# ଭକ୍ତ ଦାସିଆଙ୍କ ଜନ୍ମ ଓ ତାଙ୍କ ପୀଠ...
ପୁରୀ ଧାମଠାରୁ ଜଗନ୍ନାଥ ସଡ଼କ ବା ୩୧୬ ନମ୍ବର ଜାତୀୟ ରାଜପଥରେ ପ୍ରାୟ 35 କି.ମି. ଯିବା ପରେ ପଡ଼ିବ ନିର୍ମଳା ଛକ । ଏହିଛକର ଟିକିଏ ପୂର୍ବରୁ ଥିବା ନୂଆଗୋଡ଼ି ସିଡ଼ିଠାରୁ ପ୍ରାୟ ୩ କି.ମି. ଗଲେ ପଡ଼ିବ
ବାଲିଗାଁ । ଏହି ବାଲିଗାଁରେ ରହିଛି ଭକ୍ତ ଦାସିଆଙ୍କର ପୀଠ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ  ପିତା ଧନୀ ଦାସ ଓ ମାତା କାଉଲୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ଭକ୍ତ ଶିରୋମଣି ଦାସିଆ ।
ବାଲ୍ୟକାଳରେ ଦାସିଆ ତାଙ୍କ ମାତାଙ୍କୁ ହରାଇଥିଲେ ।
ଦାସିଆଙ୍କର କୂଳବ୍ୟବସାୟ ଥିଲା ତନ୍ତରେ ବସ୍ତ୍ର ବୟନ ।ସେହି ବସ୍ତ୍ର କୁ ନିକଟସ୍ଥ ତେଇଶିପୁର ହାଟରେ ବିକ୍ରୟ କରି ପରିବାରର ଭରଣ ପୋଷଣ କରୁଥିଲେ । ବାଲିଗାଁ ଗ୍ରାମନିକଟରେ ଥିଲା ରତ୍ନଚିରା ନଦୀ । ଯାହା ଏବେ ପୋତିହୋଇ କେନାଲରେ ପରିଣତ ହୋଇଛି । ରତ୍ନଚିରା ନଦୀ କୂଳରେ ଥିବା କୁଣ୍ଡାଝରା ଅଶ୍ୱଥଗଛ ଥିଲା ଦାସିଆଙ୍କ ଲୀଳାଭୂମି । ପ୍ରତ୍ୟେ ଦିନ ଗ୍ରାମର ଯାହାଙ୍କ ଘରେ ହରିବଂଶ ଓ ଅନ୍ୟାନ୍ୟ ପୁରାଣମାନ ପଢାଯାଏ, ତାହାକୁ ଶ୍ରବଣ କରିଥାନ୍ତି ଭକ୍ତ ଦାସିଆ । ଛୋଟବେଳୁ ଦାସିଆଙ୍କର ଏହି ଅଭ୍ୟାସ ଥିଲା ।ଏହା ପରେ ସେ ଧର୍ମଭାବାପନ୍ନ ହୋଇପଡ଼ିଥିଲେ । ସେ
ସଦାସର୍ବଦା ଶ୍ରୀଜଗନ୍ନାଥଙ୍କର ଚିନ୍ତା ଓ ଚେତନାରେ ମଗ୍ନ
ରହୁଥିଲେ । ଲୁଗା ବୁଣିବା ସମୟରେ ପ୍ରଭୁଙ୍କ ନାମ ଗାନ କରୁଥିଲେ ଓ କାହାଣୀ ଶୁଣାଉଥିଲେ । ଦାସିଆଙ୍କର ସମ୍ପତି ବୋଲି ଚାରି ଡିସିମିଲ ଜମି ଓ ଗୋଠଗାଡ଼ିଆ ପୁଷ୍କରିଣୀ ଖଣ୍ଡିକ । ତାଙ୍କର କୌଣସି ପିଲାଛୁଆ ନ ଥିଲେ  । ଏହି ଗୋଠଗାଡ଼ିଆ ପୁଷ୍କରିଣୀ ଯେଉଁଠିକି ଅନେକ ଅଲୌକିକ ଘଟଣା ଘଟିଥିଲା ।
#ଶ୍ରୀଫଳ (ନଡ଼ିଆ )ନେଲେ ତାଙ୍କ ହାତରୁ...
