ଓ ହାତ ପାପୁଲି ଓ ଗୋଡ ନ ଥିବା ଯୋଗୁ ଏହା ସମସ୍ତ ଇଂଦ୍ରିୟ ବିବର୍ଜିତ ଏକ ସ୍ୱରୂପ ।ତେଣୁ ଏହା ପ୍ରତିମା ନୁହେଁ , ଏକ ପ୍ତୀକ ।
       ଏହି ଶ୍ଳୋକାଂଶକୁ ସାୟଣାଚାର୍ଯ୍ୟ ତାଂକ ଭାଷ୍ୟରେ କହିଛନ୍ତି ଯେ ‘ ପ୍ରତିମା’ ଶବ୍ଦ ଏଠାରେ ମୂରଂତ୍ତି ଅର୍ଥରେ ବ୍ୟବହୃତ ହୋଇନାହିଁ ।ଏହାର ଅର୍ଥ ହେଲା ପୂର୍ଣବ୍ରହ୍ମଂକ ପରି ଆଉ କେହି ନାହିଁ ।ଏହା ମଧ୍ୟ ଜଗନ୍ନାଥଂକ ପ୍ରତି  ପ୍ରଜୁଜ୍ୟ ।ପୂର୍ଣବ୍ରହ୍ମଂକର ପ୍ରତୀକାତ୍ମକ ବିଗ୍ରହ ଅନ୍ୟ କୌଣସି ଦେବପୀଠରେ ଦେଖାଯାଏ ନାହିଁ ।
୧୫.ସଂଧ୍ୟାବେଳେ ଠାକୁରମାନଂକର ପହୁଡ ନୀତି କରାଯାଏ ।ଜଗନ୍ନାଥଂକୁ ଛାଡି ବାକି ତିନି ମୂର୍ତ୍ତି ଟେରା ବା ପରଦା ଆଢୁଆଳରେ ନିଦ୍ରା ଯାଆନ୍ତି ।କିନ୍ତୁ ଜଗନ୍ନାଥଂକ ତରଫରୁ ଭଣ୍ଡାର ଘରେ ଥିବା ଶୟନ ଠାକୁର ସିଂହାସନ ସାମନାରେ ଏକ ଡମ୍ବରୁ ଆକୃତିର ଛୋଟ ପଲଂକରେ ଶୟନ କରନ୍ତି ।ଏହା ଲକ୍ଷ୍ମୀ ଓ ଜଗନ୍ନାଥଂକର ଏକ ଅଷ୍ଟଭୁଜ ଆଲିଂଗିତ ବିଗ୍ରହ - ଚାରି ଭୁଜ ବିଷ୍ନୁଂକର ଓ ଚାରି ଭୁଜ ଲକ୍ଷ୍ମୀଂକର ।ଏପରି ଶୟନ ଠାକୁର ପହୁଡ ନୀତିରେ ଅଂଶ ଗ୍ରହଣ କରୁଥିବା ଅନ୍ୟ କୌଣସି ଦେବପୀଠରେ ଦେଖାଯାଏ ନାହିଁ ।
         ଏହି ସମସ୍ତ ସ୍ୱତଂତ୍ରତା , ବିଚିତ୍ରତା ଓ ବିଶିଷ୍ଟତା ପଂରମାଣ କରନ୍ତି ଯେ ଜଗନ୍ନାଥ ଅନନ୍ୟ, ସେ କେବଳ ତାଂକରି ପରି, ସ୍ୱପ୍ରତିମ ଓ ଅଦ୍ୱିତୀୟ ।
———-               ————।           
ମାଣିଆବନ୍ଧ ସ୍ୱପ୍ନେଶ୍ୱର ଗୋଚ୍ଛି

Post a Comment

Previous Post Next Post