ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ :

"କାଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ ହେ
ଯଦୁକୁଳ ନଳିନ ଦିନେଶ ଜୟ ଜୟଦେବ ହରେ । "

ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉମାନଙ୍କ କାଳୀୟଦଲନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ।ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି।
ବେଶରେ ଲାଗି ହେଉଥିବା ସପ୍ତଫେଣୀଆ କାଳୀୟଦଲନ ସର୍ପ ୩୦ ଫୁଟ ଲମ୍ବ ର ହୋଇଥାଏ। ଏହା ଦର୍ଜି , ଚିତ୍ରକାର ଓ ସୋଲ କାରିଗର ଙ୍କ ଦ୍ଵାରା ସୂତା , ବେତ ଓ କନା ରେ ନିର୍ମିତ ହୋଇଥାଏ। ଏହି ସର୍ପ ୪ଟି ଭାଗରେ ବିଭକ୍ତ ହୋଇଥାଏ। ଯଥା ୨ଟି ଗଣ୍ଡି , ୧ଟେ ଅଂଶ ମୁଣ୍ଡ ଓ ୧ଟେ ଅଂଶ ଲାଞ୍ଜ । ସର୍ପଟିର ସମସ୍ତ ଶରୀର କଳା କନାରେ ଆବୃତ ହୋଇଥାଏ। ସର୍ପଟି ର ଏହି ୪ଅଂଶ ପୁଷ୍ପାଳକ ସେବକମାନଙ୍କ ଦ୍ଵାରା ରତ୍ନସିଂହାସନ ଉପରକୁ ଯାଇଥାଏ। ସେଠାରେ ସର୍ପ ର ସମ୍ପୂର୍ଣ୍ଣ ଶରୀର ଟିକୁ ଖଞ୍ଜା ଯାଇ ସପ୍ତ ଫେଣିଆ ମସ୍ତକଟି ଶ୍ରୀ ଜଗନ୍ନାଥଙ୍କ ଶ୍ରୀପୟର ତଳେ ରଖାଯାଇଥାଏ। ଅବଶିଷ୍ଟ ଅଂଶ ମହାପ୍ରଭୁଙ୍କ ସମଗ୍ର ଶ୍ରୀଅଙ୍ଗ କୁ ଆବୃତ କରି ଅର୍ଥାତ ଉପରେ ଦେଇ ବାମ ହସ୍ତରେ ଲାଞ୍ଜ ଟି ରହିଥାଏ। ମହାପ୍ରଭୁଙ୍କ ଡାହାଣ ହସ୍ତ ରେ ଅମୃତ ଲଡୁ ଧାରଣ କରିଥାନ୍ତି।
ଶ୍ରୀ ବଳଭଦ୍ର ଦଣ୍ଡାୟମାନ ଭଙ୍ଗୀରେ ରହି ବାମ ହସ୍ତରେ ସୋଲ ନିର୍ମିତ ପଦ୍ମ କଢି ଓ ଡାହାଣ ହସ୍ତରେ ଅମୃତ ଲଡୁ ଧରିଥାନ୍ତି। ସୂଚନାଯୋଗ୍ୟ ଯେ ଏହି ଅମୃତ ଲଡୁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ଯୋଗାଇଦିଆ ଯାଇଥାଏ। ମା ସୁଭଦ୍ରା ସାଧାରଣ ବେଶ ଧାରଣ କରିଥାନ୍ତି। ଶ୍ରୀ ବଳଭଦ୍ରଙ୍କ ଦୁଇ ପାର୍ଶ୍ଵରେ ଗୋଟିଏ ଲେଖାଏଁ ଗାଈ , ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ରହିଥାନ୍ତି। ଏତଦବ୍ୟତୀତ ଶ୍ରୀଜୀଉମାନଙ୍କ ଶ୍ରୀମୁଖରେ କନାରେ ପ୍ରସ୍ତୁତ ପଦ୍ମ ବଳା , ମସ୍ତକ ଉପରେ ଚୂଳ ଖଞ୍ଜାଯାଇ ସୁବର୍ଣ୍ଣ କିଆ ଓ କେତେକ ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ।

ଏହି ବେଶ ସନ୍ଧ୍ୟଧୂପ ଶେଷ ହେବା ପର୍ଯ୍ୟନ୍ତ ରହିଥାଏ। କଥିତ ଅଛି ଏହି ବେଶରେ ଲାଗି ହେଉଥିବା ଲଡୁ ଖାଇଲେ ସର୍ପ ଦଂଶନ ଯୋଗଥିଲେ ତାହା କଟିଯାଏ।

