ଋଗ୍ ବେଦୀୟ ଓ ଯଜୁଃ ର୍ବେଦୀୟ "ଚଳୁ" ବିଧି।
*************
(କ)-ଜଳସେଚନଂ-ପ୍ରଥମେ ଅନ୍ନପାତ୍ର ନିକଟରେ ସମ୍ମୁଖ ଡାହାଣ ପଟ ଭୂମି ରେ "ॐ ବ୍ରହ୍ମଣେୟ ନମଃ"ଉଚାରଣ କରି ଜଳ ଛିଞ୍ଚିବ।
(ଖ)ଅନ୍ନପରିବେଶଣଂ-
ଜଳ ଛିଞ୍ଚି ଥିବାସ୍ଥାନ ରେ ତଳୁ ଉପର ଭାଗକୁ ଅଁଳାକୋଳି ଅଥବା ବରକୋଳି ସଦୃଶ ଅନ୍ନ ଦୁଇ ସ୍ଥାନ ରେ ରଖିବ।ଏହି ସମୟରେ ଉଚାରଣ ମନ୍ତ୍ର "ॐଧର୍ମରାଜାୟ ନମଃ ॐଚିତ୍ରଗୁପ୍ତାୟ ନମଃ ଉଚାରଣ କରିବ।
(ଗ)ଜଳଦାନଂ-ହାତରେ ଜଳଧରି ଯଥାକ୍ରମେ ଦୁଇ ସ୍ଥାନ ଅନ୍ନ ରେ ଦେବା ସମୟ ରେ ॐଧର୍ମରାଜାୟ ସ୍ବାହାଃ ॐଚିତ୍ରଗୁପ୍ତାୟ ସ୍ବାହାଃ ଉଚାରଣ କରିବ।ଜଳ ହାତର କନିଷ୍ଠାଅଂଙ୍ଗୁଳି ରେ ଦାନ କରିବା ବିଧେୟ।
(ଘ)ଆଚମନଂ ହାତରେ ଜଳ ଚଳୁଏ ଧରି ନିଜେ ପାନ କରିବ ॐଅମୃତୋ  ପସ୍ତରଣମସି ସ୍ବହାଃ॥
(ଙ)ପାଞ୍ଚଗ୍ରାସ-ଅଁଳାକୋଳି ଅଥବା ବରକୋଳି ସଦୃଶ ଅନ୍ନ ପାଞ୍ଚଥର ଖାଇବ।
ମନ୍ତ୍ର ୧-ॐପ୍ରାଣାୟ ସ୍ବାହାଃ ୨-ॐଅପାନାୟ ସ୍ବାହାଃ ।୩-ॐବ୍ଯାନାୟ ସ୍ବାହାଃ।୪-ॐଉଦନାୟ ସ୍ବାହାଃ ।୫-ॐସମାନାୟ ସ୍ବାହାଃ ।ଏହି ପାଞ୍ଚଗ୍ରାସ ଅନ୍ତେ ଆଚମନ କରିବ।
(ଚ)ଆଚମନ-ॐଅମୃତାପିଧାନମସି ସ୍ବାହାଃ ॥
ଈତି ଋଗ୍ ଓ ଯଜୁଃ ର୍ବେଦୀୟ ଚଳୁ ସମାପ୍ତ ।
***************
ସାମବେଦୀୟ ଚଳୁ ବିଧି
(କ)ଜଳସିଞ୍ଚନଂ-ଅନ୍ନପାତ୍ର ସମ୍ମୁଖରେ ଡାହାଣପଟେ ଭୂମିରେ ॐ ବ୍ରହ୍ମଣେୟ ନମଃ ଉଚାରଣ କରି ଜଳ ସିଞ୍ଚନ କରିବ।
(ଖ)-ଅନ୍ନପରିବେଶଣଂ ଜଳସିଞ୍ଚନଂ କରିଥିବା ସ୍ଥାନରେ ଚଳୁ ତଳୁ ଉପର ଆଡକୁ ତିନି ସ୍ଥାନ ରେ ଅନ୍ନ ରଖିବ ଅଁଳାକୋଳି  ଅଥବା ବରକୋଳି ସଦୃଶ ଅନ୍ନ ପରିବେଷଣ କରିବ।
ମନ୍ତ୍ର-୧-ଭୂପତୟେ ନମଃ।୨-ଭୂବନପତୟେ ନମଃ।
୩-ॐ ଭୂତାନଂ ଚ ପତୟେ ନମଃ ।
(ଗ)ଜଳଦାନଂ-ହାତରେ ଜଳଚଳୁଏ ଧରି ତିନି ସ୍ଥାନ ଅନ୍ନ ରେ ଦେବ ଯଥାକ୍ରମେ ॐଭୂପତୟେ ସ୍ବାହାଃ ।ॐଭୂବନପତୟେ ସ୍ବାହାଃ ।ॐଭୂତାନଂ ଚ ପତୟେ ସ୍ବାହାଃ ।
ଆଚମନଂ-ହାତରେ ଜଳଚଳୁଏ ଧରି ଆଚମନ କରିବା ସମୟରେ ॐଅମୃତୋ ପସ୍ତରଣମସି ସ୍ବାହାଃ ।ମନ୍ତ୍ର ଉଚ୍ଚାରଣ କରିବ।
