ପଟିଦିଅଁ_ଉପାସନା
ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉ ମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପ ଙ୍କୁ ହସ୍ତାନ୍ତର କରିଥାନ୍ତି। 
 ତତ୍ପରେ କୋଠ ସୁଆଁସିଆ ମାନେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବେଢ଼ି ଦିଅନ୍ତି ଏବଂ ଧୁକୁଡି ଦ୍ୱାର ବାଟେ ଏକ ଚୋରା କବାଟ ରଖିଥାନ୍ତି।
 ଜଗମୋହନ ଏହି ବାଉଁଶ ତାଟି ରେ ୨ ଭାଗ ରେ ବିଭକ୍ତ ହୋଇଯାଇଥାଏ। 
ଭିତର ପଟ ଭାଗରେ ଦାରୁ ବିଗ୍ରହ ରୁହନ୍ତି ଓ ବାହାର ଭାଗ ରେ ଏକ ଖଟ ରଖା ଯାଇଥାଏ। 
ଏହାପୂର୍ବରୁ ଚିତ୍ରକାର ଗୃହରୁ ରୁ ୩ଗୋଟି ପଟି ଦିଅଁ ଯଥା ବାସୁଦେବ , ଭୁବନେଶ୍ଵରୀ ଏବଂ ନାରାୟଣ ଘଣ୍ଟ , ଛତ୍ର , କାହାଳୀ ରେ ଆସି ଜୟ ବିଜୟ ଦ୍ୱାରରେ ରଖା ଯାଇଥାନ୍ତି। ମହାଜନ ସେବକ ଦକ୍ଷିଣଘରୁ ସାତ ମୂର୍ତ୍ତି ଯଥା ବାଡ଼ି ନୃସିଂହ , ରାମ କୃଷ୍ଣ , ଶ୍ରୀଦେବୀ , ଭୂଦେବୀ , ଦୋଳଗୋବିନ୍ଦ , ମଦନମୋହନ ଙ୍କୁ  ଉକ୍ତ ଖଟ ଉପରକୁ ବିଜେ କରାଯାଇଥାଏ। ତତ୍ପରେ ୩ଟି ପଟି ଦିଅଁ ଙ୍କୁ ୩ ବାଡ଼ରେ ରୁନ୍ଧା ହୁଅନ୍ତି। ବଡ଼ବାଡ଼ରେ ବାସୁଦେବ ପଟି ପାଖରେ ରାମ କୃଷ୍ଣ , ବାଡ଼ି ନୃସିଂହ , ମଝି ବାଡ଼ରେ ଭୁବନେଶ୍ଵରୀ ପଟି ପାଖରେ ଶ୍ରୀଦେବୀ ଏବଂ ଭୂଦେବୀ , ମହାପ୍ରଭୁଙ୍କ ବାଡ଼ରେ ଦୋଳଗୋବିନ୍ଦ ଏବଂ ମଦନମୋହନ ବିଜେ କରିଥାନ୍ତି। 
 ଏହାପରେ ଦିଅଁମାନଙ୍କ ପୂଜାପଣ୍ଡା ସାମନ୍ତ ପଞ୍ଚାମୃତ ସ୍ନାନ ବଢ଼ାଇଥାନ୍ତି। 

ଏହି ଠାକୁରଙ୍କୁ ବଲ୍ଲଭ ସର୍ପା ମଣୋହି କରାଯାଇଥାଏ , ସମସ୍ତ ଦୈନିକ ନୀତି ଓ ଭୋଗ ହୋଇଥାଏ। ଏହି ସମୟରେ  ଅନ୍ୟଦିନ ପରି ଧୂପ ରେ ମଇଲମ ହୋଇନଥାଏ। ପଟି ଦିଅଁ ଏବଂ ସେଠାରେ ଥିବା ଚଳନ୍ତି ବିଗ୍ରହଙ୍କ ରାତ୍ର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ରେ ଥିବା ଦାରୁଦିଅଁ ଙ୍କ ପାଖେ ଚକଟା ଭୋଗ ହୋଇଥାଏ।

Post a Comment

Previous Post Next Post