#କୁଣ୍ଡଳିନୀମୟୀ_ଆଦିପରାଶକ୍ତି 🧘🏻🧘🏻🧘🏻🧘🏻
ପ୍ରତ୍ୟେକ ଜୀବର ଶରୀର ଶକ୍ତିମୟ ଅଟେ, 
ଏହାର ଉଦାହରଣ ହେଉଛି ମାନବୀୟ ଶରୀରର କୁଣ୍ଡଳିନୀଚକ୍ର, 
ଏହି କୁଣ୍ଡଳିନୀ ଚକ୍ରରେ ବିରାଜିତା କୁଳକୁଣ୍ଡଳିନୀ ଶକ୍ତିରୂପା #ନବଦୁର୍ଗା ଙ୍କ କାରଣରୁ ହିଁ ମାନବୀୟ ଶରୀର କାର୍ଯ୍ୟ ବା କ୍ରିୟା କରିବାକୁ ସକ୍ଷମ ହୋଇଥାଏ, 
ଏହି କୁଳକୁଣ୍ଡଳିନୀ ଶକ୍ତିରୂପା ନବଦୁର୍ଗା ଦେବୀଙ୍କ ଭକ୍ତି ଆରାଧନା କରି ବ୍ରହ୍ମା ବିଧାତାପୁରୁଷ ର ପଦବୀ ପ୍ରାପ୍ତ କରିଛନ୍ତି, ଜଗନ୍ନାଥ ପାଳନକର୍ତ୍ତା ପଦବୀ ପ୍ରାପ୍ତ କରିଛନ୍ତି, ରୁଦ୍ର ସଂହାରକର୍ତ୍ତା ପଦବୀ ପ୍ରାପ୍ତ କରିଛନ୍ତି, ଇଶ୍ବର ନିଗ୍ରହ ବା ତିରୋଧାନ କର୍ତ୍ତାର ପଦବୀ ପ୍ରାପ୍ତ କରିଛନ୍ତି, ଏବଂ ସଦାଶିବ ଅନୁଗ୍ରହ କର୍ତ୍ତାର ପଦବୀ ପ୍ରାପ୍ତ କରିଛନ୍ତି, ସମସ୍ତ ମୁନିଋଷି ବ୍ରହ୍ମଜ୍ଞାନ ଲାଭ କରିଛନ୍ତି, 
ସମସ୍ତ ୧୪ମନୁ ଏହି କୁଳକୁଣ୍ଡଳିନୀରୂପା ଭଗବତୀଙ୍କ ଶରଣାଗତ ହୋଇ ନିଜନିଜର ମନୁପଦ ପ୍ରାପ୍ତ କରିଛନ୍ତି, 
ଏହି କୁଣ୍ଡଳିନୀମୟୀ ଜଗଦମ୍ବା ଙ୍କ କାରଣରୁ ହିଁ ଅଖିଲାଣ୍ଡକୋଟି ବ୍ରହ୍ମାଣ୍ଡର ସଠିକ ସମୟରେ ସୃଜନ ପାଳନ ଓ ସଂହାର ହେଉଅଛି, ଏହି ନବଦୁର୍ଗା ମୟୀ କୁଣ୍ଡଳିନୀଶକ୍ତିଙ୍କ କାରଣରୁ ଜୀବର ମାନସିକ, ବୌଦ୍ଧିକ, ଶାରୀରିକ ସମସ୍ତ ପ୍ରକାରର ବିକାଶ ହୁଏ, 
ତେବେ ଏହି କୁଳକୁଣ୍ଡଳିନୀ ଶକ୍ତିମାନେ ସାତଟି ଚକ୍ରରୂପ ଧାରଣ କରି ଶରୀର ମଧ୍ୟରେ ଏବଂ ଆଉ ସାତଟି ଚକ୍ରରୂପ ଧାରଣ କରି ଶରୀର ବାହାରେ ବିରାଜମାନ କରିଛନ୍ତି

((ବାହ୍ୟ ସାତଟିଚକ୍ର ସ୍ଥୁଳଶରୀରରେ ଦୃଶ୍ୟମାନ ହେବା ଅସମ୍ଭବ, ଏହା ସୂକ୍ଷ୍ମପାରଦର୍ଶୀଶରୀରରେ ଦୃଶ୍ୟମାନ)) 