ଅରେ ଭକ୍ତ ଦାସିଆ ଶ୍ରୀଜଗନ୍ନାଥଙ୍କ ପାଖକୁ ନଡ଼ିଆଟିଏ ପଠାଇବା ପାଇଁ ଇଚ୍ଛା କଲେ । ନିଜ ହାତ ତିଆରି ଗାମୁଛା ଖଣ୍ଡକ ଦାସିଆ ନିକଟସ୍ଥ ପ୍ରହରାଜପୁର ବ୍ରାହ୍ମଣ ଶାସନର ନିଧୁ ମହାପାତ୍ରଙ୍କୁ ଦେଇ ନଡ଼ିଆଟିଏ ଆଣିଲେ । ସେହି ଗ୍ରାମର ମଧୁ ମହାପାତ୍ରଙ୍କ ହସ୍ତରେ ଭଗବାନ ଶ୍ରୀକଟନ୍ନାଥଙ୍କ ପାଖକୁ ପଠାଇଲେ । ତାଙ୍କୁ ହସ୍ତରେ ନଡ଼ିଆଟି ଅର୍ପଣ କରି କହିଲେ, ଗୋସେଇଁ ଗରୁଡ଼ ପଛରେ ଠିଆ ହୋଇ ଏହି ଶ୍ରୀଫଳକୁ ଜଗନ୍ନାଥଙ୍କୁ ବଢେଇ କହିବ ଯେ ଏହାକୁ
ବାଲିଗାଁ ଦାସିଆ ଦେଇଛି । ସେ ଯଦି ହାତ ବଢ଼ାଇ ନିଅନ୍ତି, ତେବେ ଦେବ ନଚେତ୍ ଫେରାଇ ଆଣିବ ମୋଟେ ଦେବ ନାହିଁ । ସତକୁ ସତ, ଦାସିଆ ପଠାଇଥିବା ଶ୍ରୀଫଳକୁ କାଳିଆ ସାଆନ୍ତ ଶ୍ରୀହସ୍ତ ବଢାଇ ବ୍ରାହ୍ମଣଙ୍କରୁ ଗ୍ରହଣ କରିଥିଲେ । ସେହିଦିନରୁ ତାଙ୍କ ଭକ୍ତିର ପରାକାଷ୍ଠାରେ ସମସ୍ତେ ମୁଗ୍ଧ ହୋଇ ଯାଇଥିଲେ ।
#ନିଜ ପୁଷ୍କରିଣୀ (ପୋଖରୀ ) ରେ ନନ୍ଦିଘୋଷ ରଥ ରେ ମହାପ୍ରଭୁ ଙ୍କ  ଦର୍ଶନ...
ଅର୍ଥାଭାବ ଯୋଗୁ ଜଗନ୍ନାଥ ଧାମକୁ ଭକ୍ତ ଦାଶିଆ ତାଙ୍କ ପତ୍ନୀଙ୍କୁ ନେଇପାରୁ ନଥାନ୍ତି । ରଥଯାତ୍ରା ଦେଖେଇପରୁନଥାନ୍ତି । ଦୀର୍ଘ ୫୦୦ ବର୍ଷ ପୂର୍ବେ ଏହିଗୋଠଗଡ଼ିଆ କୁଳରେ ଦସି, ଶ୍ରୀଜଗନ୍ନାଥଙ୍କୁ
ଆତୁର ପ୍ରାଥନା କରି ପୋଖରୀର ଜଳରାଶି ଉପରେ ନିଜ ପତ୍ନୀଙ୍କୁ ନନ୍ଦିଘୋଷ ରଥରେ ମହାପ୍ରଭୁ କାଳିଆଠାକୁର ବିଜେ ହୋଇଥିବା ଦୃଶ୍ୟ ଦେଖାଇଲେ । ଆଉ ଥରେ ମୁଣ୍ଡରେ ପାଚିଲାରସାଳ ଆମ୍ବ ଧରି ଦାସିଆ ବାଉରୀ ପହଂଚିଲେ ସିଂହଦ୍ବାରସ୍ଥ ଅରୁଣସ୍ତମ୍ଭ ନିକଟରେ !ପ୍ରଭୁଙ୍କୁ ସ୍ମରଣ କରି ଗୋଟିକ ପରେ ଗୋଟିଏ
