_*‼️ ଶ୍ରାଦ୍ଧ ବିଷୟରେ କିଛି ଆଲୋକପାତ‼️*_

*ଦ୍ବାଦଶ ପ୍ରକାରର ଶ୍ରାଦ୍ଧ*

ନିତ୍ୟ, ନୈମିତ୍ତିକ, କାମ୍ୟ, ବୃଦ୍ଧି, ସପିଣ୍ଡିନ, ପାର୍ବଣ, ଗୋଷ୍ଠ, ଶୁଦ୍ଧି, କର୍ମାଙ୍ଗ, ଦୈବିକ, ତୁଷ୍ଟି ଶ୍ରାଦ୍ଧ ଏବଂ କ୍ଷୟାହ ବା ସାମ୍ବତ୍ସରିକ ଶ୍ରାଦ୍ଧ ॥

*୧ -- ନିତ୍ୟ ଶ୍ରାଦ୍ଧ*
ପ୍ରତିଦିନ କରାଯାଉଥିବା ଶ୍ରାଦ୍ଧକୁ ନିତ୍ୟ ଶ୍ରାଦ୍ଧ କୁହାଯାଏ । ସେଥିରେ ବିଶ୍ବେଦେବଙ୍କ ପୂଜା କରାଯାଇନଥାଏ । ଯଦି ଅନ୍ନରେ ଶ୍ରାଦ୍ଧ କରିବାର ଶକ୍ତି ହେବନାହିଁ, ତେବେ କେବଳ ଜଳରେ ମଧ୍ୟ ନିତ୍ୟ ଶ୍ରାଦ୍ଧ କରାଯାଇପାରିବ ॥

*୨ -- ନୈମିତ୍ତିକ ଶ୍ରାଦ୍ଧ*
ଏଥିରେ ବିଶ୍ବେଦେବାଙ୍କ ପୂଜନ ହୋଇଥାଏ । ଏକୋଦ୍ଦିଷ୍ଟ ଶ୍ରାଦ୍ଧର ନାମ ନୈମିତ୍ତିକ ଶ୍ରାଦ୍ଧ ଅଟେ ॥

*୩ -- କାମ୍ୟ ଶ୍ରାଦ୍ଧ*
ଅଭିଷ୍ଟ ବସ୍ତୁର ସିଦ୍ଧି ନିମନ୍ତେ କାମନା ରଖି ଯେଉଁ ଶ୍ରାଦ୍ଧ କରାଯାଏ, ତାକୁ କାମ୍ୟ ଶ୍ରାଦ୍ଧ କୁହାଯାଏ ॥

*୪ -- ବୃଦ୍ଧି ଶ୍ରାଦ୍ଧ*
ବିବାହାଦି ଉତ୍ସବ ମାନଙ୍କରେ ଯେଉଁ ଶ୍ରାଦ୍ଧ କରାଯାଏ, ତାହାକୁ ବୃଦ୍ଧି ଶ୍ରାଦ୍ଧ କହିଥାନ୍ତି ॥

 *୫ -- ସପିଣ୍ଡିନ ଶ୍ରାଦ୍ଧ*
  " ଯେ ସମାନା ସମନସଃ " ଇତ୍ୟାଦି ମନ୍ତ୍ର ମାନଙ୍କ ଦ୍ଵାରା କରାଯିବା ଶ୍ରାଦ୍ଧକୁ ସପିଣ୍ଡିନ ଶ୍ରାଦ୍ଧ କହିଥାନ୍ତି ॥

*୬ -- ପାର୍ବଣ ଶ୍ରାଦ୍ଧ*
ଗ୍ରହଣ, ବ୍ୟତୀପାତ, ଏକ ରାଶିରେ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ସଂଗମ, ଜନ୍ମନକ୍ଷତ୍ର, ଗ୍ରହପୀଡା ଅବସରରେ ତଥା ଅମାବାସ୍ୟା ଆଦି ପର୍ବ ମାନଙ୍କରେ କରାଯିବା ଶ୍ରାଦ୍ଧକୁ ପାର୍ବଣ ଶ୍ରାଦ୍ଧ କୁହାଯାଏ ॥

