🌺 *ଓଢଣ ଷଷ୍ଠୀ, ପ୍ରାବରଣ ଉତ୍ସବ*🌺

🌹ମାର୍ଗଶିର ଶୁକ୍ଳ ଷଷ୍ଠୀ🌹



#ପ୍ରାବରଣ_ଯାତ୍ରା_ଓଢ଼ଣ_ଷଷ୍ଠୀ_ଘୋଡ଼_ଲାଗି_ବେଶ_ମାର୍ଗଶିର_ଶୁକ୍ଳ_ଷଷ୍ଠୀ🔥*
🌷🌸⚱️🔯🕉️⚛️⚱️🌸🌷

ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ପ୍ରକାର ମାନବୀୟ ଲୀଳା ମଧ୍ୟରୁ ପ୍ରାବରଣ ଷଷ୍ଠୀ ଏକ ଉତ୍ସବ। ଏହି ପର୍ବ ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ଦିନ ପାଳନ କରାଯାଏ। ଶୀତ ଋତୁରେ ଶୀତର ପ୍ରକୋପରୁ ରକ୍ଷାପାଇବା ନିମନ୍ତେ ଶୀତବସ୍ତ୍ର ପରି ଧାରଣ କରିବା ଲୀଳା  ‘ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ’ନାମରେ ବିଦିତ । ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ । ଠାକୁର ମାନଙ୍କ ଶ୍ରୀବିଗ୍ରହରେ ଘୋଡ଼ଲାଗି ହୋଇଥାଏ ବସନ୍ତ ପଞ୍ଚମୀ ଦିନ ବସନ୍ତ ଉତ୍ସବ ସମାପ୍ତି ପରେ ଟେକା ଘୋଡ଼ ଲାଗି ହୋଇଥାଏ ।

ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଋଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାପୋଡ଼ ପରିଧାନ କରିଥାନ୍ତି । । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନ’ଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଯାତ୍ରାଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରି, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧୁବାସ ପାଇଁ ରହିଥାଏ । ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଗୁନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଋଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମୈଲମ ବଢ଼ିବା ପରେ ପାଣିପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି – ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଏହି ଦିନ ଅଧୁବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବିଜେ ହୁଅନ୍ତି ନାହିଁ । ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମୈଲମ ହୁଏ । ଗତ , ଦିନ ଭୋଗମଣ୍ଡପ ଘରେ ଅଧୁବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, , କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସଂହାସନକୁ ବିଜେ କରାଯାଏ । ସଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ି ଲେ ଛଅମୂର୍ତ୍ତି ଅଳକାଂର ଲାଗି ହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧାହ୍ନଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତାବସ୍), ଖଣ୍ଡୁଆ ପାଟ, ଭେଲ୍‌ଭେଟ୍‌ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧୁ ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।

ଯଥା :- ରବି ବାର- ଲାଲ ରଙ୍ଗ,
ସୋମବାର- କଳାଛିଟା ମିଶା ଶୁକ୍ଳ
, ମଙ୍ଗଳବାର- ବାରିପଟିଆ (ପଞ୍ଚରଙ୍ଗମିଶା),
ବୁଧବାର- ସବୁଜରଙ୍ଗ,
ଗୁରୁବାର- ବସନ୍ତ (ହଳଦିଆ) ରଙ୍ଗ,
ଶୁକ୍ରବାର-  ଶୁକ୍ଳ ରଙ୍ଗ ଓ
ଶନିବାରକଳାରଙ୍ଗ
ଜ୍ୟୋତିଷ ଶାସ୍ତ୍ରବିତମାନେ ମହାପ୍ରଭୁଙ୍କର ସାତ ଦିନର ସାତପ୍ରକାର ଘୋଡ଼ରଙ୍ଗକୁ ସାତଗୋଟି ଗ୍ରହର ପ୍ରତୀକ ବୋଲି ଆକଳନ କରିଥାନ୍ତି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ‘ ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ଯାତ୍ରାଭାଗବତରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ନୟନାନନ୍ଦକର ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, – ସେମାନେ ଚନ୍ଦ୍ର, ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଗର୍ଭବାସ କଷ୍ଟ ଭୋଗନ୍ତି ନାହିଁ ।

