🍁 -: ll ଶ୍ରୀମନ୍ଦିରରେ  ଚମ୍ପକ ଦ୍ଵାଦଶୀ ll :-  🍁
     ଆଜି ଚମ୍ପକ ଦ୍ଵାଦଶୀ(ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ) ରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା, ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଅନୁଷ୍ଠିତ କରାଯାଇଥାଏ। 

                ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ଦେବୀ ଶ୍ରୀଦେବୀ ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି।ଦେଉଳରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥାଏ।ଏହାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥାଏ।

                      ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ଭିତରକୁ ବିଜେ କରାଯାଏ ଓ ପରେ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ।ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀ (ରୁକ୍ମିଣୀ)କୁ ବିଜେ କରାଯାଇଥାଏ।ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଶ୍ରୀନଅରଠାରେ ଖଟକୁ ବିଜେ କରାଯାଇଥାଏ।ସେଠି ମହାସୁଆର ଦ୍ୱାର ପ୍ରସ୍ତୁତ ପିଠା ପଞ୍ଚୋପଚାରରେ ପୂଜା ଓ ମଣୋହି ହୋଇଥାଏ।    

               ଗଜପତିଙ୍କ ପରିବାରର ନାରୀମାନେ ଶ୍ରୀନଅରଠାରେ ପ୍ରଭୁ ଓ ଦେବୀଙ୍କୁ ବନ୍ଦାପନା କରି ଭେଟି ପ୍ରଦାନ କରିଥାନ୍ତି।ଏହାପରେ ବରକନ୍ୟା ସେବକମାନଙ୍କଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି।ଦେବାଦେବୀଙ୍କ ଶୋଭାଯାତ୍ରା ଦେଉଳରୁ ବାହାରି ଶ୍ରୀନଅର, ବାଲିସାହି, ଜିୟରସ୍ୱାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀ ସହି ଦେଇ ଶ୍ରୀଜମ୍ବେଶ୍ଵରଙ୍କ ମନ୍ଦିରରେ ପହଞ୍ଚନ୍ତି।ସେଠାରେ ପଞ୍ଚୁଗ୍ରାସୀ ଭୋଗ ସହିତ ବନ୍ଦାପନା ମଧ୍ୟ ହୋଇଥାଏ।ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀକପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି।

🍂🍃🍂🍃🍂🍃🍂🍃🍂🍃🍂🍃

  ll Champak Dwadashi in the temple ll: - 

     Today, the couple's Gwali procession at the temple at Champak Dwadashi (Elder Shukla Dwadashi) is organized by the Chhattisgarh Recruitment Services.

                The couple and Lord Madanmohan and the goddess Sridevi enjoy the panti with the city procession.

                      After the midday incense, the couple is enthroned and then obediently given orders. Lord Madan Mohan and Sridevi (Rukmini) are enthroned in Palinki under the hanging mandapa. And it makes sense.

               The women of the Gajapati's family pay homage to the Lord and the Goddess at Srinagar. There is also the Bandapana along with the Panchugrasi bhoga.

Post a Comment

Previous Post Next Post