*୭ -- ଗୋଷ୍ଠ ଶ୍ରାଦ୍ଧ*
ଗୋଶାଳାରେ ଯେଉଁ ଶ୍ରାଦ୍ଧ କରାଯାଏ, ତାହା ଗୋଷ୍ଠ ଶ୍ରାଦ୍ଧ ଅଟେ ॥

*୮ -- ଶୁଦ୍ଧି ଶ୍ରାଦ୍ଧ*
ପାପ ଶୁଦ୍ଧି ନିମନ୍ତେ ଯେଉଁ ଶ୍ରାଦ୍ଧ କରାଯାଏ, ତାକୁ ଶୁଦ୍ଧି ଶ୍ରାଦ୍ଧ କୁହାଯାଏ ॥

*୯ -- କର୍ମାଙ୍ଗ ଶ୍ରାଦ୍ଧ*
    ଗର୍ଭାଧାନ, ସୋମଯାଗ, ସୀମନ୍ତୋନ୍ନୟନ ତଥା ପୁଂସବନ ଆଦି କର୍ମରେ କରାଯିବା ଶ୍ରାଦ୍ଧକୁ କର୍ମାଙ୍ଗ ଶ୍ରାଦ୍ଧ କୁହାଯାଏ ॥

*୧୦ -- ଦୈବିକ ଶ୍ରାଦ୍ଧ*
    ଦେବତାଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଶ୍ରାଦ୍ଧକୁ ଦୈବିକ ଶ୍ରାଦ୍ଧ କୁହାଯାଏ ॥

*୧୧ -- ତୁଷ୍ଟି ଶ୍ରାଦ୍ଧ*
    ଯିଏ ଦେଶାନ୍ତର ଚାଲି ଯାଇଥିବ, ତାହାର ତୁଷ୍ଟି ନିମନ୍ତେ ଘୃତ ଦ୍ଵାରା କରାଯିବା ଶ୍ରାଦ୍ଧକୁ ତୁଷ୍ଟି ଶ୍ରାଦ୍ଧ କୁହାଯାଏ ॥

*୧୨ -- ସାମ୍ବତ୍ସରିକ ( କ୍ଷୟାହ ) ଶ୍ରାଦ୍ଧ*
    ଦ୍ବାଦଶ ମାସରେ ଯେଉଁ ଶ୍ରାଦ୍ଧ କରାଯାଇଥାଏ ତାକୁ କ୍ଷୟାହ ଅଥବା ସାମ୍ବତ୍ସରିକ ଶ୍ରାଦ୍ଧ କୁହାଯାଏ ॥
---------------------------------------
    ଯିଏ ବର୍ଷ ଶେଷରେ ସାମ୍ବତ୍ସରିକ ଦିନ ପିତା ଆଉ ମାତାଙ୍କ ଆଦରପୂର୍ବକ ଶ୍ରାଦ୍ଧ କରିନଥାଏ, ତାହା ଦ୍ଵାରା କରାଯାଇଥିବା ପୂଜା ଭଗବାନ ଶିବ ଗ୍ରହଣ କରିନଥାନ୍ତି ॥

    ଯେଉଁ ମନୁଷ୍ୟ ସାମ୍ବତ୍ସରିକ ତିଥିକୁ ଠିକ୍ ଠିକ୍ ଜାଣିନଥାଏ, ସେ ମାଘ ଅଥବା ମାର୍ଗଶୀରର ଅମାବାସ୍ୟା ଦିନ ସାମ୍ବତ୍ସରିକ ଶ୍ରାଦ୍ଧ କରିବା ଉଚିତ୍ ॥
 