ପାବୃତଂ ଯେ ଚ ପଶ୍ୟତି ଦେବଦେବଂ ଜନାର୍ଦ୍ଦନମ୍ ।
ନ ତେ ଗର୍ଭ ଗୃହଂ ଯାନ୍ତି ଯାବଚ୍ଚନ୍ଦ୍ର ଦିବାକରୌ ।

ବର୍ଷ ତମାମ ଶ୍ରୀମନ୍ଦିର ରେ ବିଭିନ୍ନ ୠତୁ ଅନୁଯାୟୀ ତଥା ତତ୍କାଳୀନ ରାଜା ମହାରାଜା ମାନଙ୍କ ଦୈନନ୍ଦିନ ଚଳଣି ପ୍ରକାରେ ଶ୍ରୀବିଗ୍ରହମାନଙ୍କ ବିଭିନ୍ନ ରୀତିନୀତି, ପରମ୍ପରା ଯାନିଯାତ୍ରା,ବେଶ ଇତ୍ୟାଦି ର ସୃଷ୍ଟି।ସାଧାରଣ ମଣିଷ ଶୀତ ଋତୁ ରେ ଶୀତବସ୍ତ୍ର ପରିଧାନ କଲାଭଳି ସ୍ୱୟଂ ମହାପ୍ରଭୁ ମଧ୍ୟ ଶୀତ ଦିନେ ଶୀତ ଵସ୍ତ୍ର ରେ ଭୂଷିତ ହୋଇଥାନ୍ତି।ଶ୍ରୀମନ୍ଦିର ଭାଷା ରେ ଏହାକୁ " *ଘୋଡ଼ ଲାଗି ବେଶ*" କୁହାଯାଏ।ରତ୍ନସିଂହାସନ ରେ ବିରାଜିତ ସମସ୍ତ ବିଗ୍ରହ ମାନଙ୍କ ପାଇଁ ନୂତନ ଘୋଡ଼ ବସ୍ତ୍ର ନିର୍ମିତ ହୋଇଥାଏ।ମାର୍ଗଶିର ଶୁକ୍ଳ ଷଷ୍ଠୀ (ଓଢଣ/ପ୍ରାବରଣ ଷଷ୍ଠୀ) ଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଏହି ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ। ଦୈନନ୍ଦିନ ଅବକାଶ ପରେ ଓ ଦ୍ୱିପ୍ରହର ଧୂପ ପରେ ଏହି ଘୋଡ଼ ପ୍ରଭୁ ପରିଧାନ କରିଥାନ୍ତି।ଘୋଡ଼ଲାଗି ବେଶ ରେ ସୂତା ଗଡ଼ା(ସୂତା ଲୁଗା),ଖଣ୍ଡୁଆ, ପତନୀ,ଭେଲଭେଟ ଘୋଡ଼, ଫୁଟା, ମଫଲର,ଟୋପର ଆଦି ବ୍ୟବହୃତ ହୋଇଥାଏ।ଉକ୍ତ ଘୋଡ଼ଲାଗି ବେଶ ମଧ୍ୟରେ ମକର ଚଉରାଶି ଦିନ ମଧ୍ୟ ମକରଚୁଳ ଲାଗି ହୋଇଥାଏ।
ପରମ୍ପରା ଅନୁଯାୟୀ ଠାକୁର ମନେ ପ୍ରତି ବାର ଅନୁଯାୟୀ ଭିନ୍ନ ଭିନ୍ନ ଘୋଡ଼ ପରିଧାନ କରନ୍ତି।ଯଥା-
ରବିବାର-ଲାଲ ରଙ୍ଗ ,
ସୋମବାର-କଳା ଛିଟ ମିଶା ଶୁକ୍ଳ ରଙ୍ଗ,
ମଙ୍ଗଳବାର-ବାରପଟିଆ(ପାଞ୍ଚ ରଙ୍ଗ ମିଶା)
ବୁଧବାର-ନୀଳ
ଗୁରୁବାର-ହଳଦିଆ
ଶୁକ୍ରବାର-ଶୁକ୍ଳ/ଧଳା।
ଶନିବାର-କଳା
ସାତ ଦିନ ରେ ଘୋଡ଼ ର ରଙ୍ଗ କୁ ଜ୍ୟୋତିଷ ଶାସ୍ତ୍ରଜ୍ଞ  ମାନେ ସାତ ଗ୍ରହ ର ପ୍ରତୀକ ବୋଲି କହିଥାନ୍ତି।ଏହି ଘୋଡ଼ଲାଗି ସମୟରେ ପୂଜାପଣ୍ଡା ମାନେ ସିଂହାସନ ତଳେ ବସି ପୂଜା କରିଥାନ୍ତି।ଖରା ସମୟରେ ଶୀତ କମ ରହୁଥିବା ହେତୁ ଦ୍ୱିପ୍ରହର ଧୂପ ସମୟରେ ଠାକୁର ମାନେ ଘୋଡ଼ ପିନ୍ଧନ୍ତିନାହିଁ।ଏହି ଧୂପ ରେ ପୂଜାପଣ୍ଡା ମାନେ  ସିଂହାସନ ଉପରେ ବସି ପୂଜା କରିଥାନ୍ତି।ଏହି ବେଶ ରେ ଠାକୁର ମନେ ଆଠ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୋଇଥାନ୍ତି।ତିନି ଠାକୁରଙ୍କ ନିମନ୍ତେ ୧୪ ହାତ ଲମ୍ବ ଓ ୩ହାତ ଓସାର ର ଚାରି ଖଣ୍ଡ ପାଟ ଆବଶ୍ୟକ ହୋଇଥାଏ।ଉକ୍ତ ଘୋଡ଼ ପାଟ ରେ ବୁଣା ଯାଇଥିବା ର ପ୍ରମାଣ ନିମ୍ନ ଶ୍ଳୋକ ରେ ପ୍ରଦତ୍ତ କରାଗଲା।