ମନୁଷ୍ୟ ଯେତେବେଳେ ସାଧନା କରିଚାଲିଥାଏ ସେତେବେଳେ ଏହି ସପ୍ତଚକ୍ର ମଧ୍ୟରୁ ଗୋଟିଏ ଗୋଟିଏ ଚକ୍ର ଓ ଏହି ଚକ୍ରମଧ୍ଯରେ ବିରାଜିତା ଗୋଟିଏ ଗୋଟିଏ ଦୁର୍ଗା ଜାଗ୍ରତ ହୋଇ ମାନବର ତିନିଗ୍ରନ୍ଥି ଯଥା:- ବ୍ରହ୍ମାଗ୍ରନ୍ଥି, ବିଷ୍ଣୁଗ୍ରନ୍ଥି, ରୁଦ୍ରଗ୍ରନ୍ଥି ଭେଦନ‌କରି ସାଧକକୁ ପରମମୋକ୍ଷ ପ୍ରଦାନ କରନ୍ତି 

ବ୍ରହ୍ମାଣ୍ଡ ମହାପୁରାଣାନ୍ତର୍ଗତ ଲଳିତୋପାଖ୍ୟାନମ୍ ରେ ହୟଗ୍ରୀବ ଅଗସ୍ତ୍ୟ ସମ୍ବାଦର #ଲଳିତାସହସ୍ରନାମ ରେ ଏହି ଗ୍ରନ୍ଥିଭେଦନର ବର୍ଣ୍ଣନା କରାଯାଇଛି:- 

ମୂଳାଧାରୈକନିଳୟା #ବ୍ରହ୍ମଗ୍ରନ୍ଥିବିଭେଦିନୀ 
ଅର୍ଥାତ୍:- ଆଦିପରାଶକ୍ତି ମାଁ ଲଳିତାମହାତ୍ରିପୁରାସୁନ୍ଦରୀ ହିଁ ମୂଳାଧାର ଚକ୍ରରେ ଥିବା ବ୍ରହ୍ମଗ୍ରନ୍ଥି କୁ ଭେଦନ କରନ୍ତି, 
ମଣିପୂରାନ୍ତରୁଦିତା #ବିଷ୍ଣୁଗ୍ରନ୍ଥିବିଭେଦିନୀ 
ଅର୍ଥାତ୍:- ଆଦିପରାଶକ୍ତି ମାଁ ଲଳିତାମହାତ୍ରିପୁରାସୁନ୍ଦରୀ ହିଁ ମଣିପୂର ଚକ୍ରର ଉର୍ଦ୍ଧ୍ବମୂଖୀ ଶେଷସ୍ଥାନରେ ଥିବା ବିଷ୍ଣୁଗ୍ରନ୍ଥି କୁ ଭେଦନ କରନ୍ତି, 
ଆଜ୍ଞାଚକ୍ରାନ୍ତରାଳସ୍ଥା #ରୁଦ୍ରଗ୍ରନ୍ଥିବିଭେଦିନୀ
ଅର୍ଥାତ୍:- ଆଦିପରାଶକ୍ତି ମାଁ ଲଳିତାମହାତ୍ରିପୁରାସୁନ୍ଦରୀ ହିଁ ଆଜ୍ଞା ଚକ୍ର ମଧ୍ୟରେ ଥିବା ରୁଦ୍ରଗ୍ରନ୍ଥି କୁ ଭେଦନ କରନ୍ତି, 
ସହସ୍ରାରାମ୍ବୂଜାରୂଢା ସୁଧାସାରାଭିବର୍ଷିଣୀ 
ଅର୍ଥାତ୍:- ଆଦିପରାଶକ୍ତି ମାଁ ଲଳିତାମହାତ୍ରିପୁରାସୁନ୍ଦରୀ ହିଁ ସହସ୍ରଦଳପଦ୍ମରୂପା ସହସ୍ରାରଚକ୍ରରେ ଆରୂଢା ହୋଇ ଜୀବକୁ ପରମଭାବ ପ୍ରଦାନରୂପକ ପରଂବ୍ରହ୍ମଜ୍ଞାନମୟର ସୁଧାବୃଷ୍ଟି କରାନ୍ତି, 

