ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ୨୫ଟି ଶିବ ମନ୍ଦିର ରହିଛି ।

#ଅବସ୍ଥିତି:-

ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ ବାଇଶି ପାହାଚର ୩ୟ ପାହାଚରେ ରହିଛି କାଶୀ ବିଶ୍ୱନାଥ ମନ୍ଦିର ।
ଭିତର ବେଢ଼ାରୁ ଉତ୍ତରଦ୍ୱାରକୁ ଯିବା ରାସ୍ତାରେ ଭିତର ବେଢ଼ାର ବାମପଟେ ରହିଛନ୍ତି ପାତାଳେଶ୍ୱର ମହାଦେବ ।
ବଳିପାତାଳ ମନ୍ଦିରର ଉତ୍ତରପାଖରେ ଅବା ଏକ ସରଘରେ ତାଣ୍ଡବେଶ୍ୱର ମହାଦେବ ରହିଛନ୍ତି । ସେ ତାଣ୍ଡବ ନୃତ୍ୟ କରୁଥବା ମୁଦ୍ରାରେ ବିରାଜିତ ।
ମୁକ୍ତିମଣ୍ଡପର ପଛପଟେ ବିରାଜମାନ କରିଛନ୍ତି ମୁକ୍ତେଶ୍ୱର ମହାଦେବ । ବିଶ୍ୱାସ ରହିଛି ସେ ମୁକ୍ତିଦାତା ।
ମୁକ୍ତେଶ୍ୱର ମନ୍ଦିରକୁ ଲାଗି ରହିଛି କ୍ଷେତ୍ରପାଳ ମହାଦେବ ମନ୍ଦିର । ଏହି କ୍ଷେତ୍ରର ସେ ପାଳକ ଭାବେ ଅଧୁଷ୍ଠିତ ।
ବଡ଼ ଗଣେଶଙ୍କଠାରୁ ସର୍ବମଙ୍ଗଳାଙ୍କ ନିଟକୁ ଆସିବା ରାସ୍ତାର ବାମପଟେ ଲୋକନାଥ, ନୀଳକଣେଶ୍ୱର, ମାର୍କଣ୍ଡେଶ୍ୱର, କପାଳମୋଚନ, କମେଶ୍ୱର ଇତ୍ୟାଦି ପଞ୍ଚୁପାଣ୍ଡବ ମହାଦେବ ଅଛନ୍ତି ।
ବଟଗଣେଶଙ୍କ ନିକଟକୁ ଯିବା ବେଳେ ବାମପଟେ ଅବା ବିମାନ ସରଘରକୁ ଲାଗି ରହି ସହଦେବ ମହାଦେବଙ୍କ ମନ୍ଦିର ରହିଅଛି ।
ଭିତର ବେଢ଼ା ଭୋଗବାଟକୁ ଲାଗି ରହିଛନ୍ତି ଅଗ୍ନିଶ୍ୱର ମହାଦେବ । ରୋଷଘରକୁ ପ୍ରବେଶ କରିବାବେଳେ ଏହି ମହାଦେବ ତଳେ ଅଛନ୍ତି ।
ପଥର ଦକ୍ଷିଣ ପାର୍ଶ୍ୱରେ ଇଶାଣେଶ୍ୱର ମହାଦେବ ବିରାଜିତ । ଏହି ବିଗ୍ରହ ଚଟାଣର ବହୁ ନିମ୍ନରେ ଅଧୁଷ୍ଠିତ ହୋଇଛନ୍ତି । ଏଠାକୁ ଯିବାକୁ ହେଲେ ସୁଡ଼ଙ୍ଗ ଭଳି କେତେକ ପାହାଚ ଦେଇ ଅତିକ୍ରମ କରିବାକୁ ପଡିଥାଏ ।
ଉତ୍ତର ଦ୍ୱାର ବାହାରବେଢାରେ ଆନନ୍ଦବଜାରକୁ ଯିବା ରାସ୍ତାର ବାମରେ ରହିଛନ୍ତି ଧବଳେଶ୍ୱର ମହାଦେବ ।
ଧବଳେଶ୍ୱର ମନ୍ଦିର ନିକଟରେ ରହିଛି ଯୋଡ଼ାଲିଙ୍ଗ ମହାଦେବ ।
ଉତ୍ତରଦ୍ୱାର ବାହାର ବେଢ଼ା ବାମପାର୍ଶ୍ୱରେ ଉତ୍ତରାୟଣୀ ମନ୍ଦିର ସାମ୍ନାରେ ବେଢ଼ା ଲୋକନାଥ ମନ୍ଦିର ରହିଅଛି ।
ଉତ୍ତରପାଖ ବାହାରବେଢ଼ାରେ ରହିଛନ୍ତି 'ପର୍ଶୁରାମ' ବା କାଶୀନାଥ ମହାଦେବ ମନ୍ଦିର ।
ନୀଳାଚଳ ଉପବନରେ ପ୍ରବେଶ କଲାପରେ ବାମ ପାଖରେ ରହିଛି ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର।
ସିକେଦ୍ଧଶ୍ୱର ମହାଦେବ ମନ୍ଦିରର ବିପରୀତ ଦିଗରେ ଅବା ଚକ୍ରନାରାୟଣଙ୍କ ମନ୍ଦିରରେ ଏକାଦଶ ରୁଦ୍ର ବିଦ୍ୟମାନ ।
ଦକ୍ଷିଣଦ୍ୱା।

Ramachandra Badapanda Sir 🙏

Post a Comment

Previous Post Next Post