"ମାର୍ଗଶୀର୍ଷ ଶୀତେ ପକ୍ଷେ ଯା ଷଷ୍ଠୀ ତିଥି ସଂଯୁତା 
ସା ତୁ ପ୍ରାବରଣୀ ନାମ ସର୍ବ କାମ ଫଳ ପ୍ରଦଃ
ବିଜୟତୁ ଜଗନ୍ନାଥ ଦିବ୍ୟ ବସ୍ତ୍ରେଣାଳକୃତ
ପ୍ରଜଚ୍ଛଟି ସର୍ବ କାମାନ 
ସ୍ୱର୍ଗ ମୋକ୍ଷ ଚ ଦୁର୍ଲ୍ଲଭମ"

ଶୀତ ର ପ୍ରକୋପ କମି ଆସିଲେ ଯେପରି ଲୋକମାନେ କମ୍ବଳ ଓ ଶ୍ୱେଟର ଆଦି ର ବ୍ୟବହାର ନ କରି ପତଳା ଚାଦର ଓ ଗରମ କନା ର ପୋଷାକ ପରିଧାନ କରିଥାନ୍ତି,ଠିକ ସେହିପରି ଠାକୁର ମାନେ  ବସନ୍ତ ପଞ୍ଚମୀ ଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ତେକାଘୋଡ଼ ଓ ଜାମା ପରିଧାନ କରିଥାନ୍ତି।ସୂଚନ ଯୋଗ୍ୟ ଯେ ଏହି ଘୋଡ଼ ରେ ଠାକୁର ଙ୍କ ର ସମ୍ପୂର୍ଣ୍ଣ ଶ୍ରୀଅଙ୍ଗ ଆବୃତ୍ତ ହୁଏ ନାହିଁ।ଜାମା ଲାଗି ରେ ଠାକୁର ମାନେ ୩୦ମୂର୍ତି ଅଳଙ୍କାର ପରିଧାନ କରିଥାନ୍ତି। ଘୋଡ଼ ବସ୍ତ୍ର ଗୁଡିକ ସାଧାରଣତଃ ମଖମଲ (ଭେଲଭେଟ)ଓ ସୂତା କପଡା ରେ ଶ୍ରୀ ମନ୍ଦିର ର ପାରମ୍ପରିକ ଦରଜି ମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଶୈଳୀ ରେ ନିର୍ମିତ ହୋଇଥାଏ।