ଅନନ୍ତକୋଟିବ୍ରହ୍ମାଣ୍ଡ ଜନନୀ ଆଦିପରାଶକ୍ତି ଲଳିତାମହାତ୍ରିପୁରାସୁନ୍ଦରୀ ହିଁ ସର୍ବଜୀବଙ୍କ ପ୍ରାଣପ୍ରଦାୟିନୀ କୁଣ୍ଡଳିନୀଶକ୍ତି, ଏହି ନବଦୁର୍ଗା ଦେବୀ ସେଇ ଲୀଳାବିନୋଦିନୀ କୃପାମୟୀ ଲଳିତାମହାତ୍ରିପୁରାସୁନ୍ଦରୀ ଙ୍କ ର ହିଁ ଅଂଶପ୍ରକାଶ, 

ଲଳିତା ସହସ୍ରନାମ ରେ କୁହାଯାଇଛି:-  "ମହାଶକ୍ତିଃ କୁଣ୍ଡଳିନୀ ବିସତନ୍ତୁ ତନୀୟସୀ" ❤️

ଏହିପ୍ରକାର #ମହାକାଳସଂହିତା ମଧ୍ୟ କହିଛନ୍ତି:- 
ପଞ୍ଚାକାଶେ ସ୍ଥିତା ତାରା ସର୍ବାନ୍ତେ କାଳିକା ସ୍ଥିତାଃ 
ଏହି ପଞ୍ଚାକାଶ କ'ଣ?? 
କୁଣ୍ଡଳିନୀଚକ୍ରରେ ଥିବା ପ୍ରତି ଦୁଇଚକ୍ରର ମଧ୍ୟରେ ଥିବା ଶୂନ୍ୟସ୍ଥାନ କୁ ଆକାଶ କୁହାଯାଏ, 
ମୂଳାଧାର ଠାରୁ ଆଜ୍ଞାଚକ୍ର ପର୍ଯ୍ୟନ୍ତ ଏହି ଛଅଟି ଚକ୍ରମଧ୍ଯରେ ଯେଉଁ ଶୂନ୍ୟସ୍ଥାନ ରହିଅଛି, ଏହାକୁ ହିଁ ପଞ୍ଚାକାଶ କୁହାଯାଏ, 

ମୂଳାଧାର-ସ୍ବାଧିଷ୍ଠାନ; ଚକ୍ରର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ= ଭୂଲୋକସ୍ଥିତ ଆକାଶ
ସ୍ବାଧିଷ୍ଠାନ-ମଣିପୂର; ଚକ୍ରର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ= ମହାକାଶ
ମଣିପୂର-ଅନାହତ; ଚକ୍ରର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ= ସ୍ବଲୋକସ୍ଥିତ ଆକାଶ/ତତ୍ତ୍ଵାକାଶ 
ଅନାହତ-ବିଶୁଦ୍ଧି; ଚକ୍ରର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ= ପରାକାଶ
ବିଶୁଦ୍ଧି-ଆଜ୍ଞା; ଚକ୍ରର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ= ସୂର୍ଯ୍ୟାକାଶ 
ଏହି ପଞ୍ଚାକାଶ ରେ କୁଣ୍ଡଳିନୀଶକ୍ତିର ପ୍ରବାହକୁ ସଠିକ୍ ମାର୍ଗରେ ନିଅନ୍ତି ଭଗବତୀ ତାରା, ସେଥିପାଇଁ ଭଗବତୀ ତାରା ଏହି ପଞ୍ଚାକାଶ ରେ ବିରାଜିତା, ଏହି ତାରା ହିଁ ଶୂନ୍ୟମୟୀ ଏବଂ ଏହି ତାରାତତ୍ତ୍ବ ଠାରୁ ମଧ୍ୟ କାଳୀତତ୍ତ୍ବ ଆହୁରି ଗମ୍ଭୀର ସେଥିପାଇଁ ଭଗବତୀ ଦକ୍ଷିଣାକାଳୀ ଶୂନ୍ୟାତୀତା ଏବଂ ସର୍ବାନ୍ତରେ ବାସ କରନ୍ତି, ଲଳିତାମହାତ୍ରିପୁରାସୁନ୍ଦରୀ ଙ୍କ ପରି, ସେଥିପାଇଁ ଭଗବତୀ ଦକ୍ଷିଣାକାଳୀ ଓ ଲଳିତାମହାତ୍ରିପୁରାସୁନ୍ଦରୀ ଉଭୟ ଗୋଟିଏ ହିଁ, 