    ଏହି ସମସ୍ତ ଶ୍ରାଦ୍ଧ ମାନଙ୍କରେ ସାମ୍ବତ୍ସରିକ ଶ୍ରାଦ୍ଧ ସବୁଠାରୁ ଶ୍ରେଷ୍ଠ ବିବେଚିତ କରାଯାଇଛି ॥

    ଏତତ୍ ବ୍ୟତୀତ ଅନ୍ୟାନ୍ୟ ଶ୍ରାଦ୍ଧ ----

*ଆଭ୍ୟୁଦୟିକ ଶ୍ରାଦ୍ଧ*
    ଜାତକର୍ମ ଆଦି ସଂସ୍କାର ମାନଙ୍କ ଅବସରରେ ଆଭ୍ୟୁଦୟିକ ଶ୍ରାଦ୍ଧ କରାଯାଏ, ଯାହା ମାତାଙ୍କ ଠାରୁ ଆରମ୍ଭ ହୋଇଥାଏ ତଥା ଏଥିନିମନ୍ତେ ଦୁଇଜଣ ବ୍ରାହ୍ମଣଙ୍କୁ ନିମନ୍ତ୍ରିତ କରାଯିବାର ବିଧାନ ରହିଛି ।

    ସୂର୍ଯ୍ୟ କନ୍ୟା ରାଶିକୁ ସ୍ପର୍ଶ କରିବା ପରେ କୃଷ୍ଣପକ୍ଷର ପ୍ରତିପଦରୁ ଦୀର୍ଘ ପନ୍ଦର ଦିନ ପର୍ଯ୍ୟନ୍ତ କରାଯିବା ଶ୍ରାଦ୍ଧର ଫଳଲାଭ ବିଷୟରେ କିଛି ଉପସ୍ଥାପିତ କରାଯାଇଛି ।

ପ୍ରତିପଦ -- ଧନପ୍ରାପ୍ତି
ଦ୍ବିତୀୟା -- ସନ୍ତାନଦାୟକ
ତୃତୀୟା -- ପୁତ୍ର ପ୍ରାପ୍ତି
ଚତୁର୍ଥୀ -- ଶତ୍ରୁନାଶ
ପଞ୍ଚମୀ -- ଲକ୍ଷ୍ମୀପ୍ରାପ୍ତି
ଷଷ୍ଠୀ -- ସର୍ବତ୍ର ପୂଜନୀୟ
ସପ୍ତମୀ -- ଗଣମାନଙ୍କ ଆଧିପତ୍ୟ
ଅଷ୍ଟମୀ -- ଉତ୍ତମ ବୁଦ୍ଧି
ନବମୀ -- ସ୍ତ୍ରୀ ପ୍ରାପ୍ତ
ଦଶମୀ -- ମନୋରଥ ପୂର୍ଣ୍ଣ
ଏକାଦଶୀ -- ଚତୁର୍ବେଦ ପ୍ରାପ୍ତ
ଦ୍ବାଦଶୀ -- ବିଜୟ ଲାଭ
ତ୍ରୟୋଦଶୀ -- ସନ୍ତାନ ବୃଦ୍ଧି, ପଶୁ, ମେଧା, ସ୍ବତନ୍ତ୍ରତା, ଉତ୍ତମ ପୁଷ୍ଟି, ଦୀର୍ଘାୟୁ ତଥା ଐଶ୍ୱର୍ଯ୍ୟର ଭାଗୀ ହୋଇଥାଏ ।

ଚତୁର୍ଦ୍ଦଶୀ -- ଯାହାଙ୍କ ପିତା ଯୁବାବସ୍ଥାରେ ମୃତ୍ୟୁକୁ ପ୍ରାପ୍ତି ହୋଇଥିବେ ଅଥବା ଅସ୍ତ୍ରଶସ୍ତ୍ର ଦ୍ଵାରା ନିହତ ହୋଇଥିବେ, ସେମାନେ ସେହି ପିତୃପୁରୁଷଙ୍କ ତୃପ୍ତ ନିମନ୍ତେ ଚତୁର୍ଦ୍ଦଶୀ ତିଥିରେ ଶ୍ରାଦ୍ଧ କରିବା ଉଚିତ୍ ।