**********************************************
ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୁଏ ‘ପ୍ରାବରଣ ଉତ୍ସବ’ । ଏହା ଶ୍ରୀଜଗନ୍ନାଥଙ୍କର ‘ଓଢଣଷଷ୍ଠୀ’ ଭାବରେ ପରିଚିତ । ଏହି ଦିନଠାରୁ ଶ୍ରୀଜଗନ୍ନାଥାଦି ଦେବତା ବିଧିବଦ୍ଧ ଭାବରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କରନ୍ତି । ମାଘ ଶୁକ୍ଳ ପଂଚମୀ ପୂର୍ବଦିନ ଯାଏ ସେମାନେ ଏହି ବେଶ ପିନ୍ଧନ୍ତି । ଏହାକୁ ‘ଘୋଡାଲାଗି’ କୁହାଯାଏ । ନୀଳାଦ୍ରି ମହୋଦୟ ଓ ଯାତ୍ରା ଭାଗବତ ଆଦିରେ ଏସଂପର୍କିତ ବିଧାନର ବର୍ଣ୍ଣନା ଅଛି । କିନ୍ତୁ ସ୍କନ୍ଦପୁରାଣରେ ଏ ସଂପର୍କରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି । ଏହା ଅନୁସାରେ, ମାର୍ଗଶିର ଶୁକ୍ଳ ପଂଚମୀ ରାତିରେ ପ୍ରାବରଣ ବସ୍ତ୍ର ଗୁଡିକର ଅଧିବାସ କରାଯାଏ । ଓଢଣ ଷଷ୍ଠୀ ଦିନ ସେହି ବସ୍ତ୍ରକୁ ଦ୍ୟୁତାନସ୍ତୁ ମନ୍ତ୍ରରେ ସେମାନଙ୍କୁ ପରିଧାନ କରାଯାଏ । ଏଥିରେ ତୁଷ୍ଟ ହୋଇ ଶ୍ରୀଜଗନ୍ନାଥ ଶୀତକୁ ସ୍ୱୀକାର କରନ୍ତି ଏବଂ ଓଢଣଷଷ୍ଠୀଠାରୁ ଗଡା (ସୂତାବସ୍ତ୍ର),ଖଣ୍ଡୁଆ ପାଟ, ମଖମଲି ଘୋଡବସ୍ତ୍ର, ଶିରାବରଣ(ମଫଲର) ଓ ଟୋପର ଆଦି ପିନ୍ଧନ୍ତି । କିନ୍ତୁ ଶୀତ ସହ ଗୋଟିଏ ସର୍ତ୍ତ ରଖନ୍ତି ଯେ ସେ ସଂସାରର ଲୋକଙ୍କୁ ଅଧିକ କଷ୍ଟ ଦେବନାହିଁ ।

