. *❀꧁❣️ମା ସୁଭଦ୍ରା ତତ୍ତ୍ୱ❣️꧂❀*       
    
ଶ୍ରୀଜଗନ୍ନାଥ ତତ୍ତ୍ୱ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କର ମନୋଜ୍ଞ ସମାହାର। ତେଣୁ କୁହାଯାଇଛି "ଜ "କାରଶ୍ଚ  ଜଗନ୍ନାଥ,,"ଗ "କାରଶ୍ଚ ବଳଭଦ୍ର,, ଭଦ୍ରା "ନ "କାର ଭାବେନ, ଥ କାରଶ୍ଚ ସୁଦର୍ଶନ। ଶ୍ରୀ ଜଗନ୍ନାଥ ତତ୍ତ୍ୱରେ ଦେବୀ ସୁଭଦ୍ରାଙ୍କ ଉପସ୍ଥିତ ଅତ୍ୟନ୍ତ ଗରୁତ୍ବ ପୂର୍ଣ୍ଣ ।  ଦ୍ବିବିହ ତତ୍ତ୍ୱରେ ଶଙ୍କର୍ଷଣ ଶିବ ରୂପରେ ଗୃହୀତ ହେଲେ। ପରବର୍ତ୍ତୀ ସମୟରେ ଦେବୀ ସୁଭଦ୍ରା, ଜଗନ୍ନାଥ ଓ ବଳଭଦ୍ରଙ୍କ ସହିତ ବିରାଜିତ ହେଲେ। ସୁଭଦ୍ରା ଯେ ବ୍ରହ୍ମା ଏଥିରେ ସନ୍ଦେହ ନାହି । ବ୍ରହ୍ମା ତୀର୍ଥଗୁରୁ ପୁଷ୍କରକୁ ଯଜ୍ଞ ପାଇଁ ପ୍ରକୃଷ୍ଟ ସ୍ଥାନ ଭାବେ ମନୋନୀତ କରି ଯଜ୍ଞ ଆରମ୍ଭ କରିବା ପୂର୍ବରୁ ନିଜ ପତ୍ନୀ ସାବିତ୍ରୀଙ୍କର ଜରୁରୀ ଆବଶ୍ୟକତା ମନେକରି ତାଙ୍କୁ ଆଣିବାକୁ ନିଜର ପୁତ୍ର ନାରଦକୁ ପଠାଇଲେ । ନାରଦ, ସାବିତ୍ରୀ ଆସିବାରେ ବିଳମ୍ବ ହେବାରୁ ବ୍ରହ୍ମା ଗାୟତ୍ରୀଙ୍କୁ ବିବାହ କରି ଯଜ୍ଞ ଆରମ୍ଭ କରିଥିଲେ । ନାରଦ, ସାବିତ୍ରୀ ପଛରେ ପହଞ୍ଚି, ବ୍ରହ୍ମାଙ୍କ ର ଏପରି କାର୍ଯ୍ୟ ଦେଖି ଅଭିଶାପ ଦେଲେ 

-ତୁମେ ସୃଷ୍ଟି କର୍ତ୍ତା ହୋଇଥିଲେ ହେଁ ଏହି ପୁଷ୍କର ସ୍ଥାନ ବ୍ୟତୀତ ଅନ୍ୟ ଠାରେ ପୂଜା ପାଇବ ନାହିଁ । ବେଦର ମାହାତ୍ମ୍ୟ ଜାଣିବାକୁ ହେଲେ ଆମର ପ୍ରତିଦିନର ଜୀବନ ଚର୍ଯ୍ୟାରେ ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କୁ ଜାଣିବା ଆବଶ୍ୟକ। ଜଗନ୍ନାଥ ଅବକ୍ତ୍ୟ ଜଗତରୁ ଜୀବ ମଧ୍ୟରେ ମନ୍ତ୍ର ପ୍ରକାଶ କରୁଥିବାରୁ ସେ ରୁଗ୍ ବେଦ। ଏହି ମନ୍ତ୍ରକୁ ଦେବୀ ସୁଭଦ୍ରା ଅନୁଭବ ସ୍ତରରେ ଯୋଗ କରୁଥିବାରୁ ସେ ହେଉଛନ୍ତି ଯଦୁର୍ବେଦ। ଏହି ସମ୍ବେଦନ କର୍ମେନ୍ଦ୍ରୀୟ ରୂପୀ ବଳରାମ ସାମ୍ୟ ଧାରଣ କରନ୍ତି ବୋଲି, ସେ ସାମବେଦ, ସୁଦର୍ଶନ ଅର୍ଥବ ବେଦ ଭାବରେ ବିବେଚନା କରାଯାଏ ।

