.     *❀꧁❣️ପଶୁବଳି ପ୍ରଥା❣️꧂❀*

        
ମନୁ ସ୍ମୃତି ରେ ଲେଖାଅଛି ଯେ 
କୁର୍ଯ୍ୟାଦ୍ ଘୃତପଶୁଂ ସଙ୍ଗେ କୁର୍ଯ୍ୟାତ୍ ପିଷ୍ଟପଶୁଂ ତଥା ।
 ନତ୍ୱେବଂ ତୁ ବୃଥା ହନ୍ତୁ ପଶୁମିଛେକଦାଚନଂ ।।

ଖାଇବାର ଆସକ୍ତି ହେଲେ ଘିଅ ବା ଅଟାର ପଶୁ ବନାଇ ଖାଇବ; ମାତ୍ର (ଦେବୋଦ୍ଧେଶବିନା) ବୃଥା ପଶୁ ହନନ କରିବାକୁ ଇଚ୍ଛା କରିବ ନାହିଁ ।

ଯାବନ୍ତି ପଶୁରୋମାଣି ତାବକୃତ୍ୟୋହ ମାରଣମ୍ ।
 ବୃଥା ପଶୁଘ୍ନଃ ପ୍ରପ୍ନୋତି ପ୍ରେତ୍ୟ ଜନ୍ମନି ଜନ୍ମନି ।।

'ପଶୁ ଦେହରେ ଯେତେ ଲୋମ ଥାଏ ବୃଥା ପଶୁ ଘାତୀ ଜନ୍ମାନ୍ତରେ କେତେଥର ମାରଣ ବିନାଶ ପାଏ ।

ଯାଜ୍ଞାର୍ଥଂ ପଶବ୍ଃ ସୃଷ୍ଟିଃ ସ୍ୱୟମେବେ ସ୍ଵୟମ୍ବୁବା ।
ଯଜ୍ଞୋସ୍ୟ ଭୂତୈ ସର୍ବସ୍ୟ ତସ୍ମାଦ୍‌ଯଜ୍ଞ ବଧୋବଧଃ ।।

ସ୍ଵୟମ୍ବୁ ନିଜେ ଯଜ୍ଞ କାର୍ଯ୍ୟ ସକାଶେ ପଶୁ ସକଳ ସୃଷ୍ଟି କରିଅଛନ୍ତି, ସମୁଦାୟ ବିଶ୍ଵର ହିତ ସକାଶେ ଯଜ୍ଞ ବିହିତ, ତେଣୁ ଯଜ୍ଞ ପଶୁବଧ ବଧ ନୁହେଁ (ଅର୍ଥାତ୍ ତହିଁରେ ବଧଜନିତ ପାପ ହୁଏ ନାହିଁ ।
 
ଯଦି ବା ସଂଶାର ର ରକ୍ଷା ନିମନ୍ତେ ପଶୁବଳି ଦିଆଯାଏ ତାହେଲେ ସେଇ ପଶୁ ହତ୍ୟାରେ ପାପ ଲାଗିନଥାଏ ଏବଂ ଯଦି ନିଜର ସ୍ୱାର୍ତ୍ତ ପାଇଁ ପଶୁବଳି ଦିଆଯାଏ ତେବେ ଯେଉଁ ବ୍ୟକ୍ତି ବଳି ପକାଏ ସେ ପଶୁର ଦେହରେ ଯେତେଗୋଟି ଲୋମ  ଥାଏ ସେ ମନୁଷ୍ୟ ସେତେଥର ପଶୁଯୋନି ରେ ଜନ୍ମ ନିଏ ଏବଂ ଅସ୍ତ୍ରାଘାତ ରେ ହିଁ ମୂର୍ତ୍ୟୁ ବରଣ କରେ 
 ବିଭିନ୍ନ ଦେବୀ ମନ୍ଦିର ମାନଙ୍କ ରେ ପଶୁବଳି ଦିଆଯାଏ କିନ୍ତୁ ମାଆ ଭଗବତୀ ଆଦ୍ୟାଶକ୍ତି ପଶୁବଳି କୁ ଗ୍ରହଣ କରନ୍ତି ନାହିଁ ।

(ପଶୁବଳି ର ଅର୍ଥ ହେଲା :--
ପୁଣ୍ୟାପୁଣ୍ୟ ପଶୁଂ ହତ୍ବା ଜ୍ଞାନଖଡ଼ଗେନ ଯୋଗବିତ୍ ।
 ପରେ ଲୟଂ ଲୟେଚ୍ଚିତ୍ତଂ ମାଂସାଶୀ ସ ନିଗଦ୍ୟତେ ।।

ପୁଣ୍ୟ ପାପ ରୂପକ ପଶୁକୁ ଜ୍ଞାନ ରୂପକ ଖଡ୍ଗରେ ଯେଉଁ ଯୋଗୀ ବଧକରି ମହାମାୟାଙ୍କଠାରେ ଚିତ୍ତ ଲୟକରେ, ତାହାକୁ ମାଂସାଶୀଯୋଗୀ ବୋଲି କୁହାଯାଇଥାଏ ।)

*ସଂଗୃହିତ*

✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Post a Comment

Previous Post Next Post