*❀꧁❣️ଧର୍ମ ଓ ଆଧ୍ୟାତ୍ମିକ❣️꧂❀*

*· · • • • • • • • • • ✤ • • • • • • • • • · ·*

*ବିଶେଷ ଦ୍ରଷ୍ଟବ୍ୟ:- ଏଠାରେ ଦିଆ ଯାଉଥିବା ସମସ୍ତ ବିଷୟ ସମାଜର ବିଭିନ୍ନ କ୍ଷେତ୍ରରେ ଲବ୍ଧପ୍ରତିଷ୍ଠିତ ଜ୍ଞାନୀ, ଗୁଣୀ, ସଜ୍ଜନ ମାନଙ୍କ ଦ୍ଵାରା ଲିଖିତ, ସଂଗୃହିତ କିମ୍ବା ସମ୍ପାଦିତ। ତେଣୁ ଏହି ଲେଖାକୁ କୌଣସି ପ୍ରକାରେ ସମ୍ପାଦନ, ଅଥବା ନାମ ନଦେଇ ପ୍ରସାରଣ କରିବା ଆଇନତଃ ଏବଂ ଧାର୍ମିକ ମତରେ ଦଣ୍ଡନୀୟ ଅପରାଧ।*

   ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷକୁ ଅନେକ ଜୀବନଯାପନ ବ୍ୟତୀତ କରିବାକୁ ପଡିଥାଏ। ସେ ପାରିବାରିକ ଜୀବନ ହେଉ, ସାଂସାରିକ ଜୀବନ ହେଉ କିମ୍ବା ସାମାଜିକ ଜୀବନ ହେଉ। ଏ ସବୁ ଜୀବନ ମଧ୍ୟରେ ଏକ ଭିନ୍ନ ଜୀବନ ହେଉଛି ଆଧ୍ୟାତ୍ମିକ ଜୀବନ।    
         ମଣିଷ ଜୀବନରେ ତିନୋଟି ସ୍ତର ରହିଛି। ଯଥା- ଭୌତିକ, ଆଧିଭୌତିକ ଓ ଆଧ୍ୟାତ୍ମିକ। ଆଧ୍ୟାତ୍ମିକ ଶବ୍ଦକୁ ବିଶ୍ଲେଷଣ କଲେ ଆଧ୍ୟାତ୍ମ+ଇକ ହେବ। ‘ଇକ’ ଶବ୍ଦର ଅର୍ଥ ପରି ବୋଲି ଆମେ ଜାଣୁ। ଯଦି କେବଳ ଅଧ୍ୟାତ୍ମ ଶବ୍ଦକୁ ବିଚ୍ଛେଦ କରିବା ତେବେ ଅଧି+ଆତ୍ମା ହେବ। ଅଧି ଶବ୍ଦର ଅର୍ଥ ହେଉଛି ‘ସମ୍ବନ୍ଧୀୟ’। ତେବେ ଆତ୍ମା ସମ୍ବନ୍ଧିୟ ବିଚାରକୁ ଆଧ୍ୟାତ୍ମିକ ବୋଲି କୁହାଯାଏ। ଆତ୍ମାକୁ ଆଖି ଆଗରେ ରଖି ଯେଉଁ କ୍ରିୟା କରାଯାଏ, ସେ ହେଲା ଆଧ୍ୟାତ୍ମିକ। ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ଅବଦାନ ଅଟେ। ଏବଂ ପରିଶେଷରେ ସେହି ଆତ୍ମା ପରମାତ୍ମାଙ୍କ ସହ ବିଲୀନ ହୋଇଯାଏ। ଏହାହିଁ ତ ଆତ୍ମାର ସ୍ଵରୁପ।  ଏହି ଆତ୍ମା ପରମାତ୍ମାଙ୍କ ପାଖରେ ପହଞ୍ଚି ପାରିଲେ ହିଁ ତା’ର ସାର୍ଥକତା ବଢେ । ପରମାତ୍ମାଙ୍କ ସହ ଆତ୍ମା  ର ସଂଯୋଗ କୁ ଲୋକେ ଆଧ୍ୟାତ୍ମିକତା ର ନାମ ଦେଇ ଦିଅନ୍ତି।
                 ଯେଉଁ ଆତ୍ମା ପରମାତ୍ମାଙ୍କ ସହ ବିଲୀନ ହେବ ବା ମିଳିବ ସେ ଆତ୍ମାକୁ ଜାଗ୍ରତ କରାଇବା ପାଇଁ ଏକ ଉର୍ଜା ର ଆବଶ୍ୟକତା ରହିଛି ବା ଅାତ୍ମ ନିରୀକ୍ଷଣ ର ଅାବଶ୍ୟକ ରହିଛି। ଏହି ଆତ୍ମା କୁ ଉର୍ଜା ପ୍ରାପ୍ତି ହୋଇଥାଏ ଉପାସନା ମାଧ୍ଯମରେ।ଉପାସନା ର ମାଧ୍ୟମ ହେଉଛି ମନ୍ତ୍ର ।ସଂସ୍କୁତ ସାହିତ୍ଯ କହେ-“ମନଂ ତରୟତେ ଇତି” ମନ୍ତ୍ର ଅର୍ଥାତ ମନ ,ପ୍ରାଣକୁ ଯିଏ ଉଦ୍ଧାର କରେ ବା ରକ୍ଷା କରେ ତାହା ହେଉଛି ମନ୍ତ୍ର ।ଏହି ହେତୁ ରୁ  ମନ୍ତ୍ର ଗାନ କରିବା ଏକ ପ୍ରକାର ଉପାସନା ଅଟେ।ଏହାଦ୍ବାରା ଅନ୍ତଃକରଣ ଶୁଦ୍ଧ ହୁଏ।ଏବଂ ଯେଉଁ ବ୍ଯକ୍ତିର ଅନ୍ତଃକରଣ ଶୁଦ୍ଧ ସେ କେବେବି କୌଣସି ଖରାପ କାର୍ଯ୍ଯ ପ୍ରତି ମନ ବଳାଏ ନାହିଁ।କାରଣ ସେ ଯେଉଁ ସମୟରେ କିଛି ଖରାପ କରିବାକୁ ଯିବ କିମ୍ବା କାହାର ଅନିଷ୍ଟ କରିବାକୁ ଯିବ, ତାକୁ ତାର ସେଇ ଆଧ୍ୟାତ୍ମିକ ଚେତନା ହିଁ ପ୍ରତିବନ୍ଧକ ସାଜିବ। ତେଣୁ ସାଧୁ ସଜ୍ଜନ ବ୍ୟକ୍ତି ମାନେ ଖରାପ କାର୍ଯ୍ୟ କରିପାରନ୍ତି ନାହିଁ। ଏବଂ ଯେଉଁ ମାନେ ଖରାପ କାର୍ଯ୍ୟ କରନ୍ତି, ସେମାନେ କେବେ ବି ସାଧୁସନ୍ଥ ନ ଥିଲେ।

