#ମହାପ୍ରଭୁଙ୍କ_ମାନବୀୟ_ଲୀଳା🙏



ମହାପ୍ରଭୁଙ୍କର ଲୀଳା ଦୁଇ ପ୍ରକାର । #ବୈକୁଣ୍ଠରେ ନିତିପ୍ରତି ଚାଲିଛି ଅବ୍ୟକ୍ତ ଲୀଳା । ଅପ୍ରକଟ ଲୀଳା । ମର୍ତ୍ତ୍ୟରେ ବ୍ୟକ୍ତ ଲୀଳା । ପ୍ରକଟ ଲୀଳା । ଅପ୍ରାକୃତ ପ୍ରେମରୁ ପ୍ରାକୃତ ପ୍ରେମକୁ ଅବତରଣ କରନ୍ତି ଭକ୍ତମାନଙ୍କର ପ୍ରେମ ରସ ଆସ୍ବାଦନ ପାଇଁ । ଦୁଷ୍ଟମାନଙ୍କୁ ସଂହାର କରି ଶିଷ୍ଟମାନଙ୍କୁ ପାକିବା ପାଇଁ ।

ମର୍ତ୍ତ୍ୟବୈକୁଣ୍ଠ #ଶ୍ରୀକ୍ଷେତ୍ର, #ପୁରୀ । ୩୩ କୋଟି ଦେବାଦେବୀ ନେଇ ପ୍ରଭୁଙ୍କର ଏହି ମର୍ତ୍ତ୍ୟ ଲୀଳା ଅବତାର ନୁହେଁ । ଚାରିଧାମ ମଧ୍ୟରୁ ପ୍ରଭୁଙ୍କର ଭୋଜନ କ୍ଷେତ୍ର ଏହି ଲୀଳ କ୍ଷେତ୍ରର ଅବସ୍ଥିତି ଓ ଶ୍ରୀଜଗନ୍ନାଥ କା ପୁରୁଷୋତ୍ତମ ତତ୍ତ୍ୱ ଓ ଦର୍ଶନ ସହ ଯୁଗରେ ଥିଲା । ଏଠାରେ ମାନବତାବାଦର ପ୍ରଚାର ପାଇଁ ପ୍ରଭୁଙ୍କର ରୀତିନୀତିରେ ମାନବୀୟ ଗୁଣାବଳୀର ପରିପ୍ରକାଶ ଘଟିଛି ।

ସକାଳ ହେଲେ (#ଅବକାଶ) ଦାନ୍ତ ଘଷନ୍ତି । (#ମଇଲମ) ତୈଳ ମର୍ଦ୍ଦନ ହୁଅନ୍ତି । ଗାଧାନ୍ତି । #ତଡ଼ପ (ତଉଳିଆ) ଲାଗି ହୁଅନ୍ତି । ସେଇଁ ଦିନରେ ଯେଉଁ ରଙ୍ଗର ଲୁଗା ପିନ୍ଧନ୍ତି । ବେଶ ହୁଅନ୍ତି, ଖାଅଛି, ଶୁଅନ୍ତି, ଗରମ ହେଲେ ପଣା ପିଅନ୍ତି । #ନୌବିହାର କରନ୍ତି । ଚନ୍ଦନ ଲାଗି ହୁଅନ୍ତି । ଆଲଟ, ଚାମର ଲାଗି ହୁଅନ୍ତି । ଥଣ୍ଡା ହେଲେ #ଘୋଡ଼ଲାଗି ହୁଅନ୍ତି । ମୁଣ୍ଡରେ ପଗଡ଼ି ବାନ୍ଧନ୍ତି । ନାଚ ଗୀତ ନହେଲେ ନିଦ ଆସନ୍ତି । ଶେଜ ସୁପାତି ପଡ଼େ । ଫୁଲରେ #ବଡ଼ସିଂହାର ହୁଅନ୍ତି । ନିଦ ପାଇଁ ପଇଡ଼ ପିଅନ୍ତି । କର୍ପୂର ଆଳତି ନିଅନ୍ତି । ବିଡ଼ିଆ ପାନ ଖାଆନ୍ତି !