(ଙ)ପାଞ୍ଚଗ୍ରାସାଃ-୧ॐପ୍ରାଣାୟ ସ୍ବାହାଃ ।
୨ॐବ୍ଯାନାୟ ସ୍ବାହାଃ ।
୩-ॐଅପାନାୟ ସ୍ବାହାଃ 
୪-ଉଦାନାୟ ସ୍ବାହାଃ ।
୫-ॐସମାନାୟ ସ୍ବାହାଃ 
ଆଚମନଂ-ॐ ଅମୃତାପିଧନମସି ସ୍ବାହାଃ ।
ଈତି ସାମବେଦୀୟ ଚଳୁ **************
ଅଥର୍ବବେଦୀୟ ଚଳୁ ।
************
ଜଳସିଞ୍ଚନଂ-ଅନ୍ନପାତ୍ର ଦକ୍ଷୀଣ ଭୂମି ରେ ॐ ବ୍ରହ୍ମଣେୟ ନମଃ ବଳିଃ।
ଉଚାରଣ କରି। ଅଁଳାକୋଳି ସଦୃଶ ଆଠ  ଭାଗ ଅନ୍ନ ଦେବ।
ମନ୍ତ୍ର-ॐ ନାଗାୟ ନମଃ।ॐ କୂର୍ମାୟ ନମଃ ।ॐଧନଞ୍ଜୟାୟ ନମଃ ॐଦେବଦତ୍ତାୟ ନମଃ ।ॐକଶ୍ଯପାୟ ନମଃ।
ॐଭୂପତିଃ ତୃଷ୍ଯତୁ ॐଭୁବଃପତିଃ ତୃପ୍ଯତୁ।ॐ ସ୍ବଃପତିଃ ତୃପ୍ଯତୁ ।
ଆଚମନଂ-ॐ ପୟସ୍ପତୀରୋଷଧୟଃ ପୟସ୍ବନ୍ ମାମକଂ ପୟଃ ଆପାଂ ପୟସୋ ଯତ୍ ପୟଃ ତେନ ମାମିନ୍ଦ୍ର ସଂମୃଜ ପୟଃ ପିବାମି ରସମୋଷଧୀନାଂ ଦେବାନାଂ ଯାତୁ ପ୍ରଥମଂ ପୁରସ୍ତାତ୍।
ପାଞ୍ଚଗ୍ରାସ-ॐପ୍ରାଣାୟ ସ୍ବାହାଃ ।ॐଅପାନାୟ ସ୍ବାହାଃ ।ॐସମାନାୟ ସ୍ବାହାଃ ।ॐଉଦାନାୟ ସ୍ବାହାଃ ।ବ୍ଯାନାୟ ସ୍ବାହାଃ ।
ତାପରେ ପୂର୍ଣ୍ଣଭୋଜନ କରିବ।
ଭୋଜନ ଶେଷରେ ଆଚମନ-ॐଅମୃତୋପସ୍ତରଣମସି ସ୍ବାହାଃ ।
ଈତି ଅଥର୍ବବେଦୀୟ ଚଳୁ ॥
***************
ବିଦ୍ର:- ରନ୍ଧନଶାଳା ରେ ରନ୍ଧନ ସରିଲା ପରେ ଅଗ୍ନି ଗ୍ରାସ ଦେବା ବାଧ୍ୟତାମୂଳକ ।
ପରିବାର ର ସମସ୍ତ ସଦସ୍ୟ ବଢାଯାଇଥିବା ଖାଦ୍ୟ ରୁ ନିଜ ହାତରେ ଗୋଗ୍ରାସ ନିମିତ ରଖିବା ବାଧ୍ଯତା ମୁଳକ ଅଟେ।
ଚଳୁ କର୍ମ ପୂର୍ବରୁ ଗୋଗ୍ରାସ ରଖାଯିବା ଆବଶ୍ୟକ ।
ଚେତାବନୀ-*--🔥
ଉପରୋକ୍ତ କର୍ମ କେବଳ ଶାକାହରୀ ମାନବ ଓ ମନୁଷ୍ୟ ପାଇଁ  ବିଧେୟ।👇
କିନ୍ତୁ ମାଛ ମାଂସହାରୀ ରାକ୍ଷସ ଓ ଅସୁର ପିଶାଚ ରୂପି ମାନବ ମାନଙ୍କ ପାଇଁ ପାଳନୀୟ ନୁହେଁ ।
**************
ଜୟ ଶ୍ରୀ ପର୍ଶୁରାମ ଜୟ ବୈଷ୍ଣବୀ ଶକ୍ତି 
ଜୟ ସନାତନ ଧର୍ମ 
ଜୟ ହିନ୍ଦୁ ସଂସ୍କାର । 
*************

Post a Comment

Previous Post Next Post