କାଲି ଶ୍ରୀମନ୍ଦିର କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନିତୀ =ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ[୧] ଶ୍ରୀ  ମନ୍ଦିର ରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଥାଏ । ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ ତାହାର ସ୍ମାରକ ରୂପେ ଏହି ବେଶ ହୁଏ । ଏହିଦିନ ମହାପ୍ରଭୁଙ୍କ ବିଜେପ୍ରତିମା ମଦନମୋହନ ଓ ରାମକୃଷ୍ଣ ମାର୍କଣ୍ଡପୋଖରୀ ପାଖକୁ ଯାଆନ୍ତି ଓ ସେଠାରେ କାଳୀୟଦଳନ କରନ୍ତି ।[୨]ରତ୍ନସିଂହାସନରେ ବେଶ ଉପଚାର ଆରମ୍ଭ ହେବା ପୂର୍ବରୁ ଜଗନ୍ନାଥଙ୍କ ଅଷ୍ଟଧାତୁ ନିର୍ମିତ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଲବଣଖିଆ ଛକଦେଇ ମାର୍କଣ୍ଡେୟ ପୋଖରୀ କୂଳକୁ ନିଆଯାଇଥାଏ । ସରୋବରସ୍ଥ ଦୀପଦାଣ୍ଡି ମଣ୍ଡପରେ ରୂପକାରଙ୍କଦ୍ୱାରା କାଷ୍ଠ ନିର୍ମିତ ଏକ କାଳୀୟନାଗକୁ ସଜ୍ଜିତ କରି ରଖାଯାଇଥାଏ । ସେଇ କାଳୀୟକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣବେଶରେ ଓ ଅନ୍ୟଜଣେ ଗୁଡ଼ିଆ ଜାତିର ବ୍ୟକ୍ତି ଗରୁଡ଼ ବେଶରେ ପ୍ରସ୍ତୁତ ହୋଇ ଥାଆନ୍ତି ୤ ଭାଗବତ ବର୍ଣ୍ଣିତ କାଳୀୟଦଳନର ମଧ୍ୟକାଳେ କାଳୀୟଦ୍ୱାରା କବଳିତ ହୋଇ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସ୍ମରଣ କରିଥାନ୍ତି । ଗରୁଡ଼ ବେଶରେ ଥିବା ବ୍ୟକ୍ତି ଜଣକ ଆବିର୍ଭାବ ହୋଇ ଶ୍ରୀକୃଷ୍ଣଙ୍କୁ କାଳୀୟର ବନ୍ଧନରୁ ମୁକ୍ତ କରିବା ସହ ବିଷମୁକ୍ତ ହେବା ନିମନ୍ତେ ତାଙ୍କ ପାଟିରେ ଅମୃତ ଲଡୁ ଦେଇଥାନ୍ତି ।



ମହାପ୍ରଭୁଙ୍କ କାଳୀୟଦଳନ ବେଶ

ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ସାତଗୋଟି ଫଣାଥିବା ଗୋଟିଏ କଳାନାଗ ଉପରେ ନାଚୁଥିବା ପରି ପ୍ରଦର୍ଶିତ କରାଯାଇଥାଏ ୤ କାଳୀୟନାଗଟିକୁ ରୂପକାରମାନେ ବେତ, କଳାକନା ଓ ସୂତାରେ ଦରଜିମାନଙ୍କ ସହାୟତାରେ ନିର୍ମାଣ କରିଥାନ୍ତି ୤ ଏହି ବେଶପାଇଁ ଜଗନ୍ନାଥ ଓ ବଳଭଦ୍ରଙ୍କ ବିଗ୍ରହରେ କାଷ୍ଠ ନିର୍ମିତ ହସ୍ତ ପଦଯୁକ୍ତ କରାଯାଉଥିବା ବେଳେ ସୁଭଦ୍ରାଙ୍କ ବିଗ୍ରହରେ ବିଶେଷ କିଛି ପରିବର୍ତ୍ତନ ହୁଏ ନାହିଁ  ବଳଭଦ୍ର ହସ୍ତଦ୍ୱୟରେ ହଳ ଓ ମୁଷଳ ଧାରଣ କରିଥାନ୍ତି ଏବଂ ତାଙ୍କ ସମ୍ମୁଖରେ ଥାଏ କାଷ୍ଠ ନିର୍ମିତ ଗାଈ ଓ ବାଛୁରୀ । ଶ୍ରୀଜଗନ୍ନାଥଙ୍କ ପାଦ କାଳୀୟର ମସ୍ତକ ଉପରେ[୩] ଥିବା ବେଳେ ବାମ ହାତରେ କାଳୀୟର ଲାଞ୍ଜ ଓ ଶୋଳ ନିର୍ମିତ ଶିଙ୍ଗା ଧରିଥାନ୍ତି ଅନ୍ୟ ହାତରେ ସୋଲ ନିର୍ମିତ ପ୍ରସ୍ଫୁଟିତ ପଦ୍ମଫୁଲଟିଏ ଧରିଥାଆନ୍ତି  କାଳୀୟ ମର୍ଦ୍ଦନ କରୁଥିବା ଜଗନ୍ନାଥଙ୍କ ଦୁଇପାର୍ଶ୍ୱରେ କାଷ୍ଠ ନିର୍ମିତ ଦୁଇଟି ନାଗୁଣୀ ମୂର୍ତ୍ତି ପ୍ରାର୍ଥନା କରୁଥିବା ଭଙ୍ଗୀରେ ରଖାଯାଇଥାଏ 
କାଳୀୟ ଦଳନ ବେଶର ପୂର୍ବଦିନ ଅର୍ଥାତ ଦଶମୀ ତିଥିରେ ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ କରାଯାଇଥାଏ 

Post a Comment

Previous Post Next Post