ସେହିସବୁ ବସ୍ତ୍ର ତାଙ୍କୁ ପରିଧାନ କରାଯିବା ବେଳେ ଆଚ୍ଛାଦନ ମନ୍ତ୍ରରେ କୁହାଯାଏ-ହେ ବସ୍ତ୍ର ! ଭଗବାନ ବିଷ୍ଣୁ ନିଜର ତେଜ ଦ୍ୱାରା ଅଖିଳ ଜଗତକୁ ଆବରଣ କରି ରଖିଥିଲେ ହେଁ, ତୁମ୍ଭେ ସେହି ଜଗତପତି ଭଗବାନଙ୍କର ଆଚ୍ଛାଦକ ହୁଅ ! ଆର୍ଥାତ୍ ଭଗବାନ ନିଜେ ଶୀତକୁ ସ୍ୱୀକାର କରୁଥିବାରୁ , ଆମେ ମଧ୍ୟ ଶୀତକୁ ସ୍ୱୀକାର କରିବା । ନିଜର ସୁରକ୍ଷା ପାଇଁ ଶୀତବସ୍ତ୍ର ପରିଧାନ କରିବା ।

ଋତୁ ମାନଙ୍କ ପ୍ରଭାବ ସଂସାରରେ ସମସ୍ତଙ୍କୁ ଉଣା ଅଧିକେ ଅନୁଭୂତ ହୁଏ। ଯାହାଦ୍ୱାରା ପ୍ରକୃତିରେ ବିଭିନ୍ନ ପରିବର୍ତ୍ତନ ମାନ ହୋଇଥାଏ। ପ୍ରତ୍ୟେକ ଋତୁ ମାନଙ୍କ କର୍ତ୍ତ୍ୟବ୍ୟକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଋତୁ ଅନୁଯାୟୀ ବେଶ ଓ ଉତ୍ସବ ମାନ ଅନୁଷ୍ଠିତ ହୋଇଥାଏ। ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ। ଏହି ସମୟରୁ ଅଧିକ ଶୀତ ଅନୁଭୂତ ହେଉଥିବାରୁ ଏହି ଦିନୁ ମହାପ୍ରଭୁ ମାନଙ୍କ ସହିତେ ସବୁ ଦେବାଦେବୀଙ୍କ ଘୋଡଲାଗି ଅନୁଷ୍ଠିତ ହୋଇଥାଏ। ଶ୍ରୀକ୍ଷେତ୍ରେ ମହାପ୍ରଭୁଙ୍କ ଘୋଡ଼ଲାଗି ଆଜିଠାରୁ ଆରମ୍ଭ ହୋଇ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହା ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ୟତମ ଯାତ୍ରା। ସମସ୍ତ ସପ୍ତଧା ବିଗ୍ରହ ସହିତେ ଶ୍ରୀ କ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ। ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଏହା ହେଉଛି ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା। ମହାପ୍ରଭୁ ଏହିଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି। ଏହି ଘୋଡ଼ଲାଗି ପ୍ରାବରଣ ଷଷ୍ଠୀରୁ ଆରମ୍ଭ ହୋଇ ଶିବରାତ୍ରୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ସମସ୍ତ ଶିବାଳୟରେ ଓ ଦେବୀ ମନ୍ଦିରରେ ଘୋଡ଼ଲାଗି ପର୍ବ ଅନୁଷ୍ଠିତ ହୋଇଥାଏ।

ଘୋଡ଼ ଅନ୍ୟ ନିତିଦିନ ବସ୍ତ୍ର ପରି ଏହା ବାରଲାଗି ବର୍ଣ୍ଣ ହୋଇଥାଏ। ସୋମବାର ଶୁକ୍ଳ, ମଙ୍ଗଳବାର  ବାରପାଟିଆ(ପଞ୍ଚରଙ୍ଗି), ବୁଧବାର ସବୁଜ, ଗୁରୁବାର ପୀତ, ଶୁକ୍ରବାର ଧଳା ଛିଟା, ଶନିବାର କଳା ଓ ରବିବାର ନାଲି ରଙ୍ଗର ହୋଇଥାଏ। ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ।
🌹🌹🌹🌹🌹🌹

       *ସଂଗୃହିତ*
🙏ଜୟ ଜଗନ୍ନାଥ 🙏

Post a Comment

Previous Post Next Post