ଅମାବାସ୍ୟା -- ଯିଏ ଯତ୍ନପୂର୍ବକ ପବିତ୍ର ହୋଇ ଅମାବାସ୍ୟା ଦିନ ଶ୍ରାଦ୍ଧ କରିଥାଏ, ସେ ଅକ୍ଷୟ ସ୍ବର୍ଗ ତଥା ସମସ୍ତ କାମନାକୁ ପ୍ରାପ୍ତ କରିନେଇଥାଏ ।

    ଏତତ୍ ବ୍ୟତୀତ ସତେଇଶ ନକ୍ଷତ୍ର ମାନଙ୍କରେ ଶ୍ରାଦ୍ଧ କରାଯିବା ଫଳଲାଭ ବିଷୟରେ କିଛି ଉପସ୍ଥାପିତ କରାଯାଇଛି, ଦେଖିବାକୁ ଅନୁରୋଧ ॥

    
*ଅଶ୍ବିନୀ* -- ଘୋଟକ ପ୍ରାପ୍ତ
    
*ଦ୍ଵିଜା* -- ଉତ୍ତମ ଆୟୁ
    
*କୃତ୍ତିକା* -- ସ୍ବର୍ଗଲୋକ ପ୍ରାପ୍ତି
    
*ରୋହିଣୀ* -- ସନ୍ତାନ ପ୍ରାପ୍ତି
    
*ମୃଗଶିରା* -- ତେଜସ୍ଵୀ
    
*ଆର୍ଦ୍ରା* -- ଶୌର୍ଯ୍ୟ
    
*ପୁନର୍ବସୁ* -- ସ୍ତ୍ରୀ ପ୍ରାପ୍ତି
    
*ପୁଷ୍ୟା* -- ଅକ୍ଷୟ ଧନପ୍ରାପ୍ତ
    
*ଅଶ୍ଳେଷା* -- ଉତ୍ତମ ଆୟୁ
    
*ମଘା* -- ସନ୍ତାନ ତଥା ପୁଷ୍ଟି
    
*ପୂର୍ବାଫାଲ୍ଗୁନୀ* -- ସନ୍ତାନବାନ୍ ତଥା ଶ୍ରେଷ୍ଠ
    
*ହସ୍ତା* -- ଶାସ୍ତ୍ରଜ୍ଞାନ
    
*ଚିତ୍ରା* -- ରୂପ, ତେଜ ତଥା ସନ୍ତତି ପ୍ରାପ୍ତ
    
*ସ୍ବାତୀ* -- ବ୍ୟାପାର ଲାଭ
    
*ବିଶାଖା* -- ପୁତ୍ରଲାଭ
    
*ଅନୁରାଧା* -- ଚକ୍ରବର୍ତ୍ତୀ ପଦପ୍ରାପ୍ତ
    
*ଜ୍ୟେଷ୍ଠା* -- ପ୍ରଭୁତ୍ତ୍ବ ପ୍ରାପ୍ତ
    
*ମୂଳା* -- ଉତ୍ତମ ଆରୋଗ୍ୟ
    
*ପୂର୍ବାଷାଢା* -- ଯଶପ୍ରାପ୍ତ
    
*ଉତ୍ତରାଷାଢା* -- ଶୋକ ଦୂର ହୁଏ
    
*ଶ୍ରବଣା* -- ଶୁଭଲୋକ ପ୍ରାପ୍ତ
    
*ଧନିଷ୍ଠା* -- ଅଧିକ ଧନପ୍ରାପ୍ତ
    
*ଅଭିଜିତ୍* -- ବେଦପ୍ରାପ୍ତ

*ଶତଭିଷା* -- ବୈଦ୍ୟ କାର୍ଯ୍ୟରେ ସିଦ୍ଧିପ୍ରାପ୍ତ

