*❀꧁❣️ସ୍ନାନଯାତ୍ରା/ ଗଜାନନ ବେଶ❣️꧂❀*

ଜଗତର ନାଥ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଏବଂ ଭଉଣୀ ତଥା ସୂଦର୍ଶନଙ୍କର ମଧ୍ୟ ସ୍ନାନ ମଣ୍ଡପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସମୟରେ ମହାଦେବ, ଶନିଦେବ, ଭଗବାନ ବୁଦ୍ଧ ଓ ଜୈନ୍‌ଙ୍କର ମଧ୍ୟ ଶାସ୍ତ୍ରମତେ ସ୍ନାନାଦି ହୋଇଥାଏ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରସ୍ଥିତ ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତୀଙ୍କୁ ପାରମ୍ପରିକ ରିତୀରେ ବେଦ ଧ୍ୱନି ସହ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ସାଧାରଣତଃ ବର୍ଷକୁ ଥରଟିଏ ପ୍ରଭୃ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ କରିବାର ବିଧି ରହିଛି । ଏହା ରଥଯାତ୍ରା ପୂର୍ବରୁ ପାଳିତ ହେଉଥିବରୁ ଏହାକୁ ବିଧି ପୂଜା ବୋଲି କୁହାଯାଇଥାଏ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟ ଫିଟା, ପାହାନ୍ତିଆ ଅବକାଶ, ଗୋପା, ବଲ୍ଲଭ, ସକାଳ ଧୁପ, ଦ୍ୱିପହର ଧୁପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ପାଇଁ ପହୁଡ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୁଏ । ଏହି ଦିନ କୋଠ ସିଆଁ ସିଆଁ ମନ୍ଦିରରେ ପ୍ରବେଶ କରିନ୍ତି ଓ ପହଣ୍ଡି ପାଇଁ ଚାରମାଳ ପିନ୍ଧାଯାଏ । ପ୍ରଭୃଙ୍କର ସେନାପଟା ଏବଂ ବାହୁଟ ଲାଗିହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ । ଚତୁର୍ଦ୍ଧାମୂର୍ତୀଙ୍କୁ ଦଇତାପତିମାନେ ମହଣ୍ଡି କରାଉଥିବାବେଳେ ମଦନ ମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାଚାହ ଉପରେ ଠାକୁରମାନେ ଚୁଳ, ଟାହିଆ ଲାଗି ହୁଅନ୍ତି । ଏହି ସାତ ପାହାଚ ଉପରେ ଟାହି ନାଗ ହେବା ପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନ ଓ ପରେ ପରେ ରାଘବ ଦାସ ମଠରୁ ଆସିଥିବା ଘଷାଲାଗି କରାଯାଏ । ତାପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନ ବେଦୀକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି । ସୁଆର ବଡୁ ଅମ୍ବୁଣିଆ ପାଣି ଛିଂଚନ୍ତି । ଗରବଡୁ ସୁବର୍ଣ୍ଣ କଳସ ଧରି ଶିତଳା ଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷ ତମାମ ଅବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣ କୂପର ଜଳଆଣନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଥିବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହ ମଧ୍ୟରେ ଅବସ୍ଥିତ । ଏହି କୂଅଟି ସିଂହ ହିଁ ସୁରକ୍ଷିତ ରଖିଥାଏ ବର୍ଷ ସାରା । କୂଅର ବ୍ୟବହାର ବର୍ଷ ସାରା ନଥିବାରୁ ଜନ ପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନ ଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଇଥିବାବେଳେ ସ୍ନାନ ଜଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମୀଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରାଣୀତାକୂପ’ ବୋଲି ମଧ୍ୟ କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହି ଆସିଥିଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳ ପିଲାଙ୍କ ଉପରେ ପଡ଼ିନଥାଏ ବିଶ୍ୱାସ କରାଯାଏ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ ଅଗୁରୁ, ଭଶୀର, ଗୋରଚନ, ଦେବଦାରୁ, ମୁଥା, ହରିତାଳ, ବାହାଡା, ଆମକଳୀ, ଲୋଧା, ସଂଚିଷ୍ଠା, ତାମ୍ର ପର୍ଣ୍ଣା, ସୋମପର୍ଣ୍ଣୀ ଆଦି ମିଶ୍ରିତ କରାଯାଏ । ଏହି ମହୋଷୌଧୀ ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧ ଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଏ । 
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ *୩୫ ଗରା*, 
ବଳଭ୍ରଦ ମହାପ୍ରଭୁଙ୍କୁ *୩୩ ଗରା* ଜଳରେ ସ୍ନାନ କରାଯିବାର ବିଧି ରହିଥିବାବେଳେ
ମା ଶୁଭଦ୍ରାଙ୍କୁ *୨୨ ଗରା* ଏବଂ 
ପ୍ରଭୃ ସୂଦର୍ଶନଙ୍କୁ *୧୮ ଗରା* ଜଳରେ ସ୍ନାନ କରାଯାଏ । ଏହାକୁ ପ୍ରତ୍ୟକ୍ଷ ଅବକାଶ କୁହାଯାଏ । ପ୍ରଭୁଙ୍କୁ ଏହି ଦିନ ସ୍ନାନ ପରେ ପରେ ଗଜାନନ ବେଶ କରାଯାଏ । ରାଘବ ଦାସ ମଠାରୁ ଦେବୀ ଶୁଭଦ୍ରାଙ୍କୁ ଫୁଲ ଚୁଳ, ଚନ୍ଦ୍ରିକା, ଓ ଛତ୍ର ଲାଗି କରାଯିବାର ବ୍ୟବସ୍ଥା ଥିଲାବେଳେ ଗୋପାଳ ତୀର୍ଥ ମଠ ତରଫରୁ ପ୍ରଭୃ ବଳଭ୍ରଦଙ୍କର ଗଜାନନ ବେଶ ଓ ସୂଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହିଦିନ ତିନି ଧୁପ ବଦଳରେ ଏକ ଧୁପ ଦିଆଯାଏ । ତା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । କିନ୍ତୁ ଫେରିନଥାନ୍ତି ରତ୍ନ ବେଦୀକୁ । ଭିତରେ କାଠ ପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ । ଏହା ପରଠାରୁ ଚତୁର୍ଦ୍ଧା ମୂର୍ତୀ ସ୍ନାନ ପୂଣ୍ଣିମା ଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଯାଏଁ ଭକ୍ତଙ୍କୁ ଦର୍ଶନ ଦେଇନଥାନ୍ତି । ଏହାକୁ ଅଣସର କୁହାଯାଏ । ରଥଯାତ୍ରାରେ ଯେପରି ଗଜପତି ମହାରାଜ ରଥରେ ଛେରାପହଁରା କରିଥାନ୍ତି ସେହିଭଳି ଭାବେ କିନ୍ତୁ ଟିକେ ଭିନ୍ନ ଢଙ୍ଗରେ ସ୍ନାନ ଯାତ୍ରାରେ ବି ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ । ଠାକୁର ସ୍ନାନ ବେଦୀରେ ଥିବାବେଳେ ଏକ ସ୍ୱତନ୍ତ୍ର ପ୍ରକାର ଭୋଗ ବଢା ହୁଏ । ଯାହାକି ଅନ୍ୟ କେଉଁ ସମୟରେ ହୋଇନଥାଏ । ଏହି ଦିନ ସୁପକାର ସେବକ(ସୁଆର) ପିଲା ଯେଉଁମାନଙ୍କର ବ୍ରତଘର ହୋଇନଥାଏ । ସେମାନେ ଯଦି ମନ୍ଦିରରେ ସେବା କରିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଏହି ସୁଯୋଗ ଏହି ଦିନ ମିଳେ । ମନ୍ଦିରର ରୋଷଶାଳାରେ ସେମାନେ ଖେଚୁଡି କିମ୍ବା ମହାପ୍ରସାଦ ପ୍ରସ୍ତୁତ କରି ଆଣି ସ୍ନାନ ବେଦୀ ଚାରିପଟେ ବାଢିଥାନ୍ତି । ସୁଆର ପିଲାଙ୍କ ଭୋଗ କଳାଠାକୁର ସ୍ନାନ ବେଦୀକରେ ଗ୍ରହଣ କରିଥାନ୍ତି ।

ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ। ଏହାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ। ପ୍ରତି ବର୍ଷ ଜ୍ୟୈଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦବଜାର ସ୍ଥିତ ସ୍ନାନମଣ୍ଡପ (ବେଦୀ) ଉପରେ ବିରାଜମନ କରିଥାଆନ୍ତି। ଏହି ସମୟରେ ଠାକୁର ମାନଙ୍କର ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ବା ଗଣେଶ ବେଶ ହୋଇଥାଏ। ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉ ମାନଙ୍କର ସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଗଜାନନ ବେଶ ଉପକରଣ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଶ୍ରୀସୁଭଦ୍ରା, ଶ୍ରୀସୁଦର୍ଶନଙ୍କୁ ଲାଗି କରାଯାଏ।

ଗଜାନନ ବେଶ କିମ୍ବଦନ୍ତୀ –
ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜୈନିକ ବିଶିଷ୍ଟ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ। ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ। ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱର ନିକଟରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖିଲେ, ଠାକୁରମାନେ ତାଙ୍କର ଇଷ୍ଟଦେବ ଗଣପତିଙ୍କ ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଏବଂ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି। ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇ ପଡ଼ିଲେ ଏବଂ ତତ୍‌କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ। ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ମହାପ୍ରଭୁଙ୍କ ଗଜାନନ ବେଶ ପାଳିତ ହୋଇଆସୁଛି।



       *ସଂଗୃହିତ*

*ଶ୍ରୀମଦ ଭାଗବତ ନିତ୍ୟପାଠ* 

✿❁❣️ *ଶ୍ରୀ ଜଗନ୍ନାଥ ଶରଣଂ* ❣️❁✿

Post a Comment

Previous Post Next Post