#samba dasmai 12.jan.2022
#ଦୁଧ_ମେଲାଣ 
ଦୁଧ ମେଲାଣ ନୀତି :
ଆଜି ମଧ୍ୟାହ୍ନଧୂପ ବଢ଼ିବା ପରେ ରାମକୃଷ୍ଣ ଭିତର ସିଂହାସନ ବିଜେ କରିଥିଲେ । ବଡ଼ ବାଡ଼ରୁ ଓ ମହାପ୍ରଭୁଙ୍କ ବାଡ଼ ରୁ ଆଜ୍ଞାମାଳ ପାଇ ବଟ ମୂଳେ ଥିବା ପାଲିଙ୍କିରେ ବିଜେ ହୋଇ ଦୁଧ ମେଲାଣ ନିମନ୍ତେ ଜଗନ୍ନାଥ ବଲ୍ଲଭ କୁ ଯାତ୍ରା ଆରମ୍ଭ କରିଥିଲେ।ଘଣ୍ଟ , ଛତା , କାହାଳି ସହ ପାଲିଙ୍କି ବଡଦାଣ୍ଡ ଦେଇ ବାଲି ବେଦି ନିକଟକୁ ନିଆଯାଇ ଥିଲା। ସେଠାରେ ପୂର୍ବରୁ ଚାନ୍ଦୁଆ ବନ୍ଧା ହୋଇଥାଏ। ଗଉଡ଼ମାନେ (ମହାଭୋଇ ସେବାୟତ) ବାଘମୁହାଁ ବାନ୍ଧି ଗୋଦୋହନ କରି ସେଠାରେ ପୈଠ କରିଥିଲେ।
ଦୁଧଭାର ମାନଙ୍କୁ ଘେନି ଆଡମ୍ବରରେ ଶ୍ରୀମନ୍ଦିର ନାଟ ମନ୍ଦିର ସାମନାକୁ ରାମ କୃଷ୍ଣ ବାହୁଡ଼ିଥାନ୍ତି।ଏଠାରେ ପ୍ରସାଦ ଲାଗି ଓ ବନ୍ଦାପନା ପରେ ରାମକୃଷ୍ଣ ଦକ୍ଷିଣଘର କୁ ବାହୁଡ଼ିଥାନ୍ତି।

#ଦୁଧ_ମେଲାଣ

Post a Comment

Previous Post Next Post