ହେରାପଞ୍ଚମୀ
ରଥଯାତ୍ରା ଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ  କୁହାଯାଏ ।ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି । ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି । ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶୃତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି । ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତା ପତ୍ନୀ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି । ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ । ଏହା ଲକ୍ଷ୍ମୀ ନାରାୟଣ କଳି ଭାବେ ପରିଚିତ ।

ଆଷାଢ଼ ଶୁକ୍ଳ ପଞ୍ଚମୀ

ସମ୍ପର୍କିତ
ଜଗନ୍ନାଥ, ଲକ୍ଷ୍ମୀ

ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ହେରାପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ପାଳିତ ହୋଇଆସୁଅଛି । ଏହାପୂର୍ବରୁ ଏହି ଉତ୍ସବ କେବଳ ପ୍ରତୀକାତ୍ମକ ଭାବେ ଏକ ପୂଜାମନ୍ତ୍ର ବିଧିରେ ପାଳିତ ହେଉଥିଲା । ମାଦଳା ପାଞ୍ଜିର ବର୍ଣ୍ଣନାନୁସାରେ, ସେତେବେଳେ ମା ମହାଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କୁ ଦୀପ ତଥା ଅନ୍ୟାନ୍ୟ ପବିତ୍ର ଦ୍ରବ୍ୟରେ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ରାଜା କପିଳେନ୍ଦ୍ର ଦେବଙ୍କଦ୍ୱାରା ମହାଲକ୍ଷ୍ମୀଙ୍କ ଏକ ସୁବର୍ଣ୍ଣ ପ୍ରତିମାନେଇ ଲୌକିକ ପୂଜାଚାର ପଦ୍ଧତିରେ ମହାଡମ୍ବରରେ ଏହି ଉତ୍ସବ ପାଳନ କରାଗଲା ।ଏହି ପବିତ୍ର ହେରାପଞ୍ଚମୀ ପାଳନ ମାଧ୍ୟମରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଏହା ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ବହନ କରୁଛି ।


ଶ୍ରୀ କ୍ଷେତ୍ର, ଶ୍ରୀ ମନ୍ଦିର,  ଶ୍ରୀ ମହାପ୍ରସାଦ ଓ ପରିଶେଷରେ ଶ୍ରୀ ଜଗନ୍ନାଥ। ପ୍ରତି ଟି ତତ୍ବ ଯାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଯଡିତ  ତାହା ପୂର୍ବରୁ ଶ୍ରୀ ତତ୍ବ ର ପ୍ରାଧାନ୍ଯ ସ୍ପଷ୍ଟ ଭାବେର ବାରିହୁଏ। ଆମ ମଣିମା ତ ନିଜେ ପୁର୍ଣ୍ଣ ବ୍ରହ୍ମ ,ପରିପୂର୍ଣ୍ଣ ବିଗ୍ରହ ତାଙ୍କର ତତ୍ବ କୁ ପରିପ୍ରକାଶ ଓ ପ୍ରତିଷ୍ଠିତ କରିବା ପାଇଁ କଣ ଅନ୍ୟ ଏକ ଶ୍ରୀ ତତ୍ବ ର ଆବଶ୍ଯକତା ଅଛି? 
ଆଜି ପବିତ୍ର ହେରାପଞ୍ଚମୀ, ବିଶ୍ବ ଦେଖିବ ବିଶ୍ବନିୟନ୍ତାଙ୍କ ମାନବିୟ ନିଦର୍ଶନ। ଯୋଉଁ ପୁର୍ଣ୍ଣ ବ୍ରହ୍ମ ଦାରୁବ୍ରହ୍ମଙ୍କ ସ୍ମରଣ ରେ ଜନ୍ମ ଜନ୍ମାନ୍ତର ର ମୋହ ନାସ ହୋଇ ଯାଏ ସେହି ମହାପ୍ରଭୁ ଆଜି ନାରୀ ମାୟା ରେ ବିମୋହିତ ହୋଇ ଶ୍ରୀ ମନ୍ଦିର ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟଗ୍ର ହୁଅନ୍ତି,। ଅବିଶ୍ବସନୀୟ ଓ ରହସ୍ଯମୟ। " ସର୍ବ ରହସ୍ୟମ୍ ପୁରୁଷୋତ୍ତମସ୍ୟମ୍ ଦବୋ ନଜାନାତି: କୁତୋ: ମନୁଷ୍ଯ, " ତାଙ୍କର ରହସ୍ଯ ଦେବତା ମାନଙ୍କୁ ମଧ୍ଯ ଅଗୋଚର ଆମେତ ତୁଛ ମଣିଷ, ତ ପ୍ରଶ୍ନ ଉଠେ ଏହି ଲିଳା ମଣିମା କାହିଁକି କରୁଛନ୍ତି?। ଆଜି ବି ସେବକ ମାନେ ମହାପ୍ରଭୁଙ୍କୁ ଥଟା ରେ କହନ୍ତି " ଲାଗିଲା କି ପ୍ରଭୁ ବାହୁଟି, ତୁମର ତୁମର ସବୁ ତ କହୁଚ, ତୁମର କି ପଟା ପାଉତ୍ତି 😅,ଆହେ ମଣିମା  ତୁମର ଏଠାରେ କିଛି ଅଧିକାର ନାହିଁ !ସବୁ କଥା ଆଗରୁ ତ ଶ୍ରୀ ଲଗାଇ ଦେଇ ଆମ ମାଁ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀଙ୍କ ନାଁ ରେ ସବୁ କରି ଦେଇଛ 😅, ମହାଲକ୍ଷ୍ମୀ ହେଉଛନ୍ତି ଶ୍ରୀ ମନ୍ଦିର ର ମାଲିକାଣି। "
ହେରାପଞ୍ଚମୀ ଲିଳା କରି ମଣିମା ଏହି ମାନବ ଜାତିକୁ ଦାମ୍ପତ୍ୟ ଜୀବନ ରେ କିପରି ସନ୍ତୁଳନ ରକ୍ଷା ହେବ ତାହା ପରିବ୍ୟକ୍ତ କରୁଛନ୍ତି। ଆମ ଜଗନ୍ନାଥ ସଂସ୍କୃତି  ଏତେ ପରିମାର୍ଜିତ ତାହା କଳ୍ପନା କରିବା ଅସମ୍ଭବ। ଯାହା ଆମ୍ଭମାନଙ୍କ ଜୀବନ ରେ ଘଟୁଛି ତାହା ଆମ ମହାପ୍ରଭୁ ଯିଏ ଅଘଟଣ ଘଟଣ , ଆଗତିରଗତି ସେ ନିଜେ ତାଙ୍କ କ୍ଷେତ୍ର ରେ ମଧ୍ଯ ତା ଦୟାପୂର୍ବକ ଘଟାଉଛନ୍ତି। ନହେଲେ ଭାବିଲେ ସଂସାର ରେ ଏପରି କିଏ ଅଛି ଯିେଏ ଆମ ମହାପ୍ରଭୁଙ୍କୁ ବିମୋହିତ କରିପାରିବ। ଆରେ ଯେଉଁ ସ୍ବତପଦ୍ମ ଆଖି ଦେଖିଲେ ଗୋ ସଖି ଚିତ୍ତ କି ବାହୁଡେ଼ ଆଉ, ସେହି ପଦ୍ମପଳାସ ଲୋଚନ କୁ କିଏ ବା ମୋହିତ କରି ପାରିବ?

Post a Comment

Previous Post Next Post