ଆମ୍ବ , ହାତ ଟେକି ବଢାଇଲେ ଓ ପ୍ରଭୁ ମଧ୍ୟ ତାଙ୍କ ହସ୍ତରୁ ନେଇଥିଲେ । ରତ୍ନସିଂହାସନ ପଛପଟେ ଆମ୍ବ ଟାକୁଆ ଓ ଚୋପା ପଡ଼ିଥିବାରଦେଖୁଲେ ଓ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ ପ୍ରଭୁଙ୍କ ସେବକଗଣ । ସେବକଗଣ ଚିନ୍ତାରେ ପଡ଼ିଲେ କିଏ ସେ ଭକ୍ତ ଏତେ ଆପଣାର, ଯାହାଠାରୁ ପ୍ରଭୁ ଆମ୍ବ ଆଣି ଖାଇଛନ୍ତି । ତା' ପରେ ଜାଣିଲେ ସେ ଉକ୍ତ ହେଉଛନ୍ତି ଦାସିଆ ।
ଭକ୍ତ ଶିରୋମଣି ଉପାଧି ରେ ଭୂଷିତ #ଭକ୍ତ ଦାସିଆ...

ଗଜପତି ପ୍ରତାପ ରୁଦ୍ରଦେବ ଦାସିଆର ଭାବ ଓ ଭକ୍ତିର ପରାକାଷ୍ଠାରେ ପ୍ରଭାବିତ ହୋଇ ତାଙ୍କୁ ଭେଟି ଦେବା ପାଇଁଛୁଟି ଆସିଥିଲେ ବାଲିଗାଁକୁ । ଏଣେ ସ୍ଵୟଂ ଜଗନ୍ନାଥ ନିଜର ପ୍ରିୟ ଭକ୍ତ ଦାସିଆକୁ ଗଜପତିଙ୍କ ଆଗମନ କଥା ଆଗରୁସୂଚେଇ ଦେଇଥିଲେ, ତେଣୁ ଭକ୍ତ ଦାସିଆ ଅଧା ବାଟରୁ ଗଜପତିଙ୍କୁ ପାଛୋଟି ଆଣିବାକୁ ଗଲେ ଓ କହିଲେ ଛାମୁ !ଏ ଛାର ଅଧମ ଆପଣଙ୍କ ନିକଟରେ ହାଜର ହୋଇଥାଆନ୍ତା, ଆପଣ ଏତେ କଷ୍ଟ କରି କାହିଁକି ଆସିଲେ ମହାରାଜ ।
ଗଜପତି ପ୍ରତାପ ରୁଦ୍ରଦେବ ଏହା ଶୁଣି ସ୍ତବ୍ଧ ହୋଇଯାଇଥିଲେ ଓ ଜାଣିବାକୁ ଚାହିଁ ଲେ ସେ କିପରି ତାଙ୍କର ଆସିବାକଥା ଜାଣିବାକୁ ପାଇଲେ ? ଦାସିଆ ହସି ହସି ହାତ ଯୋଡ଼ି ଉତର ଦେଇଥିଲେ ନୀଳାଚଳ ବାସୀ ସ୍ଵୟଂ ଜଗନ୍ନାଥହିଁ ମୋତେ ଜଣାଇଥିଲେ, ତେଣୁ ମୁଁ ଆପଣଙ୍କୁ ପାଛୋଟି ନେବାକୁ ଆସିଥିଲି । ପ୍ରତାପ ରୁଦ୍ରଦେବ ଏ କଥା ଶୁଣି ଆଶ୍ଚର୍ଯ୍ୟ ହେବା ସଂଗେ ସଂଗେ ତାଙ୍କୁ ‘ଭକ୍ତ ଶିରୋମଣି” ଉପାଧିରେ ଭୂଷିତ କରାଇଥିଲେ ।
ଧନ୍ୟ ସେ ଭକ୍ତ ଧନ୍ୟ ତାଙ୍କ ର ଭକ୍ତି...
'ମଣିମା ଙ୍କ ର ଜୟ ହେଉ '

Post a Comment

Previous Post Next Post