ସୂତା ଓ ପଟ୍ଟବସ୍ତ୍ର ପିନ୍ଧନ୍ତି । କାଠ ଜଳା ମାଟିହାଣ୍ଡି ରୋଷେଇ ଖାଆନ୍ତି । ଚେର ମୂଳି ଔଷଧି 
ବା ଆୟୁର୍ବେଦିକ ଓଷୁଅ, ପଥି ପାଞ୍ଚଣ ସବୁ ଖାଆନ୍ତି । ଏକାନ୍ତରେ ମା’ ଲକ୍ଷ୍ମୀଙ୍କ ସହ ମିଳିତ ହୁଅନ୍ତି । ଏମିତି କେତେ କ'ଣ !

ସମୁଦ୍ରରେ ଲହଡ଼ିର ବିପରୀତ ଦିଗରେ ଭାସି ଆସିଥିବା ମହାଦାରୁରୁ ଶରୀର ନିର୍ମାଣ କରାଯାଇଥିବାରୁ ତାଙ୍କ ଜନ୍ମ ଦିନରେ #ବୈଶାଖଶୁକ୍ଳ ଅଷ୍ଟମୀ ତିଥିରେ ଜଳ ଅଭିଷେକ ହୁଅନ୍ତି । ମତାନ୍ତରେ #ଜ୍ୟେଷ୍ଠପୂର୍ଣ୍ଣିମା ତାଙ୍କ ଜନ୍ମ ଦିନରେ ସ୍ନାନ ବେଦୀରେ ଅତ୍ୟଧିକ ଗାଧୋଇ ଜ୍ଵରଗ୍ରସ୍ତ ହୁଅନ୍ତି ।

ଭାଇ ଭଉଣୀଙ୍କୁ ଧରି ଜନକପୁରୀ ଗୁଣ୍ଡିଚା ଘରକୁ ବର୍ଷକେ ଥରେ ଯାଆନ୍ତି । ଫେରିଲା ବେଳେ ବାହୁଡ଼ା ଯାତ୍ରାରେ ମାଉସୀ (#ଅର୍ଦ୍ଧାସନୀ) ଘରେ #ପୋଡ଼ପିଠା ଖାଆନ୍ତି । ଲକ୍ଷ୍ମୀ ଠାକୁରାଣୀଙ୍କୁ ନେଇ ଯାଇ ନଥିବାରୁ ପରସ୍ପର କଳି ଲାଗିଥାଏ । ତେଣୁ ଆଶ୍ୱିନ ମାସରେ ‘ଗୁପ୍ତ ଗୁଣ୍ଡିଚାରେ ଲକ୍ଷ୍ମୀଙ୍କୁ #ଦୋଳମଣ୍ଡପ ସାହିସ୍ଥିତ #ନାରାୟଣୀ ମନ୍ଦିରକୁ ନେଇ ବୁଲି ଯାଆନ୍ତି ।

କୁମାର ପୂର୍ଣ୍ଣମୀରେ ଶକଟା ଖେଳରେ ହାରି ଲକ୍ଷ୍ମୀଙ୍କ ପାଖରେ ବନ୍ଧା ପଡ଼ନ୍ତି । ହାର ମାନନ୍ତି ।
ଅମାବାସ୍ୟା ତିଥିରେ #ଶ୍ବଶୁରାଳୟ ସାଗର ବିଜେ କରନ୍ତି । ସମୁଦ୍ର କୂଳରେ ପହଞ୍ଚିବା ପରେ ଶ୍ୱଶୁର ସାଗର ଆସି ଜ୍ବାଇଁ ନାରାୟଣଙ୍କ ପାଦ ଧୋଇ ଦିଅନ୍ତି ! ଶ୍ୱଶୁର ଘରେ ବନ୍ଦାପନା ସାରି 
ଖାଇପିଇ ବଡଦେଉଳକୁ ଫେରନ୍ତି !

#ଦେବଦୀପାବଳିରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି ! ନିଜେ ନବକଳେବର ହୋଇ ଆତ୍ମାର ମୃତ୍ୟୁ ନାହିଁ , ଶରୀରର ମୃତ୍ୟୁ ଅଛି ବୋଲି ବାର୍ତ୍ତା ପ୍ରେରଣ କରନ୍ତି !

ଏହିଭଳି ଅନେକ କଥା ମହାପ୍ରଭୁଙ୍କର ରହିଛି ଯାହା ମାନବୀୟ ଲୀଳାର ବାର୍ତ୍ତା ପ୍ରେରଣ କରେ !  
କ୍ରମଶଃ.........................

Post a Comment

Previous Post Next Post