ଏହି କୁଳକୁଣ୍ଡଳିନୀ ଚକ୍ରରେ‌ ପୂର୍ଣ୍ଣରୂପେ ମାଁ ଆଦିପରାଶକ୍ତି ହିଁ ବ୍ୟାପ୍ତ ହୋଇ ରହିଛନ୍ତି, ସେଥିପାଇଁ ଏହି ଚକ୍ରଭେଦନ କେବଳ ମାତ୍ର ମାଁ ଆଦିପରାଶକ୍ତି ଙ୍କ ଶରଣାଗତ ହେଲେ ହିଁ ସମ୍ଭବ ହୁଏ, ବିଷ୍ଣୁ ଆଦି ଅନ୍ୟ କୌଣସି ଦେବତା ଏହି ଚକ୍ରଭେଦନ କରିପାରନ୍ତି ନାହିଁ, ସେଥିପାଇଁ ପରାଶକ୍ତି ଭଗବତୀ ସର୍ବୋଚ୍ଚ, ତାଙ୍କ ଠାରୁ ଆଉ କେହି ଶ୍ରେଷ୍ଠ ନାହାଁନ୍ତି, 
ଏହି ଚକ୍ରଭେଦନକ୍ରିୟାକୁ #ନବଦୁର୍ଗାକଳ୍ପ ରେ *"ବଜ୍ରନାଡୀଚକ୍ରଭେଦନମ୍"* କୁହାଯାଇଛି

ମନୁଷ୍ୟର କୁଣ୍ଡଳିନୀଚକ୍ର ରେ #ନବଧାକଳାରୂପିଣୀ ନବଦୁର୍ଗା ଙ୍କ ବାସ:-
ପ୍ରଥମଚକ୍ର
ଶୈଳପୁତ୍ରୀ #ମୂଳାଧାରଚକ୍ର ଅଧିଷ୍ଠାତ୍ରୀ,  
ଦ୍ବିତୀୟ ଚକ୍ର
ବ୍ରହ୍ମଚାରିଣୀ #ସ୍ବାଧିଷ୍ଠାନଚକ୍ର ଅଧିଷ୍ଠାତ୍ରୀ, 
ତୃତୀୟ ଚକ୍ର
ଚନ୍ଦ୍ରଘଣ୍ଟା #ମଣିପୁରଚକ୍ର ଅଧିଷ୍ଠାତ୍ରୀ,  
ଚତୁର୍ଥ ଚକ୍ର
କୁଷ୍ମାଣ୍ଡା #ଅନାହତଚକ୍ର ଅଧିଷ୍ଠାତ୍ରୀ,  
ପଞ୍ଚମଚକ୍ର    
ସ୍କନ୍ଦମାତା #ବିଶୁଦ୍ଧିଚକ୍ର ଅଧିଷ୍ଠାତ୍ରୀ, 
ଷଷ୍ଠଚକ୍ର
 କାତ୍ୟାୟନୀ #ଆଜ୍ଞାଚକ୍ର ଅଧିଷ୍ଠାତ୍ରୀ, 
ସପ୍ତମଚକ୍ର
କାଳରାତ୍ରୀ #ସହସ୍ରାରଚକ୍ର ଅଧିଷ୍ଠାତ୍ରୀ,  

ଦେହଭାବର ଅନ୍ତ ହୋଇ ପରମଭାବରେ ପ୍ରବେଶ ଅଷ୍ଟମଚକ୍ର
ମହାଗୌରୀ #ବ୍ରହ୍ମାଣ୍ଡଚକ୍ର ଅଧିଷ୍ଠାତ୍ରୀ, 
ନବମଚକ୍ର
ସିଦ୍ଧିଦାତ୍ରୀ #ବ୍ରହ୍ମନିର୍ବାଣଚକ୍ର ଅଧିଷ୍ଠାତ୍ରୀ ,

 ଏହିମାନେ ହେଉଛନ୍ତି ନବଧାକଳା ରୂପିଣୀ ନବଦୁର୍ଗା, ଯାହାଙ୍କ କୃପାରୁ ସକଳ ଜୀବ ପରମଭାବ ରେ ପ୍ରବେଶ କରିପାରେ❤️

ଶ୍ରୀ ମାତ୍ରେ ନମଃ 🙏🏻ଆଦିପରାଶକ୍ତି ସେବକ

Post a Comment

Previous Post Next Post