ସନାତନ ଧର୍ମର ମୁଖ୍ୟ ତ୍ରିଧାରା ହେଉଛନ୍ତି -
ଶାକ୍ତ, ବୈଷ୍ଣବ, ଶୈବ ଓ ଶାକ୍ତ ମାନଙ୍କର ଉପାସିତ ଦେବୀ ହେଉଛନ୍ତି ସୁଭଦ୍ରା । ସ୍କନ୍ଦ ପୁରାଣରେ ସୁଭଦ୍ରା ଙ୍କର ଦୁଇଟି ହାତ ବୋଲି କଳ୍ପନା କରାଯାଇଛି । ଗୋଟିଏ ହାତରେ ପଦ୍ମ ଓ ଅନ୍ୟ ହାତରେ ଅଭୟ ଦାନ କରୁଥିବାର ବର୍ଣ୍ଣନା ରହିଛି। ନୀଳମାଧଵ ତତ୍ତ୍ବରେ ଜଗନ୍ନାଥ ଧର୍ମର ପ୍ରାଚୀନତା ନିହିତ ଥିବା କୁହାଯାଇଥାଏ। ନୀଳ +ମା +ଧବ ! ଏହି ମା  ଶବ୍ଦ ର ପ୍ରତିକ ମା ସୁଭଦ୍ରା ହୋଇଥିବା କେତେକ କହନ୍ତି । ବୌଦ୍ଧ ମତରେ ତ୍ରିମୂର୍ତ୍ତି ହେଉଛନ୍ତି ବୌଦ୍ଧ ତ୍ରିରତ୍ନବୁଦ୍ଧ, ଧର୍ମ ସଙ୍ଘ।    
      କେତେକ ମତରେ ଏହି ତ୍ରିମୂର୍ତ୍ତି ହେଉଛନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା! ଏହି ତିନି ମୂର୍ତ୍ତି ହେଉଛନ୍ତି ସତ୍, ଚିତ୍, ଆନନ୍ଦର ପ୍ରତୀକ । ସତ୍ ରୂପୀ ଜଗନ୍ନାଥ ବଡ଼ ହୋଇଥିବା ସ୍ଥଳେ, ଚିତ୍ ରୂପୀ ବଳଭଦ୍ର କ୍ରିୟା ଶୀଳ, ଆନନ୍ଦ ସ୍ୱରୂପା ଦେବୀ ସୁଭଦ୍ରା ହିଁ ଶ୍ରୀ ଜଗନ୍ନାଥଙ୍କ ପ୍ରାଣଧାରା ।ଈଶ୍ୱରୀୟ ଶକ୍ତି ତତ୍ତ୍ବରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କର ସମନ୍ୱିତ ପ୍ରକୁତି ସ୍ୱରୂପା ଭାବରେ ସୁଭଦ୍ରା  ପ୍ରତିଷ୍ଠିତ। ସୃଷ୍ଟି ପାଳନ ଓ ସଂହାର ତତ୍ତ୍ବରେ ବିଚାର କରାଗଲେ ସେ ସାବିତ୍ରୀ ରୂପରେ ସୃଷ୍ଟିକର୍ତ୍ତା ଓ କାତ୍ୟାୟିନୀ ଭାବରେ ସଂହାର କର୍ତ୍ତ୍ରୀ, ମହାଲକ୍ଷ୍ମୀ ଭାବରେ ପାଳନ କର୍ତ୍ତ୍ରୀ ।

ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଅଙ୍ଗରେ, ସେ ଜଡିତ ଥିବାର ପ୍ରମାଣ ସ୍ୱରୂପ କୁହାଯାଇଛି ;
ବକ୍ଷ ସ୍ଥଳେ ସ୍ଥିତୋ 
ସମ୍ଭୋ ଅର୍ଦ୍ଧାଙ୍ଗ ଶୋଭିତ
ପଦ୍ମ ଯୋନି ମୁଖାଦବାସ୍ଥା ନଂ
ତଂ ନମାମି ହରି ପ୍ରିୟାମ ।
ସେ ଚଣ୍ଡୀରେ ଶକ୍ତି, ଜ୍ଞାନ, ବିଦ୍ୟା ଓ ଲକ୍ଷ୍ମୀ ଇତ୍ୟାଦି ସର୍ବ ଗୁଣର ଅଧିଶ୍ୱରୀ ହେଲେ ହିଁ ନାରାୟଣୀ ଭାବରେ ତାଙ୍କୁ ନମସ୍କାର କରିଥାନ୍ତି । ମହାଭାରତ ରେ ବିରାଟ ପର୍ବରେ ତାଙ୍କୁ ବିଜୁଳି କନ୍ୟା ରୂପେ ପରିକଳ୍ପନା କରାଯାଇଛି । ବିଷ୍ଣୁ ପୁରାଣରେ ସେ ନିଦ୍ରା ଦେବୀ ଭାବରେ ପରିଚିତ। ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରତିଷ୍ଠିତ ହେବାପରେ ସେ ଶାକ୍ତ ମତରେ ଦେବୀ ଭାବରେ ପରିଚିତ ନ ହୋଇ ବୈଷ୍ଣ୍ବବ ମତରେ ନିରାଜିତା ହୋଇ ବଳଭଦ୍ର, ଜଗନ୍ନାଥଙ୍କ ଭଉଣୀ ରୂପେ ସର୍ବ ସାଧାରଣରେ ଗୃହୀତ । ବରାହ ମିହିର ତାଙ୍କ  ବୃହତ ସଂହିତା ରେ ଏକାନନାସା ଓ ସୁଭଦ୍ରାଙ୍କ ମଧ୍ୟରେ ଅଭେଦ କଳ୍ପନା କରିଛନ୍ତି - ଏଣୁ ଦେବୀ ସୁଭଦ୍ରା  ଶିଳା ବ୍ରହ୍ମ, ଓ ଦାରୁ ବ୍ରହ୍ମ  ରୂପରେ ଶକ୍ତି ଭାବରେ ନିରାଜିତା ହୋଇ ଆସୁଛନ୍ତି।ରତ୍ନ ବେଦୀରେ ସୁଦର୍ଶନ ଶ୍ରୀଜଗନ୍ନାଥଙ୍କ ବାମ ଭାଗରେ ଶୋଭା ପାଉ ଥିବା ବେଳେ ରଥଯାତ୍ରା ସମୟରେ ସେ ଦେବୀ ସୁଭଦ୍ରାଙ୍କ ସହିତ  ବନ୍ଧା ହୋଇ ଥାନ୍ତି। ଲିଙ୍ଗ ସ୍ୱରୂପା ସୁଦର୍ଶନ ସୁଭଦ୍ରାଙ୍କ ସହ ବନ୍ଧା ହୋଇଥିବାରୁ ଦେବୀ ଶକ୍ତି ସ୍ୱରୂପା ବୋଲି ପ୍ରମାଣିତ।

     
•  ବୀରବଳ ଭଦ୍ର ପୁର, ପୁରୀ

✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Post a Comment

Previous Post Next Post