🧩🧩🧩🧩🧩🧩🧩🧩🧩🧩

ଆଧ୍ୟାତ୍ମିକ ଉପାସନା ର ଅନ୍ୟନାମ ହେଉଛି ଧର୍ମ। ସ୍ବଭାବତଃ ଆମେ ଆଧ୍ୟାତ୍ମିକ ବ୍ୟକ୍ତିକ କୁ ଧାର୍ମିକ ବ୍ୟକ୍ତି ବା ଇଶ୍ଵର ଉପାସକ ବୋଲି କହିଥାଉ। ତେବେ ଏହି ଧର୍ମ କ’ଣ? ବେଦ କହେ “ଧାରୟତେ ଇତି ଧର୍ମ” । ଅର୍ଥାତ୍ ଯାହା ଆମକୁ ଧରି ରଖିଛି ତାହା ହିଁ ଧର୍ମ।ଓଡ଼ିଆ ଜାତିର ମାଇଲଖୁଣ୍ଟ ଭାଗବତ କହେ-
  “ଧର୍ମ ଧାରଣ  ଏ ଜଗତ
  ଧର୍ମ ରୁ ସୃଷ୍ଟି ଏଜଗତ।।”

ପୁନଶ୍ଚ ଧର୍ମ କୁ ବିଶ୍ଳେଷଣ କରିଛନ୍ତି କବିବର ରାଧାନାଥ ରାୟ ତାଙ୍କ କାବ୍ୟ ପୁସ୍ତକ ଦରବାରରେ-
“ଧର୍ମ ଏକ ମୋହ ଗଢ଼ିଛନ୍ତି ବିଧି
ଦରିରକୁ ଏହି ସଂସାର ବରିଧି ।
ଧର୍ମ ଏକା ସମ ମହତ ପଣିଆ
ଆଉସ କୁ ପଣ ଅଡେଇ ଦିନିଆ।’
ତେଣୁ ଆଧ୍ୟାତ୍ମିକତା ର ମୂଳ ବିନ୍ଦୁ ହେଉଛି ଧର୍ମ ।ଛୋଟଛୁଆଙ୍କ ଭାଗବତ କହିଲେ ‘ମଧୁସୂଦନ ରାଓ’ ଙ୍କ ଛବିଳ ମଧୁ ‘ବର୍ଣ୍ଣବୋଧ’।ସେଥିରେ ସେ ସୁନ୍ଦର କଥାଟିଏ ଲେଖିଛନ୍ତି –
 “ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି
        ଏ ଜୀବନ ଅନିଶ୍ଚିତ
କେଜାଣି କାହାର ଆଜି ମୃତ୍ୟୁକାଳ
        ହୋଇଯିବ ଉପସ୍ଥିତ ।
କ୍ଷୁଦ୍ରକୀଟ ଭଇ ଅଳ୍ପ ଅଳ୍ପ କରି
        ରଚଇ ବାଲ୍ମୀକ ଘର
ମୁହିଁ ସେହିପରି ସଞ୍ଚିବି ଯତନେ
      ଧର୍ମ ଧନ  ନିରନ୍ତର।।”
ଅର୍ଥାତ ଏହି ଆଧ୍ୟାତ୍ମିକତା ରୂପକ ଧର୍ମକୁ ଆମେ ପିଲାଟି ବେଳରୁ ହିଁ ସଞ୍ଚୟ କରିବା ଦରକାର।ଅାଜିର ବିଂଶ ଶତାବ୍ଦୀର ନବ ଯୁଗରେ ଶିଶୁ ଅାଧ୍ୟାତ୍ମିକତା ଓ ଧର୍ମ ଠାରୁ ଦୂରକୁ ଦୂରକୁ ପଳେଇ ଯାଉଛି,ହାଲୋ ହାଏ ର ସଭ୍ୟତାରେ ଆଜିର ଶିଶୁ କବଳିତ। ଏ ଦିଗରେ ଅଭିଭାବକ ତଥା ପରିବାର ଲୋକ ଗୁରୁଦାୟିତ୍ବ ବହନ କରିବା ଦରକାର , କାରଣ ଶିଶୁ ଅନୁକରଣ ପ୍ରିୟ। ବଡ଼ ମାନେ ଯାହା କରିବେ ଶିଶୁ ମାନେ ତାହାର ଅନୁକରଣ କରନ୍ତି। ଯଦି  ଶିଶୁ ଟି ଦେଖେ ତାର ଜେଜେ ବାପା ମା’ କୁ ତାର ପିତା ପ୍ରଣାମ କରୁଛି,ତେବେ ଶିଶୁ ମଧ୍ୟ ତାର ପିତା ମାତା କୁ ପ୍ରଣାମ ନିଶ୍ଚୟ କରିବ।ଏବଂ ସମାଜରେ ସେ ପ୍ରମାଣିତ କରିବ ବୁଦ୍ଧଙ୍କର ସେଇ ମହତ୍ ବାଣୀ‐
‘ଧର୍ମଂ ଶରଣଂ ଗଛ୍ଥାମି’
ତେଣୁ ସମାଜକୁ ଧର୍ମ ର ଆବଶ୍ୟକତା ରହିଛି,ଏବଂ ଆତ୍ମା କୁ ଧର୍ମ ର ଆବଶ୍ୟକତା ରହିଛି ଧର୍ମ ଏବରଂ ଆତ୍ମା ର ସମୀକରଣରେ ସୃଷ୍ଟି ହେବ ଆଧ୍ୟାତ୍ମିକତା ।

*ସୌଭାଗ୍ୟ ରଞ୍ଜନ ମହାପାତ୍ର,  ଅଧ୍ୟାପକ*

✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Post a Comment

Previous Post Next Post