*ପୂର୍ବାଭାଦ୍ର* -- ଛେଳି, ମେଣ୍ଡା ଆଦି ପଶୁ ପ୍ରାପ୍ତ    

*ଉତ୍ତରଭାଦ୍ର* -- ଗୋ ପ୍ରାପ୍ତ    

*ରେବତୀ* -- ଦସ୍ତା ଆଦି ଧାତୁ ପଦାର୍ଥ ପ୍ରାପ୍ତ
    ଏହିସବୁ ନକ୍ଷତ୍ର ମାନଙ୍କରେ ଶ୍ରାଦ୍ଧ କଲେ ଉପରୋକ୍ତ ଫଳ ପ୍ରାପ୍ତ ହୋଇଥାଏ କିନ୍ତୁ ମଘା ନକ୍ଷତ୍ରରେ ମଧୁମିଶ୍ରିତ କ୍ଷୀର ଅର୍ପଣ କରିବା ପିତୃପୁରୁଷଙ୍କ ଅହୋଭାଗ୍ୟ ଅଟେ । ଏଥିରେ ପିତୃପୁରୁଷଙ୍କ ଆଶା ନିଜ କୁଳର ସନ୍ତାନ ମାନଙ୍କ ଉପରେ ରହିଥାଏ ॥

    ଏହି ସମୟ ଭିତରେ ମଧ୍ୟ ଯଦି କେହି କରିପାରିବେ ନାହିଁ ତେବେ ସୂର୍ଯ୍ୟ ବିଚ୍ଛା ରାଶିରେ ଥିବା ସମୟରେ ମଧ୍ୟ କରିପାରିବେ କାରଣ ଯମରାଜାଙ୍କ ପୁରୀ ସେତେ ସମୟ ପର୍ଯ୍ୟନ୍ତ ଖାଲି ରହିଥାଏ । ବିଚ୍ଛା ରାଶି ବିତିଯିବା ପରେ ମଧ୍ୟ ଯଦି କେହି କୌଣସି ଶ୍ରାଦ୍ଧ କରିନଥାଏ, ତେବେ ଦେବଗଣଙ୍କ ସହିତ ପିତୃଗଣ ସେହି ମନୁଷ୍ୟକୁ ଦୁଃସହ ଅଭିଶାପ ପ୍ରଦାନ କରି ଦୀର୍ଘଶ୍ଵାସ ନେଇ ନିଜ ପୁରକୁ ଫେରି ଯାଇଥାନ୍ତି ॥
   
*ଶ୍ରାଦ୍ଧ ନିମନ୍ତେ ଉତ୍ତମ ସ୍ଥାନ*

    ପୁଷ୍କର ଆଦି ତୀର୍ଥ, ପବିତ୍ର ମନ୍ଦିର, ପର୍ବତଶିଖର, ପାବନ ପ୍ରଦେଶ, ପୁଣ୍ୟସଲିଳା ନଦୀ, ନଦ, ସରୋବର, ସଙ୍ଗମ, ସପ୍ତସମୁଦ୍ରର ତଟ, ଲିପା ପୋଛା ହୋଇଥିବା ସ୍ବଗୃହ, ଦିବ୍ୟ ବୃକ୍ଷର ମୂଳରେ, ଯଜ୍ଞକୁଣ୍ଡ -- ଏହି ସବୁ ସ୍ଥାନ ଶ୍ରାଦ୍ଧ ନିମନ୍ତେ ଉତ୍ତମ ସ୍ଥାନ ଅଟେ  ॥


_*ଶ୍ରୀ ସୁମନ୍ତ୍ର ଷଡ଼ଙ୍ଗୀ*_ *(ସୁବର୍ଣ୍ଣପୁର)*
*୯୧୭୮୮୬୫୪୪୯*

✿❁❣️ *ଶ୍ରୀ ଜଗନ୍ନାଥ ଶରଣଂ* ❣️❁✿

Post a Comment

Previous Post Next Post